ହିମନ୍ତ ଓ ଶୁଭେନ୍ଦୁ – ମୋଦିଙ୍କ ପୂର୍ବୋଦୟର ଯୋଦ୍ଧା

ବିଜେପିର ଅଙ୍ଗ, ବଙ୍ଗ, କଳିଙ୍ଗ ଦଖଲ ସ୍ବପ୍ନ ସାକାର ହୋଇଛି । ଇତିମଧ୍ୟରେ ନରେନ୍ଦ୍ର ମୋଦିଙ୍କ ପୂର୍ବୋଦୟର ଯୋଦ୍ଧା ସାଜିଛନ୍ତି ହିମନ୍ତ ବିଶ୍ୱ ଶର୍ମା ଓ ଶୁଭେନ୍ଦୁ ଅଧିକାରୀ । ଉତ୍ତର-ପୂର୍ବରେ ହିମନ୍ତ ଓ ବେଙ୍ଗଲରେ ଶୁଭେନ୍ଦୁ ବିଜେପିର ମଙ୍ଗ ଧରିଛନ୍ତି । ଆସାମରେ ବିଜେପିର ହ୍ୟାଟ୍ରିକ ବିଜୟ ହୋଇଥିବା ବେଳେ ବେଙ୍ଗଲ ଦଖଲ ଶୁଭେନ୍ଦୁଙ୍କ ଯୋଗୁଁ ସମ୍ଭବ ହୋଇପାରିଛି । ଉଭୟ ହିନ୍ଦୁ ଭୋଟ ହାତେଇବାରେ ସଫଳ ହୋଇଥିବା ବେଳେ ସଂଖ୍ୟାଲଘୁ ଭୋଟକୁ ସମ୍ପୂର୍ଣ୍ଣ ଭାଙ୍ଗି ଦେଇଛନ୍ତି । ଉଭୟ ପୂର୍ବୋଦୟ ଦଖଲରେ ମୋଦିଙ୍କ ସାରଥୀ ସାଜିଛନ୍ତି ।

ସଦ୍ୟସମାପ୍ତ ଆସାମ ବିଧାନସଭା ନିର୍ବାଚନରେ ଏନଡିଏ ମେଣ୍ଟର ବିପୁଳ ବିଜୟ ପରେ ଲଗାତାର ଦ୍ବିତୀୟ ଥର ପାଇଁ ହିମନ୍ତ ବିଶ୍ୱଶର୍ମା ଆସାମର ମୁଖ୍ୟମନ୍ତ୍ରୀ ହୋଇଛନ୍ତି । ୧୨୬ ସଦସ୍ୟ ବିଶିଷ୍ଟ ଆସାମ ବିଧାନସଭାରେ ଦୁଇ-ତୃତୀୟାଂଶ ସଂଖ୍ୟା ଗରିଷ୍ଠତା ହାସଲ କରି ବିଜେପି ନେତୃତ୍ୱାଧୀନ ଏନଡିଏ ଲଗାତାର ତୃତୀୟ ଥର ପାଇଁ କ୍ଷମତାକୁ ଫେରିଛି । ହିମନ୍ତ ସ୍ପଷ୍ଟ ଭାବରେ କହିଥିଲେ ଯେ, ତାଙ୍କର ପ୍ରଥମ କାର୍ଯ୍ୟକାଳ କେବଳ ଏକ ଟ୍ରେଲର ଥିଲା, ଏବେ ଆସାମ ବିକାଶର ସମ୍ପୂର୍ଣ୍ଣ ଚିତ୍ର ଦେଖିବ ।

