ବଣ୍ଡା ଜନଜାତିଙ୍କ ବିକାଶ ପାଇଁ ପ୍ରୟାସ

ପିନ୍ ବାର୍ତ୍ତା: ମାଲକାନଗିରି ଜିଲ୍ଲାରେ ବିକାଶ ଏବଂ ମହିଳା ସଶକ୍ତିକରଣର ଏକ ନୂତନ ଅଧ୍ୟାୟ ଯୋଡ଼ି ହୋଇଛି । ରାଜ୍ୟର ଅନ୍ୟତମ ଆଦିମ ଜନଜାତି (PVTG) ଭାବେ ପରିଚିତ ବଣ୍ଡା ସମ୍ପ୍ରଦାୟର ସାମଗ୍ରିକ ଉନ୍ନତି ପାଇଁ ମୁଦୁଲିପଡ଼ାସ୍ଥିତ ବଣ୍ଡା ଉନ୍ନୟନ ସଂସ୍ଥା (BDA) ପରିସରରେ ଜିଲ୍ଲାପାଳଙ୍କ ଦ୍ୱାରା ‘ଟ୍ରାଇବାଲ ସ୍କିଲ୍ ସେଣ୍ଟର’ ବା ଜନଜାତି ଦକ୍ଷତା ବିକାଶ କେନ୍ଦ୍ରର ଶୁଭାରମ୍ଭ କରାଯାଇଛି । ପ୍ରଥମ ପର୍ଯ୍ୟାୟରେ କେନ୍ଦ୍ର ସରକାରଙ୍କ ଅଧୀନସ୍ଥ ‘ଜନ ଶିକ୍ଷା ସଂସ୍ଥାନ’ର ସହଯୋଗରେ ୨୦ ଜଣ ବଣ୍ଡା ଜନଜାତି ମହିଳାଙ୍କୁ ବଗିଚା ନିର୍ମାଣ ଏବଂ ପାରମ୍ପରିକ ଅଳଙ୍କାର ତିଆରି ଉପରେ ସ୍ୱତନ୍ତ୍ର ଦକ୍ଷତା ପ୍ରଶିକ୍ଷଣ ଦିଆଯାଉଛି । ଉଲ୍ଲେଖଯୋଗ୍ୟ ଯେ, ବଣ୍ଡା ପାହାଡ଼ର ଏହି ମହିଳାମାନେ ସେମାନଙ୍କର ନିଆରା ପୋଷାକ ଏବଂ ବିଭିନ୍ନ ରଙ୍ଗର ମାଳି ଅଳଙ୍କାର ପାଇଁ ସାରା ବିଶ୍ୱରେ ପ୍ରସିଦ୍ଧ ।

ପ୍ରଶାସନର ଏହି ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ବଣ୍ଡା ମହିଳାମାନଙ୍କ ପ୍ରାଚୀନ ଓ ପାରମ୍ପରିକ କଳାକୁ ଆଧୁନିକ ବଜାର ସହ ଯୋଡ଼ିବା ସହିତ ସେମାନଙ୍କ ପାଇଁ ନୂତନ ରୋଜଗାରର ପନ୍ଥା ସୃଷ୍ଟି କରିବ । ଏହାଦ୍ୱାରା ସେମାନେ ଆର୍ଥିକ ସ୍ତରରେ ଅଧିକ ସ୍ୱାବଲମ୍ବୀ ଓ ଆତ୍ମନିର୍ଭରଶୀଳ ହେବା ସହ ସେମାନଙ୍କ ଜୀବନଧାରଣ ମାନରେ ବ୍ୟାପକ ସୁଧାର ଆସିପାରିବ ବୋଲି ଲକ୍ଷ୍ୟ ରଖାଯାଇଛି ।

Related Posts

“No Works in Odisha”: କଥା ବେଶୀ, କାମ କମ୍; RKD ପାଇଁ କାହିଁକି ଏ ଦରଦ?

ପିନ୍ ବାର୍ତ୍ତା: ଓଡ଼ିଶାବାସୀ ବଦଳ ଚାହୁଁଥିଲେ, ଆଉ ଶାସକ ଦଳ ମଧ୍ୟ ବଦଳିଲା । ସରକାର ପରିବର୍ତ୍ତନ ସହ ବିକାଶର ନୂଆ ନାରା ଶୁଣିବାକୁ ମିଳିଲା ଏବଂ ଅନେକ ନୂତନ ପ୍ରକଳ୍ପର ପ୍ରତିଶ୍ରୁତି ମଧ୍ୟ ଦିଆଗଲା । ମାତ୍ର ବାସ୍ତବତା କିନ୍ତୁ…

ଲୋକଙ୍କୁ ନିଜର କରି ପାରିଲେନି 

ପିନ୍ ବାର୍ତ୍ତା: ଭୁବନେଶ୍ୱରରେ ଓଲା, ଉବର ଏବଂ ରାପିଡ଼ୋ ଡ୍ରାଇଭରମାନଙ୍କ ଚାଲିଥିବା ଆନ୍ଦୋଳନ ସାଧାରଣ ଜନଜୀବନକୁ ଅସ୍ତବ୍ୟସ୍ତ କରିଛି । କିନ୍ତୁ ଏହି ଆନ୍ଦୋଳନ ପ୍ରତି ସାଧାରଣ ଲୋକଙ୍କର ସମର୍ଥନ ନାହିଁ କହିଲେ ଚଳେ । ଏହାର ପ୍ରମୁଖ କାରଣ ହେଲା…

Leave a Reply

Your email address will not be published. Required fields are marked *

You Missed

“No Works in Odisha”: କଥା ବେଶୀ, କାମ କମ୍; RKD ପାଇଁ କାହିଁକି ଏ ଦରଦ?

“No Works in Odisha”: କଥା ବେଶୀ, କାମ କମ୍; RKD ପାଇଁ କାହିଁକି ଏ ଦରଦ?

ବଣ୍ଡା ଜନଜାତିଙ୍କ ବିକାଶ ପାଇଁ ପ୍ରୟାସ

ବଣ୍ଡା ଜନଜାତିଙ୍କ ବିକାଶ ପାଇଁ ପ୍ରୟାସ

ଲୋକଙ୍କୁ ନିଜର କରି ପାରିଲେନି 

ଲୋକଙ୍କୁ ନିଜର କରି ପାରିଲେନି 

ଉତ୍ସୃଙ୍ଖଳ ଡ୍ରାଇଭରଙ୍କ ଉପରେ କଠୋର ହେଲେ ସରକାର

ଉତ୍ସୃଙ୍ଖଳ ଡ୍ରାଇଭରଙ୍କ ଉପରେ କଠୋର ହେଲେ ସରକାର

ଏମ୍.ଏମ୍.ଡି.ଆର୍. (MMDR) ସଂଶୋଧନ ବିଲ୍ – ଓଡ଼ିଶାର ସ୍ୱାର୍ଥ ପାଇଁ ଲଢ଼େଇ

ଏମ୍.ଏମ୍.ଡି.ଆର୍. (MMDR) ସଂଶୋଧନ ବିଲ୍ – ଓଡ଼ିଶାର ସ୍ୱାର୍ଥ ପାଇଁ ଲଢ଼େଇ

ଜଟିଳ ହେଉଛି ବନ୍ୟା ସମସ୍ୟା

ଜଟିଳ ହେଉଛି ବନ୍ୟା ସମସ୍ୟା