ଆନନ୍ଦପୁରର ଐତିହ୍ୟ, ସଂସ୍କୃତି ଓ ଧର୍ମୀୟ ସମନ୍ୱୟକୁ ମୁଖ୍ୟମନ୍ତ୍ରୀଙ୍କ ପ୍ରଶଂସା

କେନ୍ଦୁଝର ଜିଲ୍ଲାର ଆନନ୍ଦପୁର ଏକ ମୁଖ୍ୟ ନଗର ଓ ଏହା ପ୍ରାଚୀନ କାଳରୁ ଏକ ପ୍ରସିଦ୍ଧ ନଗରୀ ଭାବେ ଖ୍ୟାତି ଲାଭ କରିଛି l ଓଡ଼ିଶାର ଧର୍ମ ପରମ୍ପରାରେ ଆନନ୍ଦପୁରର ସ୍ୱତନ୍ତ୍ରତା ରହିଛି ବୋଲି ଆନନ୍ଦପୁର ମହୋତ୍ସବର ଉଦ୍‍ଯାପନୀ ଅବସରରେ ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗଦେଇ କହିଛନ୍ତି । ସେ ଆନନ୍ଦପୁର ଅଞ୍ଚଳର ସମୃଦ୍ଧ କଳା, ସଂସ୍କୃତି ଓ ଐତିହ୍ୟକୁ ଉଚ୍ଚ ପ୍ରଶଂସା କରିଥିଲେ। ପୁଣ୍ୟତୋୟା ବୈତରଣୀ ତଟରେ ଅବସ୍ଥିତ ଏହି ପବିତ୍ର ଭୂମି ଧର୍ମୀୟ ସମନ୍ୱୟ ଓ ସଂସ୍କୃତିକ ଐତିହ୍ୟର ଏକ ଅନନ୍ୟ ଦୃଷ୍ଟାନ୍ତ ବୋଲି ସେ ମତ ବ୍ୟକ୍ତ କରିଥିଲେ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଆନନ୍ଦପୁର ମହୋତ୍ସବ କେବଳ ଏକ ଉତ୍ସବ ନୁହେଁ, ବରଂ ଗ୍ରାମୀଣ ଓ ଲୋକସଂସ୍କୃତିକୁ ଲୋକମାନଙ୍କ ସମ୍ମୁଖରେ ଆଣିବାର ଏକ ପ୍ରଭାବଶାଳୀ ମଞ୍ଚ। ଏହା ମାଧ୍ୟମରେ ଲୁକ୍କାୟିତ ପ୍ରତିଭାମାନଙ୍କୁ ଚିହ୍ନଟ କରାଯାଉଛି ଓ ଲୋକନୃତ୍ୟ, ଲୋକସଙ୍ଗୀତ ପରମ୍ପରାକୁ ସୁରକ୍ଷିତ ରଖାଯାଉଛି। କେନ୍ଦୁଝର ଜିଲ୍ଲାର ସାମଗ୍ରିକ ବିକାଶ ଉପରେ ଜୋର ଦେଇ ସେ କହିଥିଲେ ଯେ ଉତ୍ତର ଓଡ଼ିଶାର ଉନ୍ନତି ପାଇଁ ଉତ୍ତର ଓଡ଼ିଶା ବିକାଶ ପରିଷଦ ଗଠନ କରାଯାଇଛି ଓ ଏହା ମାଧ୍ୟମରେ ଜିଲ୍ଲାର ବିକାଶ ତ୍ୱରାନ୍ୱିତ ହେବ । କେନ୍ଦୁଝରରେ ମେଗା ଷ୍ଟିଲ୍ ପ୍ଲାଣ୍ଟ ସ୍ଥାପନ ପାଇଁ ପ୍ରକ୍ରିୟା ଆଗେଇ ଚାଲିଥିବା ସହ ଜିଲ୍ଲାକୁ ଏକ ଶିଳ୍ପସମୃଦ୍ଧ କେନ୍ଦ୍ର ଭାବେ ଗଢ଼ିବାର ଲକ୍ଷ୍ୟ ରଖାଯାଇଛି।

