ପୌଷ୍ଟିକତା ମୋହନ ସରକାରଙ୍କ ପ୍ରାଥମିକତା

ମୋହନ ମାଝୀ ସରକାରଙ୍କ ଅନେକ ପ୍ରଶଂସନୀୟ ନିଷ୍ପତ୍ତିଗୁଡିକ ମଧ୍ୟରୁ ସ୍କୁଲଗୁଡ଼ିକରେ ମଧ୍ୟାହ୍ନ ଭୋଜନରେ ଅଣ୍ଡା ପ୍ରଦାନ ବ୍ୟବସ୍ଥାକୁ ଜାରି ରଖିବା ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ । ତତ୍କାଳୀନ ବିଜେଡି ସରକାର ସମୟରେ ସ୍କୁଲ ମଧ୍ୟାହ୍ନ ଭୋଜନରେ ପିଲାମାନଙ୍କୁ ପୁଷ୍ଟିସାରଯୁକ୍ତ ଖାଦ୍ୟ ଯୋଗାଇଦେବା ଲକ୍ଷ୍ୟରେ ଅଣ୍ଡା ପ୍ରଦାନ କରାଯାଉଥିବା ବେଳେ ବିଜେପି ଓଡ଼ିଶାର ଶାସନଭାର ସମ୍ଭାଳିବା ପରେ ମୋହନ ସରକାର ମଧ୍ୟ ଏହି ବ୍ୟବସ୍ଥାକୁ ଅବ୍ୟାହତ ରଖିଛନ୍ତି । ମୋହନ ସରକାର ରାଜନୀତିଠାରୁ ଊର୍ଦ୍ଧ୍ୱରେ ରହି ଶିଶୁମାନଙ୍କ ପୌଷ୍ଟିକତାକୁ ପ୍ରାଥମିକତା ଦେଇଛନ୍ତି । ଅଣ୍ଡାରେ ମଧ୍ୟ ଭରପୂର ପ୍ରୋଟିନ ରହିଛି, ଯାହା ପିଲାମାନଙ୍କ ବୌଦ୍ଧିକ ଓ ଶାରୀରିକ ବିକାଶରେ ମଧ୍ୟ ବିଶେଷ ସହାୟକ ହେଉଛି ।

ବିଜେପି ସରକାର ବିଶେଷକରି ଧାର୍ମିକ ଭାବନା, ସାକାହାରୀ ହେବାକୁ ଅଧିକ ଗୁରୁତ୍ୱ ଦେଉଥିବାରୁ ଅନେକ ବିଜେପି ଶାସିତ ରାଜ୍ୟରେ ମଧ୍ୟାହ୍ନ ଭୋଜନରେ ଅଣ୍ଡା ପ୍ରଦାନ କରାଯାଉନାହିଁ । ଦେଶରେ ୧୪ଟି ଏହିଭଳି ରାଜ୍ୟ ରହିଛି ଯେଉଁଠି ପିଲାମାନଙ୍କୁ ପ୍ରୋଟିନଯୁକ୍ତ ଖାଦ୍ୟ ଭାବେ ଅଣ୍ଡା ଦିଆଯାଉନାହିଁ ।ସେଥିମଧ୍ୟରୁ ୧୧ଟି ରାଜ୍ୟ ବିଜେପି ଶାସିତ । ପିଲାଙ୍କ ମଧ୍ୟାହ୍ନ ଭୋଜନରେ ଅଣ୍ଡା ବାଦ ରଖିଥିବା ବିଜେପି ଶାସିତ ରାଜ୍ୟଗୁଡିକ ହେଲା- ଉତ୍ତର ପ୍ରଦେଶ, ମଧ୍ୟ ପ୍ରଦେଶ, ଗୁଜରାଟ, ରାଜସ୍ଥାନ, ହରିୟାଣା, ଛତିଶଗଡ଼, ପଶ୍ଚିମବଙ୍ଗ, ଗୋଆ, ତ୍ରିପୁରା, ଅରୁଣାଚଳ ପ୍ରଦେଶ ଓ ମଣିପୁର । ହେଲେ ଆସାମ, ଓଡିଶା, ଉତ୍ତରାଖଣ୍ଡ, ବିହାର ଓ ମହାରାଷ୍ଟ୍ର ଭଳି ବିଜେପି ଶାସିତ ରାଜ୍ୟରେ ମଧ୍ୟାହ୍ନ ଭୋଜନରେ ଅଣ୍ଡା ପ୍ରଦାନ କରାଯାଉଛି । ଓଡ଼ିଶା ଅପପୁଷ୍ଟି ରୋକିବାରେ ମଧ୍ୟ ନୂଆ ରେକର୍ଡ ସୃଷ୍ଟି କରିଛି ।

