ଆଦିବାସୀଙ୍କ ଲଢ଼େଇ – ବାଲଡାରୁ ସିଜିମାଳି

ବାଲଡାରୁ ସିଜିମାଳି ପର୍ଯ୍ୟନ୍ତ ଆଦିବାସୀଙ୍କ ଲଢେଇ ଜାରି ରହିଛି । କୌଣସି ପରିସ୍ଥିତିରେ ବି ସେମାନେ ହାର ମାନି ନାହାନ୍ତି, ଦମ୍ଭର ସହ ସରକାର ଓ କମ୍ପାନୀ ବିରୁଦ୍ଧରେ ଛିଡା ହୋଇଛନ୍ତି । କୋରାପୁଟ ଜିଲ୍ଲା ନନ୍ଦପୁର ବ୍ଲକ ଅନ୍ତର୍ଗତ ବାଲଡା ପର୍ବତରେ ରାଜ୍ୟ ସରକାରଙ୍କ ପ୍ରସ୍ତାବିତ ଖଣି ଖନନକୁ ତୀବ୍ର ବିରୋଧ କରିବା ଅଦାନୀ ବିରୁଦ୍ଧରେ ମଧ୍ୟ ଲଢେଇ ଜାରି ରଖିଛନ୍ତି । ସେହିପରି ରାୟଗଡ଼ା ଜିଲ୍ଲା ସିଜିମାଳିରେ ଆଦିବାସୀଙ୍କ ଉପରେ ବେଦାନ୍ତ ଓ ମୈତ୍ରୀ କମ୍ପାନୀ ଅତ୍ୟାଚାର ସେମାନେ କଡ଼ା ବିରୋଧ କରିଛନ୍ତି । ଆଦିବାସୀଙ୍କ ପରିଚୟ, ସେମାନଙ୍କ ଜୀବନଜୀବିକା ପ୍ରଭାବିତ ହେବାକୁ ଥିବା ବେଳେ ଜଙ୍ଗଲ ଜମି କାହାକୁ ବି ଅକ୍ତିଆର କରିବାକୁ ଦେବେ ନାହିଁ ବୋଲି ଅଡ଼ି ବସିଛନ୍ତି । ସେହିପରି କୋରାପୁଟ ଜିଲ୍ଲା ସେରୁବନ୍ଧ ପାହାଡ଼ରେ ମଧ୍ୟ ଆଦିବାସୀମାନେ ଜୋରଦାର ବିରୋଧ କରୁଛନ୍ତି ।

କୋରାପୁଟ ଜିଲ୍ଲା ନନ୍ଦପୁର ବ୍ଲକ ଅନ୍ତର୍ଗତ ବାଲଡା ପର୍ବତରେ ରାଜ୍ୟ ସରକାରଙ୍କ ପ୍ରସ୍ତାବିତ ଖଣି ଖନନକୁ ଗତ କିଛି ମାସ ହେଲାଣି ବାଲଡା, କୁଲାବିର, ଭେଜା, ବାଡେଲ ଓ ଅତଣ୍ଡା ଆଦି ୧୨ ଗୋଟି ପଞ୍ଚାୟତବାସୀ ବିରୋଧ କରିଆସୁଛନ୍ତି । ଏହି ପଞ୍ଚାୟତବାସୀଙ୍କ ପ୍ରତିନିଧିତ୍ଵ କରୁଥିବା ନାଗେଶ୍ବରୀ ବନ ସୁରକ୍ଷା ସମିତି ପକ୍ଷରୁ କୋରାପୁଟ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଥିଲା । ଆନ୍ଦୋଳନକାରୀ ସ୍ଥାନୀୟ ବାସିନ୍ଦାଙ୍କ କହିବାନୁଯାୟୀ, ଏହି ପାହାଡ଼ ଉପରେ ଆଖପାଖର ୮ଟି ପଞ୍ଚାୟତବାସୀ ନିର୍ଭରଶୀଳ । ସେମାନେ ପାହାଡ଼ ଉପରେ ଅଧିଷ୍ଠିତ ମା’ ନାଗେଶ୍ଵରୀ ଠାକୁରାଣୀଙ୍କୁ ପୂଜାର୍ଚ୍ଚନା କରିଆସୁଛନ୍ତି । ପାହାଡ଼ ମଧ୍ୟରୁ କନ୍ଦା, ଫୁଲ, ଫଳମୂଳ ପ୍ରଭୃତି ସଂଗ୍ରହ କରି ସ୍ଥାନୀୟ ଲୋକେ ଜୀବନଜୀବିକା ନିର୍ବାହ କରୁଥିବା ବେଳେ କିଛି ଲୋକେ ତଳ ମୁଣ୍ଡରେ ଚାଷବାସ କରି ପରିବାର ଚଳାଉଛନ୍ତି । ତେବେ ସରକାର ଅଦାନୀକୁ ଅହେତୁକ ଅନୁକମ୍ପା ଦେଖାଇ ଖଣି ଖନନକୁ କାହିଁକି ଅନୁମତି ଦେଉଛନ୍ତି ବୋଲି ସ୍ଥାନୀୟ ଲୋକେ ପ୍ରଶ୍ନ କରିଛନ୍ତି ।

