ଦେଶରେ ୫.୬୪ କୋଟିରୁ ଅଧିକ ମାମଲା ବିଚାରାଧୀନ, ସଂସଦରେ ତଥ୍ୟ ରଖିଲେ କେନ୍ଦ୍ର

ଭୁବନେଶ୍ୱର: ଦେଶର ନ୍ୟାୟ ବ୍ୟବସ୍ଥାରେ ବିଚାରାଧୀନ ମାମଲାର ସଂଖ୍ୟା ନେଇ ରାଜ୍ୟସଭାରେ ଉଠିଥିବା ପ୍ରଶ୍ନର ଉତ୍ତରରେ କେନ୍ଦ୍ର ସରକାର ସଦ୍ୟତମ ପରିସଂଖ୍ୟାନ ପ୍ରକାଶ କରିଛନ୍ତି। ରାଜ୍ୟସଭା ସାଂସଦ ଦିଲୀପ କୁମାର ରାୟ ସୁପ୍ରିମକୋର୍ଟ, ବିଭିନ୍ନ ହାଇକୋର୍ଟ ଓ ଜିଲ୍ଲା ଅଦାଲତଗୁଡ଼ିକରେ ଲମ୍ବି ରହିଥିବା ମାମଲା ସମ୍ପର୍କରେ ରାଜ୍ୟଭିତ୍ତିକ ତଥ୍ୟ ଏବଂ ବର୍ଷ ଅନୁସାରେ ବିଚାରାଧୀନ ମାମଲାର ବିବରଣୀ ମାଗିଥିଲେ।

କେନ୍ଦ୍ର ଆଇନ ଓ ନ୍ୟାୟ ମନ୍ତ୍ରଣାଳୟର ଉତ୍ତର ଅନୁଯାୟୀ, ୧୬ ଜୁଲାଇ ୨୦୨୬ ସୁଦ୍ଧା ଦେଶର ବିଭିନ୍ନ ଅଦାଲତରେ ୫ କୋଟି ୬୪ ଲକ୍ଷରୁ ଅଧିକ ମାମଲା ବିଚାରାଧୀନ ରହିଛି। ଏଥିମଧ୍ୟରୁ ସୁପ୍ରିମକୋର୍ଟରେ ୯୬,୦୨୪ଟି, ହାଇକୋର୍ଟଗୁଡ଼ିକରେ ୬୪.୭୨ ଲକ୍ଷ ଏବଂ ଜିଲ୍ଲା ଓ ଅଧସ୍ତନ ଅଦାଲତଗୁଡ଼ିକରେ ୪.୯୮ କୋଟି ମାମଲା ଲମ୍ବି ରହିଛି।

ଓଡ଼ିଶା ସମ୍ବନ୍ଧୀୟ ତଥ୍ୟ ଅନୁସାରେ, ଓଡ଼ିଶା ଉଚ୍ଚ ନ୍ୟାୟାଳୟରେ ୧,୬୯,୩୨୦ଟି ଏବଂ ଜିଲ୍ଲା ଓ ଅଧସ୍ତନ ଅଦାଲତଗୁଡ଼ିକରେ ୧୮,୬୮,୩୨୩ଟି ମାମଲା ବିଚାରାଧୀନ ଅଛି।

ସରକାର କହିଛନ୍ତି, ମାମଲାର ଶୁଣାଣି ଓ ରାୟ ଦେବା କାର୍ଯ୍ୟ ନ୍ୟାୟପାଳିକାର ଅଧିକାର କ୍ଷେତ୍ରରେ ଥିଲେ ମଧ୍ୟ ବିଚାରାଧୀନ ମାମଲାର ଭାର କମାଇବା ପାଇଁ ବିଭିନ୍ନ ସଂସ୍କାରମୂଳକ ପଦକ୍ଷେପ ଗ୍ରହଣ କରାଯାଉଛି। ଇ-କୋର୍ଟ ଫେଜ୍–୩, ଫାଷ୍ଟ ଟ୍ରାକ୍ ସ୍ପେଶାଲ କୋର୍ଟ, ଏରିୟର୍ସ କମିଟି ଏବଂ ଲୋକ ଅଦାଲତ ସମେତ ବିକଳ୍ପ ବିବାଦ ସମାଧାନ (ADR) ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବା ଦିଗରେ କାମ ଚାଲିଛି।

