ଗଞ୍ଜାମ ଜିଲ୍ଲାରେ ଆଇନଶୃଙ୍ଖଳା ରସାତଳଗାମୀ

ଗଞ୍ଜାମ ଜିଲ୍ଲାରେ ଆଇନଶୃଙ୍ଖଳା ରସାତଳଗାମୀ ହୋଇଛି । ଗୋଟିଏ ଜିଲ୍ଲାରେ ଦୁଇଟି ପୁଲିସ ଜିଲ୍ଲା ଓ ଦୁଇ ଦୁଇ ଜଣ ଏସ୍‌ପି ଥାଇ ବି ଆଇନଶୃଙ୍ଖଳା ପରିସ୍ଥିତି ଦିନକୁ ଦିନ ବିଗିଡ଼ିବାରେ ଲାଗିଛି । ଗଞ୍ଜାମ ଜିଲ୍ଲାରେ ଅପରାଧ କିଛି ନୂଆ କଥା ନୁହେଁ । ହତ୍ୟା, ଚୋରି, ଗଣଦୁଷ୍କର୍ମ, ବୋମାମାଡ଼ ଓ ଗୁଳିମାଡ଼ ନିତିଦିନିଆ ଘଟଣାରେ ପରିଣତ ହୋଇଛି । ଗୋଟିଏ ବର୍ଷ ଅର୍ଥାତ ୨୦୨୫ରେ ଜିଲ୍ଲାର ଆପରାଧିକ ତାଲିକା ବେଶ ଲମ୍ବା ରହିଛି । ଅନ୍ୟ ଜିଲ୍ଲାକୁ ପଛରେ ପକାଇ ଏକ ନମ୍ବରରେ ରହିଛି ଗଞ୍ଜାମ ।

ଏସବୁ ଭିତରେ ଗଞ୍ଜାମ ଜିଲ୍ଲା ଏବେ ପୁଣି ଚର୍ଚ୍ଚାରେ ରହିଛି । ୭ ଦିନ ପରେ ଜିଲ୍ଲାର ସୋରଡ଼ା ଥାନା ଅଞ୍ଚଳର ବାଲାପଙ୍କା ଗ୍ରାମ ନିକଟ ରଶିପଙ୍କାଳ ନିକଟରୁ ଅପହୃତ ବ୍ୟବସାୟୀଙ୍କ ଗଳିତ ମୃତଦେହ ପୋଲିସ ଉଦ୍ଧାର କରିଛି । ଏହି ଘଟଣାରେ ପ୍ରାୟ ୯ ଜଣଙ୍କୁ ପୋଲିସ ଉଠାଇ ଆଣିଥିବା ବିଶ୍ୱସ୍ତ ସୂତ୍ରରୁ ଜଣାପଡ଼ିଛି । ଏଥିରେ ମୃତକଙ୍କ ସମ୍ପର୍କୀୟଙ୍କ ସହ ଜିଲ୍ଲାର ଅନ୍ୟ କିଛି ଲୋକ ସାମିଲ ଅଛନ୍ତି । ଜମିଜମା ବିବାଦରୁ ସୁଧୀରଙ୍କୁ ଅପହରଣ ଓ ହତ୍ୟା କରାଯାଇଥିବା କୁହାଯାଉଛି । ପ୍ରକାଶ ଯେ, ଗୋପାଳପୁର ଥାନା ଅଞ୍ଚଳର ପ୍ଲଟ ବ୍ୟବସାୟୀ ସୁଧୀର ପାତ୍ରଙ୍କୁ ଦୁବୃତ୍ତମାନେ ରାସ୍ତାରୁ ଟେକି ନେଇ ମୁଣ୍ଡ ଜାମିନ ରଖି ୨କୋଟି ମାଗିଲେ । ଏପ୍ରିଲ ୧୫ ତାରିଖରୁ ନିଖୋଜ ଥିବା ବେଳେ ସୁଧୀରଙ୍କ ପରିବାର ଏ ସମ୍ପର୍କରେ ପୋଲିସର ଦ୍ୱାରସ୍ଥ ହୋଇଥିଲେ ମଧ୍ୟ ପୋଲିସ ଉଦ୍ଧାର କରି ପାରିଲା ନାହିଁ । ଅନ୍ୟପକ୍ଷରେ ଥାନାରେ ଅଭିଯୋଗ ହେବାରୁ ଦୁବୃତ୍ତ ସୁଧୀରଙ୍କୁ ହତ୍ୟା କରି ଜଙ୍ଗଲରେ ଫିଙ୍ଗିଦେଲେ ।