ଅନ୍ୟପକ୍ଷରେ ବାଲଡା ପାହାଡ଼ ଉପରେ ଥିବା ନାଗେଶ୍ୱରୀ ଗୁମ୍ଫାରେ ପ୍ରତିବର୍ଷ ଧୁମଧାମରେ ପାଳନ ହେଉଥିବା ନାଗେଶ୍ୱରୀ ଯାତ୍ରାକୁ ମଧ୍ୟ ଏବର୍ଷ ବନ୍ଦ କରିବାକୁ ଅଦାନୀ ଜୋରସୋରରେ ପ୍ରୟାସ କରିଥିଲେ । କିନ୍ତୁ ଆଦିବାସୀମାନେ ବର୍ଷ ବର୍ଷ ଧରି ଚାଲିଆସିଥିବା ସେମାନଙ୍କ ପରମ୍ପରା ଭାଙ୍ଗିବାକୁ ଦେଇନଥିଲେ । ସେମାନେ ରୀତିନୀତି ଅନୁଯାୟୀ ନାଗେଶ୍ୱରୀଙ୍କ ପୂଜା କରିବା ସହ ଯାତ୍ରା ମଧ୍ୟ କରିଥିଲେ । ଏପରିକି କମ୍ପାନୀ କଥାରେ ଜୟପୁର ରାଜା ମଧ୍ୟ ଯାତ୍ରାକୁ ଆସିପାରିବେ ନାହିଁ ମନା କରିଥିଲେ । ପରେ ଏଥିପାଇଁ ରାଜା ଅଞ୍ଚଳବାସୀଙ୍କୁ କ୍ଷମା ମଧ୍ୟ ମାଗିଥିଲେ ।

ସେହିପରି କିଛିଦିନ ତଳେ ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକ ସିଜିମାଳି ବକ୍ସାଇଟି ଖଣିକୁ ବେଦାନ୍ତ ପକ୍ଷରୁ ରାସ୍ତା ନିର୍ମାଣ ଉଦ୍ୟମ ଆରମ୍ଭ ହୋଇଥିବା ବେଳେ ସ୍ଥାନୀୟ ଗ୍ରାମବାସୀ କମ୍ପାନୀର ଏଭଳି କାର୍ଯ୍ୟକୁ ବିରୋଧ କରିଥିଲେ । ବେଦାନ୍ତ କମ୍ପାନୀ ଓ ପ୍ରଶାସନ ସିଜିମାଳି ଖଣିକୁ ରାସ୍ତା କରିବା ପାଇଁ ପଦକ୍ଷେପ ନେଉଥିବାରୁ ଲୋକେ ଭିଟାମାଟି ହରାଇବା ଭୟରେ ବିରୋଧ ଆରମ୍ଭ କରିଥିଲେ । ତେବେ ଉପଜିଲ୍ଲାପାଳ ଉକ୍ତ ଅଞ୍ଚଳରେ ବିଏନ୍‌ଏସ୍ଏସ ଧାରା ୧୬୩ ଲାଗୁ କରିଥିଲେ । ରାୟଗଡ଼ା ଜିଲ୍ଲାପାଳ ମଧ୍ୟ ଅଞ୍ଚଳବାସୀଙ୍କ ସହିତ ଆଲୋଚନା କରିବା ପରିବର୍ତ୍ତେ ସେମାନଙ୍କୁ ପଟ୍ଟା ମାଗିବା ଅତି ଦୁଃଖଦ ଘଟଣା ବୋଲି ସେମାନେ କହିଛନ୍ତି ।

