ଚିଲିକା ସେତୁ ପ୍ରକଳ୍ପକୁ ନେଇ ବିବାଦରେ ସଞ୍ଜୟ

ପିନ୍ ବାର୍ତ୍ତା: କୋଷ୍ଟାଲ ହାଇୱେ ପ୍ରକଳ୍ପକୁ ନେଇ ରାଜ୍ୟରେ ରାଜନୈତିକ ବିବାଦ ତୀବ୍ର ହୋଇଥିବାବେଳେ ବିଜେଡିର ବରିଷ୍ଠ ଉପସଭାପତି ସଞ୍ଜୟ କୁମାର ଦାସବର୍ମାଙ୍କ ମତାମତକୁ ନେଇ ନୂଆ ଚର୍ଚ୍ଚା ଆରମ୍ଭ ହୋଇଛି । କୋଷ୍ଟାଲ ହାଇୱେର ମୂଳ ପରିକଳ୍ପନାରୁ କେନ୍ଦ୍ର ସରକାର ଦୂରେଇ ଯାଇଥିବା ଅଭିଯୋଗ କରି ସଞ୍ଜୟ ଦାସବର୍ମା ଏହାକୁ ଓଡ଼ିଶାର ପର୍ଯ୍ୟଟନ, ଅର୍ଥନୀତି ଓ ଉପକୂଳ ଅଞ୍ଚଳର ବିକାଶ ପ୍ରତି ଅବହେଳା ବୋଲି କହିଛନ୍ତି । ଅନ୍ୟପଟେ ରାଜ୍ୟ ସରକାରଙ୍କ ପକ୍ଷରୁ ତାଙ୍କ ଅଭିଯୋଗକୁ ଖଣ୍ଡନ କରାଯାଇ ବିଜେଡିକୁ ହିଁ ପ୍ରକଳ୍ପ ବିଳମ୍ବ ପାଇଁ ଦାୟୀ କରାଯାଇଛି ।

ଦୀର୍ଘ ୧୧ ବର୍ଷ ପରେ କେନ୍ଦ୍ର କ୍ୟାବିନେଟ୍ କୋଷ୍ଟାଲ ହାଇୱେ ପ୍ରକଳ୍ପର ରାମେଶ୍ୱର-କୋଣାର୍କ ଏବଂ କୋଣାର୍କ-ପାରାଦୀପ ଅଂଶ ପାଇଁ ଅନୁମୋଦନ ଦେଇଛି । ହେଲେ ସଞ୍ଜୟ ଦାସବର୍ମାଙ୍କ କହିବା ଅନୁସାରେ, ୨୦୧୫ ମସିହାରେ ନିତିନ ଗଡକରୀ ଗୋପାଳପୁରରୁ ଦୀଘା ପର୍ଯ୍ୟନ୍ତ ପ୍ରାୟ ୪୫୦ କିଲୋମିଟର ଦୀର୍ଘ କୋଷ୍ଟାଲ ହାଇୱେ ନିର୍ମାଣର ଘୋଷଣା କରିଥିଲେ । କିନ୍ତୁ ବର୍ତ୍ତମାନର ମଞ୍ଜୁରୀରେ ପାରାଦୀପରୁ ଦୀଘା ପର୍ଯ୍ୟନ୍ତ ଭଦ୍ରକ ଓ ବାଲେଶ୍ୱର ଜିଲ୍ଲାର ବିସ୍ତୃତ ଉପକୂଳ ଅଞ୍ଚଳ ବାଦ ପଡ଼ିଛି, ଯାହା ଓଡ଼ିଶାବାସୀଙ୍କ ଆଶାକୁ ନିରାଶ କରିଛି ।

