ଟାଟା ପାୱାରର ଦାଉରେ ଜଳୁଛି ଓଡ଼ିଶା

ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଥିବା ବେଳେ ବିଦ୍ୟୁତ ଯୋଗାଣକାରୀ ସଂସ୍ଥା ଟାଟା ପାୱାରର ଅତ୍ୟାଚାର ଲୋକଙ୍କ ଉପରେ ଦାଉ ସାଧୁଛି । ରାଜ୍ୟରେ ପ୍ରବଳ ଖରା ଓ ଗୁଳୁଗୁଳି ଲାଗିରହିଛି । ଦିନରେ ପ୍ରଚଣ୍ଡ ଖରା ପରେ ଅପରାହ୍ନରେ କାଳବୈଶାଖୀ ତାଣ୍ଡବ ରଚୁଛି । କାଳବୈଶାଖୀ ଆସିବା ପୂର୍ବରୁ ବିଦ୍ୟୁତ କାଟ ଲୋକଙ୍କ ଜୀବନ ଦୁର୍ବିସହ କରିଦେଇଛି । ରାଜଧାନୀ ଭୁବନେଶ୍ବରରେ ୫ ଘଣ୍ଟା କଟୁଥିବା ବେଳେ ଗ୍ରାମାଞ୍ଚଳ କଥା ନକହିବା ଭଲ । ଯାହା ଫଳରେ ଲୋକେ କଲବଲ ହେଉଛନ୍ତି । ରାଜ୍ୟର ବିଭିନ୍ନ ସ୍ଥାନରେ ବିଦ୍ୟୁତ୍‌ ସହବରାହ ବ୍ୟାହତ ହେଉଛି । ଏଥିପାଇଁ ବିଭିନ୍ନ ସୋସିଆଲ୍‌‌ ମିଡିଆ ପ୍ଲାଟଫର୍ମରେ ଟାଟା ପାୱାର ବିରୋଧରେ ଲୋକେ ଅସନ୍ତୋଷ ଝାଡ଼ୁଛନ୍ତି ।

ରାଜ୍ୟରେ ବିଦ୍ୟୁତ ବିତରଣ ଦାୟିତ୍ୱ ନେଇଥିବା ଟାଟା ପାୱାର ଓ ରାଜ୍ୟ ସରକାରଙ୍କ ମଧ୍ୟରେ ମଧୁଚନ୍ଦ୍ରିକା ଯୋଗୁଁ ଓଡ଼ିଶାର ସାଧାରଣ ବିଦ୍ୟୁତ ଉପଭୋକ୍ତା ଶୋଷଣର ଶିକାର ହେଉଥିବା ଅଭିଯୋଗ ହେଉଛି । ରାଜ୍ୟରେ ବାରମ୍ବାର ହେଉଥିବା ଅଘୋଷିତ ବିଦ୍ୟୁତ କାଟ ଜନଜୀବନକୁ ଅସହ୍ୟ କରିଦେଇଛି । ପ୍ରତିଦିନ ହେଉଥିବା ଅଘୋଷିତ ବିଦ୍ୟୁତ କାଟର ସମୟକୁ ଯଦି ହିସାବ କରାଯାଏ, ତେବେ ମାସକୁ ଅତି କମରେ ଗୋଟିଏ ଦିନ ଘର ସମ୍ପୂର୍ଣ୍ଣ ଅନ୍ଧାର ରହୁଛି । ସେହି ସମୟର ବିଦ୍ୟୁତ ବ୍ୟବହାର ନ ହୋଇଥିଲେ ମଧ୍ୟ ଉପଭୋକ୍ତାଙ୍କୁ ସମ୍ପୂର୍ଣ୍ଣ ବିଲ ଦେବାକୁ ପଡୁଛି । ଏହା ସମ୍ପୂର୍ଣ୍ଣ ବେଆଇନ ଓ ଉପଭୋକ୍ତା ବିରୋଧୀ ।

