ବାବା ରାମଦେବଙ୍କ ନୂଆ ରୂପ; ଜେନ ଜି ଙ୍କୁ ଭୟ ?

ପିନ୍ ବାର୍ତ୍ତା: ସ୍ୱାଧୀନତା ଦିବସ ଅବସରରେ ଯୋଗଗୁରୁ ବାବା ରାମଦେବ ଦେଇଥିବା ଏକ ବିବୃତ୍ତି ଏବେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି । ଦେଶରେ ବ୍ୟାପୁଥିବା ଅରାଜକତା, ବିଦ୍ୟାଳୟମାନଙ୍କରେ ଶିକ୍ଷକ, ବିଦ୍ୟୁତ୍ ଏବଂ ଜଳର ଅଭାବ, ପ୍ରଶ୍ନପତ୍ର ଲିକ ଏବଂ ସରକାରୀ ଚାକିରି ସାକ୍ଷାତକାରରେ ବ୍ୟାପକ ଦୁର୍ନୀତି ନେଇ ସେ ଖୋଲାଖୋଲି ମତ ରଖିଛନ୍ତି । ପୂର୍ବରୁ ଯୁବପିଢ଼ି କିମ୍ବା ‘ଜେନ ଜି’ (Gen Z) ଆନ୍ଦୋଳନକୁ ନେଇ ତାଙ୍କର ମନୋଭାବ ଭିନ୍ନ ଥିଲେ ମଧ୍ୟ, ବର୍ତ୍ତମାନର ପରିସ୍ଥିତିରେ ସେ ନିଜର ସ୍ୱର ବଦଳାଇଛନ୍ତି ।

ତେବେ ଏହି ପରିବର୍ତ୍ତନ ପଛରେ ରହିଛି ଏକ ବଡ଼ ରଣନୀତି ।  ଯୁବପ୍ରତିରୋଧ ଏବଂ ଜେନ ଜି ଙ୍କ କ୍ରୋଧ ଯେକୌଣସି ବଡ଼ ସାମ୍ରାଜ୍ୟକୁ ଥରାଇ ଦେଇପାରେ, ଏହା ବାବା ରାମଦେବ ଭଲଭାବେ ବୁଝିପାରିଛନ୍ତି । ନିଜର ବ୍ୟାପାରିକ ଏବଂ ପ୍ରତିଷ୍ଠିତ ସାମ୍ରାଜ୍ୟକୁ ସୁରକ୍ଷା ଦେବା ପାଇଁ ସେ ଏକପ୍ରକାର ୟୁ-ଟର୍ଣ୍ଣ ନେଇ ଯୁବ ଆନ୍ଦୋଳନ ପ୍ରତି ନିଜର ସମର୍ଥନ ଜଣାଇଛନ୍ତି । ଯଦି ସମୟ ଥାଉଥାଉ ବ୍ୟବସ୍ଥା ସୁଧୁରିବ ନାହିଁ, ତେବେ ଜେନ ଜି ଙ୍କ ଆକ୍ରୋଶ ସମସ୍ତଙ୍କୁ କବଳିତ କରିବ ବୋଲି ସେ ଚେତାବନୀ ଦେଇଛନ୍ତି ।

ଏହି ପରିପ୍ରେକ୍ଷୀରେ, ବାବା ରାମଦେବଙ୍କ ଏହି ନୂଆ ରୂପ କେବଳ ଜନସାଧାରଣଙ୍କ ସମସ୍ୟା ପ୍ରତି ସହାନୁଭୂତି ନୁହେଁ, ବରଂ ବଦଳୁଥିବା ଯୁବ ଶକ୍ତିର ପ୍ରଭାବକୁ ଦେଖି ନିଜର ସ୍ଥିତି ବଜାୟ ରଖିବାର ଏକ ଚତୁର ରଣନୀତି ବୋଲି ସ୍ପଷ୍ଟ ଜାଣି ହଉଛି ।

Related Posts

କେବଳ ଆଦିବାସୀ ଦିବସ ପାଳନରେ ବିକାଶ ସମ୍ଭବ କି?

