ତ୍ରାହି ତ୍ରାହି ଡାକିଲେଣି ଅନୁପ୍ରବେଶକାରୀ

ଭାରତର ସମସ୍ତ ରାଜ୍ୟରୁ ଖୋଜି ଖୋଜି ଅନୁପ୍ରବେଶକାରୀଙ୍କୁ ବିଦା କରାଯାଉଛି । ଅନୁପ୍ରବେଶକାରୀ ମୁକ୍ତ ହେବ ଭାରତ । କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଏଥିପାଇଁ ଜୋରଦାର ପ୍ରୟାସ ଆରମ୍ଭ କରିଛନ୍ତି । ତାଙ୍କୁ ଏଥିରେ ସାହାଯ୍ୟ କରୁଛନ୍ତି ଶୁଭେନ୍ଦୁ ଅଧିକାରୀ ଓ ହିମନ୍ତ ବିଶ୍ୱ ଶର୍ମା । ଶୁଭେନ୍ଦୁ ମୁଖ୍ୟମନ୍ତ୍ରୀ ଦାୟିତ୍ୱ ନେବା ପରଠାରୁ ବେଙ୍ଗଲରୁ ବାଂଲାଦେଶୀଙ୍କୁ ବିଦା କରୁଥିବା ବେଳେ ହିମନ୍ତ ମଧ୍ୟ କାର୍ଯ୍ୟାନୁଷ୍ଠାନ ନେଉଛନ୍ତି । ଆସାମରୁ ହିମନ୍ତ ବାଂଲାଦେଶୀଙ୍କୁ ନେଇ ସିଧା ବର୍ଡରରେ ଛାଡି ଆସୁଛନ୍ତି । ବେଙ୍ଗଲରେ ଶୁଭେନ୍ଦୁ ମଧ୍ୟ ଏହି ପ୍ରକ୍ରିୟା ଆରମ୍ଭ କରିବେ । ତେଣୁ ଭୟରେ ଅନୁପ୍ରବେଶକାରୀ ତ୍ରାହି ତ୍ରାହି ଡାକିଲେଣି ।

ସୀମା ସୁରକ୍ଷାକୁ ଅଧିକ ମଜବୁତ କରିବା ପାଇଁ ଭାରତ ଦ୍ରୁତ ଗତିରେ ବୈଷୟିକ ଜ୍ଞାନକୌଶଳ ଆପଣାଉଛି । ପାକିସ୍ତାନ ଓ ବାଂଲାଦେଶ ସୀମାରେ ଅତ୍ୟାଧୁନିକ କ୍ୟାମେରା, ରାଡାର, ସେନ୍ସର, ସର୍ଭିଲାନ୍ସ ଟୁଲ୍ ଏବଂ ରିଅଲ୍-ଟାଇମ୍ ମନିଟରିଂ ସିଷ୍ଟମ୍ ଭଳି ଭିତ୍ତିଭୂମି ପ୍ରସ୍ତୁତ କରାଯାଉଛି । ଚଳିତ ବର୍ଷ ମଧ୍ୟରେ ଉଭୟ ଅନ୍ତର୍ଜାତୀୟ ସୀମାରେ ବଡ଼ଧରଣର ସ୍ମାର୍ଟ ଫେନ୍ସିଂ (କଣ୍ଟାତାର ବାଡ଼) ଏବଂ ଇଣ୍ଟିଗ୍ରେଟେଡ୍ ବର୍ଡର ମ୍ୟାନେଜମେଣ୍ଟ ସିଷ୍ଟମ୍ କାର୍ଯ୍ୟକାରୀ କରିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି । ଜମି ଅଧିଗ୍ରହଣ କାର୍ଯ୍ୟ ଦ୍ରୁତ ଗତିରେ ଚାଲିଛି ଏବଂ ପଶ୍ଚିମବଙ୍ଗ ସରକାର ପ୍ରକଳ୍ପ ପାଇଁ ଆବଶ୍ୟକ ଜମି ଯୋଗାଇ ଦେଇଛନ୍ତି ବୋଲି ଅମିତ ଶାହ କହିଛନ୍ତି । ଖୁବଶୀଘ୍ର ସମସ୍ତ ଅନୁପ୍ରବେଶକାରୀଙ୍କୁ ବିଦା କରାଯିବ ।

