ଲୋକଙ୍କୁ ନିଜର କରି ପାରିଲେନି 

ପିନ୍ ବାର୍ତ୍ତା: ଭୁବନେଶ୍ୱରରେ ଓଲା, ଉବର ଏବଂ ରାପିଡ଼ୋ ଡ୍ରାଇଭରମାନଙ୍କ ଚାଲିଥିବା ଆନ୍ଦୋଳନ ସାଧାରଣ ଜନଜୀବନକୁ ଅସ୍ତବ୍ୟସ୍ତ କରିଛି । କିନ୍ତୁ ଏହି ଆନ୍ଦୋଳନ ପ୍ରତି ସାଧାରଣ ଲୋକଙ୍କର ସମର୍ଥନ ନାହିଁ କହିଲେ ଚଳେ । ଏହାର ପ୍ରମୁଖ କାରଣ ହେଲା ଡ୍ରାଇଭରମାନଙ୍କ ଦ୍ୱାରା ଯାତ୍ରୀଙ୍କ ପ୍ରତି ଅହେତୁକ ଅତ୍ୟାଚାର ।

ଆପ୍ ଭଡ଼ାଠାରୁ ଅଧିକ ନଗଦ ଟଙ୍କା ମାଗିବା, ଅରାଜକତା ସୃଷ୍ଟି କରିବା ଏବଂ ରାଜି ନ ହେଲେ ଗାଡ଼ି ବାତିଲ କରିବା ସେମାନଙ୍କର ନିତିଦିନିଆ ଅଭ୍ୟାସ ପାଲଟିଛି । ଯାତ୍ରୀଙ୍କୁ ଅଭଦ୍ର ଭାଷାରେ ଗାଳିଗୁଲଜ କରିବା ସହ ବିଶେଷକରି ମହିଳା ଯାତ୍ରୀଙ୍କ ସୁରକ୍ଷା ପ୍ରତି ଏମାନେ ସମ୍ପୂର୍ଣ୍ଣ ଉଦାସୀନ । ମଦ୍ୟପାନ କରି ଯାତ୍ରୀଙ୍କ ଜୀବନ କୁ ବିପଦ ରେ ମଧ୍ୟ୍ୟ ପକାଉଥିଲେ ଏହି ମନମାନି କରୁଥିବା ଡ୍ରାଇଭର ମାନେ । ନିଜେ କେବେବି ଯାତ୍ରୀଙ୍କ ପ୍ରତି ସହାନୁଭୂତି ପ୍ରଦର୍ଶନ କରିନଥିବା ଏହି ଡ୍ରାଇଭରମାନେ ଆଜି ନିଜ ସ୍ୱାର୍ଥ ପାଇଁ ରାସ୍ତାକୁ ଓହ୍ଲାଇବାବେଳେ ଜନସାଧାରଣ ସେମାନଙ୍କ ଦୁଃଖ ବୁଝିବାକୁ ପ୍ରସ୍ତୁତ ନୁହଁନ୍ତି ।

ସେବାକୁ ବ୍ୟବସାୟିକ ଠକେଇ ଓ ଗୁଣ୍ଡାଗିରି ରେ ପରିଣତ କରିଥିବା କିଛି ଚାଳକଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଜରୁରୀ ଥିଲା, ଯାହା ଦ୍ୱାରା ଆଗାମୀ ଦିନରେ ଯାତ୍ରୀମାନେ ନିର୍ଭୟରେ ଓ ସୁରକ୍ଷିତ ଭାବେ ଯାତ୍ରା କରିପାରିବେ । ଆଶା ଏଥିରୁ ସମସ୍ତେ କିଛି ଶିକ୍ଷା ଲାଭ କରିବେ ।

Related Posts

“No Works in Odisha”: କଥା ବେଶୀ, କାମ କମ୍; RKD ପାଇଁ କାହିଁକି ଏ ଦରଦ?

ପିନ୍ ବାର୍ତ୍ତା: ଓଡ଼ିଶାବାସୀ ବଦଳ ଚାହୁଁଥିଲେ, ଆଉ ଶାସକ ଦଳ ମଧ୍ୟ ବଦଳିଲା । ସରକାର ପରିବର୍ତ୍ତନ ସହ ବିକାଶର ନୂଆ ନାରା ଶୁଣିବାକୁ ମିଳିଲା ଏବଂ ଅନେକ ନୂତନ ପ୍ରକଳ୍ପର ପ୍ରତିଶ୍ରୁତି ମଧ୍ୟ ଦିଆଗଲା । ମାତ୍ର ବାସ୍ତବତା କିନ୍ତୁ…

ବଣ୍ଡା ଜନଜାତିଙ୍କ ବିକାଶ ପାଇଁ ପ୍ରୟାସ

ପିନ୍ ବାର୍ତ୍ତା: ମାଲକାନଗିରି ଜିଲ୍ଲାରେ ବିକାଶ ଏବଂ ମହିଳା ସଶକ୍ତିକରଣର ଏକ ନୂତନ ଅଧ୍ୟାୟ ଯୋଡ଼ି ହୋଇଛି । ରାଜ୍ୟର ଅନ୍ୟତମ ଆଦିମ ଜନଜାତି (PVTG) ଭାବେ ପରିଚିତ ବଣ୍ଡା ସମ୍ପ୍ରଦାୟର ସାମଗ୍ରିକ ଉନ୍ନତି ପାଇଁ ମୁଦୁଲିପଡ଼ାସ୍ଥିତ ବଣ୍ଡା ଉନ୍ନୟନ ସଂସ୍ଥା…

Leave a Reply

Your email address will not be published. Required fields are marked *

You Missed

“No Works in Odisha”: କଥା ବେଶୀ, କାମ କମ୍; RKD ପାଇଁ କାହିଁକି ଏ ଦରଦ?

“No Works in Odisha”: କଥା ବେଶୀ, କାମ କମ୍; RKD ପାଇଁ କାହିଁକି ଏ ଦରଦ?

ବଣ୍ଡା ଜନଜାତିଙ୍କ ବିକାଶ ପାଇଁ ପ୍ରୟାସ

ବଣ୍ଡା ଜନଜାତିଙ୍କ ବିକାଶ ପାଇଁ ପ୍ରୟାସ

ଲୋକଙ୍କୁ ନିଜର କରି ପାରିଲେନି 

ଲୋକଙ୍କୁ ନିଜର କରି ପାରିଲେନି 

ଉତ୍ସୃଙ୍ଖଳ ଡ୍ରାଇଭରଙ୍କ ଉପରେ କଠୋର ହେଲେ ସରକାର

ଉତ୍ସୃଙ୍ଖଳ ଡ୍ରାଇଭରଙ୍କ ଉପରେ କଠୋର ହେଲେ ସରକାର

ଏମ୍.ଏମ୍.ଡି.ଆର୍. (MMDR) ସଂଶୋଧନ ବିଲ୍ – ଓଡ଼ିଶାର ସ୍ୱାର୍ଥ ପାଇଁ ଲଢ଼େଇ

ଏମ୍.ଏମ୍.ଡି.ଆର୍. (MMDR) ସଂଶୋଧନ ବିଲ୍ – ଓଡ଼ିଶାର ସ୍ୱାର୍ଥ ପାଇଁ ଲଢ଼େଇ

ଜଟିଳ ହେଉଛି ବନ୍ୟା ସମସ୍ୟା

ଜଟିଳ ହେଉଛି ବନ୍ୟା ସମସ୍ୟା