ସିବିଏସଇ କାର୍ଯ୍ୟାଳୟ ସମ୍ମୁଖରେ ଏଆଇଏସ୍ଏଫ୍ ର ବିକ୍ଷୋଭ; ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବୀ

ଅଖିଳ ଭାରତ ଛାତ୍ର ସଂଘ (ଏଆଇଏସ୍ଏଫ୍) ର ଜାତୀୟ ଆହ୍ୱାନ କ୍ରମେ ଆଜି ଭୁବନେଶ୍ୱରସ୍ଥିତ ସିବିଏସଇ ଜୋନାଲ କାର୍ଯ୍ୟାଳୟ ସମ୍ମୁଖରେ ଏଆଇଏସ୍ଏଫ୍ ପକ୍ଷରୁ ସିବିଏସଇ ର On-Screen ମୂଲ୍ୟାଙ୍କନ (OSM) ବ୍ୟବସ୍ଥାରେ ଘଟିଥିବା ଗୁରୁତର ତ୍ରୁଟି ପାଇଁ ପ୍ରଭାବିତ ୧୭ ଲକ୍ଷ ଛାତ୍ରଛାତ୍ରୀଙ୍କୁ ନ୍ୟାୟ ପ୍ରଦାନ ପାଇଁ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ଦେଶବ୍ୟାପୀ ପରୀକ୍ଷା ଦୁର୍ନୀତି ଏବଂ ଶିକ୍ଷା ବ୍ୟବସ୍ଥାରେ ବଢ଼ି ଚାଲିଥିବା ଅବ୍ୟବସ୍ଥା ବିରୋଧରେ ଛାତ୍ରଛାତ୍ରୀମାନେ ପ୍ରତିବାଦ କରି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବି କରିଥିଲେ। ମୂଲ୍ୟାଙ୍କନରେ ତ୍ରୁଟି କେବଳ ଏକ ବୈଷୟିକ ତ୍ରୁଟି ନୁହେଁ, ବରଂ ଛାତ୍ରଛାତ୍ରୀଙ୍କ ପରିଶ୍ରମ ଓ ଭବିଷ୍ୟତ ପ୍ରତି ଏକ ଘୋର ଅବହେଳା। ଚଳିତବର୍ଷ ନିଟ୍, ୟୁଜିସି-ନେଟ୍, ସିୟୁଇଟି, ଜେଇଇ ଆଡଭାନ୍ସ୍, ଏସ୍ଏସସି ଜିଡି ଆଦି ଅନେକ ପରୀକ୍ଷାରେ ଘଟିଥିବା ପ୍ରଶ୍ନପତ୍ର ଲିକ୍, ପରୀକ୍ଷା ବାତିଲ ଓ ପ୍ରଶାସନିକ ବିଫଳତା ଦେଶର ଶିକ୍ଷା ବ୍ୟବସ୍ଥା ଓ ସରକାରଙ୍କ ଅପାରଗତାକୁ ପଦାରେ ପକାଇଛି।
ଟେଣ୍ଡର ପ୍ରକ୍ରିୟା, ମୂଲ୍ୟାଙ୍କନ ବ୍ୟବସ୍ଥା ଏବଂ ବେସରକାରୀ ସଂସ୍ଥାଙ୍କ ଭୂମିକା ସମ୍ପର୍କରେ ଯେଉଁ ପ୍ରଶ୍ନ ଉଠିଛି, ସରକାର ଓ ସିବିଏସଇ ସେଥିରେ ସ୍ପଷ୍ଟ ଉତ୍ତର ଦେବାରେ ବିଫଳ। ମାତ୍ର ପ୍ରଶ୍ନ କରୁଥିବା ଛାତ୍ରଛାତ୍ରୀଙ୍କୁ ପାକିସ୍ତାନୀ, ଡିପ୍ ଷ୍ଟେଟ୍ ଏଜେଣ୍ଟ ଓ ଦେଶ ବିରୋଧୀ କହିବା ଅତ୍ୟନ୍ତ ନିନ୍ଦନୀୟ। ସିବିଏସଇ ର ମୂଲ୍ୟାଙ୍କନ ବ୍ୟବସ୍ଥାରେ ଛାତ୍ରଛାତ୍ରୀମାନେ ଟଙ୍କା ପ୍ରଦାନ କରି ନିଜ ଉତ୍ତରଖାତାର ସ୍କାନ୍ କପି ସଂଗ୍ରହ କରିଥିଲେ ମଧ୍ୟ ଅନେକ କ୍ଷେତ୍ରରେ ସେହି କପିଗୁଡ଼ିକ ଅସ୍ପଷ୍ଟ ଥିଲା। ଏପରିକି ସାଧାରଣ ମୋବାଇଲ ଫୋନ୍ ର କ୍ୟାମେରାରେ ପିଲାଙ୍କ ପରୀକ୍ଷା ଖାତା ସ୍କାନ୍ ହୋଇଥିବାର ଜଣାପଡ଼ିଲା। ତ୍ରୁଟିକୁ ସଂଶୋଧନ କରିବା ପରିବର୍ତ୍ତେ ତାହାକୁ ଉଜାଗର କରିଥିବା ଛାତ୍ରଛାତ୍ରୀଙ୍କୁ ଭୟଭୀତ କରାଇବା ଗଣତାନ୍ତ୍ରିକ ମୂଲ୍ୟବୋଧ ଓ ଛାତ୍ର ଅଧିକାର ଉପରେ ଆକ୍ରମଣ।