କେନ୍ଦୁଝର-ବଡବିଲ-ଯୋଡ଼ା ଅଞ୍ଚଳକୁ ରାଜ୍ୟର ଏକ ଶକ୍ତିଶାଳୀ ଅର୍ଥନୈତିକ କରିଡର୍ ଭାବେ ବିକଶିତ କରାଯିବ। ଡାଟା ସେଣ୍ଟର, ଟେକ୍ସଟାଇଲ୍ ପାର୍କ, ଷ୍ଟାଡିୟମ ଓ ରାସ୍ତା ଭଳି ବିଭିନ୍ନ ଭିତ୍ତିଭୂମି ପ୍ରକଳ୍ପ ଜିଲ୍ଲାରେ ଆରମ୍ଭ ହୋଇଛି, ଯାହା ଅଞ୍ଚଳର ସାମଗ୍ରିକ ଉନ୍ନତିକୁ ଆଗକୁ ନେବ।ଏହି ଅବସରରେ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା କରିଥିଲେ ଯେ ଖୁବ୍ ଶୀଘ୍ର ଆନନ୍ଦପୁରରେ Indoor stadium ଓ ଫୁଟବଲ ଷ୍ଟାଡିୟମ୍ ହେବ । ଏହି ଷ୍ଟାଡିୟମ୍ ନିର୍ମାଣରେ ଯାହା ବି ଅର୍ଥ ଆବଶ୍ୟକ ହେବ ସେ ସମସ୍ତ ଖର୍ଚ୍ଚ ଆମ ସରକାର ବହନ କରିବେ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ ।

ମୁଖ୍ୟମନ୍ତ୍ରୀ ମହିଳା ଓ ଗରିବ ଲୋକଙ୍କ ସଶକ୍ତିକରଣ ପାଇଁ ସରକାରଙ୍କ ବିଭିନ୍ନ ଯୋଜନା ବିଷୟରେ ଉଲ୍ଲେଖ କରି ‘ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା’, ‘କନ୍ୟା ବିବାହ’ ଓ ‘କନ୍ୟା ସୁମଙ୍ଗଳ’ ଯୋଜନାର ଗୁରୁତ୍ୱ ବ୍ୟାଖ୍ୟା କରିଥିଲେ। ଏହା ମାଧ୍ୟମରେ ଗରିବ ପରିବାରର ସାମାଜିକ ଓ ଆର୍ଥିକ ସୁରକ୍ଷା ସୁନିଶ୍ଚିତ ହେବ ବୋଲି ସେ କହିଥିଲେ।

ମହୋତ୍ସବ ଅବସରରେ ଆନନ୍ଦପୁର ଅଞ୍ଚଳର ସାମଗ୍ରିକ ବିକାଶ ପାଇଁ ମୁଖ୍ୟମନ୍ତ୍ରୀଙ୍କ କରକମଳରେ ୨୬୭ କୋଟି ୫୦ ଲକ୍ଷ ଟଙ୍କା ବିନିଯୋଗରେ ୪୧ ଗୋଟି ଉନୟନ ମୂଳକ ପ୍ରକଳ୍ପର ଶିଳାନ୍ୟାସ ଏବଂ ୩୪ କୋଟି ୧୫ ଲକ୍ଷ ଟଙ୍କା ଖର୍ଚ୍ଚରେ ୧୪ଟି ପ୍ରକଳ୍ପର ଲୋକାର୍ପଣ ହୋଇଛି।

