ଜଟିଳ ହେଉଛି ବନ୍ୟା ସମସ୍ୟା

ପିନ୍ ବାର୍ତ୍ତା: ଓଡ଼ିଶାରେ ଲଗାଣ ବର୍ଷା ଏବଂ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ କାରଣରୁ ରାଜ୍ୟର ବନ୍ୟା ପରିସ୍ଥିତି ଅତ୍ୟନ୍ତ ଜଟିଳ ହେବାରେ ଲାଗିଛି । ରାଜ୍ୟର ପ୍ରାୟ ୨୨ଟି ଜିଲ୍ଲା ଏହି ପ୍ରାକୃତିକ ବିପର୍ଯ୍ୟୟଦ୍ୱାରା ପ୍ରଭାବିତ ହୋଇଥିବାବେଳେ ୮.୬ ଲକ୍ଷରୁ ଅଧିକ ଜନସାଧାରଣ କ୍ଷତିଗ୍ରସ୍ତ ହୋଇଛନ୍ତି । ବିଶେଷକରି ଭଦ୍ରକ, ଯାଜପୁର, ବାଲେଶ୍ୱର, ମୟୂରଭଞ୍ଜ ଏବଂ କେନ୍ଦୁଝର ଜିଲ୍ଲାର ନିମ୍ନଞ୍ଚଳ ଓ ଗ୍ରାମାଞ୍ଚଳଗୁଡ଼ିକରେ ବନ୍ୟାଜଳ ପ୍ରବେଶ କରିବା ଯୋଗୁଁ ଜନଜୀବନ ସମ୍ପୂର୍ଣ୍ଣ ଅସ୍ତବ୍ୟସ୍ତ ହୋଇପଡ଼ିଛି । ପ୍ରଶାସନ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ବିପଦପୂର୍ଣ୍ଣ ଅଞ୍ଚଳରୁ ପ୍ରାୟ ୨.୬୭ ଲକ୍ଷରୁ ଅଧିକ ଲୋକଙ୍କୁ ସୁରକ୍ଷିତ ଭାବେ ସ୍ଥାନାନ୍ତରିତ କରାଯାଇଛି ।

ବଢୁଥିବା ବନ୍ୟାଜଳ ଯୋଗୁଁ କେନ୍ଦୁଝର ଜିଲ୍ଲାର ବୈତରଣୀ ଓ କେନ୍ଦ୍ରାପଡ଼ା ଅଞ୍ଚଳରେ ବିପଦ ସୃଷ୍ଟି ହୋଇଛି । କେନ୍ଦ୍ରାପଡ଼ା ଜିଲ୍ଲାର କୁଳସାହି ଆବାସିକ ବିଦ୍ୟାଳୟରେ ବ୍ରାହ୍ମଣୀ ନଦୀର ବନ୍ୟାଜଳ ପଶିଯିବାରୁ ସେଠାରେ କିଛି ଛାତ୍ରଛାତ୍ରୀ ଅସ୍ଥାୟୀ ଭାବେ ଆଣ୍ଠୁଏ ପାଣି ଭିତରେ ଫସି ରହିଥିଲେ । ତୁରନ୍ତ ପଦକ୍ଷେପ ଗ୍ରହଣ କରାଯାଇ ଉଦ୍ଧାରକାରୀ ଦଳ ଦ୍ୱାରା ସେମାନଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି । ଏହି ଭୟବହ ପରିସ୍ଥିତିକୁ ଦୃଷ୍ଟିରେ ରଖି ଭଦ୍ରକ, ଯାଜପୁର, ବାଲେଶ୍ୱର, ମୟୂରଭଞ୍ଜ ଏବଂ କେନ୍ଦୁଝର ଜିଲ୍ଲାର ସମସ୍ତ ସରକାରୀ ଓ ବେସରକାରୀ ବିଦ୍ୟାଳୟ ତଥା ଶିକ୍ଷାନୁଷ୍ଠାନଗୁଡ଼ିକୁ ସମ୍ପୂର୍ଣ୍ଣ ଭାବେ ବନ୍ଦ ରଖାଯାଇଛି ।