ଏଆଇଏସ୍ଏଫ୍ ଦାବି କରୁଛି:
୧. ନୈତିକ ଦାୟିତ୍ୱ ଗ୍ରହଣ କରି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ତୁରନ୍ତ ଇସ୍ତଫା ଦିଅନ୍ତୁ,
୨. OSM ତ୍ରୁଟିର ସମ୍ପୂର୍ଣ୍ଣ ତଦନ୍ତ କରାଯାଉ ଓ ଦାୟୀ ଅଧିକାରୀଙ୍କୁ ବଦଳି ନୁହେଁ, ତାଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯାଉ।
୩. ପରୀକ୍ଷା ଦୁର୍ନୀତି ଓ ମୂଲ୍ୟାଙ୍କନ ସମ୍ପର୍କିତ ସମସ୍ତ ଅଭିଯୋଗର ନିରପେକ୍ଷ ନ୍ୟାୟିକ ତଦନ୍ତ କରାଯାଉ।
୪. ପରୀକ୍ଷା ବ୍ୟବସ୍ଥାର ବିକେନ୍ଦ୍ରୀକରଣ କରି ଦୁର୍ନୀତି ଉପରେ ରୋକ ଲଗାଯାଉ।
୫. ଏକ ସ୍ବଚ୍ଛ ପରୀକ୍ଷା ବ୍ୟବସ୍ଥା ସୁନିଶ୍ଚିତ କରାଯାଉ।

ନଚେତ୍ ଏହି ଆନ୍ଦୋଳନ ଦେଶବ୍ୟାପୀ ତୀବ୍ରତର ହେବ ଏବଂ ଏକ ଭ୍ରଷ୍ଟ ଓ ଦୁର୍ନୀତିଗ୍ରସ୍ତ ସରକାର ବିରୋଧରେ ଛାତ୍ର ସମାଜ ରାସ୍ତାକୁ ଓହ୍ଲାଇବ ବୋଲି ଛାତ୍ର ସଂଘର ସଭାପତି ସଙ୍ଘମିତ୍ରା ଜେନା ଚେତାବନୀ ଦେଇଛନ୍ତି । ଏହି ବିକ୍ଷୋଭରେ ଏଆଇଏସ୍ଏଫ୍ ର ରାଜ୍ୟ ସଭାପତି ସଙ୍ଘମିତ୍ରା ଜେନା, ଅବିନାଶ ବିଶ୍ବାଳ, ଅଭିଷେକ ପଣ୍ଡା, ଗାୟତ୍ରୀ ଓଝା, ସାଗର ପ୍ରଧାନ, ସତ୍ୟଜିତ ସାହୁ ପ୍ରମୁଖ ଉପସ୍ଥିତ ଥିଲେ

