କାର୍ଗିଲ ସହିଦଙ୍କ ପରିବାରକୁ ୬୭୪ଟି ଚିଠି: ସହିଦଙ୍କ ସ୍ମୃତିରେ ରାଜ୍ୟସଭା ସାଂସଦ ସୁଜିତ କୁମାରଙ୍କ ନିଆରା ପ୍ରୟାସ

ଭବାନୀପାଟଣା, କାର୍ଗିଲ ବିଜୟ ଦିବସ ଅବସରରେ ଦେଶ ପାଇଁ ସର୍ବୋଚ୍ଚ ବଳିଦାନ ଦେଇଥିବା ୬୭୪ ଜଣ କାର୍ଗିଲ ସହିଦଙ୍କ ପରିବାର ପ୍ରତି କୃତଜ୍ଞତା, ସମ୍ମାନ ଓ ସମବେଦନା ଜଣାଇବା ପାଇଁ ରାଜ୍ୟସଭା ସାଂସଦ ଶ୍ରୀ ସୁଜିତ କୁମାର ଏକ ଅଭିନବ ପଦକ୍ଷେପ ଗ୍ରହଣ କରିଛନ୍ତି। ତାଙ୍କ ପ୍ରୟାସରେ କଳାହାଣ୍ଡି ଜିଲ୍ଲାର ବିଭିନ୍ନ ସରକାରୀ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ କାର୍ଗିଲ ସହିଦଙ୍କ ପରିବାରଙ୍କ ଉଦ୍ଦେଶ୍ୟରେ ୬୭୪ଟି ହସ୍ତଲିଖିତ ଚିଠି ଲେଖିଛନ୍ତି।

ଆସନ୍ତା ୨୬ ଜୁଲାଇରେ ସମଗ୍ର ଦେଶ କାର୍ଗିଲ ବିଜୟ ଦିବସ ପାଳନ କରିବାକୁ ଯାଉଥିବାବେଳେ, ଏହି ଅଭିଯାନ ମାଧ୍ୟମରେ ଛାତ୍ରଛାତ୍ରୀମାନେ ସହିଦଙ୍କ ବଳିଦାନକୁ ସ୍ମରଣ କରିବା ସହିତ ସେମାନଙ୍କ ପରିବାର ପ୍ରତି କୃତଜ୍ଞତା ଓ ସମ୍ମାନ ପ୍ରକାଶ କରିଛନ୍ତି। ଚିଠିଗୁଡ଼ିକ ଓଡ଼ିଆ, ହିନ୍ଦୀ ଓ ଇଂରାଜୀ ଭାଷାରେ ଲେଖାଯାଇଛି। ଏଭଳି ଏକ ଜାତୀୟ ଦାୟିତ୍ୱରେ ସାମିଲ ହୋଇପାରି ଛାତ୍ରଛାତ୍ରୀମାନେ ମଧ୍ୟ ଗର୍ବ ଓ ଆନନ୍ଦ ପ୍ରକାଶ କରିଛନ୍ତି।

ଏହି ଅବସରରେ ରାଜ୍ୟସଭା ସାଂସଦ ଶ୍ରୀ ସୁଜିତ କୁମାର କହିଛନ୍ତି, “କାର୍ଗିଲ ଯୁଦ୍ଧରେ ଦେଶ ପାଇଁ ସର୍ବୋଚ୍ଚ ବଳିଦାନ ଦେଇଥିବା ବୀର ସହିଦମାନଙ୍କ ସ୍ମୃତିକୁ ଆମେ ପ୍ରତିବର୍ଷ କାର୍ଗିଲ ବିଜୟ ଦିବସରେ ଶ୍ରଦ୍ଧାର ସହ ସ୍ମରଣ କରୁ। କିନ୍ତୁ ଯେଉଁ ପରିବାର ଦେଶ ପାଇଁ ନିଜ ପୁଅ, ସ୍ୱାମୀ କିମ୍ବା ଭାଇଙ୍କୁ ହରାଇଛନ୍ତି, ସେମାନଙ୍କ ପ୍ରତି କୃତଜ୍ଞତା ଓ ସମ୍ମାନ ପ୍ରକାଶ କରିବା ମଧ୍ୟ ଆମ ସମସ୍ତଙ୍କର ନୈତିକ ଦାୟିତ୍ୱ। ଛାତ୍ରଛାତ୍ରୀଙ୍କ ଏହି ଚିଠିଗୁଡ଼ିକ କେବଳ ଶବ୍ଦ ନୁହେଁ, ବରଂ ନୂତନ ପିଢ଼ିର ଶ୍ରଦ୍ଧା, କୃତଜ୍ଞତା ଓ ଜାତୀୟତାର ଭାବନାର ପ୍ରତିଫଳନ।”

ସାଂସଦଙ୍କ କାର୍ଯ୍ୟାଳୟ ପକ୍ଷରୁ ଏହି ଅଭିଯାନ ପାଇଁ ପୂର୍ବରୁ ବ୍ୟାପକ ପ୍ରସ୍ତୁତି କରାଯାଇଥିଲା। ଏଥିରେ ସାଂସଦଙ୍କ ପୋଷ୍ୟ ବିଦ୍ୟାଳୟ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ଭଟାଙ୍ଗପଦର; ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ସଗଡ଼ା ସମେତ କଳାହାଣ୍ଡି ଜିଲ୍ଲାର ; ପିଏମ୍ ଶ୍ରୀ ମ୍ୟୁନିସିପାଲ ସରକାରୀ ଉଚ୍ଚ ବିଦ୍ୟାଳୟ, ଭବାନୀପାଟଣା; ମାଣିକେଶ୍ୱରୀ ଉଚ୍ଚ ବିଦ୍ୟାଳୟ, ଭବାନୀପାଟଣା; ଏବଂ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ, ଭବାନୀପାଟଣାର ଛାତ୍ରଛାତ୍ରୀମାନେ ଉତ୍ସାହର ସହ ଅଂଶଗ୍ରହଣ କରିଥିଲେ।

