ବରଗଡ଼ ଧନୁଯାତ୍ରା ତୋରଣ ଦୁର୍ନୀତି, ଭିଜିଲାନ୍ସ ତଦନ୍ତ ଦାବି କଲେ ସାଂସଦ ପ୍ରଦୀପ ପୁରୋହିତ

ବରଗଡ଼ ବିଶ୍ୱପ୍ରସିଦ୍ଧ ଧନୁଯାତ୍ରା ସମୟରେ ନିର୍ମିତ ସ୍ୱାଗତ ତୋରଣ ଭାଙ୍ଗିବା ଏବଂ ଏହା ପଛରେ ଥିବା ଆର୍ଥିକ ଅନିୟମିତତାକୁ ନେଇ ଏବେ ରାଜ୍ୟ ରାଜନୀତି ସରଗରମ ହୋଇଛି । ଏହି ନିର୍ମାଣ କାର୍ଯ୍ୟରେ ବ୍ୟାପକ ଦୁର୍ନୀତି ଓ ନିମ୍ନମାନର ସାମଗ୍ରୀ ବ୍ୟବହାର କରାଯାଇଥିବା ଅଭିଯୋଗ ଆଣି ବରଗଡ଼ ବିଜେପି ସାଂସଦ ପ୍ରଦୀପ ପୁରୋହିତ ଏକ ଉଚ୍ଚସ୍ତରୀୟ ଭିଜିଲାନ୍ସ ତଦନ୍ତ ଦାବି କରିଛନ୍ତି । ଏ ନେଇ ସେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରିବା ସହ ଘଟଣାର ନିରପେକ୍ଷ ଅନୁସନ୍ଧାନ ପାଇଁ ଅନୁରୋଧ କରିଛନ୍ତି ।

ଗତ ଧନୁଯାତ୍ରା ସମୟରେ ପୂର୍ତ୍ତ ବିଭାଗ ପକ୍ଷରୁ ସ୍ଥାନୀୟ ଥାନା ଛକଠାରେ ଏକ ଭବ୍ୟ ସ୍ୱାଗତ ତୋରଣ ନିର୍ମାଣ କରାଯାଇଥିଲା । ତେବେ ନିକଟରେ ଏହି ଗେଟ୍‌ଟି ହଠାତ୍ ଭୁଶୁଡ଼ି ପଡ଼ିବାରୁ ଦୁଇ ଜଣ ବ୍ୟକ୍ତି ଆହତ ହୋଇଥିବା ସୂଚନା ମିଳିଛି । ସାଂସଦ ଶ୍ରୀ ପୁରୋହିତ ନିଜ ଚିଠିରେ ଦର୍ଶାଇଛନ୍ତି ଯେ, ଧନୁଯାତ୍ରା ସମୟରେ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ଓ ପର୍ଯ୍ୟଟକଙ୍କ ଭିଡ଼ ଜମୁଥିବା ବେଳେ ଯଦି ଏହି ଦୁର୍ଘଟଣା ଉତ୍ସବ ସମୟରେ ଘଟିଥାନ୍ତା, ତେବେ ଏକ ବଡ଼ଧରଣର ପ୍ରାଣହାନି ଘଟିଥାନ୍ତା । ଏଭଳି ଘଟଣା କେବଳ ସାଧାରଣ ଲୋକଙ୍କ ଜୀବନକୁ ବିପଦରେ ପକାଉନାହିଁ, ବରଂ ପଶ୍ଚିମ ଓଡ଼ିଶାର ଗର୍ବ ଓ ଗୌରବ କୁହାଯାଉଥିବା ଧନୁଯାତ୍ରାର ସୁନାମରେ ମଧ୍ୟ ଆଞ୍ଚ ଆଣୁଛି । ସେଥିପାଇଁ ସମ୍ପୃକ୍ତ ଅଧିକାରୀ ଓ ଠିକାଦାରଙ୍କ ବିରୋଧରେ କଠୋର ଆଇନଗତ ପଦକ୍ଷେପ ନେବା ସହ ଜିଲ୍ଲାର ଅନ୍ୟ ସମସ୍ତ ସରକାରୀ କୋଠାବାଡ଼ି ଓ ସ୍ଥାୟୀ କିମ୍ବା ଅସ୍ଥାୟୀ ତୋରଣଗୁଡ଼ିକର ସୁରକ୍ଷା ଯାଞ୍ଚ କରିବା ଜରୁରୀ ହୋଇପଡ଼ିଛି ।

