ଦିଲ୍ଲୀରେ ମୋହନ ମାଝୀଙ୍କ ପାୱାର ଶୋ

ସୁଦାମ ଶେଖର (ପିନ୍ ବାର୍ତ୍ତା): ପୂର୍ବତନ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ପରେ ହାଇପ୍ରୋଫାଇଲ ଓଡିଶା ଗସ୍ତ, ରାଜ୍ୟ ରାଜନୀତି ରେ ଏକ ଭୂମିକମ୍ପ ସୃଷ୍ଟି କରିଛି । ଦୁଇ ଡଜନ ରୁ ଅଧିକ ବିଧାୟକ ଓ ମନ୍ତ୍ରୀଙ୍କୁ ଧରି ଧର୍ମେନ୍ଦ୍ର ପ୍ରଧାନ ଭୁବନେଶ୍ୱର ରେ ନିଜ ପତିଆରା ଜାହିର କରିବା ପରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ମଧ୍ୟ ବନ୍ୟା ବିପତ୍ତିକୁ ଭୃକ୍ଷେପ ନ କରି ଚାରି ଦିନିଆ ଦିଲ୍ଲୀ ଗସ୍ତରେ ଯାଇଥିଲେ ।

ଦିଲ୍ଲୀରେ ଏକ ନୈଶ ଭୋଜିରେ ଓଡ଼ିଶାର ମୋହନ ମାଝୀ ସାଂସଦ ମାନଙ୍କ ସହିତ ଓଡ଼ିଶାର ବିଭିନ୍ନ ବିଷୟରେ ଚର୍ଚ୍ଚା କରିଥିବା ଖବର ଆସିଛି। ଓଡ଼ିଶାର ବିକାଶ କଥା ନା ଅନ୍ୟ କିଛି, ଏହାକୁ ନେଇ ରାଜନୈତିକ କରିଡର ଉଠୁଛି ପଡୁଛି ।

ଓଡ଼ିଶାରେ ଭୀଷଣ ବର୍ଷା ଓ ବନ୍ୟା ସ୍ଥିତି ବେଳେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଚାରି ଦିନିଆ ଦିଲ୍ଲୀ ଗସ୍ତ ଆହୁରି ଚର୍ଚ୍ଚାକୁ ସରଗରମ କରିଥିବା ବେଳେ ମହାନଦୀ ବିବାଦର ସମାଧାନ ପାଇଁ ଛତିଶଗଡ଼ ମୁଖ୍ୟମନ୍ତ୍ରୀଙ୍କ ସହ ସାକ୍ଷାତ ଓ କେନ୍ଦ୍ର ଜଳ ଶକ୍ତି ମନ୍ତ୍ରୀଙ୍କ ଉପସ୍ଥିତରେ ଆଲୋଚନା ଓ ଏକ ସମାଧାନର ରୂପରେଖ ପ୍ରସ୍ତୁତ ହେବା ପରେ ମୋହନଙ୍କ କାଟତି ବଢିଛି ବୋଲି ଚର୍ଚ୍ଚା ।

ମୁଖ୍ୟମନ୍ତ୍ରୀ କେନ୍ଦ୍ରମନ୍ତ୍ରୀ କେନ୍ଦ୍ର ଜଳ ସଂସାଧନ ମନ୍ତ୍ରୀ ସି ଆର ପାଟିଲ, ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁ ଦେଓ ସାଏ, ଅଶ୍ୱିନୀ ବୈଷ୍ଣବ, ଅମିତ ଶାହ, ପ୍ରଧାନମନ୍ତ୍ରୀଙ୍କ ଆର୍ଥିକ ପରାମର୍ଶଦାତା ପରିଷଦର ସଦସ୍ୟ ତଥା ନୀତି ଆୟୋଗ ସଦସ୍ୟ କେ ଭି ରାଜୁ , ଓ ସାଂସଦ ଦିଲ୍ଲୀପ ରାୟ ଙ୍କୁ ସାକ୍ଷାତ କରି ସ୍ପଷ୍ଟ ବାର୍ତ୍ତା ଦେଇଛନ୍ତି ଯେ ଓଡ଼ିଶାରେ କ୍ଷମତା ପରିବର୍ତ୍ତନ ଆଶା କ୍ଷୀଣ । ମୋହନ ମାଝୀ ରହିବେ । ଆଗକୁ ପଞ୍ଚାୟତ ନିର୍ବାଚନ । ଓଡ଼ିଶାରେ କଣ ବଡ଼ ଘଟଣା ଘଟିବ, ତାହା ସମୟ କହିବ ।

Related Posts

ଧର୍ମେନ୍ଦ୍ରଙ୍କ ଇସ୍ତଫା ନୁହେଁ ବିରୋଧୀଙ୍କ ବିଜୟ !