ବିଜେଡିର ଅଭିଯୋଗ ଅନୁଯାୟୀ, ପ୍ରକଳ୍ପ ଘୋଷଣା ପରଠାରୁ ବାରମ୍ବାର ଆଲାଇନମେଣ୍ଟ ପରିବର୍ତ୍ତନ, ଟେଣ୍ଡର ବାତିଲ ଏବଂ ପ୍ରଶାସନିକ ଅବହେଳା ଯୋଗୁଁ ଏହାର ଅଗ୍ରଗତି ବାଧାପ୍ରାପ୍ତ ହୋଇଛି । ଚିଲିକା ଓ ଭିତରକନିକା ଅଞ୍ଚଳର ପରିବେଶଗତ ଅନୁମୋଦନ ସମସ୍ୟା ମଧ୍ୟ ପ୍ରକଳ୍ପକୁ ଜଟିଳ କରିଥିବା ଦଳ କହିଛି । ସଞ୍ଜୟ ଦାସବର୍ମାଙ୍କ ମତରେ, ମୂଳ ଯୋଜନା ଅନୁଯାୟୀ ସମୁଦ୍ର ଉପକୂଳ ନିକଟରେ ରାଜପଥ ନିର୍ମାଣ ହୋଇଥାନ୍ତା ତାହେଲେ ପର୍ଯ୍ୟଟନ ବିକାଶ, ବାତ୍ୟା ମୁକାବିଲା ଓ ଗମନାଗମନ କ୍ଷେତ୍ରରେ ବଡ଼ ପରିବର୍ତ୍ତନ ଆସିଥାନ୍ତା । ବର୍ତ୍ତମାନ ମଞ୍ଜୁରୀ ପାଇଥିବା ରୁଟ୍‌ରେ ସମୁଦ୍ର ଓ ଚିଲିକାର ପର୍ଯ୍ୟଟନ ସମ୍ଭାବନା ଆଶାନୁରୂପ ନାହିଁ । ତେଣୁ ଗୋପାଳପୁରରୁ ଦୀଘା ପର୍ଯ୍ୟନ୍ତ ମୂଳ ଡିପିଆରକୁ ପୁନଃବିଚାର କରି ତାହାକୁ କାର୍ଯ୍ୟକାରୀ କରିବାକୁ ସେ ଦାବି କରିଛନ୍ତି।

ଅନ୍ୟପଟେ ରାଜ୍ୟ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ବିଜେଡିର ଅଭିଯୋଗକୁ ତୀବ୍ର ଭାବେ ଖଣ୍ଡନ କରିଛନ୍ତି । ତାଙ୍କ କହିବା ଅନୁସାରେ, ବର୍ତ୍ତମାନର ରୁଟ୍ ଚିଲିକା ଓ ଉପକୂଳ ଅଞ୍ଚଳକୁ ସଂଯୋଗ କରୁଛି ଏବଂ ଏହା ପର୍ଯ୍ୟଟନ ଓ ଅର୍ଥନୈତିକ ବିକାଶ ପାଇଁ ସହାୟକ ହେବ । ସେ ଅଭିଯୋଗ କରିଛନ୍ତି ଯେ, ପୂର୍ବରୁ ବିଜେଡି ସରକାର ବିଭିନ୍ନ କାରଣରୁ କୋଷ୍ଟାଲ ହାଇୱେ ପ୍ରକଳ୍ପକୁ ଆଗକୁ ବଢ଼ିବାକୁ ଦେଇନଥିଲା । ପ୍ରଧାନମନ୍ତ୍ରୀଙ୍କ ପୂର୍ବୋଦୟ ବିକାଶ ଦୃଷ୍ଟିକୋଣ ଅନୁସାରେ ଓଡ଼ିଶାର ଭିତ୍ତିଭୂମି ବିକାଶକୁ ପ୍ରାଥମିକତା ଦିଆଯାଉଛି । କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନିତିନ ଗଡକରୀ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ରାଜ୍ୟ ସରକାରଙ୍କ ନିରନ୍ତର ପ୍ରୟାସ ଯୋଗୁଁ ଏହି ପ୍ରକଳ୍ପ ଅନୁମୋଦନ ପାଇଥିବା ସେ ଦାବି କରିଛନ୍ତି ।

କୋଷ୍ଟାଲ ହାଇୱେକୁ ନେଇ ବିଜେଡି ଓ ବିଜେପି ମଧ୍ୟରେ ଆରମ୍ଭ ହୋଇଥିବା ଏହି ରାଜନୈତିକ ଯୁଦ୍ଧ ଆଗାମୀ ଦିନରେ ଆହୁରି ତୀବ୍ର ହେବାର ସମ୍ଭାବନା ରହିଛି । ପ୍ରକଳ୍ପର ମୂଳ ରୂପରେଖ, ରୁଟ୍ ଚୟନ ଓ ଉପକୂଳ ଜିଲ୍ଲାଗୁଡ଼ିକର ଭବିଷ୍ୟତ ବିକାଶକୁ ନେଇ ଉଭୟ ଦଳ ଏବେ ପରସ୍ପରକୁ ଦୋଷାରୋପ କରୁଥିବାବେଳେ ଏହା ରାଜ୍ୟ ରାଜନୀତିର ଏକ ପ୍ରମୁଖ ପ୍ରସଙ୍ଗ ଭାବେ ଉଭା ହୋଇଛି ।

