ମେକାନିକଙ୍କ ସୁରକ୍ଷା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବ୍ରହ୍ମପୁର ସାଂସଦ ପ୍ରଦୀପ ପାଣିଗ୍ରାହୀ

ପିନ୍ ବାର୍ତ୍ତା: ପବିତ୍ର ବିଶ୍ୱକର୍ମା ପୂଜା ଅବସରରେ ରାଜ୍ୟର ଅସଂଗଠିତ କ୍ଷେତ୍ରରେ ଦିନରାତି କାମ କରୁଥିବା ମେକାନିକମାନଙ୍କ ଆର୍ଥିକ ଓ ସାମାଜିକ ସୁରକ୍ଷା ପାଇଁ ଆଗେଇ ଆସିଛନ୍ତି ବ୍ରହ୍ମପୁର ସାଂସଦ ଡ. ପ୍ରଦୀପ କୁମାର ପାଣିଗ୍ରାହୀ । ମେକାନିକଙ୍କ ସର୍ବାଙ୍ଗୀନ ବିକାଶ ଓ ସେମାନଙ୍କ ଜୀବନଜୀବିକାକୁ ସୁରକ୍ଷିତ କରିବା ଲକ୍ଷ୍ୟରେ ସେ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଏକ ଚିଠି ଲେଖି ୫ଟି ପ୍ରମୁଖ ଦାବି ଜଣାଇଛନ୍ତି । ଏହି ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ବାବଦରେ ସାଂସଦ ନିଜ ସୋସିଆଲ ମିଡିଆ ରେ ପୋଷ୍ଟ କରି ସୂଚନା ଦେଇଛନ୍ତି ।

ମେକାନିକମାନଙ୍କ ଜୀବନଜୀବିକାର ସୁରକ୍ଷା ପାଇଁ ସାଂସଦଙ୍କ ଦ୍ୱାରା ଉପସ୍ଥାପିତ ହୋଇଥିବା ପ୍ରମୁଖ ଦାବିଗୁଡ଼ିକ ମଧ୍ୟରେ ରହିଥିବା ଅନୁରୋଧ ଗୁଡାକ ଯଥା, ୬୦ ବର୍ଷରୁ ଊର୍ଦ୍ଧ୍ୱ ବୟସ୍କ ମେକାନିକଙ୍କ ପାଇଁ ମାସିକ ପେନସନ୍ ବ୍ୟବସ୍ଥା, କର୍ତ୍ତବ୍ୟରତ ଅବସ୍ଥାରେ କୌଣସି ଦୁର୍ଘଟଣା ବା ମୃତ୍ୟୁ ଘଟିଲେ ପରିବାରକୁ ଉଚିତ କ୍ଷତିପୂରଣ ପ୍ରଦାନ, ଏବଂ ସେମାନଙ୍କର କୌଶଳ ଓ ଅବଦାନକୁ ସମ୍ମାନ ଜଣାଇ ଇଞ୍ଜିନିୟର ମାନ୍ୟତା ପ୍ରଦାନ । ଏହାଛଡ଼ା, ପ୍ରତିବର୍ଷ ବିଶ୍ୱକର୍ମା ପୂଜା ଅବସରରେ ମେକାନିକ ଦିବସ ପାଳନ ସହ ସରକାରୀ ଛୁଟି ଘୋଷଣା କରିବା ଏବଂ ସେମାନଙ୍କ ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ଏକ ସ୍ୱତନ୍ତ୍ର ମେକାନିକ କଲ୍ୟାଣ ବୋର୍ଡ ଗଠନ କରିବାକୁ ଦାବି କରାଯାଇଛି ।

ଏହି ଦାବିଗୁଡ଼ିକ ବ୍ୟତୀତ, ଶ୍ରମ ଓ ଲୋକସେବା ବିଭାଗ ଅଧୀନରେ ଏକ ସ୍ୱତନ୍ତ୍ର ମେକାନିକ କଲ୍ୟାଣ ପାଣ୍ଠି (Mechanic Welfare Fund) ଗଠନ କରିବାକୁ ସାଂସଦ ପରାମର୍ଶ ଦେଇଛନ୍ତି । ଏହି ପାଣ୍ଠି ଜରିଆରେ ମେକାନିକମାନଙ୍କ ଚିକିତ୍ସା, ଜରୁରୀକାଳୀନ ସହାୟତା ଓ ପରିବାରର କଲ୍ୟାଣକାରୀ ଯୋଜନା କାର୍ଯ୍ୟକାରୀ ହୋଇପାରିବ । ରାଜ୍ୟର ଶ୍ରମିକ ଓ ମେକାନିକ ସମ୍ପ୍ରଦାୟ ଦୀର୍ଘ ଦିନରୁ ସୁରକ୍ଷିତ ଭବିଷ୍ୟତ ଓ ସରକାରୀ ସହାୟତା ପାଇଁ ଆଶା ରଖିଥିବା ବେଳେ, ଏହି ଦାବିଗୁଡ଼ିକ ଶୀଘ୍ର କାର୍ଯ୍ୟକାରୀ ହେଲେ ରାଜ୍ୟର ହଜାର ହଜାର ମେକାନିକ ପରିବାର ଉପକୃତ ହୋଇପାରିବେ ।

