ଜେନ ଜି ଙ୍କ ସମର୍ଥନରେ ଆରଏସଏସ ମୁଖ୍ୟ ମୋହନ ଭାଗବତ

ପିନ୍ ବାର୍ତ୍ତା: ଆରଏସଏସ (RSS) ମୁଖ୍ୟ ମୋହନ ଭାଗବତ ଜେନ୍ ଜି ଙ୍କ ସପକ୍ଷ ରେ । ମୁମ୍ବାଇରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଜେନ ଜି ଙ୍କୁ କରିଛନ୍ତି ଭୂରି ଭୂରି ପ୍ରଶଂସା । ସେ ଯୋଗ ଦେଇଥିବା ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ରେ ଯୁବପିଢ଼ିଙ୍କୁ ସମ୍ବୋଧନ କରି ଗଣତନ୍ତ୍ର, ସମାଜ ଏବଂ ପରିବାର ମଧ୍ୟରେ ପରିବର୍ତ୍ତିତ ସମ୍ପର୍କକୁ ନେଇ ଏକ ବଡ଼ ଏବଂ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ଦେଇଛନ୍ତି । ସେ ସ୍ପଷ୍ଟ ଶବ୍ଦରେ କହିଛନ୍ତି ଯେ ଗଣତନ୍ତ୍ରରେ ପ୍ରତିବାଦ ଏବଂ ଆନ୍ଦୋଳନ ହେଉଛି ପରସ୍ପର ମଧ୍ୟରେ ଆଲୋଚନା ଓ ସହମତିରେ ପହଞ୍ଚିବାର ଏକ ବୈଧ ମାଧ୍ୟମ । ଜେନ୍ ଜି (Gen Z) ମାନଙ୍କର ପ୍ରତିବାଦ କୌଣସି ପ୍ରକାରେ ଦେଶବିରୋଧୀ ନୁହେଁ ଏବଂ ସେମାନଙ୍କର ଅଭିଯୋଗଗୁଡ଼ିକ ସମ୍ପୂର୍ଣ୍ଣ ଯଥାର୍ଥ ଅଟେ । କୌଣସି ବିଷୟରେ ମତଭେଦ ରଖିବା କଦାପି ଦେଶଦ୍ରୋହ ର ସଙ୍କେତ ନୁହେଁ ।

ଆରଏସଏସ ମୁଖ୍ୟ ଜେନ୍ ଜି ଏବଂ ଜେନ୍ ଆଲଫା ଛାତ୍ରଛାତ୍ରୀମାନଙ୍କ ସମାବେଶକୁ ସମ୍ବୋଧିତ କରି କହିଛନ୍ତି ଯେ, ଆମ ଗଣତନ୍ତ୍ରରେ ପ୍ରତିବାଦ ବ୍ୟକ୍ତ କରିବା ମଧ୍ୟ କଥାବାର୍ତ୍ତା କିମ୍ବା ଆଲୋଚନାର ଏକ ମାଧ୍ୟମ, ଯାହା ସହିତ ସେ ବୁଝାଇଥିଲେ ଯେ ଆନ୍ଦୋଳନଗୁଡ଼ିକ ବିଭାଜନ ସୃଷ୍ଟି କରିବା ପରିବର୍ତ୍ତେ ବ୍ୟବସ୍ଥାର ସୁଧାର ପାଇଁ ଉଦ୍ଦିଷ୍ଟ ହେବା ଉଚିତ । ଯୁବ ପ୍ରତିଭାଗୀମାନଙ୍କ ପ୍ରଶ୍ନର ଉତ୍ତର ଦେଇ ଭାଗବତ କହିଛନ୍ତି ଯେ ଆଜିର ପିଢ଼ି ଯୁକ୍ତିଯୁକ୍ତ ଉତ୍ତର ଏବଂ ଅର୍ଥପୂର୍ଣ୍ଣ ଆଲୋଚନା ଚାହାଁନ୍ତି । ପେଲେଟ୍ ଗନ୍ ଅଭିଯୋଗ ଉପରେ ମତ ଦେଇ ସେ କହିଛନ୍ତି, “ମୁଁ ତଥ୍ୟ ଜାଣି ନାହିଁ, କିନ୍ତୁ ମୁଁ ଜେନ୍ ଜି (Gen Z) ଙ୍କ ଉପରେ ଆଖି ବନ୍ଦ କରି ଭରସା କରିବି ।” ସେ ଆହୁରି ମଧ୍ୟ କହିଛନ୍ତି ଯେ ଜେନ୍ ଜି ଏବଂ ଜେନ୍ ଆଲଫା ପୁରୁଣା ପିଢ଼ିର ଲୋକଙ୍କ ତୁଳନାରେ ଅଧିକ ଦେଶଭକ୍ତ ଅଟନ୍ତି ଏବଂ ଆମକୁ ସେମାନଙ୍କ କଥା ଶୁଣିବା ଉଚିତ । ସେ ଡଃ ବି.ଆର୍. ଆମ୍ବେଦକରଙ୍କ ଗଣତାନ୍ତ୍ରିକ ଆଲୋଚନାର ଦୂରଦୃଷ୍ଟିକୁ ସ୍ମରଣ କରି ସାମ୍ବିଧାନିକ ପଦ୍ଧତି, ସହମତି ନିର୍ମାଣ ଏବଂ ବିଚାର-ବିମର୍ଶର ଗୁରୁତ୍ୱ ଉପରେ ମଧ୍ୟ୍ୟ ମତ ରଖିଛନ୍ତି ।