ଏହି ନିଆରା ପ୍ରୟାସ ମାଧ୍ୟମରେ କେବଳ ସହିଦଙ୍କ ପରିବାର ପ୍ରତି ସମ୍ମାନ ପ୍ରକାଶ କରାଯାଇନାହିଁ, ବରଂ ନୂତନ ପିଢ଼ି ମନରେ ଦେଶପ୍ରେମ, କୃତଜ୍ଞତା ଓ ବଳିଦାନର ମୂଲ୍ୟବୋଧକୁ ମଧ୍ୟ ସୁଦୃଢ଼ କରିବାର ଏକ ସାର୍ଥକ ପ୍ରୟାସ କରାଯାଇଛି।

Related Posts

ଦିଲ୍ଲୀପ ରାୟଙ୍କ ପ୍ରଶ୍ନର ଉତ୍ତର; ଦେଶରେ ବଢ଼ୁଛି ମଧୁମେହ, ମୋଟାପଣ ଓ ହାଇପର ଟେନ୍‌ସନ୍‌: କେନ୍ଦ୍ର ସ୍ୱାସ୍ଥ୍ୟ ରାଷ୍ଟ୍ରମନ୍ତ୍ରୀ

ପିନ୍ମ ବାର୍ତ୍ତା: ମଧୁମେହ, ମୋଟାପଣ ଓ ଅତ୍ୟାଧିକ ମାନସିକ ଚାପ ବୃଦ୍ଧି ପାଇବାରେ ଲାଗିଛି । ଗ୍ରାମାଞ୍ଚଳ ତୁଳନାରେ ସହରାଞ୍ଚଳରେ ଏହି ସମସ୍ୟା ଅଧିକ । ରାଜ୍ୟସଭାରେ ସାଂସଦ ଦିଲ୍ଲୀପ ରାୟଙ୍କ ଏକ ପ୍ରଶ୍ନର ଉତ୍ତରରେ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର…

ଜେନ ଜି ଙ୍କ ସମର୍ଥନରେ ଆରଏସଏସ ମୁଖ୍ୟ ମୋହନ ଭାଗବତ

ପିନ୍ ବାର୍ତ୍ତା: ଆରଏସଏସ (RSS) ମୁଖ୍ୟ ମୋହନ ଭାଗବତ ଜେନ୍ ଜି ଙ୍କ ସପକ୍ଷ ରେ । ମୁମ୍ବାଇରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଜେନ ଜି ଙ୍କୁ କରିଛନ୍ତି ଭୂରି ଭୂରି ପ୍ରଶଂସା । ସେ ଯୋଗ ଦେଇଥିବା ଏକ ସ୍ୱତନ୍ତ୍ର…

Leave a Reply

Your email address will not be published. Required fields are marked *

You Missed

ଅନ୍ଧାରରେ ଓଡ଼ିଶା ସ୍କୁଲ

ଅନ୍ଧାରରେ ଓଡ଼ିଶା ସ୍କୁଲ

‘ସ୍ୱାଧୀନ’ ଲିକୁ ଭରସାରେ ଓଡ଼ିଶା ବିଜେପି

‘ସ୍ୱାଧୀନ’ ଲିକୁ ଭରସାରେ ଓଡ଼ିଶା ବିଜେପି

ମେକାନିକଙ୍କ ସୁରକ୍ଷା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବ୍ରହ୍ମପୁର ସାଂସଦ ପ୍ରଦୀପ ପାଣିଗ୍ରାହୀ

ମେକାନିକଙ୍କ ସୁରକ୍ଷା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବ୍ରହ୍ମପୁର ସାଂସଦ ପ୍ରଦୀପ ପାଣିଗ୍ରାହୀ

ଅଦାଲତରେ ମାମଲା ସତ୍ତ୍ୱେ ବାଲଡାରେ ଡ୍ରୋନ ସର୍ଭେ; ଆଦାନୀ ଟିମ୍‌କୁ ଘେରିଲେ ଗ୍ରାମବାସୀ

ଅଦାଲତରେ ମାମଲା ସତ୍ତ୍ୱେ ବାଲଡାରେ ଡ୍ରୋନ ସର୍ଭେ; ଆଦାନୀ ଟିମ୍‌କୁ ଘେରିଲେ ଗ୍ରାମବାସୀ

“No Works in Odisha”: କଥା ବେଶୀ, କାମ କମ୍; RKD ପାଇଁ କାହିଁକି ଏ ଦରଦ?

“No Works in Odisha”: କଥା ବେଶୀ, କାମ କମ୍; RKD ପାଇଁ କାହିଁକି ଏ ଦରଦ?

ବଣ୍ଡା ଜନଜାତିଙ୍କ ବିକାଶ ପାଇଁ ପ୍ରୟାସ

ବଣ୍ଡା ଜନଜାତିଙ୍କ ବିକାଶ ପାଇଁ ପ୍ରୟାସ