ବର୍ତ୍ତମାନର ବିଜେପି ସରକାର ମଧ୍ୟ ପୂର୍ବତନ ବିଜେଡି ସରକାର ଭଳି ଟାଟା ପାୱାର ପ୍ରତି ସହାନୁଭୂତି ଦେଖାଉଥିବା ଭଳି ମନେ ହେଉଛି । ରାଜ୍ୟରେ ୧ କୋଟିରୁ ଅଧିକ ବିଦ୍ୟୁତ ଉପଭୋକ୍ତା ଥିବା ସତ୍ତ୍ୱେ ସରକାର ସେମାନଙ୍କ ସମସ୍ୟା ପ୍ରତି ଧ୍ୟାନ ଦେଉନାହାନ୍ତି । ଓଡ଼ିଶା ଦେଶର ଦ୍ୱିତୀୟ ସର୍ବାଧିକ ବିଦ୍ୟୁତ ଉତ୍ପାଦନକାରୀ ରାଜ୍ୟ । ରାଜ୍ୟର କୋଇଲା ଓ ଜଳ ସମ୍ପଦ ଆଧାରରେ ବ୍ୟାପକ ବିଦ୍ୟୁତ ଉତ୍ପାଦନ ହେଉଥିଲେ ମଧ୍ୟ ଉପଭୋକ୍ତାମାନେ ଦେଶର ସର୍ବାଧିକ ବିଦ୍ୟୁତ ଦର ଦେବାକୁ ବାଧ୍ୟ ହେଉଛନ୍ତି । ତାଙ୍କ ଅନୁସାରେ, ପ୍ରତି ୟୁନିଟ ବିଦ୍ୟୁତ କ୍ରୟ ଦର ପ୍ରାୟ ଟଙ୍କା ୨.୪୦ ଥିବାବେଳେ ବିକ୍ରୟ ଦର ପ୍ରାୟ ଟଙ୍କା ୭.୬୦କୁ ପହଞ୍ଚିଛି ।

ଓଡ଼ିଶାରେ ପ୍ରାୟ ୯୦୦୦ ମେଗାୱାଟ ବିଦ୍ୟୁତ ଉତ୍ପାଦନ କ୍ଷମତା ଥିବାବେଳେ ବର୍ତ୍ତମାନ ପ୍ରାୟ ୫୫୦୦ ମେଗାୱାଟ ବିଦ୍ୟୁତ ଉତ୍ପାଦିତ ହେଉଛି ଓ ରାଜ୍ୟର ଚାହିଦା ୪୩୦୦ରୁ ୪୭୦୦ ମେଗାୱାଟ ମଧ୍ୟରେ ରହୁଛି । ଏଭଳି ପରିସ୍ଥିତି ସତ୍ତ୍ୱେ ବିଦ୍ୟୁତ ଦର ବଢିଚାଲିଛି । ରାଜ୍ୟର ୧ କୋଟି ୩ ଲକ୍ଷ ବିଦ୍ୟୁତ ଉପଭୋକ୍ତାଙ୍କ ମଧ୍ୟରୁ ପ୍ରାୟ ୩୬ ଲକ୍ଷ ଉପଭୋକ୍ତାଙ୍କର ବିଦ୍ୟୁତ ବ୍ୟବହାର ୨ କିଲୋୱାଟରୁ କମ୍ ଥିବା ସତ୍ତ୍ୱେ ଏନର୍ଜି ଚାର୍ଜ ନାମରେ ଅତିରିକ୍ତ ଦେୟ ଆଦାୟ କରାଯାଉଥିବା ଅଭିଯୋଗ ହୋଇଛି । ସେହିପରି ସ୍ମାର୍ଟ ମିଟର ବ୍ୟବସ୍ଥା ନାମରେ ସାଧାରଣ ଲୋକଙ୍କ ଉପରେ ଅତିରିକ୍ତ ଆର୍ଥିକ ଭାର ପକାଯାଉଛି ।

