ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାରେ ଓଡିଶାରୁ ଉପକୃତ ହେଉଛନ୍ତି ୩.୨୧ କୋଟିରୁ ଅଧିକ

ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାରେ ଏବେ ଦେଶର ପ୍ରାୟ ୮୦ କୋଟି ଲୋକ ଉପକୃତ ହେଉଛନ୍ତି ଏବଂ ଏଥିଲାଗି ଚଳିତ ଆର୍ଥିକ ବର୍ଷରେ କେନ୍ଦ୍ର ସରକାର ଖାଦ୍ୟ ସବସିଡ୍ ବାବଦରେ ୨,୨୭,୭୩୯ କୋଟି ୯୬ଲକ୍ଷ ଟଙ୍କା ବିଭିନ୍ନ ରାଜ୍ୟ, କେନ୍ଦ୍ରଶାସିତ ଅଞ୍ଚଳ ଏବଂ ଭାରତୀୟ ଖାଦ୍ୟ ନିଗମକୁ ପ୍ରଦାନ କରୁଛନ୍ତି । ରାଜ୍ୟସଭାରେ ସାଂସଦ ଦିଲ୍ଲୀପ ରାୟଙ୍କ ଏକ ପ୍ରଶ୍ନର ଉତ୍ତରରେ ଖାଉଟି କଲ୍ୟାଣ ବିଭାଗ ରାଷ୍ଟ୍ରମନ୍ତ୍ରୀ ନିମୁ ବେନ୍ ଜୟନ୍ତୀଭାଇ ବାମ୍ଭାନିୟା ଏହି ସୂଚନା ଦେଇଛନ୍ତି ।

ସରକାରଙ୍କ ପକ୍ଷରୁ କୁହାଯାଇଛି ଯେ କୋଭିଡ ପରେ ଦେଶରେ ଆର୍ଥିକ ବ୍ୟବସ୍ଥା ଖରାପ ହୋଇଯାଇଥିବାବେଳେ ଗରିବ ଲୋକେ ନାହିଁ ନଥିବା ଦୁର୍ଦ୍ଦଶାର ସମ୍ମୁଖୀନ ହେଉଥିଲେ । ଏହାକୁ ଆଖ‌ିଆଗରେ ରଖି ୨୦୨୦ ଏପ୍ରିଲ ମାସରେ କେନ୍ଦ୍ର ସରକାର ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା ଆରମ୍ଭ କରିଥିଲେ । ଗତ ଆର୍ଥିକ ବର୍ଷରେ ଏଥିପାଇଁ ୨ଲକ୍ଷ ୨୭ ହଜାର କୋଟି ଟଙ୍କାରୁ ଅଧିକ ଅର୍ଥ କେନ୍ଦ୍ର ସରକାରଙ୍କୁ ବହନ କରିବାକୁ ପଡିଥିଲା ।

ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାରେ ହିତାଧିକାରୀମାନଙ୍କୁ ମୁଣ୍ଡପିଛା ୫କିଲୋ କରି ଚାଉଳ ବା ଗହମ ମାଗଣାରେ ଦିଆଯାଉଛି । ଏହାଛଡା ଅର୍ଯ୍ୟୋଦୟ ଅନ୍ନ ଯୋଜନାରେ ୪୬ଲକ୍ଷ ମେଟ୍ରିକ ଟନ୍ ରୁ ଅଧିକ ଖାଦ୍ୟ ଶସ୍ୟ ମଧ୍ୟ ମୁଣ୍ଡପିଛା ୩୫କିଲୋ ହିସାବରେ ହିତାଧିକାରୀମାନଙ୍କୁ ବଣ୍ଟନ କରାଯାଉଛି ।

