ସୀମାନ୍ତ ଗ୍ରାମବାସୀଙ୍କ ଯୋଜନା ଲୋଭ, ପ୍ରଭାବିତ ହେଉଛି ଜନଗଣନା

ଗଜପତି ଜିଲାର କେତେକ ଗ୍ରାମରେ ଜନଗଣନାକୁ ନେଇ ଉଭୟ ଓଡ଼ିଶା ଏବଂ ଆନ୍ଧ୍ର ପ୍ରଦେଶ ଭିତରେ ବିବାଦ ଉଗ୍ର ରୂପ ନେବାରେ ଲାଗିଛି । କିନ୍ତୁ ସୀମାନ୍ତର କେତେକ ବାସିନ୍ଦା, ଯେଉଁମାନେ ଓଡ଼ିଶା ସହିତ ଆନ୍ଧ୍ରରୁ ମଧ୍ୟ ବିଭିନ୍ନ ସରକାରୀ ଯୋଜନାର ଲାଭ ପାଉଛନ୍ତି, ସେମାନଙ୍କ ପାଇଁ ବିବାଦ ଅଧିକ ବଢ଼ୁଛି । କାରଣ ସେମାନେ ଓଡ଼ିଶାର ଅଧିକାରୀଙ୍କୁ ଜନଗଣନା ବେଳେ ବିରୋଧ କରୁଛନ୍ତି । ଯୋଜନା ଲୋଭରେ ସୀମାନ୍ତର କେତେକ ବାସିନ୍ଦାଙ୍କ ଓଡ଼ିଶା ବିରୋଧୀ ମାନସିକତା ପାଇଁ ଖୋଦ୍‌ ଓଡ଼ିଶା ସରକାର ଅଡ଼ୁଅାରେ ପଡ଼ିଛନ୍ତି । କାରଣ ଲୋକଙ୍କ ଘରକାନ୍ଥରେ ଓଡ଼ିଶା ପକ୍ଷରୁ ଲେଖା ଯାଇଥିବା ତଥ୍ୟ ଉପରେ ଆନ୍ଧ୍ରର ସରକାରୀ କର୍ମଚାରୀ ରଙ୍ଗ ବୋଳି ଦେଉଛନ୍ତି । ଏହାକୁ ଓଡ଼ିଶା ସପକ୍ଷରେ ଥିବା ଲୋକମାନେ ବିରୋଧ କରୁଥିବା ବେଳେ ଆନ୍ଧ୍ର ସପକ୍ଷରେ ଥିବା ଲୋକମାନେ ସମର୍ଥନ କରୁଛନ୍ତି । ଗଜପତି ଜିଲାର ଗଙ୍ଗାବାଡ଼ ପଞ୍ଚାୟତ ଅନ୍ତର୍ଗତ ମାଣିକପାଟଣା ଗ୍ରାମରେ ଏହା ତୀବ୍ରତର ହେଲାଣି ।