ସୁଦାମ ଶେଖର (ପିନ୍ ବାର୍ତ୍ତା): ଧର୍ମେନ୍ଦ୍ର ଶେଷରେ ଇସ୍ତଫା ଦେଲେ । ସିଜେପି ସହିତ ସମସ୍ତ ବିରୋଧୀ ଦଳ ଖୁସି ହେଇଗଲେ ସେମାନଙ୍କର ବିଜୟ ହେଇଗଲା ବୋଲି । ବାସ୍ତବ କଥା ହେଲା, ଧର୍ମେନ୍ଦ୍ର ପ୍ରଧାନ ଇସ୍ତଫା ଦେଇ ବିରୋଧୀ ଙ୍କୁ…

ବିରୋଧୀ ଦଳର ବିରୋଧ ଯୋଗୁଁ ସରକାର ଲାଭରେ ?

ସୁଦାମ ଶେଖର: ଦିଲ୍ଲୀରେ ଛାତ୍ର ଆନ୍ଦୋଳନ ପୁଣିଥରେ ବିରୋଧୀ ଏକତା ଉପରେ ଗୁରୁତର ପ୍ରଶ୍ନ ଉଠାଇଛି। ଶିକ୍ଷା ଓ ଯୁବପିଢ଼ି ସମ୍ବନ୍ଧୀୟ ପ୍ରସଙ୍ଗରେ ସମସ୍ତ ବିରୋଧୀ ଦଳ ଏକାଠି ହେବେ ବୋଲି ଆଶା କରାଯାଉଥିଲା, କିନ୍ତୁ ବାସ୍ତବରେ ରାଜନୈତିକ ପ୍ରତିସ୍ପର୍ଧା ହିଁ…

Leave a Reply

Your email address will not be published. Required fields are marked *

You Missed

ଦିଲ୍ଲୀରେ ମୋହନ ମାଝୀଙ୍କ ପାୱାର ଶୋ

ଦିଲ୍ଲୀରେ ମୋହନ ମାଝୀଙ୍କ ପାୱାର ଶୋ

ବରୁଣେଇ ପାଇକ ବିଦ୍ରୋହ ସ୍ମାରକୀ ପାଇଁ ମିଳିଛି ୯୦ କୋଟି ଓ ୯ ଏକର ଜମି; ସାଂସଦ ଦିଲ୍ଲୀପ ରାୟଙ୍କ ପ୍ରଶ୍ନରେ କେନ୍ଦ୍ରର ଉତ୍ତର

ବରୁଣେଇ ପାଇକ ବିଦ୍ରୋହ ସ୍ମାରକୀ ପାଇଁ ମିଳିଛି ୯୦ କୋଟି ଓ ୯ ଏକର ଜମି; ସାଂସଦ ଦିଲ୍ଲୀପ ରାୟଙ୍କ ପ୍ରଶ୍ନରେ କେନ୍ଦ୍ରର ଉତ୍ତର

ରଥଯାତ୍ରା ପରର ଆତ୍ମଚିନ୍ତନ

ରଥଯାତ୍ରା ପରର ଆତ୍ମଚିନ୍ତନ

ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାରେ ଓଡିଶାରୁ ଉପକୃତ ହେଉଛନ୍ତି ୩.୨୧ କୋଟିରୁ ଅଧିକ

ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାରେ ଓଡିଶାରୁ ଉପକୃତ ହେଉଛନ୍ତି ୩.୨୧ କୋଟିରୁ ଅଧିକ

‘ମୁଁ ଷ୍ଟ୍ରିଟ୍ ଫାଇଟର, ଏସି ରୁମ୍ ଆକ୍ଟିଭିଷ୍ଟ ନୁହେଁ’ : ଜୟରାମ ରମେଶଙ୍କୁ ଧର୍ମେନ୍ଦ୍ର ପ୍ରଧାନଙ୍କ ଜବାବ

‘ମୁଁ ଷ୍ଟ୍ରିଟ୍ ଫାଇଟର, ଏସି ରୁମ୍ ଆକ୍ଟିଭିଷ୍ଟ ନୁହେଁ’ : ଜୟରାମ ରମେଶଙ୍କୁ ଧର୍ମେନ୍ଦ୍ର ପ୍ରଧାନଙ୍କ ଜବାବ

ସ୍ୱାମୀ ଲକ୍ଷ୍ମଣାନନ୍ଦଙ୍କ ନାମରେ ନାମିତ ହେବ ଫୁଲବାଣୀ ସରକାରୀ ଭେଷଜ ମହାବିଦ୍ୟାଳୟ, ଜଲେଶପଟ୍ଟା ଆଶ୍ରମ ପାଇଁ ୧୩ କୋଟି ମଞ୍ଜୁର

ସ୍ୱାମୀ ଲକ୍ଷ୍ମଣାନନ୍ଦଙ୍କ ନାମରେ ନାମିତ ହେବ ଫୁଲବାଣୀ ସରକାରୀ ଭେଷଜ ମହାବିଦ୍ୟାଳୟ, ଜଲେଶପଟ୍ଟା ଆଶ୍ରମ ପାଇଁ ୧୩ କୋଟି ମଞ୍ଜୁର