ଏହି ପ୍ରସଙ୍ଗରେ ସାଂସଦ ଦିଲୀପ କୁମାର ରାୟ କହିଛନ୍ତି ଯେ, ଲୋକଙ୍କୁ ସମୟମଧ୍ୟରେ ନ୍ୟାୟ ମିଳିବା ହିଁ ନ୍ୟାୟ ବ୍ୟବସ୍ଥା ପ୍ରତି ବିଶ୍ୱାସକୁ ଦୃଢ଼ କରିଥାଏ। ବିଚାରାଧୀନ ମାମଲାର ସଂଖ୍ୟା ହ୍ରାସ ପାଇଁ ସରକାର ଓ ନ୍ୟାୟପାଳିକାଙ୍କ ପଦକ୍ଷେପ ସକାରାତ୍ମକ ଫଳ ଦେବ ବୋଲି ସେ ଆଶା ବ୍ୟକ୍ତ କରିଛନ୍ତି।

Related Posts

ଦିଲ୍ଲୀପ ରାୟଙ୍କ ପ୍ରଶ୍ନର ଉତ୍ତର; ଦେଶରେ ବଢ଼ୁଛି ମଧୁମେହ, ମୋଟାପଣ ଓ ହାଇପର ଟେନ୍‌ସନ୍‌: କେନ୍ଦ୍ର ସ୍ୱାସ୍ଥ୍ୟ ରାଷ୍ଟ୍ରମନ୍ତ୍ରୀ

ପିନ୍ମ ବାର୍ତ୍ତା: ମଧୁମେହ, ମୋଟାପଣ ଓ ଅତ୍ୟାଧିକ ମାନସିକ ଚାପ ବୃଦ୍ଧି ପାଇବାରେ ଲାଗିଛି । ଗ୍ରାମାଞ୍ଚଳ ତୁଳନାରେ ସହରାଞ୍ଚଳରେ ଏହି ସମସ୍ୟା ଅଧିକ । ରାଜ୍ୟସଭାରେ ସାଂସଦ ଦିଲ୍ଲୀପ ରାୟଙ୍କ ଏକ ପ୍ରଶ୍ନର ଉତ୍ତରରେ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର…

ଜେନ ଜି ଙ୍କ ସମର୍ଥନରେ ଆରଏସଏସ ମୁଖ୍ୟ ମୋହନ ଭାଗବତ

ପିନ୍ ବାର୍ତ୍ତା: ଆରଏସଏସ (RSS) ମୁଖ୍ୟ ମୋହନ ଭାଗବତ ଜେନ୍ ଜି ଙ୍କ ସପକ୍ଷ ରେ । ମୁମ୍ବାଇରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଜେନ ଜି ଙ୍କୁ କରିଛନ୍ତି ଭୂରି ଭୂରି ପ୍ରଶଂସା । ସେ ଯୋଗ ଦେଇଥିବା ଏକ ସ୍ୱତନ୍ତ୍ର…

Leave a Reply

Your email address will not be published. Required fields are marked *

You Missed

ଅନ୍ଧାରରେ ଓଡ଼ିଶା ସ୍କୁଲ

ଅନ୍ଧାରରେ ଓଡ଼ିଶା ସ୍କୁଲ

‘ସ୍ୱାଧୀନ’ ଲିକୁ ଭରସାରେ ଓଡ଼ିଶା ବିଜେପି

‘ସ୍ୱାଧୀନ’ ଲିକୁ ଭରସାରେ ଓଡ଼ିଶା ବିଜେପି

ମେକାନିକଙ୍କ ସୁରକ୍ଷା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବ୍ରହ୍ମପୁର ସାଂସଦ ପ୍ରଦୀପ ପାଣିଗ୍ରାହୀ

ମେକାନିକଙ୍କ ସୁରକ୍ଷା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବ୍ରହ୍ମପୁର ସାଂସଦ ପ୍ରଦୀପ ପାଣିଗ୍ରାହୀ

ଅଦାଲତରେ ମାମଲା ସତ୍ତ୍ୱେ ବାଲଡାରେ ଡ୍ରୋନ ସର୍ଭେ; ଆଦାନୀ ଟିମ୍‌କୁ ଘେରିଲେ ଗ୍ରାମବାସୀ

ଅଦାଲତରେ ମାମଲା ସତ୍ତ୍ୱେ ବାଲଡାରେ ଡ୍ରୋନ ସର୍ଭେ; ଆଦାନୀ ଟିମ୍‌କୁ ଘେରିଲେ ଗ୍ରାମବାସୀ

“No Works in Odisha”: କଥା ବେଶୀ, କାମ କମ୍; RKD ପାଇଁ କାହିଁକି ଏ ଦରଦ?

“No Works in Odisha”: କଥା ବେଶୀ, କାମ କମ୍; RKD ପାଇଁ କାହିଁକି ଏ ଦରଦ?

ବଣ୍ଡା ଜନଜାତିଙ୍କ ବିକାଶ ପାଇଁ ପ୍ରୟାସ

ବଣ୍ଡା ଜନଜାତିଙ୍କ ବିକାଶ ପାଇଁ ପ୍ରୟାସ