Related Posts

ଅନ୍ଧାରରେ ଓଡ଼ିଶା ସ୍କୁଲ

ପିନ୍ ବାର୍ତ୍ତା: ରାଜ୍ୟରେ ଶିକ୍ଷା ବ୍ୟବସ୍ଥାର ଆଧୁନିକୀକରଣ, ସ୍ମାର୍ଟ ଶ୍ରେଣୀଗୃହ ଏବଂ ଭିତ୍ତିଭୂମିର ବିକାଶ ନେଇ ବଡ଼ ବଡ଼ ଦାବି କରାଯାଉଥିବା ବେଳେ ବାସ୍ତବ ଚିତ୍ର କିନ୍ତୁ ସମ୍ପୂର୍ଣ୍ଣ ଭିନ୍ନ । ବକେୟା ବିଦ୍ୟୁତ୍‌ ବିଲ୍‌ ପୈଠ ନ ହୋଇପାରିବା କାରଣରୁ…

‘ସ୍ୱାଧୀନ’ ଲିକୁ ଭରସାରେ ଓଡ଼ିଶା ବିଜେପି

ପିନ୍ ବାର୍ତ୍ତା: ଯାଜପୁର ଜିଲ୍ଲା ଧର୍ମଶାଳାର ସ୍ୱାଧୀନ ବିଧାୟକ ହିମାଂଶୁ ଶେଖର ସାହୁ (ଲିକୁ) ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ବିଜେପିର ଜଣେ ସକ୍ରିୟ ନେତା ଭାବେ ଅଞ୍ଚଳରେ ଦଳୀୟ ସଙ୍ଗଠନକୁ ସୁଦୃଢ଼ କରିବାରେ ବଡ଼ ଭୂମିକା ଗ୍ରହଣ କରିଥିଲେ ।…

Leave a Reply

Your email address will not be published. Required fields are marked *

You Missed

ଅନ୍ଧାରରେ ଓଡ଼ିଶା ସ୍କୁଲ

ଅନ୍ଧାରରେ ଓଡ଼ିଶା ସ୍କୁଲ

‘ସ୍ୱାଧୀନ’ ଲିକୁ ଭରସାରେ ଓଡ଼ିଶା ବିଜେପି

‘ସ୍ୱାଧୀନ’ ଲିକୁ ଭରସାରେ ଓଡ଼ିଶା ବିଜେପି

ମେକାନିକଙ୍କ ସୁରକ୍ଷା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବ୍ରହ୍ମପୁର ସାଂସଦ ପ୍ରଦୀପ ପାଣିଗ୍ରାହୀ

ମେକାନିକଙ୍କ ସୁରକ୍ଷା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବ୍ରହ୍ମପୁର ସାଂସଦ ପ୍ରଦୀପ ପାଣିଗ୍ରାହୀ

ଅଦାଲତରେ ମାମଲା ସତ୍ତ୍ୱେ ବାଲଡାରେ ଡ୍ରୋନ ସର୍ଭେ; ଆଦାନୀ ଟିମ୍‌କୁ ଘେରିଲେ ଗ୍ରାମବାସୀ

ଅଦାଲତରେ ମାମଲା ସତ୍ତ୍ୱେ ବାଲଡାରେ ଡ୍ରୋନ ସର୍ଭେ; ଆଦାନୀ ଟିମ୍‌କୁ ଘେରିଲେ ଗ୍ରାମବାସୀ

“No Works in Odisha”: କଥା ବେଶୀ, କାମ କମ୍; RKD ପାଇଁ କାହିଁକି ଏ ଦରଦ?

“No Works in Odisha”: କଥା ବେଶୀ, କାମ କମ୍; RKD ପାଇଁ କାହିଁକି ଏ ଦରଦ?

ବଣ୍ଡା ଜନଜାତିଙ୍କ ବିକାଶ ପାଇଁ ପ୍ରୟାସ

ବଣ୍ଡା ଜନଜାତିଙ୍କ ବିକାଶ ପାଇଁ ପ୍ରୟାସ