ଘରେ ଘରେ ସୌରଶକ୍ତି ଉତ୍ପାଦନ ବଢ଼ାଇବାକୁ ୭୫,୦୨୧ କୋଟି ବରାଦ: ଶ୍ରୀପଦ ନାୟକ

ପିନ୍ ବାର୍ତ୍ତା: ପ୍ରଧାନମନ୍ତ୍ରୀ ସୂର୍ଯ୍ୟଘର ମାଗଣା ବିଜୁଳି ଯୋଜନାରେ ଚଳିତ ଆର୍ଥିକ ବର୍ଷରେ ଅନ୍ୟୁନ କୋଟିଏ ବାସଗୃହରେ ସୌରଶକ୍ତି ଉତ୍ପାଦନ ଲାଗି କେନ୍ଦ୍ର ସରକାର ଲକ୍ଷ୍ୟ ରଖିଛନ୍ତି। ଏଥିପାଇଁ ୭୫,୦୨୧ କୋଟି ଟଙ୍କାର ଆର୍ଥିକ ବ୍ୟବସ୍ଥା ମଧ୍ୟ କରାଯାଇଛି। ସାଂସଦ ଦିଲ୍ଲୀପ ରାୟଙ୍କ ଏକ ନିର୍ଦ୍ଦିଷ୍ଟ ପ୍ରଶ୍ନର ଉତ୍ତରରେ କେନ୍ଦ୍ର ସରକାରଙ୍କ ନୂତନ ଅକ୍ଷୟ ଶକ୍ତି ବିଭାଗ ଶ୍ରୀପଦ ନାୟକ ଏହି ସୂଚନା ଦେଇଛନ୍ତି।

କେନ୍ଦ୍ର ମନ୍ତ୍ରୀ କହିଛନ୍ତି ଯେ ୨୦୨୪ ଫେବୃଆରୀ ମାସରୁ ପ୍ରଧାନମନ୍ତ୍ରୀ ସୂର୍ଯ୍ୟଘର ମାଗଣା ବିଜୁଳି ଯୋଜନା କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଯେଉଁସବୁ ଘରକୁ ବିଦ୍ୟୁତ ସଂଯୋଗ ରହିଛି ସେଗୁଡ଼ିକର ଛାତ ଉପରେ ସୌର ଶକ୍ତି ଉତ୍ପାଦନ କରାଯାଇ ଲୋକଙ୍କୁ ବିଜୁଳି ବିଲରୁ ଆଶ୍ୱସ୍ତି ଦିଆଯାଉଛି। ଘର ଛାତ ଉପରେ ଉତ୍ପାଦିତ ହେଉଥିବା ବିଜୁଳି ଶକ୍ତିକୁ ବିଦ୍ୟୁତ ପରିବହନକାରୀ ସଂସ୍ଥାମାନଙ୍କ ମୁଖ୍ୟ ସ୍ରୋତକୁ ନିଆଯାଇ ବିଦ୍ୟୁତ ଉତ୍ପାଦନରେ ପରିବାରଗୁଡ଼ିକୁ ଯୋଡ଼ାଯାଉଛି। ଏଥିପାଇଁ କେନ୍ଦ୍ର ସରକାର ହିତାଧିକାରୀମାନଙ୍କୁ ୬୦ ପ୍ରତିଶତ ପର୍ଯ୍ୟନ୍ତ ଆର୍ଥିକ ସହାୟତା ଯୋଗାଇ ଦେଉଛନ୍ତି। ଛାତ ଉପରେ ବିଦ୍ୟୁତ ଶକ୍ତି ଉତ୍ପାଦନ ପାଇଁ ଆବେଦନ କରିବା ଓ ଏହି ଯୋଜନା ସମ୍ପର୍କରେ ଜାଣିବା ଲାଗି ଏକ ସ୍ୱତନ୍ତ୍ର ପୋର୍ଟାଲ କାର୍ଯ୍ୟ କରୁଛି।