ସଂରକ୍ଷଣ ସମ୍ପର୍କରେ ମୋହନ ଭାଗବତ କହିଛନ୍ତି ଯେ ସଂରକ୍ଷଣ ଜାରି ରହିବ, ଏବଂ ଯେଉଁମାନେ ଏହାର ଲାଭ ପାଇସାରିଛନ୍ତି, ସେମାନେ ଅନ୍ୟମାନଙ୍କୁ ସୁଯୋଗ ଦେବା ପାଇଁ ଏହାକୁ ତ୍ୟାଗ କରିବା ଉଚିତ । ବର୍ତ୍ତମାନର ନୂତନ ଯୁବପିଢ଼ି ଅର୍ଥାତ ଜେନ ଜି ଏବଂ ଜେନ ଆଲଫା କୌଣସି ଜିନିଷକୁ ଅନ୍ଧ ଭାବରେ ଗ୍ରହଣ କରନ୍ତି ନାହିଁ । ତେଣୁ ସେମାନଙ୍କ ଉପରେ ଜୋର ଜବରଦସ୍ତ ନିଜ ନିଷ୍ପତ୍ତି ଲଦିବା କିମ୍ବା ସେମାନଙ୍କଠାରୁ ଅନ୍ଧ ଆଜ୍ଞାବହତା ଆଶା କରିବା ସମ୍ପୂର୍ଣ୍ଣ ଭୁଲ ଅଟେ ।

ଭାଗବତ ଦର୍ଶାଇଛନ୍ତି ଯେ ଆଜିର ଯୁବପିଢ଼ିଙ୍କ ପ୍ରଶ୍ନ, ଜିଜ୍ଞାସା ଓ ଅସନ୍ତୋଷ ବ୍ୟକ୍ତ କରିବା ପଛରେ ଯଥାର୍ଥ ଏବଂ ବାସ୍ତବ କାରଣ ରହିଛି । ପରିବାର ମଧ୍ୟରେ ବାପା ମାଆମାନେ ପୁରୁଣା ଏକଛତ୍ରବାଦୀ ଶାସନ ଶୈଳୀ ଚିନ୍ତାଧାରାକୁ ସମ୍ପୂର୍ଣ୍ଣ ଛାଡ଼ି ପିଲାମାନଙ୍କ ସହ ଖୋଲାଖୋଲି, ବନ୍ଧୁତ୍ୱପୂର୍ଣ୍ଣ ଏବଂ ଧୈର୍ଯ୍ୟର ସହ କଥାବାର୍ତ୍ତା କରିବା ଉଚିତ, ମିଶିବା ଉଚିତ୍ । ସେମାନଙ୍କୁ କେବଳ ଆଦେଶ ନଦେଇ ସ୍ନେହ ଓ ସଠିକ ଯୁକ୍ତି ସହ ସବୁ ବିଷୟ ବୁଝାଇବା ଆବଶ୍ୟକ । ସୋସିଆଲ ମିଡିଆ ବ୍ୟବହାର ଉପରେ ସମ୍ପୂର୍ଣ୍ଣ ପ୍ରତିବନ୍ଧକ ଲଗାଇବା ପରିବର୍ତ୍ତେ ଯୁବପିଢ଼ି ନିଜେ ନିଜେ ଶୃଙ୍ଖଳିତ ଏବଂ ସତର୍କ ହେବା ଦରକାର । ଭାଗବତ ଯୁବପିଢ଼ିଙ୍କ ସାମାଜିକ ଉଦ୍ଦେଶ୍ୟ ଉପରେ ସମ୍ପୂର୍ଣ୍ଣ ବିଶ୍ୱାସ ପ୍ରକଟ କରି କହିଛନ୍ତି ଯେ ସେମାନଙ୍କ ମନରେ ସମାଜର ମଙ୍ଗଳ ଓ କଲ୍ୟାଣ ପାଇଁ ପ୍ରକୃତ ସାଧୁତା ଓ ଇଚ୍ଛା ରହିଛି ।