Related Posts

ଅନ୍ଧାରରେ ଓଡ଼ିଶା ସ୍କୁଲ

ପିନ୍ ବାର୍ତ୍ତା: ରାଜ୍ୟରେ ଶିକ୍ଷା ବ୍ୟବସ୍ଥାର ଆଧୁନିକୀକରଣ, ସ୍ମାର୍ଟ ଶ୍ରେଣୀଗୃହ ଏବଂ ଭିତ୍ତିଭୂମିର ବିକାଶ ନେଇ ବଡ଼ ବଡ଼ ଦାବି କରାଯାଉଥିବା ବେଳେ ବାସ୍ତବ ଚିତ୍ର କିନ୍ତୁ ସମ୍ପୂର୍ଣ୍ଣ ଭିନ୍ନ । ବକେୟା ବିଦ୍ୟୁତ୍‌ ବିଲ୍‌ ପୈଠ ନ ହୋଇପାରିବା କାରଣରୁ…

‘ସ୍ୱାଧୀନ’ ଲିକୁ ଭରସାରେ ଓଡ଼ିଶା ବିଜେପି

ପିନ୍ ବାର୍ତ୍ତା: ଯାଜପୁର ଜିଲ୍ଲା ଧର୍ମଶାଳାର ସ୍ୱାଧୀନ ବିଧାୟକ ହିମାଂଶୁ ଶେଖର ସାହୁ (ଲିକୁ) ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ବିଜେପିର ଜଣେ ସକ୍ରିୟ ନେତା ଭାବେ ଅଞ୍ଚଳରେ ଦଳୀୟ ସଙ୍ଗଠନକୁ ସୁଦୃଢ଼ କରିବାରେ ବଡ଼ ଭୂମିକା ଗ୍ରହଣ କରିଥିଲେ ।…

Leave a Reply

Your email address will not be published. Required fields are marked *

You Missed

ଅନ୍ଧାରରେ ଓଡ଼ିଶା ସ୍କୁଲ

ଅନ୍ଧାରରେ ଓଡ଼ିଶା ସ୍କୁଲ

‘ସ୍ୱାଧୀନ’ ଲିକୁ ଭରସାରେ ଓଡ଼ିଶା ବିଜେପି

‘ସ୍ୱାଧୀନ’ ଲିକୁ ଭରସାରେ ଓଡ଼ିଶା ବିଜେପି

ମେକାନିକଙ୍କ ସୁରକ୍ଷା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବ୍ରହ୍ମପୁର ସାଂସଦ ପ୍ରଦୀପ ପାଣିଗ୍ରାହୀ

ମେକାନିକଙ୍କ ସୁରକ୍ଷା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବ୍ରହ୍ମପୁର ସାଂସଦ ପ୍ରଦୀପ ପାଣିଗ୍ରାହୀ

ଅଦାଲତରେ ମାମଲା ସତ୍ତ୍ୱେ ବାଲଡାରେ ଡ୍ରୋନ ସର୍ଭେ; ଆଦାନୀ ଟିମ୍‌କୁ ଘେରିଲେ ଗ୍ରାମବାସୀ

ଅଦାଲତରେ ମାମଲା ସତ୍ତ୍ୱେ ବାଲଡାରେ ଡ୍ରୋନ ସର୍ଭେ; ଆଦାନୀ ଟିମ୍‌କୁ ଘେରିଲେ ଗ୍ରାମବାସୀ

“No Works in Odisha”: କଥା ବେଶୀ, କାମ କମ୍; RKD ପାଇଁ କାହିଁକି ଏ ଦରଦ?

“No Works in Odisha”: କଥା ବେଶୀ, କାମ କମ୍; RKD ପାଇଁ କାହିଁକି ଏ ଦରଦ?

ବଣ୍ଡା ଜନଜାତିଙ୍କ ବିକାଶ ପାଇଁ ପ୍ରୟାସ

ବଣ୍ଡା ଜନଜାତିଙ୍କ ବିକାଶ ପାଇଁ ପ୍ରୟାସ