  • Related Posts

    ଦିଲ୍ଲୀପ ରାୟଙ୍କ ପ୍ରଶ୍ନର ଉତ୍ତର; ଦେଶରେ ବଢ଼ୁଛି ମଧୁମେହ, ମୋଟାପଣ ଓ ହାଇପର ଟେନ୍‌ସନ୍‌: କେନ୍ଦ୍ର ସ୍ୱାସ୍ଥ୍ୟ ରାଷ୍ଟ୍ରମନ୍ତ୍ରୀ

    ପିନ୍ମ ବାର୍ତ୍ତା: ମଧୁମେହ, ମୋଟାପଣ ଓ ଅତ୍ୟାଧିକ ମାନସିକ ଚାପ ବୃଦ୍ଧି ପାଇବାରେ ଲାଗିଛି । ଗ୍ରାମାଞ୍ଚଳ ତୁଳନାରେ ସହରାଞ୍ଚଳରେ ଏହି ସମସ୍ୟା ଅଧିକ । ରାଜ୍ୟସଭାରେ ସାଂସଦ ଦିଲ୍ଲୀପ ରାୟଙ୍କ ଏକ ପ୍ରଶ୍ନର ଉତ୍ତରରେ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର…

    ଜେନ ଜି ଙ୍କ ସମର୍ଥନରେ ଆରଏସଏସ ମୁଖ୍ୟ ମୋହନ ଭାଗବତ

    ପିନ୍ ବାର୍ତ୍ତା: ଆରଏସଏସ (RSS) ମୁଖ୍ୟ ମୋହନ ଭାଗବତ ଜେନ୍ ଜି ଙ୍କ ସପକ୍ଷ ରେ । ମୁମ୍ବାଇରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଜେନ ଜି ଙ୍କୁ କରିଛନ୍ତି ଭୂରି ଭୂରି ପ୍ରଶଂସା । ସେ ଯୋଗ ଦେଇଥିବା ଏକ ସ୍ୱତନ୍ତ୍ର…

    Leave a Reply

    Your email address will not be published. Required fields are marked *

    You Missed

    ଅନ୍ଧାରରେ ଓଡ଼ିଶା ସ୍କୁଲ

    ଅନ୍ଧାରରେ ଓଡ଼ିଶା ସ୍କୁଲ

    ‘ସ୍ୱାଧୀନ’ ଲିକୁ ଭରସାରେ ଓଡ଼ିଶା ବିଜେପି

    ‘ସ୍ୱାଧୀନ’ ଲିକୁ ଭରସାରେ ଓଡ଼ିଶା ବିଜେପି

    ମେକାନିକଙ୍କ ସୁରକ୍ଷା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବ୍ରହ୍ମପୁର ସାଂସଦ ପ୍ରଦୀପ ପାଣିଗ୍ରାହୀ

    ମେକାନିକଙ୍କ ସୁରକ୍ଷା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବ୍ରହ୍ମପୁର ସାଂସଦ ପ୍ରଦୀପ ପାଣିଗ୍ରାହୀ

    ଅଦାଲତରେ ମାମଲା ସତ୍ତ୍ୱେ ବାଲଡାରେ ଡ୍ରୋନ ସର୍ଭେ; ଆଦାନୀ ଟିମ୍‌କୁ ଘେରିଲେ ଗ୍ରାମବାସୀ

    ଅଦାଲତରେ ମାମଲା ସତ୍ତ୍ୱେ ବାଲଡାରେ ଡ୍ରୋନ ସର୍ଭେ; ଆଦାନୀ ଟିମ୍‌କୁ ଘେରିଲେ ଗ୍ରାମବାସୀ

    “No Works in Odisha”: କଥା ବେଶୀ, କାମ କମ୍; RKD ପାଇଁ କାହିଁକି ଏ ଦରଦ?

    “No Works in Odisha”: କଥା ବେଶୀ, କାମ କମ୍; RKD ପାଇଁ କାହିଁକି ଏ ଦରଦ?

    ବଣ୍ଡା ଜନଜାତିଙ୍କ ବିକାଶ ପାଇଁ ପ୍ରୟାସ

    ବଣ୍ଡା ଜନଜାତିଙ୍କ ବିକାଶ ପାଇଁ ପ୍ରୟାସ