ଦିଲ୍ଲୀପ ରାୟଙ୍କ ପ୍ରଶ୍ନର ଉତ୍ତରରେ ସରକାରଙ୍କ ପକ୍ଷରୁ ଯେଉଁ ତଥ୍ୟ ଦିଆଯାଇଛି ସେଥିରେ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାରେ ଓଡିଶାରେ ୩,୨୧,୯୩,୦୫୯ ଜଣ ଉପକୃତ ହେଉଥିବାବେଳେ ପଶ୍ଚିମବଙ୍ଗରେ ୬କୋଟିରୁ ଅଧିକ, ଉତ୍ତରପ୍ରଦେଶରେ ୧୪କୋଟିରୁ ଅଧ‌ିକ, ତେଲେଙ୍ଗାନାରେ ପାଖପାଖୁ ୨କୋଟି, ତାମିଲନାଡୁରେ ସାଢେ ୩କୋଟିରୁ ଅଧିକ, ରାଜସ୍ଥାନରେ ୪କୋଟିରୁ ଅଧିକ, ପଞ୍ଜାବରେ ପାଖପାଖି ଦେଢ କୋଟି, ମହାରାଷ୍ଟ୍ରରେ ୬କୋଟିରୁ ଅଧିକ, ମଧ୍ୟପ୍ରଦେଶରେ ୫କୋଟିରୁ ଅଧିକ, କର୍ଣ୍ଣାଟକରେ ୪କୋଟିରୁ ଅଧିକ, ଗୁଜୁରାଟରେ ୩କୋଟିରୁ ଅଧିକ, ବିହାରରେ ୮କୋଟିରୁ ଅଧିକ, ଆସାମ ଓ ଆନ୍ଧ୍ରପ୍ରଦେଶରେ ୨କୋଟିରୁ ଅଧିକ କରି ଲୋକ ଉପକୃତ ହେଉଛନ୍ତି ।

ସେହିପରି ଅନ୍ତ୍ଯୋଦୟ ଯୋଜନାରେ ଓଡିଶାକୁ ବାର୍ଷିକ ୧ଲକ୍ଷ ୮୭ହଜାର ଟନ୍ ଖାଦ୍ୟଶସ୍ୟ ମିଳୁଥିବାବେଳେ ଉତ୍ତରପ୍ରଦେଶକୁ ୮ଲକ୍ଷ, ପଶ୍ଚିମବଙ୍ଗକୁ ୩ଲକ୍ଷ, ତାମିଲନାଡୁକୁ ୩ଲକ୍ଷ, ରାଜସ୍ଥାନ ୨ଲକ୍ଷ, ମହରାଷ୍ଟ୍ର ୩ଲକ୍ଷ, ବିହାର ସାଢେ ୪ଲକ୍ଷ ମେଟ୍ରିକ ଟନରୁ ଅଧିକ ଖାଦ୍ୟ ଶସ୍ୟ ପାଉଛନ୍ତି ।

ତେବେ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା ଓ ଅର୍ଯ୍ୟୋଦୟ ଯୋଜନାରେ ଅନ୍ୟ ବହୁ ରାଜ୍ୟ ପରି ଓଡିଶାକୁ ଚାଉଳ ସହିତ ଗହମ ଯୋଗାଇବାପାଇଁ ଦିଲ୍ଲୀପ ରାୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ସ୍ବାସ୍ଥ୍ୟଗତ କାରଣରୁ କେତେକ ଲୋକଙ୍କୁ ଭାତ ଖାଇବା ଉପରେ ପ୍ରତିବନ୍ଧକ ଥିବା ଦୃଷ୍ଟିରୁ ସେମାନଙ୍କ ଲାଗି ଗହମବ୍ୟବସ୍ଥା କରାଗଲେ ଲୋକେ ବେଶି ସଂଖ୍ୟାରେ ଉପକୃତ ହେବେ ବୋଲି ସେ କହିଛନ୍ତି ।

Related Posts

କାର୍ଗିଲ ସହିଦଙ୍କ ପରିବାରକୁ ୬୭୪ଟି ଚିଠି: ସହିଦଙ୍କ ସ୍ମୃତିରେ ରାଜ୍ୟସଭା ସାଂସଦ ସୁଜିତ କୁମାରଙ୍କ ନିଆରା ପ୍ରୟାସ

ଭବାନୀପାଟଣା, କାର୍ଗିଲ ବିଜୟ ଦିବସ ଅବସରରେ ଦେଶ ପାଇଁ ସର୍ବୋଚ୍ଚ ବଳିଦାନ ଦେଇଥିବା ୬୭୪ ଜଣ କାର୍ଗିଲ ସହିଦଙ୍କ ପରିବାର ପ୍ରତି କୃତଜ୍ଞତା, ସମ୍ମାନ ଓ ସମବେଦନା ଜଣାଇବା ପାଇଁ ରାଜ୍ୟସଭା ସାଂସଦ ଶ୍ରୀ ସୁଜିତ କୁମାର ଏକ ଅଭିନବ ପଦକ୍ଷେପ…

ଧର୍ମେନ୍ଦ୍ରଙ୍କ ଇସ୍ତଫା ନୁହେଁ ବିରୋଧୀଙ୍କ ବିଜୟ !