ହିମନ୍ତ ବିଶ୍ୱଶର୍ମା ନିଜ ରାଜନୈତିକ ଜୀବନ ଏକ ଛାତ୍ର ନେତା ଭାବେ ଆରମ୍ଭ କରିଥିଲେ । ୨୦୦୧ରୁ ୨୦୧୫ପର୍ଯ୍ୟନ୍ତ ତରୁଣ ଗୋଗୋଇଙ୍କ ସରକାର ସମୟରେ କ୍ୟାବିନେଟ ମନ୍ତ୍ରୀ ରହିଥିଲେ । ୨୦୧୫ରେ କଂଗ୍ରେସ ଛାଡି ବିଜେପିରେ ସାମିଲ ହୋଇଥିଲେ । କାରଣ ତାଙ୍କ ଭଳି ଜଣେ ହେଭିୱେଟ ନେତାଙ୍କୁ କଂଗ୍ରେସ ରଖିପାରିଲାନି । ଯେଉଁଦିନଠୁ ସେ ବିଜେପିକୁ ଆସିଲେ, ତାଙ୍କ ରଣନୀତିରେ ଉତ୍ତର-ପୂର୍ବକୁ ସମ୍ପୂର୍ଣ୍ଣ ନିଜ ଅକ୍ତିଆରରେ ରଖିବାକୁ ପ୍ରୟାସ ଆରମ୍ଭ କରିଦେଇଥିଲେ । ସେ ଜଣେ ଦକ୍ଷ ସଂଗଠକ ଓ ତୃଣମୂଳସ୍ତରରୁ ହିଁ ସଂଗଠନ ସଜାଡ଼ିବା ଉପରେ ଧ୍ୟାନ ଦିଅନ୍ତି । ତାଙ୍କ କୌଶଳ ଯୋଗୁଁ କେବଳ ଆସାମ ନୁହେଁ, ପୂରା ଉତ୍ତର-ପୂର୍ବରେ ବିଜେପିର ପତିଆରା ବଢିବାକୁ ଲାଗିଲା । ୨୦୨୧ରେ ଆସାମରେ ବିଜେପିର ବଡ଼ ବିଜୟ ପରେ ହିମନ୍ତ ମୁଖ୍ୟମନ୍ତ୍ରୀ ହୋଇଥିଲେ । ବର୍ତ୍ତମାନ ପୁଣି ସେ ମୁଖ୍ୟମନ୍ତ୍ରୀ ଭାବେ କାର୍ଯ୍ୟଭାର ହାତକୁ ନେଇଛନ୍ତି।

ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନର ଫଳାଫଳ ପରେ ସାରା ଦେଶରେ ଯଦି କୌଣସି ଗୋଟିଏ ନାମ ସବୁଠାରୁ ଅଧିକ ଚର୍ଚ୍ଚାରେ ରହିଛି, ସେ ହେଉଛନ୍ତି ଶୁଭେନ୍ଦୁ ଅଧିକାରୀ । ଯିଏ ଦିନେ ମମତା ବାନାର୍ଜୀଙ୍କୁ ମୁଖ୍ୟମନ୍ତ୍ରୀ ପଦରେ ବସାଇବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇଥିଲେ, ଆଜି ସେହି ବ୍ୟକ୍ତି ହିଁ ତାଙ୍କୁ କ୍ଷମତାରୁ ହଟାଇବାରେ ମୁଖ୍ୟ ଭୂମିକା ଗ୍ରହଣ କରିଛନ୍ତି । କେବଳ ସେତିକି ନୁହେଁ, ଶୁଭେନ୍ଦୁ ଅଧିକାରୀ ଏଥର ନନ୍ଦିଗ୍ରାମ ସହିତ ମମତା ବାନାର୍ଜୀଙ୍କ ଗଡ଼ ଭବାନୀପୁରରୁ ମଧ୍ୟ ବିଜୟୀ ହୋଇ ଐତିହାସିକ ରେକର୍ଡ ସୃଷ୍ଟି କରିଛନ୍ତି । ୨୦୨୬ ନିର୍ବାଚନରେ ତାଙ୍କ ପାଇଁ ‘କର ବା ମର’ ପରିସ୍ଥିତି ସୃଷ୍ଟି କରିଥିଲା । ସେ ଏଥର ଗୋଟିଏ ନୁହେଁ, ଦୁଇଟି ଆସନ—ନନ୍ଦିଗ୍ରାମ ଓ ଭବାନୀପୁରରୁ ନିର୍ବାଚନ ଲଢ଼ିଥିଲେ । ନନ୍ଦିଗ୍ରାମରେ ସେ ଟିଏମସି ପ୍ରାର୍ଥୀ ପବିତ୍ର କର ଓ ଭବାନୀପୁରରେ ମମତା ବାନାର୍ଜୀଙ୍କୁ ବିପୁଳ ଭୋଟରେ ପରାସ୍ତ କରି ବେଙ୍ଗଲ ରାଜନୀତିର ଏକ ପ୍ରଭାବଶାଳୀ ନେତା ଭାବେ ନିଜ ସ୍ଥାନକୁ ଆହୁରି ସୁଦୃଢ଼ କରିଛନ୍ତି ।

ସୂଚନାଯୋଗ୍ୟ, ୨୦୨୦ ମସିହାରେ ମମତା ବାନାର୍ଜୀ ଏବଂ ଅଭିଷେକ ବାନାର୍ଜୀଙ୍କ ସହ ମତଭେଦ ପରେ ସେ ଟିଏମସି ଛାଡିଥିଲେ। ପରେ ୨୦୨୧ ବିଧାନସଭା ନିର୍ବାଚନ ପୂର୍ବରୁ ସେ ବିଜେପିରେ ଯୋଗଦେଇଥିଲେ । ବେଙ୍ଗଲ ଭୋଟରଙ୍କ ମଧ୍ୟରେ ବିଜେପିର ସ୍ଥିତି ସୁଦୃଢ଼ କରିବା ପାଇଁ ସେ ଦୀର୍ଘଦିନ ଧରି ସକ୍ରିୟ ଭାବେ କାମ କରିଥିଲେ । ସେ ନିଜକୁ ହିନ୍ଦୁତ୍ୱ ରାଜନୀତିର ଏକ ପ୍ରମୁଖ ଚେହେରା ଭାବେ ପ୍ରତିଷ୍ଠିତ କରିଥିଲେ ।