ଏହି ଅବସରରେ ଦିଗପହଣ୍ଡି ବିଧାୟକ ସିଦ୍ଧାନ୍ତ ମହାପାତ୍ର କହିଥିଲେ ଯେ ଆନନ୍ଦପୁର ସ୍ଥାନଟି ତାଙ୍କ ହୃଦୟର ନିକଟରେ ରହିଛି । ସେ ନିଜର ଜନ୍ମସ୍ଥାନ ଗଞ୍ଜାମ ଜିଲ୍ଲାକୁ ମାଆ ଦେବକୀଙ୍କ ସହ ତୁଳନା କରିବା ସହ କେନ୍ଦୁଝର ଜିଲ୍ଲାକୁ ମାଆ ଯଶୋଦାଙ୍କ ସହ ତୁଳନା କରିଥିଲେ । ସେ ଆନନ୍ଦପୁର ସ୍ଥାନଟିକୁ ଖୁସି ଓ ସମ୍ଭାବନାର ସ୍ଥାନ ବୋଲି ମତ ବ୍ୟକ୍ତ କରିଥିଲେ ।

ଏହି କାର୍ଯ୍ୟକ୍ରମରେ ତେଲକୋଇ ବିଧାୟକ ଡକ୍ଟର ଫକିର ମୋହନ ନାଏକ, ଦିଗପହଣ୍ଡି ବିଧାୟକ ସିଦ୍ଧାନ୍ତ ମହାପାତ୍ର, କେନ୍ଦୁଝର ଜିଲ୍ଲାପାଳ ଶ୍ରୀ ବିଶାଳ ସିଂହ, ଉପଜିଲ୍ଳାପାଳ ଆନନ୍ଦପୁର ନୀଳମାଧଵ ସୁନା , ଆନନ୍ଦପୁର ମହୋତ୍ସବ କମିଟି ସଦସ୍ୟ ରାମଚନ୍ଦ୍ର ସାହୁ ଓ ସ୍ଥାନୀୟ ଜନସାଧାରଣ ଉପସ୍ଥିତ ଥିଲେ।

Related Posts

ବରୁଣେଇ ପାଇକ ବିଦ୍ରୋହ ସ୍ମାରକୀ ପାଇଁ ମିଳିଛି ୯୦ କୋଟି ଓ ୯ ଏକର ଜମି; ସାଂସଦ ଦିଲ୍ଲୀପ ରାୟଙ୍କ ପ୍ରଶ୍ନରେ କେନ୍ଦ୍ରର ଉତ୍ତର

ଓଡ଼ିଶାର ଗୌରବମୟ ଇତିହାସର ପ୍ରତୀକ ‘ପାଇକ ବିଦ୍ରୋହ’ର ସ୍ମାରକୀ ନିର୍ମାଣ ପାଇଁ କେନ୍ଦ୍ର ସରକାର ୯୦ କୋଟି ଟଙ୍କା ବ୍ୟବସ୍ଥା କରିବା ସହ ବରୁଣେଇ ପାହାଡ଼ ପାଦଦେଶରେ ୯ ଏକର ଜମି ଯୋଗାଇ ଦେଇଛନ୍ତି। ରାଜ୍ୟସଭାରେ ସାଂସଦ ଦିଲ୍ଲୀପ ରାୟଙ୍କ ଏକ…

ସ୍ୱାମୀ ଲକ୍ଷ୍ମଣାନନ୍ଦଙ୍କ ନାମରେ ନାମିତ ହେବ ଫୁଲବାଣୀ ସରକାରୀ ଭେଷଜ ମହାବିଦ୍ୟାଳୟ, ଜଲେଶପଟ୍ଟା ଆଶ୍ରମ ପାଇଁ ୧୩ କୋଟି ମଞ୍ଜୁର

ଭୁବନେଶ୍ୱର: କନ୍ଧମାଳର ପ୍ରଖ୍ୟାତ ସନ୍ଥ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ସ୍ମୃତିକୁ ଚିରସ୍ମରଣୀୟ କରିବା ପାଇଁ ଓଡ଼ିଶା ସରକାର ବଡ଼ ନିଷ୍ପତ୍ତି ନେଇଛନ୍ତି। ଫୁଲବାଣୀରେ ନବପ୍ରତିଷ୍ଠିତ ସରକାରୀ ଭେଷଜ ମହାବିଦ୍ୟାଳୟ ଓ ଚିକିତ୍ସାଳୟକୁ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ନାମରେ ନାମିତ କରାଯିବ। ଏହା…