ଗଙ୍ଗାବାଡ଼ରେ ପୂର୍ବରୁ ଉଭୟ ରାଜ୍ୟର ପ୍ରଶାସନ ମୁହାଁମୁହିଁ ହେବା ଏବଂ ଆନ୍ଧ୍ରପ୍ରଦେଶର ମନ୍ତ୍ରୀ ଆସି ଧମକ ଦେବା ଘଟଣା ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଥିଲା । ସୀମା ବିବାଦର ସ୍ଥାୟୀ ସମାଧାନ ପାଇଁ ଗଜପତି ଜିଲା ପ୍ରଶାସନ ପକ୍ଷରୁ ଆନ୍ଧ୍ରପ୍ରଦେଶ ଶ୍ରୀକାକୁଲମ ଜିଲାପାଳଙ୍କୁ ତିନିଥର ଚିଠି ଲେଖି ସହଯୋଗ ଲୋଡ଼ାଯାଇଥିଲା । କିନ୍ତୁ ଆନ୍ଧ୍ର ପ୍ରଶାସନ କୌଣସି ପଦକ୍ଷେପ ନନେଇ ନୂଆ ବିବାଦ ସୃଷ୍ଟି କରୁଛି । ସଂପ୍ରତି ଗଙ୍ଗାବାଡ଼ ପଞ୍ଚାୟତର ମାଧିଆଖୋଲ, ଗୁଡୁଖୁଡ଼ି ଓ ମାଣିକପାଟଣା ଭଳି ଏକାଧିକ ଗ୍ରାମରେ ଉଭୟ ରାଜ୍ୟର ଯୋଜନା କାର୍ଯ୍ୟକାରୀ ହେଉଛି । ଗ୍ରାମବାସୀ ବି ଉଭୟ ରାଜ୍ୟର ଯୋଜନାରୁ ଲାଭ ପାଉଛନ୍ତି । ମାଣିକପାଟଣା ଗ୍ରାମରେ ସମୁଦାୟ ୮୨ ପରିବାର ବସବାସ କରୁଛନ୍ତି । ଆନ୍ଧ୍ର ଅଧିକାରୀଙ୍କ ଦାବି ଅନୁସାରେ ରାସ୍ତାର ସଂପୂର୍ଣ୍ଣ ଗୋଟିଏ ଭାଗ ଆନ୍ଧ୍ର ସୀମା ମଧ୍ୟରେ ରହିଛି । ଯେଉଁଠି ମୋଟ ୪୭ ପରିବାର ବସବାସ କରୁଛନ୍ତି । ୨୦୧୮ ତିତ୍‌ଲି ବାତ୍ୟାରେ ୪୭ ପରିବାରର ଘର ସଂପୂର୍ଣ୍ଣ ଭାବେ କ୍ଷତିଗ୍ରସ୍ତ ହୋଇଥିଲା । ପରବର୍ତ୍ତୀ ସମୟରେ ଓଡ଼ିଶା ସରକାରଙ୍କ ପକ୍ଷରୁ ସେମାନଙ୍କ ପାଇଁ ବିଜୁ ପକ୍କାଘର ଯୋଜନାରେ ଆବାସ ନିର୍ମାଣ କରାଯାଇଛି । କିନ୍ତୁ ସେଥିରୁ ୨୨ ପରିବାରକୁ ନିଜ ରାଜ୍ୟର ଦାବି କରି ଆନ୍ଧ୍ର ଅଧିକାରୀମାନେ ଓଡ଼ିଶାର ଜନଗଣନା ତଥ୍ୟକୁ ଲିଭାଇ ଦେଇଥିଲେ । ଆଉ ସେମାନଙ୍କ କାନ୍ଥରେ ରଙ୍ଗ ବୋଳି ଆନ୍ଧ୍ର ନମ୍ବର ଲେଖିଥିଲେ । କାରଣ ଆନ୍ଧ୍ର ସରକାର ବର୍ଷ ବର୍ଷ ଧରି ମାଗଣା ଯୋଜନା ମାଧ୍ୟମରେ ଲୋକଙ୍କୁ ପ୍ରଲୋଭିତ କରିଚାଲିଛି । ଭୋଟର ପରିଚୟପତ୍ର, ରାସନ ଓ ଆଧାରକାର୍ଡ ଦେଇଛି । ଏଣୁ ସେମାନେ ଆନ୍ଧ୍ର ଅଧିକାରୀଙ୍କୁ ସମର୍ଥନ କରୁଛନ୍ତି ।

ବିବାଦ କେବଳ ଓଡ଼ିଶା – ଆନ୍ଧ୍ରପ୍ରଦେଶ ମଧ୍ୟରେ ନୁହଁ । ବରଂ ଜିଲା ଜିଲା ଭିତରେ ମଧ୍ୟ ରହିଛି । ସଂପ୍ରତି ଚାଲିଥିବା ଜନଗଣନା କାର୍ଯ୍ୟରୁ ଏହାର ପ୍ରମାଣ ମିଳୁଛି । ଗଜପତି ଓ ଗଞ୍ଜାମ ଜିଲା ମଧ୍ୟରେ ବି ବିବାଦ ରହିଛି । ଗଜପତି ଜିଲା ରାୟଗଡ ବ୍ଲକ ଅନ୍ତର୍ଗତ ଗଙ୍ଗାବାଡ ପଞ୍ଚାୟତର ଗୁଡୁଖୁଡୀ ଗ୍ରାମରେ ଜନଗଣନା ସର୍ଭେ କାର୍ଯ୍ୟ ପୂର୍ବରୁ ଗଜପତି ଜିଲା ପ୍ରଶାସନ ପକ୍ଷରୁ ନିୟୋଜିତ ଅଧିକାରୀ କାର୍ଯ୍ୟ ସାରିଦେଇଥିଲେ । ତେବେ ପରବର୍ତ୍ତି ସମୟରେ ଗଞ୍ଜାମ ଜିଲା ପାତ୍ରପୁର ବ୍ଲକ୍କର ବୁରାତାଳ ପଞ୍ଚାୟତ ପାଇଁ ଜିଲା ପ୍ରଶାସନ ପକ୍ଷରୁ ନିୟୋଜିତ ଅଧିକାରୀ ଜନଗଣନା ପାଇଁ ଆସିଥିଲେ । କିନ୍ତୁ ତା’ପୂର୍ବରୁ ସେହି ଅଞ୍ଚଳରେ ଜନଗଣନାର ସର୍ଭେ କାର୍ଯ୍ୟ ସାରି ଘରକାନ୍ଥରେ ତଥ୍ୟ (ନମ୍ବର ) ସବୁ ଉଲ୍ଲେଖ ଥିବା ଦେଖି ଫେରି ଯାଇଥିଲେ । ତେଣୁ ଏଠୁ ସ୍ପଷ୍ଟ ଜଣାପଡୁଛି ଯେ ଓଡିଶାର ଗଜପତି ଓ ଗଞ୍ଜାମ ମଧ୍ୟରେ ମଧ୍ୟ ବିବାଦ ରହିଛି ।

