ଦିଲ୍ଲୀପ ରାୟଙ୍କ ପ୍ରଶ୍ନର ଉତ୍ତର; ଦେଶରେ ବଢ଼ୁଛି ମଧୁମେହ, ମୋଟାପଣ ଓ ହାଇପର ଟେନ୍‌ସନ୍‌: କେନ୍ଦ୍ର ସ୍ୱାସ୍ଥ୍ୟ ରାଷ୍ଟ୍ରମନ୍ତ୍ରୀ

ପିନ୍ମ ବାର୍ତ୍ତା: ମଧୁମେହ, ମୋଟାପଣ ଓ ଅତ୍ୟାଧିକ ମାନସିକ ଚାପ ବୃଦ୍ଧି ପାଇବାରେ ଲାଗିଛି । ଗ୍ରାମାଞ୍ଚଳ ତୁଳନାରେ ସହରାଞ୍ଚଳରେ ଏହି ସମସ୍ୟା ଅଧିକ । ରାଜ୍ୟସଭାରେ ସାଂସଦ ଦିଲ୍ଲୀପ ରାୟଙ୍କ ଏକ ପ୍ରଶ୍ନର ଉତ୍ତରରେ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ରାଷ୍ଟ୍ରମନ୍ତ୍ରୀ ପ୍ରତାପ ରାଓ ଯାଦବ ଏହି ତଥ୍ୟ ପ୍ରଦାନ କରିଛନ୍ତି ।

ସ୍ୱାସ୍ଥ୍ୟ ରାଷ୍ଟ୍ରମନ୍ତ୍ରୀ କହିଛନ୍ତି ଯେ ଏ ସଂକ୍ରାନ୍ତରେ ଭାରତୀୟ ଭେଷଜ ଗବେଷଣା ପରିଷଦ (ଆଇସିଏମ୍‌ଆର୍‌) ପକ୍ଷରୁ ଲଗାତାର ଅଧ୍ୟୟନ କରାଯାଇ ନିକଟରେ ଏକ ବିସ୍ତୃତ ରିପୋର୍ଟ ପ୍ରକାଶ ପାଇଛି । ଦେଶର ସହରାଞ୍ଚଳର ଅନୁ୍ୟନ ୧୬.୪୦ ପ୍ରତିଶତ ଲୋକ ମଧୁମେହରେ ଆକ୍ରାନ୍ତ ହୋଇଥିବାବେଳେ ଗ୍ରାମାଞ୍ଚଳରେ ଏହି ସଂଖ୍ୟା କିନ୍ତୁ ୮.୯୦ ପ୍ରତିଶତ ରହିଛି ।

ସେହିପରି ମୋଟାପଣ କ୍ଷେତ୍ରରେ ସାଧାରଣ ବଡି ମାକ୍ସ ଇଣ୍ଡେକ୍ସ ସହରାଞ୍ଚଳରେ ୩୯.୬୦ ପ୍ରତିଶତ ଥିବାବେଳେ ଗ୍ରାମାଞ୍ଚଳରେ ୨୩.୧୦ ପ୍ରତିଶତ ରହିଛି । ଦେଶର ଗ୍ରାମାଞ୍ଚଳରେ ଅନୁ୍ୟନ ୩୩.୫୦ ପ୍ରତିଶତ ଲୋକଙ୍କ ପେଟ ଆବଶ୍ୟକତାଠାରୁ ଅଧିକ ବଡ଼ ଥିବାବେଳେ ସହରାଞ୍ଚଳରେ ୫୧.୬୦ ପ୍ରତିଶତ ଲୋକଙ୍କ କ୍ଷେତ୍ରରେ ଏହି ସମସ୍ୟା ଲାଗି ରହିଛି ।

ଅତ୍ୟଧିକ ମାନସିକ ଚାପ ବା ହାଇପର ଟେନ୍‌ସନ୍‌ ମଧ୍ୟ ଆମ ସ୍ୱାସ୍ଥ୍ୟ କ୍ଷେତ୍ରରେ ଏକ ବଡ଼ ସମସ୍ୟା ଭାବେ ଉଭା ହୋଇଛି । ଦେଶର ସହରାଞ୍ଚଳରେ ୪୦.୭୦ ପ୍ରତିଶତ ଲୋକ ହାଇପର ଟେନ୍‌ସନ୍‌ରେ ଆକ୍ରାନ୍ତ ଥିବାବେଳେ ଗ୍ରାମାଞ୍ଚଳରେ ଏହି ପରିମାଣ ୩୩ ପ୍ରତିଶତରେ ସୀମିତ ରହିଛି । ଏହାଛଡ଼ା କୋଲଷ୍ଟ୍ରଲ୍‌ ସମସ୍ୟା ବି ଲାଗି ରହିଛି । ଏଚ୍‌ବିଏଲ୍‌ କୋଲଷ୍ଟ୍ରଲ୍‌ କମ୍‌ ରହିବା କ୍ଷେତ୍ରରେ ସହରାଞ୍ଚଳରେ ୬୯.୩ ଓ ଗ୍ରାମାଞ୍ଚଳରେ ୬୫.୬ ପ୍ରତିଶତ ଲୋକ ଆକ୍ରାନ୍ତ ଅଛନ୍ତି । ଏଲ୍‌ଡିଆର୍‌ କୋଲଷ୍ଟ୍ରଲ୍‌ ଅଧିକ ରହିବା ଯୋଗୁ ବି ସମସ୍ୟା ଲାଗି ରହୁଛି । ଏହି ସମସ୍ୟାର ନିରାକରଣ ପାଇଁ ରାଜ୍ୟ ସରକାରମାନଙ୍କ ସହଯୋଗରେ କେନ୍ଦ୍ର ସରକାର ଉଦ୍ୟମ ଚଳାଇଛନ୍ତି ।