ପ୍ରଭାବିତ ଲୋକଙ୍କୁ ସହାୟତା ପ୍ରଦାନ କରିବା ନିମନ୍ତେ ରାଜ୍ୟ ସରକାରଙ୍କ ପକ୍ଷରୁ ୧୧୦ କୋଟି ଟଙ୍କାର ଏକ ପ୍ରାରମ୍ଭିକ ପ୍ୟାକେଜ୍ ଘୋଷଣା କରାଯାଇଥିବାବେଳେ ପ୍ରାୟ ୨୬ କୋଟି ଟଙ୍କାର ଅଗ୍ରିମ ସହାୟତା ଯୋଗାଇଦିଆଯାଇଛି । ବନ୍ୟାଗ୍ରସ୍ତ ଅଞ୍ଚଳରେ ପ୍ରାୟ ୩୦୦ଟି ରିଲିଫ୍ ଶିବିର ଖୋଲାଯାଇ ସେଠାରେ ଆଶ୍ରୟ ନେଇଥିବା ଲୋକମାନଙ୍କୁ ଶୁଖିଲା ଖାଦ୍ୟ, ପାନୀୟ ଜଳ ଏବଂ ଡାକ୍ତରୀ ସେବା ଯୋଗାଇ ଦିଆଯାଉଛି । ଏନଡିଆରଏଫ୍ (NDRF), ଓଡ୍ରାଫ୍ (ODRAF) ଏବଂ ଅଗ୍ନିଶମ ବାହିନୀର ପ୍ରାୟ ୧୦୦ଟି ଟିମ୍ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଅଛନ୍ତି ।

Related Posts

“No Works in Odisha”: କଥା ବେଶୀ, କାମ କମ୍; RKD ପାଇଁ କାହିଁକି ଏ ଦରଦ?

ପିନ୍ ବାର୍ତ୍ତା: ଓଡ଼ିଶାବାସୀ ବଦଳ ଚାହୁଁଥିଲେ, ଆଉ ଶାସକ ଦଳ ମଧ୍ୟ ବଦଳିଲା । ସରକାର ପରିବର୍ତ୍ତନ ସହ ବିକାଶର ନୂଆ ନାରା ଶୁଣିବାକୁ ମିଳିଲା ଏବଂ ଅନେକ ନୂତନ ପ୍ରକଳ୍ପର ପ୍ରତିଶ୍ରୁତି ମଧ୍ୟ ଦିଆଗଲା । ମାତ୍ର ବାସ୍ତବତା କିନ୍ତୁ…

ବଣ୍ଡା ଜନଜାତିଙ୍କ ବିକାଶ ପାଇଁ ପ୍ରୟାସ

ପିନ୍ ବାର୍ତ୍ତା: ମାଲକାନଗିରି ଜିଲ୍ଲାରେ ବିକାଶ ଏବଂ ମହିଳା ସଶକ୍ତିକରଣର ଏକ ନୂତନ ଅଧ୍ୟାୟ ଯୋଡ଼ି ହୋଇଛି । ରାଜ୍ୟର ଅନ୍ୟତମ ଆଦିମ ଜନଜାତି (PVTG) ଭାବେ ପରିଚିତ ବଣ୍ଡା ସମ୍ପ୍ରଦାୟର ସାମଗ୍ରିକ ଉନ୍ନତି ପାଇଁ ମୁଦୁଲିପଡ଼ାସ୍ଥିତ ବଣ୍ଡା ଉନ୍ନୟନ ସଂସ୍ଥା…

Leave a Reply

Your email address will not be published. Required fields are marked *

You Missed

“No Works in Odisha”: କଥା ବେଶୀ, କାମ କମ୍; RKD ପାଇଁ କାହିଁକି ଏ ଦରଦ?

“No Works in Odisha”: କଥା ବେଶୀ, କାମ କମ୍; RKD ପାଇଁ କାହିଁକି ଏ ଦରଦ?

ବଣ୍ଡା ଜନଜାତିଙ୍କ ବିକାଶ ପାଇଁ ପ୍ରୟାସ

ବଣ୍ଡା ଜନଜାତିଙ୍କ ବିକାଶ ପାଇଁ ପ୍ରୟାସ

ଲୋକଙ୍କୁ ନିଜର କରି ପାରିଲେନି 

ଲୋକଙ୍କୁ ନିଜର କରି ପାରିଲେନି 

ଉତ୍ସୃଙ୍ଖଳ ଡ୍ରାଇଭରଙ୍କ ଉପରେ କଠୋର ହେଲେ ସରକାର

ଉତ୍ସୃଙ୍ଖଳ ଡ୍ରାଇଭରଙ୍କ ଉପରେ କଠୋର ହେଲେ ସରକାର

ଏମ୍.ଏମ୍.ଡି.ଆର୍. (MMDR) ସଂଶୋଧନ ବିଲ୍ – ଓଡ଼ିଶାର ସ୍ୱାର୍ଥ ପାଇଁ ଲଢ଼େଇ

ଏମ୍.ଏମ୍.ଡି.ଆର୍. (MMDR) ସଂଶୋଧନ ବିଲ୍ – ଓଡ଼ିଶାର ସ୍ୱାର୍ଥ ପାଇଁ ଲଢ଼େଇ

ଜଟିଳ ହେଉଛି ବନ୍ୟା ସମସ୍ୟା

ଜଟିଳ ହେଉଛି ବନ୍ୟା ସମସ୍ୟା