Related Posts

ଦିଲ୍ଲୀପ ରାୟଙ୍କ ପ୍ରଶ୍ନର ଉତ୍ତର; ଦେଶରେ ବଢ଼ୁଛି ମଧୁମେହ, ମୋଟାପଣ ଓ ହାଇପର ଟେନ୍‌ସନ୍‌: କେନ୍ଦ୍ର ସ୍ୱାସ୍ଥ୍ୟ ରାଷ୍ଟ୍ରମନ୍ତ୍ରୀ

ପିନ୍ମ ବାର୍ତ୍ତା: ମଧୁମେହ, ମୋଟାପଣ ଓ ଅତ୍ୟାଧିକ ମାନସିକ ଚାପ ବୃଦ୍ଧି ପାଇବାରେ ଲାଗିଛି । ଗ୍ରାମାଞ୍ଚଳ ତୁଳନାରେ ସହରାଞ୍ଚଳରେ ଏହି ସମସ୍ୟା ଅଧିକ । ରାଜ୍ୟସଭାରେ ସାଂସଦ ଦିଲ୍ଲୀପ ରାୟଙ୍କ ଏକ ପ୍ରଶ୍ନର ଉତ୍ତରରେ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର…

ଜେନ ଜି ଙ୍କ ସମର୍ଥନରେ ଆରଏସଏସ ମୁଖ୍ୟ ମୋହନ ଭାଗବତ

ପିନ୍ ବାର୍ତ୍ତା: ଆରଏସଏସ (RSS) ମୁଖ୍ୟ ମୋହନ ଭାଗବତ ଜେନ୍ ଜି ଙ୍କ ସପକ୍ଷ ରେ । ମୁମ୍ବାଇରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଜେନ ଜି ଙ୍କୁ କରିଛନ୍ତି ଭୂରି ଭୂରି ପ୍ରଶଂସା । ସେ ଯୋଗ ଦେଇଥିବା ଏକ ସ୍ୱତନ୍ତ୍ର…

Leave a Reply

Your email address will not be published. Required fields are marked *

You Missed

ଅନ୍ଧାରରେ ଓଡ଼ିଶା ସ୍କୁଲ

ଅନ୍ଧାରରେ ଓଡ଼ିଶା ସ୍କୁଲ

‘ସ୍ୱାଧୀନ’ ଲିକୁ ଭରସାରେ ଓଡ଼ିଶା ବିଜେପି

‘ସ୍ୱାଧୀନ’ ଲିକୁ ଭରସାରେ ଓଡ଼ିଶା ବିଜେପି

ମେକାନିକଙ୍କ ସୁରକ୍ଷା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବ୍ରହ୍ମପୁର ସାଂସଦ ପ୍ରଦୀପ ପାଣିଗ୍ରାହୀ

ମେକାନିକଙ୍କ ସୁରକ୍ଷା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବ୍ରହ୍ମପୁର ସାଂସଦ ପ୍ରଦୀପ ପାଣିଗ୍ରାହୀ

ଅଦାଲତରେ ମାମଲା ସତ୍ତ୍ୱେ ବାଲଡାରେ ଡ୍ରୋନ ସର୍ଭେ; ଆଦାନୀ ଟିମ୍‌କୁ ଘେରିଲେ ଗ୍ରାମବାସୀ

ଅଦାଲତରେ ମାମଲା ସତ୍ତ୍ୱେ ବାଲଡାରେ ଡ୍ରୋନ ସର୍ଭେ; ଆଦାନୀ ଟିମ୍‌କୁ ଘେରିଲେ ଗ୍ରାମବାସୀ

“No Works in Odisha”: କଥା ବେଶୀ, କାମ କମ୍; RKD ପାଇଁ କାହିଁକି ଏ ଦରଦ?

“No Works in Odisha”: କଥା ବେଶୀ, କାମ କମ୍; RKD ପାଇଁ କାହିଁକି ଏ ଦରଦ?

ବଣ୍ଡା ଜନଜାତିଙ୍କ ବିକାଶ ପାଇଁ ପ୍ରୟାସ

ବଣ୍ଡା ଜନଜାତିଙ୍କ ବିକାଶ ପାଇଁ ପ୍ରୟାସ