ପିନ୍ ବାର୍ତ୍ତା: ସ୍ୱାଧୀନତା ଦିବସ ଅବସରରେ ଯୋଗଗୁରୁ ବାବା ରାମଦେବ ଦେଇଥିବା ଏକ ବିବୃତ୍ତି ଏବେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି । ଦେଶରେ ବ୍ୟାପୁଥିବା ଅରାଜକତା, ବିଦ୍ୟାଳୟମାନଙ୍କରେ ଶିକ୍ଷକ, ବିଦ୍ୟୁତ୍ ଏବଂ ଜଳର ଅଭାବ, ପ୍ରଶ୍ନପତ୍ର ଲିକ ଏବଂ ସରକାରୀ ଚାକିରି ସାକ୍ଷାତକାରରେ ବ୍ୟାପକ ଦୁର୍ନୀତି ନେଇ ସେ ଖୋଲାଖୋଲି ମତ ରଖିଛନ୍ତି । ପୂର୍ବରୁ ଯୁବପିଢ଼ି କିମ୍ବା ‘ଜେନ ଜି’ (Gen Z) ଆନ୍ଦୋଳନକୁ ନେଇ ତାଙ୍କର ମନୋଭାବ ଭିନ୍ନ ଥିଲେ ମଧ୍ୟ, ବର୍ତ୍ତମାନର ପରିସ୍ଥିତିରେ ସେ ନିଜର ସ୍ୱର ବଦଳାଇଛନ୍ତି ।
ତେବେ ଏହି ପରିବର୍ତ୍ତନ ପଛରେ ରହିଛି ଏକ ବଡ଼ ରଣନୀତି । ଯୁବପ୍ରତିରୋଧ ଏବଂ ଜେନ ଜି ଙ୍କ କ୍ରୋଧ ଯେକୌଣସି ବଡ଼ ସାମ୍ରାଜ୍ୟକୁ ଥରାଇ ଦେଇପାରେ, ଏହା ବାବା ରାମଦେବ ଭଲଭାବେ ବୁଝିପାରିଛନ୍ତି । ନିଜର ବ୍ୟାପାରିକ ଏବଂ ପ୍ରତିଷ୍ଠିତ ସାମ୍ରାଜ୍ୟକୁ ସୁରକ୍ଷା ଦେବା ପାଇଁ ସେ ଏକପ୍ରକାର ୟୁ-ଟର୍ଣ୍ଣ ନେଇ ଯୁବ ଆନ୍ଦୋଳନ ପ୍ରତି ନିଜର ସମର୍ଥନ ଜଣାଇଛନ୍ତି । ଯଦି ସମୟ ଥାଉଥାଉ ବ୍ୟବସ୍ଥା ସୁଧୁରିବ ନାହିଁ, ତେବେ ଜେନ ଜି ଙ୍କ ଆକ୍ରୋଶ ସମସ୍ତଙ୍କୁ କବଳିତ କରିବ ବୋଲି ସେ ଚେତାବନୀ ଦେଇଛନ୍ତି ।
ଏହି ପରିପ୍ରେକ୍ଷୀରେ, ବାବା ରାମଦେବଙ୍କ ଏହି ନୂଆ ରୂପ କେବଳ ଜନସାଧାରଣଙ୍କ ସମସ୍ୟା ପ୍ରତି ସହାନୁଭୂତି ନୁହେଁ, ବରଂ ବଦଳୁଥିବା ଯୁବ ଶକ୍ତିର ପ୍ରଭାବକୁ ଦେଖି ନିଜର ସ୍ଥିତି ବଜାୟ ରଖିବାର ଏକ ଚତୁର ରଣନୀତି ବୋଲି ସ୍ପଷ୍ଟ ଜାଣି ହଉଛି ।