ତଥାପି ଜୀବନକୁ ବାଜି ଲଗାଇ ନିଜ ଜମି ପାଇଁ ସିଜିମାଳି ପାହାଡ଼ର ସୁରକ୍ଷାରେ ପାରମ୍ପରିକ ଅସ୍ତ୍ରଶସ୍ତ୍ର ଧନୁତୀର, ଟାଙ୍ଗିଆ ଓ ଠେଙ୍ଗା ଆଦି ଧରି ରାସ୍ତା ନ କରାଇଦେବା ଲାଗି ୨୪ ଘଣ୍ଟା ଜଗି ବସିଛନ୍ତି । ଶାଗବାରି, କଣ୍ଟାମାଳ, ସରାମବାଇ, ବନ୍ତେଜି ସମେତ ପ୍ରାୟ ୮ରୁ ଉର୍ଦ୍ଧ୍ୱ ଗାଁର ଲୋକେ ଏଥିରେ ସାମିଲ ହୋଇଛନ୍ତି । ନିଜ ଜମିର ସୁରକ୍ଷା ପାଇଁ ଦେହରେ ଗୁଳି ଖାଇବୁ ହେଲେ ଜମି କମ୍ପାନୀକୁ ଦେବୁନାହିଁ ବୋଲି ଗ୍ରାମବାସୀ କହିଛନ୍ତି । ମିଥ୍ୟା ଆଶ୍ୱାସନା ଦେଖାଇ ଏଭଳି ଖଣି ଖନନ କରିବାକୁ ଆସିଲେ ଅଞ୍ଚଳବାସୀ ବିରୋଧ କରିବେ ବୋଲି ପାହାଡ଼ ପାଦଦେଶରେ ଜଗି ବସିଥିବା ମହିଳାମାନେ କହିଛନ୍ତି ।

ମିଛ ଗ୍ରାମସଭା କରି ମୃତ, ନାବାଳକ ଓ ଅନାମଧେୟ ଲୋକଙ୍କ ସ୍ଵାକ୍ଷର ନେଇ ସିଜିମାଳି ବକ୍ସାଇଟ ଖଣି ଖନନ କରିବାକୁ ବେଦାନ୍ତ ଓ ମୈତ୍ରୀ କମ୍ପାନୀର ମସୁଧା ଓ ନୂଆ ରେଳ ଲାଇନ ବିଛାଇ ଖଣିଜ ଦ୍ରବ୍ୟ ପରିବହନ କରିବାକୁ ସରକାରଙ୍କ ତତ୍ପରତା ଆଦିବାସୀ ମାନଙ୍କୁ ଦ୍ୱନ୍ଦ୍ୱରେ ପକାଇ ଦେଇଛି । ତେବେ ସରକାର ଓ ପ୍ରଶାସନ ସ୍ଥାନୀୟ ଲୋକଙ୍କୁ ସମର୍ଥନ କଲେ ହୁଏତ ଆଦିବାସୀମାନେ ସେମାନେ ଜୀବନଜୀବିକା ବଞ୍ଚାଇ ପାରିବେ ଓ ଭିଟାମାଟିକୁ ସୁରକ୍ଷା ଦେଇପାରିବେ । ଆଦିବାସୀ ମାନଙ୍କ ସ୍ୱାର୍ଥ, ସମ୍ମାନ ଓ ସୁରକ୍ଷାକୁ ଅଣଦେଖା କରିବା ସରକାରଙ୍କ ପାଇଁ ମହଙ୍ଗା ପଡ଼ିବ ।