ଏଭଳି ଅନେକ ଘଟଣାର ସାକ୍ଷୀ ହେଉଛି ଗଞ୍ଜାମ ଜିଲ୍ଲା । ଗତ ମାର୍ଚ୍ଚ ୨ ତାରିଖରେ ପୁରୁଷୋତ୍ତମ ଥାନା ଅନ୍ତର୍ଗତ ସୁଣ୍ଡିବାଙ୍କ ଗାଁ ନିକଟରେ ଗୁଳିମାଡ଼ ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଥିଲା । ବହୁଚର୍ଚ୍ଚିତ ଗୋପାଳପୁର ଗଣଦୁଷ୍କର୍ମ ଦେଶରେ ଓଡ଼ିଶାକୁ ଲଜ୍ଜିତ କରିଥିଲା । ସେହିପରି ଆଇନଜୀବୀ ପୀତବାସ ପଣ୍ଡା ହତ୍ୟାକାଣ୍ଡ ଓ ଗଞ୍ଜାମରେ ୭ ବର୍ଷର ନାବାଳିକାକୁ ଦୁଷ୍କର୍ମ ପରେ ହତ୍ୟା କରାଯିବା ନେଇ ବୀଭତ୍ସ ଚିତ୍ର ବି ସାମ୍ନାକୁ ଆସିଥିଲା । ଆଇନଜୀବୀ ପୀତବାସ ପଣ୍ଡା ହତ୍ୟାକାଣ୍ଡ ସାରା ରାଜ୍ୟରେ ଚାଞ୍ଚଲ୍ୟ ଖେଳାଇ ଦେଇଥିଲା । ଅପରାଧୀକୁ ପୋଲିସ ଧରୁଥିଲେ ମଧ୍ୟ ଅପରାଧ ସଂଖ୍ୟା କମିବାର ନାଁ ଧରୁନି ।

୨୦୨୫ ମସିହାରେ ବ୍ରହ୍ମପୁର ପୋଲିସ ଜିଲ୍ଲାରେ ଘଟିଥିବା ଘଟଣା ରାଜ୍ୟ ରାଜନୀତିରେ ହଟଚମଟ ସୃଷ୍ଟି କରିଥିଲା । ବର୍ଷର ପ୍ରାୟ ସବୁ ଦିନ କେଉଁଠି ନା କେଉଁଠି କିଛି ନା କିଛି ଆପରାଧିକ କାର୍ଯ୍ୟକଳାପ ଘଟିଛି, ଯାହାର ସଂଖ୍ୟା ୬ ହଜାର ୮୭୦ । ୨୦୨୫ ବର୍ଷରେ ୯୭ ହତ୍ୟା, ୧୯୪ ଦୁଷ୍କର୍ମ ଘଟିଛି । ଚୋରି ମାମଲା ତ ୧୩୦୦ ପାର୍‌ କରିଛି । ୬୫ଟି ସ୍ଥାନରେ ସଂଘର୍ଷ ଘଟିଛି । ସରକାରୀ ତଥ୍ୟ ଅନୁସାରେ ଗଞ୍ଜାମ ପୋଲିସ ଜିଲ୍ଲାରେ ଗୋଟିଏ ବର୍ଷରେ ୧୮ ହଜାର ୮୯ ଅପରାଧିକ ମାମଲା ରୁଜୁ ହୋଇଛି ।

ଏସବୁ ଅପରାଧିକ ମାମଲା ଯୋଗୁଁ ଜିଲ୍ଲାରେ ଅଶାନ୍ତି ବଢ଼ିବାରେ ଲାଗିଛି । ସବୁବେଳେ ଭୟର ବାତାବରଣ ରହୁଛି । ତେବେ କେବେ ଜିଲ୍ଲାର ଆଇନଶୃଙ୍ଖଳା ସ୍ଥିତି ସୁଧୁରିବ । ସରକାର ଏ ଦିଗରେ କଣ ପଦକ୍ଷେପ ନେଉଛନ୍ତି । ଏଭଳି ଅନେକ ପ୍ରଶ୍ନ ଉଠୁଛି । ସରକାର ଏ ଦିଗରେ ତୁରନ୍ତ ପଦକ୍ଷେପ ନେଇ ଜିଲ୍ଲାରେ ଶାନ୍ତି ଫେରାଇ ଆଣିବାର ଆବଶ୍ୟକତା ରହିଛି ।