ଲକ୍ଷାଧିକ ଛାତ୍ରଛାତ୍ରୀଙ୍କ ପାଇଁ ଅଣ୍ଡା ହେଉଛି ସୁଲଭ ଏବଂ ଭରସାଯୋଗ୍ୟ ପ୍ରୋଟିନର ଉତ୍ସ, ଯାହା ସେମାନଙ୍କ ଉନ୍ନତ ସ୍ୱାସ୍ଥ୍ୟ ଓ ଶୈକ୍ଷିକ ପ୍ରଣାଳୀରେ ସକାରାତ୍ମକ ପ୍ରଭାବ ପକାଇଥାଏ । ମୋହନ ସରକାର ଏହି ଆବଶ୍ୟକତାକୁ ଗୁରୁତ୍ୱ ଦେଇ ସ୍କୁଲ ମଧ୍ୟାହ୍ନ ଭୋଜନରେ ପିଲାମାନଙ୍କୁ ଅଣ୍ଡା ପ୍ରଦାନ ବ୍ୟବସ୍ଥାକୁ ଅବ୍ୟାହତ ରଖିଛନ୍ତି । ସୁଶାସନର ଅର୍ଥ କେବଳ ନୂଆ ଯୋଜନା ଘୋଷଣା କରିବା ନୁହେଁ; ବରଂ ସାଧାରଣ ଲୋକଙ୍କ କଲ୍ୟାଣରେ ଫଳପ୍ରଦ ସାବ୍ୟସ୍ତ ହୋଇଥିବା ଯୋଜନାଗୁଡ଼ିକୁ ଜାରି ରଖିବା । ମୋହନ ସରକାରଙ୍କ ଏହି ନିଷ୍ପତ୍ତି ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ ।

Related Posts

ଅନ୍ଧାରରେ ଓଡ଼ିଶା ସ୍କୁଲ

ପିନ୍ ବାର୍ତ୍ତା: ରାଜ୍ୟରେ ଶିକ୍ଷା ବ୍ୟବସ୍ଥାର ଆଧୁନିକୀକରଣ, ସ୍ମାର୍ଟ ଶ୍ରେଣୀଗୃହ ଏବଂ ଭିତ୍ତିଭୂମିର ବିକାଶ ନେଇ ବଡ଼ ବଡ଼ ଦାବି କରାଯାଉଥିବା ବେଳେ ବାସ୍ତବ ଚିତ୍ର କିନ୍ତୁ ସମ୍ପୂର୍ଣ୍ଣ ଭିନ୍ନ । ବକେୟା ବିଦ୍ୟୁତ୍‌ ବିଲ୍‌ ପୈଠ ନ ହୋଇପାରିବା କାରଣରୁ…

‘ସ୍ୱାଧୀନ’ ଲିକୁ ଭରସାରେ ଓଡ଼ିଶା ବିଜେପି

ପିନ୍ ବାର୍ତ୍ତା: ଯାଜପୁର ଜିଲ୍ଲା ଧର୍ମଶାଳାର ସ୍ୱାଧୀନ ବିଧାୟକ ହିମାଂଶୁ ଶେଖର ସାହୁ (ଲିକୁ) ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ବିଜେପିର ଜଣେ ସକ୍ରିୟ ନେତା ଭାବେ ଅଞ୍ଚଳରେ ଦଳୀୟ ସଙ୍ଗଠନକୁ ସୁଦୃଢ଼ କରିବାରେ ବଡ଼ ଭୂମିକା ଗ୍ରହଣ କରିଥିଲେ ।…

Leave a Reply

Your email address will not be published. Required fields are marked *

You Missed

ଅନ୍ଧାରରେ ଓଡ଼ିଶା ସ୍କୁଲ

ଅନ୍ଧାରରେ ଓଡ଼ିଶା ସ୍କୁଲ

‘ସ୍ୱାଧୀନ’ ଲିକୁ ଭରସାରେ ଓଡ଼ିଶା ବିଜେପି

‘ସ୍ୱାଧୀନ’ ଲିକୁ ଭରସାରେ ଓଡ଼ିଶା ବିଜେପି

ମେକାନିକଙ୍କ ସୁରକ୍ଷା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବ୍ରହ୍ମପୁର ସାଂସଦ ପ୍ରଦୀପ ପାଣିଗ୍ରାହୀ

ମେକାନିକଙ୍କ ସୁରକ୍ଷା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବ୍ରହ୍ମପୁର ସାଂସଦ ପ୍ରଦୀପ ପାଣିଗ୍ରାହୀ

ଅଦାଲତରେ ମାମଲା ସତ୍ତ୍ୱେ ବାଲଡାରେ ଡ୍ରୋନ ସର୍ଭେ; ଆଦାନୀ ଟିମ୍‌କୁ ଘେରିଲେ ଗ୍ରାମବାସୀ

ଅଦାଲତରେ ମାମଲା ସତ୍ତ୍ୱେ ବାଲଡାରେ ଡ୍ରୋନ ସର୍ଭେ; ଆଦାନୀ ଟିମ୍‌କୁ ଘେରିଲେ ଗ୍ରାମବାସୀ

“No Works in Odisha”: କଥା ବେଶୀ, କାମ କମ୍; RKD ପାଇଁ କାହିଁକି ଏ ଦରଦ?

“No Works in Odisha”: କଥା ବେଶୀ, କାମ କମ୍; RKD ପାଇଁ କାହିଁକି ଏ ଦରଦ?

ବଣ୍ଡା ଜନଜାତିଙ୍କ ବିକାଶ ପାଇଁ ପ୍ରୟାସ

ବଣ୍ଡା ଜନଜାତିଙ୍କ ବିକାଶ ପାଇଁ ପ୍ରୟାସ