ସରକାରୀ ତଥ୍ୟ ମୁତାବକ ଯେଉଁ ବାସଗୃହର ଛାତ ଉପରେ ୨ କିଲୋୱାଟ ପର୍ଯ୍ୟନ୍ତ ସୌର ଶକ୍ତି ଉତ୍ପାଦନ ପାଇଁ ବ୍ୟବସ୍ଥା ହୋଇଛି ସେଠାରେ ୬୦ ହଜାର ଟଙ୍କା ପର୍ଯ୍ୟନ୍ତ ସହାୟତା ପ୍ରତି ହିତାଧିକାରୀଙ୍କୁ ମିଳୁଛି। ସ୍ୱତନ୍ତ୍ର ପାହ୍ୟା ପାଇଥିବା ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ ଏହି ସହାୟତାର ପରିମାଣ ୭୮ ହଜାର ଟଙ୍କା କରି ରହିଛି। ସେହିପରି ୧ କିଲୋୱାଟ ସୌରଶକ୍ତି ଉତ୍ପାଦନ ଲାଗି ହିତାଧିକାରୀଙ୍କୁ ୧୮ ହଜାରରୁ ୧୯,୮୦୦ ଟଙ୍କା ପର୍ଯ୍ୟନ୍ତ ସହାୟତା ଦିଆଯାଉଛି। ବିଭିନ୍ନ ଆପାର୍ଟମେଣ୍ଟ ଓ ହାଉସିଂ ସୋସାଇଟି କଲ୍ୟାଣ ସଂଘମାନଙ୍କୁ ବି ଏ କ୍ଷେତ୍ରରେ ସହାୟତା ପ୍ରଦାନ କରାଯାଉଛି। ଏ ଯାବତ୍ ଏହି ଯୋଜନାରେ ପାଖାପାଖି ଦେଢ଼ଲକ୍ଷ ଘର ଓଡ଼ିଶାରେ ସାମିଲ ହୋଇସାରିଲେଣି ଏବଂ ଏଥିଲାଗି ଗତ ଜୁଲାଇ ୨୯ ସୁଦ୍ଧା ଓଡ଼ିଶାକୁ ୨୧୪ କୋଟି ୩୭ଲକ୍ଷ ଟଙ୍କାର ସହାୟତା କେନ୍ଦ୍ରରୁ ମିଳିଛି।

ଜଳ ବିଦ୍ୟୁତ ଉତ୍ପାଦନ କ୍ଷେତ୍ରରେ ଉପୁଜୁଥିବା ସମସ୍ୟା ଏବଂ ତାପଜ ବିଦ୍ୟୁତ ଉତ୍ପାଦନ ପାଇଁ ଦେଖାଦେଉଥିବା ପ୍ରଦୂଷଣ ସମସ୍ୟାର ସଫଳ ମୁକାବିଲା ସୌର ଶକ୍ତି ଦ୍ୱାରା ହୋଇପାରିବ ବୋଲି ସାଂସଦ ଦିଲ୍ଲୀପ ରାୟ ଆଶାବ୍ୟକ୍ତ କରିଛନ୍ତି। ଏବେ ଓଡ଼ିଶା ସମେତ ସାରା ଦେଶରେ ଇଲେକ୍ଟ୍ରିକ ଯାନବାହନର ବ୍ୟବହାର ବୃଦ୍ଧି ପାଉଥିବା ପରିପ୍ରେକ୍ଷୀରେ ସୌରଶକ୍ତି ଶୁଳ୍କ କରି ଚାର୍ଜିଂ ଷ୍ଟେସନମାନ ପ୍ରତିଷ୍ଠା କରିବା ଏବଂ ପ୍ରତି ଘରକୁ ଯେପରି ସୌରଶକ୍ତି ଉତ୍ପାଦନ କେନ୍ଦ୍ରରେ ପରିଣତ କରାଯାଇପାରିବ ତାହା ଉପରେ ଅଧିକ ଧ୍ୟାନ ଦେବା ସହିତ ଓଡ଼ିଶା ଭଳି ରାଜ୍ୟକୁ ଏଥିପାଇଁ ସ୍ୱତନ୍ତ୍ର ଆର୍ଥିକ ସହାୟତା ବ୍ୟବସ୍ଥା କରିବାକୁ ସାଂସଦ ଦିଲୀପ ରାୟ ଏକ ବିବୃତିରେ ଦାବି କରିଛନ୍ତି।