ସୁଦାମ ଶେଖର (ପିନ୍ ବାର୍ତ୍ତା): ଧର୍ମେନ୍ଦ୍ର ଶେଷରେ ଇସ୍ତଫା ଦେଲେ । ସିଜେପି ସହିତ ସମସ୍ତ ବିରୋଧୀ ଦଳ ଖୁସି ହେଇଗଲେ ସେମାନଙ୍କର ବିଜୟ ହେଇଗଲା ବୋଲି । ବାସ୍ତବ କଥା ହେଲା, ଧର୍ମେନ୍ଦ୍ର ପ୍ରଧାନ ଇସ୍ତଫା ଦେଇ ବିରୋଧୀ ଙ୍କୁ…

Leave a Reply

Your email address will not be published. Required fields are marked *

You Missed

ରଥଯାତ୍ରା ପରର ଆତ୍ମଚିନ୍ତନ

ରଥଯାତ୍ରା ପରର ଆତ୍ମଚିନ୍ତନ

ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାରେ ଓଡିଶାରୁ ଉପକୃତ ହେଉଛନ୍ତି ୩.୨୧ କୋଟିରୁ ଅଧିକ

ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାରେ ଓଡିଶାରୁ ଉପକୃତ ହେଉଛନ୍ତି ୩.୨୧ କୋଟିରୁ ଅଧିକ

‘ମୁଁ ଷ୍ଟ୍ରିଟ୍ ଫାଇଟର, ଏସି ରୁମ୍ ଆକ୍ଟିଭିଷ୍ଟ ନୁହେଁ’ : ଜୟରାମ ରମେଶଙ୍କୁ ଧର୍ମେନ୍ଦ୍ର ପ୍ରଧାନଙ୍କ ଜବାବ

‘ମୁଁ ଷ୍ଟ୍ରିଟ୍ ଫାଇଟର, ଏସି ରୁମ୍ ଆକ୍ଟିଭିଷ୍ଟ ନୁହେଁ’ : ଜୟରାମ ରମେଶଙ୍କୁ ଧର୍ମେନ୍ଦ୍ର ପ୍ରଧାନଙ୍କ ଜବାବ

ସ୍ୱାମୀ ଲକ୍ଷ୍ମଣାନନ୍ଦଙ୍କ ନାମରେ ନାମିତ ହେବ ଫୁଲବାଣୀ ସରକାରୀ ଭେଷଜ ମହାବିଦ୍ୟାଳୟ, ଜଲେଶପଟ୍ଟା ଆଶ୍ରମ ପାଇଁ ୧୩ କୋଟି ମଞ୍ଜୁର

ସ୍ୱାମୀ ଲକ୍ଷ୍ମଣାନନ୍ଦଙ୍କ ନାମରେ ନାମିତ ହେବ ଫୁଲବାଣୀ ସରକାରୀ ଭେଷଜ ମହାବିଦ୍ୟାଳୟ, ଜଲେଶପଟ୍ଟା ଆଶ୍ରମ ପାଇଁ ୧୩ କୋଟି ମଞ୍ଜୁର

ରାଉରକେଲା ବିମାନବନ୍ଦର ବିକାଶରେ କେନ୍ଦ୍ରର ୫୮.୯୬ କୋଟି ଟଙ୍କା ବ୍ୟୟ

ରାଉରକେଲା ବିମାନବନ୍ଦର ବିକାଶରେ କେନ୍ଦ୍ରର ୫୮.୯୬ କୋଟି ଟଙ୍କା ବ୍ୟୟ

ଜନ୍ତର ମନ୍ତର ରେ ସୁଯୋଗ ପାଇଲେ ଉଦ୍ଧତ ବାମପନ୍ଥୀ

ଜନ୍ତର ମନ୍ତର ରେ ସୁଯୋଗ ପାଇଲେ ଉଦ୍ଧତ ବାମପନ୍ଥୀ