Related Posts

ଅନ୍ଧାରରେ ଓଡ଼ିଶା ସ୍କୁଲ

ପିନ୍ ବାର୍ତ୍ତା: ରାଜ୍ୟରେ ଶିକ୍ଷା ବ୍ୟବସ୍ଥାର ଆଧୁନିକୀକରଣ, ସ୍ମାର୍ଟ ଶ୍ରେଣୀଗୃହ ଏବଂ ଭିତ୍ତିଭୂମିର ବିକାଶ ନେଇ ବଡ଼ ବଡ଼ ଦାବି କରାଯାଉଥିବା ବେଳେ ବାସ୍ତବ ଚିତ୍ର କିନ୍ତୁ ସମ୍ପୂର୍ଣ୍ଣ ଭିନ୍ନ । ବକେୟା ବିଦ୍ୟୁତ୍‌ ବିଲ୍‌ ପୈଠ ନ ହୋଇପାରିବା କାରଣରୁ…

‘ସ୍ୱାଧୀନ’ ଲିକୁ ଭରସାରେ ଓଡ଼ିଶା ବିଜେପି

ପିନ୍ ବାର୍ତ୍ତା: ଯାଜପୁର ଜିଲ୍ଲା ଧର୍ମଶାଳାର ସ୍ୱାଧୀନ ବିଧାୟକ ହିମାଂଶୁ ଶେଖର ସାହୁ (ଲିକୁ) ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ବିଜେପିର ଜଣେ ସକ୍ରିୟ ନେତା ଭାବେ ଅଞ୍ଚଳରେ ଦଳୀୟ ସଙ୍ଗଠନକୁ ସୁଦୃଢ଼ କରିବାରେ ବଡ଼ ଭୂମିକା ଗ୍ରହଣ କରିଥିଲେ ।…

Leave a Reply

Your email address will not be published. Required fields are marked *

You Missed

ଅନ୍ଧାରରେ ଓଡ଼ିଶା ସ୍କୁଲ

ଅନ୍ଧାରରେ ଓଡ଼ିଶା ସ୍କୁଲ

‘ସ୍ୱାଧୀନ’ ଲିକୁ ଭରସାରେ ଓଡ଼ିଶା ବିଜେପି

‘ସ୍ୱାଧୀନ’ ଲିକୁ ଭରସାରେ ଓଡ଼ିଶା ବିଜେପି

ମେକାନିକଙ୍କ ସୁରକ୍ଷା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବ୍ରହ୍ମପୁର ସାଂସଦ ପ୍ରଦୀପ ପାଣିଗ୍ରାହୀ

ମେକାନିକଙ୍କ ସୁରକ୍ଷା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବ୍ରହ୍ମପୁର ସାଂସଦ ପ୍ରଦୀପ ପାଣିଗ୍ରାହୀ

ଅଦାଲତରେ ମାମଲା ସତ୍ତ୍ୱେ ବାଲଡାରେ ଡ୍ରୋନ ସର୍ଭେ; ଆଦାନୀ ଟିମ୍‌କୁ ଘେରିଲେ ଗ୍ରାମବାସୀ

ଅଦାଲତରେ ମାମଲା ସତ୍ତ୍ୱେ ବାଲଡାରେ ଡ୍ରୋନ ସର୍ଭେ; ଆଦାନୀ ଟିମ୍‌କୁ ଘେରିଲେ ଗ୍ରାମବାସୀ

“No Works in Odisha”: କଥା ବେଶୀ, କାମ କମ୍; RKD ପାଇଁ କାହିଁକି ଏ ଦରଦ?

“No Works in Odisha”: କଥା ବେଶୀ, କାମ କମ୍; RKD ପାଇଁ କାହିଁକି ଏ ଦରଦ?

ବଣ୍ଡା ଜନଜାତିଙ୍କ ବିକାଶ ପାଇଁ ପ୍ରୟାସ

ବଣ୍ଡା ଜନଜାତିଙ୍କ ବିକାଶ ପାଇଁ ପ୍ରୟାସ