ଏହା ବ୍ୟତୀତ ସାଂସଦଙ୍କ ଅଭିଯୋଗ ଅନୁସାରେ, ବରଗଡ଼ ପୂର୍ତ୍ତ ବିଭାଗ ଅଧୀନରେ ହେଉଥିବା ପ୍ରମୁଖ ସରକାରୀ କାର୍ଯ୍ୟଗୁଡ଼ିକରେ ଆଦୌ ସ୍ୱଚ୍ଛତା ରହୁନାହିଁ । ବିଶେଷ କରି ବଡ଼ ବଡ଼ ପ୍ରକଳ୍ପ ପାଇଁ ଅନ୍‌ଲାଇନ୍ ବଦଳରେ ‘ଅଫ୍‌ଲାଇନ୍ ଟେଣ୍ଡର’ ପ୍ରକ୍ରିୟା ଆପଣାଯାଉଛି, ଯାହା ଭ୍ରଷ୍ଟାଚାରକୁ ପ୍ରୋତ୍ସାହନ ଦେଉଛି । ଏହାଦ୍ୱାରା ଅଫିସର ଏବଂ ଠିକାଦାରଙ୍କ ମଧ୍ୟରେ ଅସାଧୁ ମେଣ୍ଟ ସହଜ ହେଉଛି ଏବଂ ନିଜ ପସନ୍ଦର ଲୋକଙ୍କୁ କାର୍ଯ୍ୟାଦେଶ ବଣ୍ଟନ କରାଯାଉଛି । ଶ୍ରୀ ପୁରୋହିତ ଏହି ବ୍ୟବସ୍ଥାକୁ ସମ୍ପୂର୍ଣ୍ଣ ବନ୍ଦ କରି ସମସ୍ତ ସରକାରୀ କାର୍ଯ୍ୟ ପାଇଁ ଇ-ଟେଣ୍ଡରିଂ ବାଧ୍ୟତାମୂଳକ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଦାବି କରିଛନ୍ତି । ଏହି ଘଟଣା ସାମ୍ନାକୁ ଆସିବା ପରେ ରାଜ୍ୟରେ ପୂର୍ବତନ ବିଜେଡି ସରକାର ସମୟର ପ୍ରଶାସନିକ ଶିଥିଳତା ଓ ଦୁର୍ନୀତିକୁ ନେଇ ପୁଣି ଥରେ ରାଜନୈତିକ ଚର୍ଚ୍ଚା ଜୋର ଧରିଛି ।

  • Related Posts

    ଅନ୍ଧାରରେ ଓଡ଼ିଶା ସ୍କୁଲ

    ପିନ୍ ବାର୍ତ୍ତା: ରାଜ୍ୟରେ ଶିକ୍ଷା ବ୍ୟବସ୍ଥାର ଆଧୁନିକୀକରଣ, ସ୍ମାର୍ଟ ଶ୍ରେଣୀଗୃହ ଏବଂ ଭିତ୍ତିଭୂମିର ବିକାଶ ନେଇ ବଡ଼ ବଡ଼ ଦାବି କରାଯାଉଥିବା ବେଳେ ବାସ୍ତବ ଚିତ୍ର କିନ୍ତୁ ସମ୍ପୂର୍ଣ୍ଣ ଭିନ୍ନ । ବକେୟା ବିଦ୍ୟୁତ୍‌ ବିଲ୍‌ ପୈଠ ନ ହୋଇପାରିବା କାରଣରୁ…

    ‘ସ୍ୱାଧୀନ’ ଲିକୁ ଭରସାରେ ଓଡ଼ିଶା ବିଜେପି

    ପିନ୍ ବାର୍ତ୍ତା: ଯାଜପୁର ଜିଲ୍ଲା ଧର୍ମଶାଳାର ସ୍ୱାଧୀନ ବିଧାୟକ ହିମାଂଶୁ ଶେଖର ସାହୁ (ଲିକୁ) ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ବିଜେପିର ଜଣେ ସକ୍ରିୟ ନେତା ଭାବେ ଅଞ୍ଚଳରେ ଦଳୀୟ ସଙ୍ଗଠନକୁ ସୁଦୃଢ଼ କରିବାରେ ବଡ଼ ଭୂମିକା ଗ୍ରହଣ କରିଥିଲେ ।…

    Leave a Reply

    Your email address will not be published. Required fields are marked *

    You Missed

    ଅନ୍ଧାରରେ ଓଡ଼ିଶା ସ୍କୁଲ

    ଅନ୍ଧାରରେ ଓଡ଼ିଶା ସ୍କୁଲ

    ‘ସ୍ୱାଧୀନ’ ଲିକୁ ଭରସାରେ ଓଡ଼ିଶା ବିଜେପି

    ‘ସ୍ୱାଧୀନ’ ଲିକୁ ଭରସାରେ ଓଡ଼ିଶା ବିଜେପି

    ମେକାନିକଙ୍କ ସୁରକ୍ଷା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବ୍ରହ୍ମପୁର ସାଂସଦ ପ୍ରଦୀପ ପାଣିଗ୍ରାହୀ

    ମେକାନିକଙ୍କ ସୁରକ୍ଷା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବ୍ରହ୍ମପୁର ସାଂସଦ ପ୍ରଦୀପ ପାଣିଗ୍ରାହୀ

    ଅଦାଲତରେ ମାମଲା ସତ୍ତ୍ୱେ ବାଲଡାରେ ଡ୍ରୋନ ସର୍ଭେ; ଆଦାନୀ ଟିମ୍‌କୁ ଘେରିଲେ ଗ୍ରାମବାସୀ

    ଅଦାଲତରେ ମାମଲା ସତ୍ତ୍ୱେ ବାଲଡାରେ ଡ୍ରୋନ ସର୍ଭେ; ଆଦାନୀ ଟିମ୍‌କୁ ଘେରିଲେ ଗ୍ରାମବାସୀ

    “No Works in Odisha”: କଥା ବେଶୀ, କାମ କମ୍; RKD ପାଇଁ କାହିଁକି ଏ ଦରଦ?

    “No Works in Odisha”: କଥା ବେଶୀ, କାମ କମ୍; RKD ପାଇଁ କାହିଁକି ଏ ଦରଦ?

    ବଣ୍ଡା ଜନଜାତିଙ୍କ ବିକାଶ ପାଇଁ ପ୍ରୟାସ

    ବଣ୍ଡା ଜନଜାତିଙ୍କ ବିକାଶ ପାଇଁ ପ୍ରୟାସ