Related Posts

ଅନ୍ଧାରରେ ଓଡ଼ିଶା ସ୍କୁଲ

ପିନ୍ ବାର୍ତ୍ତା: ରାଜ୍ୟରେ ଶିକ୍ଷା ବ୍ୟବସ୍ଥାର ଆଧୁନିକୀକରଣ, ସ୍ମାର୍ଟ ଶ୍ରେଣୀଗୃହ ଏବଂ ଭିତ୍ତିଭୂମିର ବିକାଶ ନେଇ ବଡ଼ ବଡ଼ ଦାବି କରାଯାଉଥିବା ବେଳେ ବାସ୍ତବ ଚିତ୍ର କିନ୍ତୁ ସମ୍ପୂର୍ଣ୍ଣ ଭିନ୍ନ । ବକେୟା ବିଦ୍ୟୁତ୍‌ ବିଲ୍‌ ପୈଠ ନ ହୋଇପାରିବା କାରଣରୁ…

‘ସ୍ୱାଧୀନ’ ଲିକୁ ଭରସାରେ ଓଡ଼ିଶା ବିଜେପି

ପିନ୍ ବାର୍ତ୍ତା: ଯାଜପୁର ଜିଲ୍ଲା ଧର୍ମଶାଳାର ସ୍ୱାଧୀନ ବିଧାୟକ ହିମାଂଶୁ ଶେଖର ସାହୁ (ଲିକୁ) ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ବିଜେପିର ଜଣେ ସକ୍ରିୟ ନେତା ଭାବେ ଅଞ୍ଚଳରେ ଦଳୀୟ ସଙ୍ଗଠନକୁ ସୁଦୃଢ଼ କରିବାରେ ବଡ଼ ଭୂମିକା ଗ୍ରହଣ କରିଥିଲେ ।…

Leave a Reply

Your email address will not be published. Required fields are marked *

You Missed

ଅନ୍ଧାରରେ ଓଡ଼ିଶା ସ୍କୁଲ

ଅନ୍ଧାରରେ ଓଡ଼ିଶା ସ୍କୁଲ

‘ସ୍ୱାଧୀନ’ ଲିକୁ ଭରସାରେ ଓଡ଼ିଶା ବିଜେପି

‘ସ୍ୱାଧୀନ’ ଲିକୁ ଭରସାରେ ଓଡ଼ିଶା ବିଜେପି

ମେକାନିକଙ୍କ ସୁରକ୍ଷା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବ୍ରହ୍ମପୁର ସାଂସଦ ପ୍ରଦୀପ ପାଣିଗ୍ରାହୀ

ମେକାନିକଙ୍କ ସୁରକ୍ଷା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବ୍ରହ୍ମପୁର ସାଂସଦ ପ୍ରଦୀପ ପାଣିଗ୍ରାହୀ

ଅଦାଲତରେ ମାମଲା ସତ୍ତ୍ୱେ ବାଲଡାରେ ଡ୍ରୋନ ସର୍ଭେ; ଆଦାନୀ ଟିମ୍‌କୁ ଘେରିଲେ ଗ୍ରାମବାସୀ

ଅଦାଲତରେ ମାମଲା ସତ୍ତ୍ୱେ ବାଲଡାରେ ଡ୍ରୋନ ସର୍ଭେ; ଆଦାନୀ ଟିମ୍‌କୁ ଘେରିଲେ ଗ୍ରାମବାସୀ

“No Works in Odisha”: କଥା ବେଶୀ, କାମ କମ୍; RKD ପାଇଁ କାହିଁକି ଏ ଦରଦ?

“No Works in Odisha”: କଥା ବେଶୀ, କାମ କମ୍; RKD ପାଇଁ କାହିଁକି ଏ ଦରଦ?

ବଣ୍ଡା ଜନଜାତିଙ୍କ ବିକାଶ ପାଇଁ ପ୍ରୟାସ

ବଣ୍ଡା ଜନଜାତିଙ୍କ ବିକାଶ ପାଇଁ ପ୍ରୟାସ