Related Posts

ଅନ୍ଧାରରେ ଓଡ଼ିଶା ସ୍କୁଲ

ପିନ୍ ବାର୍ତ୍ତା: ରାଜ୍ୟରେ ଶିକ୍ଷା ବ୍ୟବସ୍ଥାର ଆଧୁନିକୀକରଣ, ସ୍ମାର୍ଟ ଶ୍ରେଣୀଗୃହ ଏବଂ ଭିତ୍ତିଭୂମିର ବିକାଶ ନେଇ ବଡ଼ ବଡ଼ ଦାବି କରାଯାଉଥିବା ବେଳେ ବାସ୍ତବ ଚିତ୍ର କିନ୍ତୁ ସମ୍ପୂର୍ଣ୍ଣ ଭିନ୍ନ । ବକେୟା ବିଦ୍ୟୁତ୍‌ ବିଲ୍‌ ପୈଠ ନ ହୋଇପାରିବା କାରଣରୁ…

‘ସ୍ୱାଧୀନ’ ଲିକୁ ଭରସାରେ ଓଡ଼ିଶା ବିଜେପି

ପିନ୍ ବାର୍ତ୍ତା: ଯାଜପୁର ଜିଲ୍ଲା ଧର୍ମଶାଳାର ସ୍ୱାଧୀନ ବିଧାୟକ ହିମାଂଶୁ ଶେଖର ସାହୁ (ଲିକୁ) ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ବିଜେପିର ଜଣେ ସକ୍ରିୟ ନେତା ଭାବେ ଅଞ୍ଚଳରେ ଦଳୀୟ ସଙ୍ଗଠନକୁ ସୁଦୃଢ଼ କରିବାରେ ବଡ଼ ଭୂମିକା ଗ୍ରହଣ କରିଥିଲେ ।…

Leave a Reply

Your email address will not be published. Required fields are marked *

You Missed

ଅନ୍ଧାରରେ ଓଡ଼ିଶା ସ୍କୁଲ

ଅନ୍ଧାରରେ ଓଡ଼ିଶା ସ୍କୁଲ

‘ସ୍ୱାଧୀନ’ ଲିକୁ ଭରସାରେ ଓଡ଼ିଶା ବିଜେପି

‘ସ୍ୱାଧୀନ’ ଲିକୁ ଭରସାରେ ଓଡ଼ିଶା ବିଜେପି

ମେକାନିକଙ୍କ ସୁରକ୍ଷା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବ୍ରହ୍ମପୁର ସାଂସଦ ପ୍ରଦୀପ ପାଣିଗ୍ରାହୀ

ମେକାନିକଙ୍କ ସୁରକ୍ଷା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବ୍ରହ୍ମପୁର ସାଂସଦ ପ୍ରଦୀପ ପାଣିଗ୍ରାହୀ

ଅଦାଲତରେ ମାମଲା ସତ୍ତ୍ୱେ ବାଲଡାରେ ଡ୍ରୋନ ସର୍ଭେ; ଆଦାନୀ ଟିମ୍‌କୁ ଘେରିଲେ ଗ୍ରାମବାସୀ

ଅଦାଲତରେ ମାମଲା ସତ୍ତ୍ୱେ ବାଲଡାରେ ଡ୍ରୋନ ସର୍ଭେ; ଆଦାନୀ ଟିମ୍‌କୁ ଘେରିଲେ ଗ୍ରାମବାସୀ

“No Works in Odisha”: କଥା ବେଶୀ, କାମ କମ୍; RKD ପାଇଁ କାହିଁକି ଏ ଦରଦ?

“No Works in Odisha”: କଥା ବେଶୀ, କାମ କମ୍; RKD ପାଇଁ କାହିଁକି ଏ ଦରଦ?

ବଣ୍ଡା ଜନଜାତିଙ୍କ ବିକାଶ ପାଇଁ ପ୍ରୟାସ

ବଣ୍ଡା ଜନଜାତିଙ୍କ ବିକାଶ ପାଇଁ ପ୍ରୟାସ