Related Posts

ଦିଲ୍ଲୀପ ରାୟଙ୍କ ପ୍ରଶ୍ନର ଉତ୍ତର; ଦେଶରେ ବଢ଼ୁଛି ମଧୁମେହ, ମୋଟାପଣ ଓ ହାଇପର ଟେନ୍‌ସନ୍‌: କେନ୍ଦ୍ର ସ୍ୱାସ୍ଥ୍ୟ ରାଷ୍ଟ୍ରମନ୍ତ୍ରୀ

ପିନ୍ମ ବାର୍ତ୍ତା: ମଧୁମେହ, ମୋଟାପଣ ଓ ଅତ୍ୟାଧିକ ମାନସିକ ଚାପ ବୃଦ୍ଧି ପାଇବାରେ ଲାଗିଛି । ଗ୍ରାମାଞ୍ଚଳ ତୁଳନାରେ ସହରାଞ୍ଚଳରେ ଏହି ସମସ୍ୟା ଅଧିକ । ରାଜ୍ୟସଭାରେ ସାଂସଦ ଦିଲ୍ଲୀପ ରାୟଙ୍କ ଏକ ପ୍ରଶ୍ନର ଉତ୍ତରରେ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର…

ଜେନ ଜି ଙ୍କ ସମର୍ଥନରେ ଆରଏସଏସ ମୁଖ୍ୟ ମୋହନ ଭାଗବତ

ପିନ୍ ବାର୍ତ୍ତା: ଆରଏସଏସ (RSS) ମୁଖ୍ୟ ମୋହନ ଭାଗବତ ଜେନ୍ ଜି ଙ୍କ ସପକ୍ଷ ରେ । ମୁମ୍ବାଇରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଜେନ ଜି ଙ୍କୁ କରିଛନ୍ତି ଭୂରି ଭୂରି ପ୍ରଶଂସା । ସେ ଯୋଗ ଦେଇଥିବା ଏକ ସ୍ୱତନ୍ତ୍ର…

Leave a Reply

Your email address will not be published. Required fields are marked *

You Missed

ଅନ୍ଧାରରେ ଓଡ଼ିଶା ସ୍କୁଲ

ଅନ୍ଧାରରେ ଓଡ଼ିଶା ସ୍କୁଲ

‘ସ୍ୱାଧୀନ’ ଲିକୁ ଭରସାରେ ଓଡ଼ିଶା ବିଜେପି

‘ସ୍ୱାଧୀନ’ ଲିକୁ ଭରସାରେ ଓଡ଼ିଶା ବିଜେପି

ମେକାନିକଙ୍କ ସୁରକ୍ଷା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବ୍ରହ୍ମପୁର ସାଂସଦ ପ୍ରଦୀପ ପାଣିଗ୍ରାହୀ

ମେକାନିକଙ୍କ ସୁରକ୍ଷା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବ୍ରହ୍ମପୁର ସାଂସଦ ପ୍ରଦୀପ ପାଣିଗ୍ରାହୀ

ଅଦାଲତରେ ମାମଲା ସତ୍ତ୍ୱେ ବାଲଡାରେ ଡ୍ରୋନ ସର୍ଭେ; ଆଦାନୀ ଟିମ୍‌କୁ ଘେରିଲେ ଗ୍ରାମବାସୀ

ଅଦାଲତରେ ମାମଲା ସତ୍ତ୍ୱେ ବାଲଡାରେ ଡ୍ରୋନ ସର୍ଭେ; ଆଦାନୀ ଟିମ୍‌କୁ ଘେରିଲେ ଗ୍ରାମବାସୀ

“No Works in Odisha”: କଥା ବେଶୀ, କାମ କମ୍; RKD ପାଇଁ କାହିଁକି ଏ ଦରଦ?

“No Works in Odisha”: କଥା ବେଶୀ, କାମ କମ୍; RKD ପାଇଁ କାହିଁକି ଏ ଦରଦ?

ବଣ୍ଡା ଜନଜାତିଙ୍କ ବିକାଶ ପାଇଁ ପ୍ରୟାସ

ବଣ୍ଡା ଜନଜାତିଙ୍କ ବିକାଶ ପାଇଁ ପ୍ରୟାସ