ଲୋକଙ୍କୁ ନିଜର କରି ପାରିଲେନି 

ପିନ୍ ବାର୍ତ୍ତା: ଭୁବନେଶ୍ୱରରେ ଓଲା, ଉବର ଏବଂ ରାପିଡ଼ୋ ଡ୍ରାଇଭରମାନଙ୍କ ଚାଲିଥିବା ଆନ୍ଦୋଳନ ସାଧାରଣ ଜନଜୀବନକୁ ଅସ୍ତବ୍ୟସ୍ତ କରିଛି । କିନ୍ତୁ ଏହି ଆନ୍ଦୋଳନ ପ୍ରତି ସାଧାରଣ ଲୋକଙ୍କର ସମର୍ଥନ ନାହିଁ କହିଲେ ଚଳେ । ଏହାର ପ୍ରମୁଖ କାରଣ ହେଲା ଡ୍ରାଇଭରମାନଙ୍କ ଦ୍ୱାରା ଯାତ୍ରୀଙ୍କ ପ୍ରତି ଅହେତୁକ ଅତ୍ୟାଚାର ।

ଆପ୍ ଭଡ଼ାଠାରୁ ଅଧିକ ନଗଦ ଟଙ୍କା ମାଗିବା, ଅରାଜକତା ସୃଷ୍ଟି କରିବା ଏବଂ ରାଜି ନ ହେଲେ ଗାଡ଼ି ବାତିଲ କରିବା ସେମାନଙ୍କର ନିତିଦିନିଆ ଅଭ୍ୟାସ ପାଲଟିଛି । ଯାତ୍ରୀଙ୍କୁ ଅଭଦ୍ର ଭାଷାରେ ଗାଳିଗୁଲଜ କରିବା ସହ ବିଶେଷକରି ମହିଳା ଯାତ୍ରୀଙ୍କ ସୁରକ୍ଷା ପ୍ରତି ଏମାନେ ସମ୍ପୂର୍ଣ୍ଣ ଉଦାସୀନ । ମଦ୍ୟପାନ କରି ଯାତ୍ରୀଙ୍କ ଜୀବନ କୁ ବିପଦ ରେ ମଧ୍ୟ୍ୟ ପକାଉଥିଲେ ଏହି ମନମାନି କରୁଥିବା ଡ୍ରାଇଭର ମାନେ । ନିଜେ କେବେବି ଯାତ୍ରୀଙ୍କ ପ୍ରତି ସହାନୁଭୂତି ପ୍ରଦର୍ଶନ କରିନଥିବା ଏହି ଡ୍ରାଇଭରମାନେ ଆଜି ନିଜ ସ୍ୱାର୍ଥ ପାଇଁ ରାସ୍ତାକୁ ଓହ୍ଲାଇବାବେଳେ ଜନସାଧାରଣ ସେମାନଙ୍କ ଦୁଃଖ ବୁଝିବାକୁ ପ୍ରସ୍ତୁତ ନୁହଁନ୍ତି ।

ସେବାକୁ ବ୍ୟବସାୟିକ ଠକେଇ ଓ ଗୁଣ୍ଡାଗିରି ରେ ପରିଣତ କରିଥିବା କିଛି ଚାଳକଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଜରୁରୀ ଥିଲା, ଯାହା ଦ୍ୱାରା ଆଗାମୀ ଦିନରେ ଯାତ୍ରୀମାନେ ନିର୍ଭୟରେ ଓ ସୁରକ୍ଷିତ ଭାବେ ଯାତ୍ରା କରିପାରିବେ । ଆଶା ଏଥିରୁ ସମସ୍ତେ କିଛି ଶିକ୍ଷା ଲାଭ କରିବେ ।

Related Posts

ଅନ୍ଧାରରେ ଓଡ଼ିଶା ସ୍କୁଲ

ପିନ୍ ବାର୍ତ୍ତା: ରାଜ୍ୟରେ ଶିକ୍ଷା ବ୍ୟବସ୍ଥାର ଆଧୁନିକୀକରଣ, ସ୍ମାର୍ଟ ଶ୍ରେଣୀଗୃହ ଏବଂ ଭିତ୍ତିଭୂମିର ବିକାଶ ନେଇ ବଡ଼ ବଡ଼ ଦାବି କରାଯାଉଥିବା ବେଳେ ବାସ୍ତବ ଚିତ୍ର କିନ୍ତୁ ସମ୍ପୂର୍ଣ୍ଣ ଭିନ୍ନ । ବକେୟା ବିଦ୍ୟୁତ୍‌ ବିଲ୍‌ ପୈଠ ନ ହୋଇପାରିବା କାରଣରୁ…

‘ସ୍ୱାଧୀନ’ ଲିକୁ ଭରସାରେ ଓଡ଼ିଶା ବିଜେପି

ପିନ୍ ବାର୍ତ୍ତା: ଯାଜପୁର ଜିଲ୍ଲା ଧର୍ମଶାଳାର ସ୍ୱାଧୀନ ବିଧାୟକ ହିମାଂଶୁ ଶେଖର ସାହୁ (ଲିକୁ) ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ବିଜେପିର ଜଣେ ସକ୍ରିୟ ନେତା ଭାବେ ଅଞ୍ଚଳରେ ଦଳୀୟ ସଙ୍ଗଠନକୁ ସୁଦୃଢ଼ କରିବାରେ ବଡ଼ ଭୂମିକା ଗ୍ରହଣ କରିଥିଲେ ।…

Leave a Reply

Your email address will not be published. Required fields are marked *

You Missed

ଅନ୍ଧାରରେ ଓଡ଼ିଶା ସ୍କୁଲ

ଅନ୍ଧାରରେ ଓଡ଼ିଶା ସ୍କୁଲ

‘ସ୍ୱାଧୀନ’ ଲିକୁ ଭରସାରେ ଓଡ଼ିଶା ବିଜେପି

‘ସ୍ୱାଧୀନ’ ଲିକୁ ଭରସାରେ ଓଡ଼ିଶା ବିଜେପି

ମେକାନିକଙ୍କ ସୁରକ୍ଷା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବ୍ରହ୍ମପୁର ସାଂସଦ ପ୍ରଦୀପ ପାଣିଗ୍ରାହୀ

ମେକାନିକଙ୍କ ସୁରକ୍ଷା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବ୍ରହ୍ମପୁର ସାଂସଦ ପ୍ରଦୀପ ପାଣିଗ୍ରାହୀ

ଅଦାଲତରେ ମାମଲା ସତ୍ତ୍ୱେ ବାଲଡାରେ ଡ୍ରୋନ ସର୍ଭେ; ଆଦାନୀ ଟିମ୍‌କୁ ଘେରିଲେ ଗ୍ରାମବାସୀ

ଅଦାଲତରେ ମାମଲା ସତ୍ତ୍ୱେ ବାଲଡାରେ ଡ୍ରୋନ ସର୍ଭେ; ଆଦାନୀ ଟିମ୍‌କୁ ଘେରିଲେ ଗ୍ରାମବାସୀ

“No Works in Odisha”: କଥା ବେଶୀ, କାମ କମ୍; RKD ପାଇଁ କାହିଁକି ଏ ଦରଦ?

“No Works in Odisha”: କଥା ବେଶୀ, କାମ କମ୍; RKD ପାଇଁ କାହିଁକି ଏ ଦରଦ?

ବଣ୍ଡା ଜନଜାତିଙ୍କ ବିକାଶ ପାଇଁ ପ୍ରୟାସ

ବଣ୍ଡା ଜନଜାତିଙ୍କ ବିକାଶ ପାଇଁ ପ୍ରୟାସ