Related Posts

ଅନ୍ଧାରରେ ଓଡ଼ିଶା ସ୍କୁଲ

ପିନ୍ ବାର୍ତ୍ତା: ରାଜ୍ୟରେ ଶିକ୍ଷା ବ୍ୟବସ୍ଥାର ଆଧୁନିକୀକରଣ, ସ୍ମାର୍ଟ ଶ୍ରେଣୀଗୃହ ଏବଂ ଭିତ୍ତିଭୂମିର ବିକାଶ ନେଇ ବଡ଼ ବଡ଼ ଦାବି କରାଯାଉଥିବା ବେଳେ ବାସ୍ତବ ଚିତ୍ର କିନ୍ତୁ ସମ୍ପୂର୍ଣ୍ଣ ଭିନ୍ନ । ବକେୟା ବିଦ୍ୟୁତ୍‌ ବିଲ୍‌ ପୈଠ ନ ହୋଇପାରିବା କାରଣରୁ…

‘ସ୍ୱାଧୀନ’ ଲିକୁ ଭରସାରେ ଓଡ଼ିଶା ବିଜେପି

ପିନ୍ ବାର୍ତ୍ତା: ଯାଜପୁର ଜିଲ୍ଲା ଧର୍ମଶାଳାର ସ୍ୱାଧୀନ ବିଧାୟକ ହିମାଂଶୁ ଶେଖର ସାହୁ (ଲିକୁ) ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ବିଜେପିର ଜଣେ ସକ୍ରିୟ ନେତା ଭାବେ ଅଞ୍ଚଳରେ ଦଳୀୟ ସଙ୍ଗଠନକୁ ସୁଦୃଢ଼ କରିବାରେ ବଡ଼ ଭୂମିକା ଗ୍ରହଣ କରିଥିଲେ ।…

Leave a Reply

Your email address will not be published. Required fields are marked *

You Missed

ଅନ୍ଧାରରେ ଓଡ଼ିଶା ସ୍କୁଲ

ଅନ୍ଧାରରେ ଓଡ଼ିଶା ସ୍କୁଲ

‘ସ୍ୱାଧୀନ’ ଲିକୁ ଭରସାରେ ଓଡ଼ିଶା ବିଜେପି

‘ସ୍ୱାଧୀନ’ ଲିକୁ ଭରସାରେ ଓଡ଼ିଶା ବିଜେପି

ମେକାନିକଙ୍କ ସୁରକ୍ଷା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବ୍ରହ୍ମପୁର ସାଂସଦ ପ୍ରଦୀପ ପାଣିଗ୍ରାହୀ

ମେକାନିକଙ୍କ ସୁରକ୍ଷା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବ୍ରହ୍ମପୁର ସାଂସଦ ପ୍ରଦୀପ ପାଣିଗ୍ରାହୀ

ଅଦାଲତରେ ମାମଲା ସତ୍ତ୍ୱେ ବାଲଡାରେ ଡ୍ରୋନ ସର୍ଭେ; ଆଦାନୀ ଟିମ୍‌କୁ ଘେରିଲେ ଗ୍ରାମବାସୀ

ଅଦାଲତରେ ମାମଲା ସତ୍ତ୍ୱେ ବାଲଡାରେ ଡ୍ରୋନ ସର୍ଭେ; ଆଦାନୀ ଟିମ୍‌କୁ ଘେରିଲେ ଗ୍ରାମବାସୀ

“No Works in Odisha”: କଥା ବେଶୀ, କାମ କମ୍; RKD ପାଇଁ କାହିଁକି ଏ ଦରଦ?

“No Works in Odisha”: କଥା ବେଶୀ, କାମ କମ୍; RKD ପାଇଁ କାହିଁକି ଏ ଦରଦ?

ବଣ୍ଡା ଜନଜାତିଙ୍କ ବିକାଶ ପାଇଁ ପ୍ରୟାସ

ବଣ୍ଡା ଜନଜାତିଙ୍କ ବିକାଶ ପାଇଁ ପ୍ରୟାସ