Related Posts

ଦିଲ୍ଲୀପ ରାୟଙ୍କ ପ୍ରଶ୍ନର ଉତ୍ତର; ଦେଶରେ ବଢ଼ୁଛି ମଧୁମେହ, ମୋଟାପଣ ଓ ହାଇପର ଟେନ୍‌ସନ୍‌: କେନ୍ଦ୍ର ସ୍ୱାସ୍ଥ୍ୟ ରାଷ୍ଟ୍ରମନ୍ତ୍ରୀ

ପିନ୍ମ ବାର୍ତ୍ତା: ମଧୁମେହ, ମୋଟାପଣ ଓ ଅତ୍ୟାଧିକ ମାନସିକ ଚାପ ବୃଦ୍ଧି ପାଇବାରେ ଲାଗିଛି । ଗ୍ରାମାଞ୍ଚଳ ତୁଳନାରେ ସହରାଞ୍ଚଳରେ ଏହି ସମସ୍ୟା ଅଧିକ । ରାଜ୍ୟସଭାରେ ସାଂସଦ ଦିଲ୍ଲୀପ ରାୟଙ୍କ ଏକ ପ୍ରଶ୍ନର ଉତ୍ତରରେ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର…

ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାରେ ଓଡିଶାରୁ ଉପକୃତ ହେଉଛନ୍ତି ୩.୨୧ କୋଟିରୁ ଅଧିକ

ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାରେ ଏବେ ଦେଶର ପ୍ରାୟ ୮୦ କୋଟି ଲୋକ ଉପକୃତ ହେଉଛନ୍ତି ଏବଂ ଏଥିଲାଗି ଚଳିତ ଆର୍ଥିକ ବର୍ଷରେ କେନ୍ଦ୍ର ସରକାର ଖାଦ୍ୟ ସବସିଡ୍ ବାବଦରେ ୨,୨୭,୭୩୯ କୋଟି ୯୬ଲକ୍ଷ ଟଙ୍କା ବିଭିନ୍ନ ରାଜ୍ୟ, କେନ୍ଦ୍ରଶାସିତ…

Leave a Reply

Your email address will not be published. Required fields are marked *

You Missed

ଅନ୍ଧାରରେ ଓଡ଼ିଶା ସ୍କୁଲ

ଅନ୍ଧାରରେ ଓଡ଼ିଶା ସ୍କୁଲ

‘ସ୍ୱାଧୀନ’ ଲିକୁ ଭରସାରେ ଓଡ଼ିଶା ବିଜେପି

‘ସ୍ୱାଧୀନ’ ଲିକୁ ଭରସାରେ ଓଡ଼ିଶା ବିଜେପି

ମେକାନିକଙ୍କ ସୁରକ୍ଷା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବ୍ରହ୍ମପୁର ସାଂସଦ ପ୍ରଦୀପ ପାଣିଗ୍ରାହୀ

ମେକାନିକଙ୍କ ସୁରକ୍ଷା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବ୍ରହ୍ମପୁର ସାଂସଦ ପ୍ରଦୀପ ପାଣିଗ୍ରାହୀ

ଅଦାଲତରେ ମାମଲା ସତ୍ତ୍ୱେ ବାଲଡାରେ ଡ୍ରୋନ ସର୍ଭେ; ଆଦାନୀ ଟିମ୍‌କୁ ଘେରିଲେ ଗ୍ରାମବାସୀ

ଅଦାଲତରେ ମାମଲା ସତ୍ତ୍ୱେ ବାଲଡାରେ ଡ୍ରୋନ ସର୍ଭେ; ଆଦାନୀ ଟିମ୍‌କୁ ଘେରିଲେ ଗ୍ରାମବାସୀ

“No Works in Odisha”: କଥା ବେଶୀ, କାମ କମ୍; RKD ପାଇଁ କାହିଁକି ଏ ଦରଦ?

“No Works in Odisha”: କଥା ବେଶୀ, କାମ କମ୍; RKD ପାଇଁ କାହିଁକି ଏ ଦରଦ?

ବଣ୍ଡା ଜନଜାତିଙ୍କ ବିକାଶ ପାଇଁ ପ୍ରୟାସ

ବଣ୍ଡା ଜନଜାତିଙ୍କ ବିକାଶ ପାଇଁ ପ୍ରୟାସ