Leave a Reply

Your email address will not be published. Required fields are marked *

You Missed

ବରୁଣେଇ ପାଇକ ବିଦ୍ରୋହ ସ୍ମାରକୀ ପାଇଁ ମିଳିଛି ୯୦ କୋଟି ଓ ୯ ଏକର ଜମି; ସାଂସଦ ଦିଲ୍ଲୀପ ରାୟଙ୍କ ପ୍ରଶ୍ନରେ କେନ୍ଦ୍ରର ଉତ୍ତର

ବରୁଣେଇ ପାଇକ ବିଦ୍ରୋହ ସ୍ମାରକୀ ପାଇଁ ମିଳିଛି ୯୦ କୋଟି ଓ ୯ ଏକର ଜମି; ସାଂସଦ ଦିଲ୍ଲୀପ ରାୟଙ୍କ ପ୍ରଶ୍ନରେ କେନ୍ଦ୍ରର ଉତ୍ତର

ରଥଯାତ୍ରା ପରର ଆତ୍ମଚିନ୍ତନ

ରଥଯାତ୍ରା ପରର ଆତ୍ମଚିନ୍ତନ

ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାରେ ଓଡିଶାରୁ ଉପକୃତ ହେଉଛନ୍ତି ୩.୨୧ କୋଟିରୁ ଅଧିକ

ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାରେ ଓଡିଶାରୁ ଉପକୃତ ହେଉଛନ୍ତି ୩.୨୧ କୋଟିରୁ ଅଧିକ

‘ମୁଁ ଷ୍ଟ୍ରିଟ୍ ଫାଇଟର, ଏସି ରୁମ୍ ଆକ୍ଟିଭିଷ୍ଟ ନୁହେଁ’ : ଜୟରାମ ରମେଶଙ୍କୁ ଧର୍ମେନ୍ଦ୍ର ପ୍ରଧାନଙ୍କ ଜବାବ

‘ମୁଁ ଷ୍ଟ୍ରିଟ୍ ଫାଇଟର, ଏସି ରୁମ୍ ଆକ୍ଟିଭିଷ୍ଟ ନୁହେଁ’ : ଜୟରାମ ରମେଶଙ୍କୁ ଧର୍ମେନ୍ଦ୍ର ପ୍ରଧାନଙ୍କ ଜବାବ

ସ୍ୱାମୀ ଲକ୍ଷ୍ମଣାନନ୍ଦଙ୍କ ନାମରେ ନାମିତ ହେବ ଫୁଲବାଣୀ ସରକାରୀ ଭେଷଜ ମହାବିଦ୍ୟାଳୟ, ଜଲେଶପଟ୍ଟା ଆଶ୍ରମ ପାଇଁ ୧୩ କୋଟି ମଞ୍ଜୁର

ସ୍ୱାମୀ ଲକ୍ଷ୍ମଣାନନ୍ଦଙ୍କ ନାମରେ ନାମିତ ହେବ ଫୁଲବାଣୀ ସରକାରୀ ଭେଷଜ ମହାବିଦ୍ୟାଳୟ, ଜଲେଶପଟ୍ଟା ଆଶ୍ରମ ପାଇଁ ୧୩ କୋଟି ମଞ୍ଜୁର

ରାଉରକେଲା ବିମାନବନ୍ଦର ବିକାଶରେ କେନ୍ଦ୍ରର ୫୮.୯୬ କୋଟି ଟଙ୍କା ବ୍ୟୟ

ରାଉରକେଲା ବିମାନବନ୍ଦର ବିକାଶରେ କେନ୍ଦ୍ରର ୫୮.୯୬ କୋଟି ଟଙ୍କା ବ୍ୟୟ