ଏ ସଂକ୍ରାନ୍ତରେ ସାଂସଦ ଦିଲ୍ଲୀପ ରାୟ ଏକ ବିବୃତିରେ କହିଛନ୍ତି ଯେ ଲୋକଙ୍କ ଦୈନନ୍ଦିନ ଜୀବନ ଶୈଳୀ ଓ ଖାଦ୍ୟାଭ୍ୟାସରେ ନକରାତ୍ମକ ପରିବର୍ତ୍ତନ ଯୋଗୁ ବିଭିନ୍ନ ରୋଗ ସୃଷ୍ଟି ହେଉଛି ଏବଂ ଏହାର ଚିକିତ୍ସା ଲାଗି ସରକାର ଓ ପରିବାର ବିପୁଳ ଅର୍ଥ ଖର୍ଚ୍ଚ କରିବାକୁ ବାଧ୍ୟ ହେଉଛନ୍ତି। ବିଦ୍ୟାଳୟ ଓ ମହାବିଦ୍ୟାଳୟ ସ୍ତରରୁ ଏ ସମସ୍ୟା ଓ ତା’ର ନିରାକରଣ ସମ୍ବନ୍ଧରେ ପାଠ୍ୟକ୍ରମରେ ବିଷୟବସ୍ତୁ ଉଲ୍ଲେଖିତ ସହିତ ଜନସଚେତନତା କାର୍ଯ୍ୟକ୍ରମକୁ ବ୍ୟାପକ କରିବା ଲାଗି ସେ ପରାମର୍ଶ ଦେଇଛନ୍ତି। ନିୟମିତ ବ୍ୟାୟାମ ଏବଂ ଯୋଗ-ପ୍ରାଣାୟାମ ଆଦି ସହିତ ସନ୍ତୁଳିତ ଖାଦ୍ୟ ଓ ସୁସ୍ଥ ପରିବେଶ ମଣିଷ ଜୀବନକୁ ସୁଗମ, ହସଖୁସିର ଏବଂ ରୋଗ ମୁକ୍ତ ପାଇଁ ବରଦାନ ହେବ ।

Related Posts

ଜେନ ଜି ଙ୍କ ସମର୍ଥନରେ ଆରଏସଏସ ମୁଖ୍ୟ ମୋହନ ଭାଗବତ

ପିନ୍ ବାର୍ତ୍ତା: ଆରଏସଏସ (RSS) ମୁଖ୍ୟ ମୋହନ ଭାଗବତ ଜେନ୍ ଜି ଙ୍କ ସପକ୍ଷ ରେ । ମୁମ୍ବାଇରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଜେନ ଜି ଙ୍କୁ କରିଛନ୍ତି ଭୂରି ଭୂରି ପ୍ରଶଂସା । ସେ ଯୋଗ ଦେଇଥିବା ଏକ ସ୍ୱତନ୍ତ୍ର…

ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାରେ ଓଡିଶାରୁ ଉପକୃତ ହେଉଛନ୍ତି ୩.୨୧ କୋଟିରୁ ଅଧିକ

ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାରେ ଏବେ ଦେଶର ପ୍ରାୟ ୮୦ କୋଟି ଲୋକ ଉପକୃତ ହେଉଛନ୍ତି ଏବଂ ଏଥିଲାଗି ଚଳିତ ଆର୍ଥିକ ବର୍ଷରେ କେନ୍ଦ୍ର ସରକାର ଖାଦ୍ୟ ସବସିଡ୍ ବାବଦରେ ୨,୨୭,୭୩୯ କୋଟି ୯୬ଲକ୍ଷ ଟଙ୍କା ବିଭିନ୍ନ ରାଜ୍ୟ, କେନ୍ଦ୍ରଶାସିତ…

Leave a Reply

Your email address will not be published. Required fields are marked *

You Missed

“No Works in Odisha”: କଥା ବେଶୀ, କାମ କମ୍; RKD ପାଇଁ କାହିଁକି ଏ ଦରଦ?

“No Works in Odisha”: କଥା ବେଶୀ, କାମ କମ୍; RKD ପାଇଁ କାହିଁକି ଏ ଦରଦ?

ବଣ୍ଡା ଜନଜାତିଙ୍କ ବିକାଶ ପାଇଁ ପ୍ରୟାସ

ବଣ୍ଡା ଜନଜାତିଙ୍କ ବିକାଶ ପାଇଁ ପ୍ରୟାସ

ଲୋକଙ୍କୁ ନିଜର କରି ପାରିଲେନି 

ଲୋକଙ୍କୁ ନିଜର କରି ପାରିଲେନି 

ଉତ୍ସୃଙ୍ଖଳ ଡ୍ରାଇଭରଙ୍କ ଉପରେ କଠୋର ହେଲେ ସରକାର

ଉତ୍ସୃଙ୍ଖଳ ଡ୍ରାଇଭରଙ୍କ ଉପରେ କଠୋର ହେଲେ ସରକାର

ଏମ୍.ଏମ୍.ଡି.ଆର୍. (MMDR) ସଂଶୋଧନ ବିଲ୍ – ଓଡ଼ିଶାର ସ୍ୱାର୍ଥ ପାଇଁ ଲଢ଼େଇ

ଏମ୍.ଏମ୍.ଡି.ଆର୍. (MMDR) ସଂଶୋଧନ ବିଲ୍ – ଓଡ଼ିଶାର ସ୍ୱାର୍ଥ ପାଇଁ ଲଢ଼େଇ

ଜଟିଳ ହେଉଛି ବନ୍ୟା ସମସ୍ୟା

ଜଟିଳ ହେଉଛି ବନ୍ୟା ସମସ୍ୟା