ପିନ୍ ବାର୍ତ୍ତା: ଓଡ଼ିଶା ସମେତ ସାରା ବିଶ୍ୱରେ ଅଗଷ୍ଟ ୯ ତାରିଖକୁ World Tribal Day ଅବା ବିଶ୍ୱ ଆଦିବାସୀ ଦିବସ ଭାବେ ବଡ଼ ଧୂମଧାମରେ ପାଳନ କରାଯାଇଛି । କିନ୍ତୁ ଏହି ଉତ୍ସବର ଚାକଚକ୍ୟ ଭିତରେ ଓଡ଼ିଶାର ଆଦିବାସୀ ଙ୍କୁ…

ଜଗନ୍ନାଥ ଆନିମେସନ୍ ଫିଲ୍ମକୁ ନେଇ ତେଜୁଛି ବିବାଦ

ପିନ୍ ବାର୍ତ୍ତା: ଆନିମେସନ୍ ଫିଲ୍ମ ‘ମହାପ୍ରଭୁ ଶ୍ରୀ ଜଗନ୍ନାଥ’ର ମୁକ୍ତିଲାଭକୁ ନେଇ ସାରା ରାଜ୍ୟରେ ତୀବ୍ର ବିବାଦ ଏବଂ ଅସନ୍ତୋଷ ପ୍ରକାଶ ପାଇଛି । ଏହି କାଳ୍ପନିକ ଫିଲ୍ମ ଦ୍ୱାରା ଜଗନ୍ନାଥ ସଂସ୍କୃତି, ପରମ୍ପରା ଏବଂ ରୀତିନୀତିକୁ କଦର୍ଥ କରାଯାଉଥିବା ଅଭିଯୋଗ…

Leave a Reply

Your email address will not be published. Required fields are marked *

You Missed

“No Works in Odisha”: କଥା ବେଶୀ, କାମ କମ୍; RKD ପାଇଁ କାହିଁକି ଏ ଦରଦ?

“No Works in Odisha”: କଥା ବେଶୀ, କାମ କମ୍; RKD ପାଇଁ କାହିଁକି ଏ ଦରଦ?

ବଣ୍ଡା ଜନଜାତିଙ୍କ ବିକାଶ ପାଇଁ ପ୍ରୟାସ

ବଣ୍ଡା ଜନଜାତିଙ୍କ ବିକାଶ ପାଇଁ ପ୍ରୟାସ

ଲୋକଙ୍କୁ ନିଜର କରି ପାରିଲେନି 

ଲୋକଙ୍କୁ ନିଜର କରି ପାରିଲେନି 

ଉତ୍ସୃଙ୍ଖଳ ଡ୍ରାଇଭରଙ୍କ ଉପରେ କଠୋର ହେଲେ ସରକାର

ଉତ୍ସୃଙ୍ଖଳ ଡ୍ରାଇଭରଙ୍କ ଉପରେ କଠୋର ହେଲେ ସରକାର

ଏମ୍.ଏମ୍.ଡି.ଆର୍. (MMDR) ସଂଶୋଧନ ବିଲ୍ – ଓଡ଼ିଶାର ସ୍ୱାର୍ଥ ପାଇଁ ଲଢ଼େଇ

ଏମ୍.ଏମ୍.ଡି.ଆର୍. (MMDR) ସଂଶୋଧନ ବିଲ୍ – ଓଡ଼ିଶାର ସ୍ୱାର୍ଥ ପାଇଁ ଲଢ଼େଇ

ଜଟିଳ ହେଉଛି ବନ୍ୟା ସମସ୍ୟା

ଜଟିଳ ହେଉଛି ବନ୍ୟା ସମସ୍ୟା