ନିଜ ନିଜ ଜିଲାର ସୀମାକୁ ନେଇ ମଧ୍ୟ ପ୍ରଶାସନ ଓ ପ୍ରଶାସନିକ ଅଧିକାରୀ ମଧ୍ୟ ସ୍ପଷ୍ଟ ନାହାନ୍ତି । ଗୋଟିଏ ଗ୍ରାମ ଯାହା ଓଡିଶା ଗଜପତି ଜିଲାର ଗୁଡିଖୁଡୀ ଦର୍ଶା ଯାଉଥିବା ବେଳେ ସେହି ଗ୍ରାମକୁ ଗଞ୍ଜାମ ଜିଲାର ଗୁଡିଖଳା ଓ ଆନ୍ଧ୍ର ପ୍ରଦେଶ ଶ୍ରୀକାକୁଲମ ଜିଲାର ଗୁଡିପଦର ବୋଲି କୁହାଯାଉଛି । ଏହା ସୀମାନ୍ତରେ ବିବାଦୀୟ ପରିସ୍ଥିତି ସୃଷ୍ଟି କରିଛି। ଏହି ଗୋଟିଏ ଗ୍ରାମରେ ଗଜପତି ଜିଲା ପ୍ରଶାସନିକ ଅଧିକାରୀମାନେ ଜନଗଣନା କରିଛନ୍ତି । ପୁଣି ଗଞ୍ଜାମର ଅଧିକାରୀମାନେ ଯାଇ ଫେରି ଆସିଥିଲେ । ଆଗକୁ ସେହି ଗ୍ରାମକୁ ଆନ୍ଧ୍ର ଅଧିକାରୀ ମଧ୍ୟ ଜନଗଣନା ପାଇଁ ମଧ୍ୟ ଆସିବେ । କାରଣ ଗୋଟିଏ ଗ୍ରାମ ଯାହା ତିନୋଟି ଜିଲାର ସୀମା ଭିତରେ ରହିଥିବା କୁହାଯାଉଛି । ଏଵଂ ସେଠି ତିନୋଟି ଜିଲାର ଯୋଜନା କାର୍ଯ୍ୟକାରୀ ହେଉଛି । ଏଭଳି ଭାବେ ବିଭିନ୍ନ ସରକାର ଏବଂ ଭିନ୍ନ ଭିନ୍ନ ଜିଲାରୁ ସରକାରୀ ଯୋଜନାର ଲାଭ ପାଉଥିବା ଗ୍ରାମଗୁଡ଼ିକରେ ଜନଗଣନା କାର୍ଯ୍ୟ ଅଡ଼ୁଆ ପରିସ୍ଥିତି ସୃଷ୍ଟି କରୁଛି ।

  • Related Posts

    ଅନ୍ଧାରରେ ଓଡ଼ିଶା ସ୍କୁଲ

    ପିନ୍ ବାର୍ତ୍ତା: ରାଜ୍ୟରେ ଶିକ୍ଷା ବ୍ୟବସ୍ଥାର ଆଧୁନିକୀକରଣ, ସ୍ମାର୍ଟ ଶ୍ରେଣୀଗୃହ ଏବଂ ଭିତ୍ତିଭୂମିର ବିକାଶ ନେଇ ବଡ଼ ବଡ଼ ଦାବି କରାଯାଉଥିବା ବେଳେ ବାସ୍ତବ ଚିତ୍ର କିନ୍ତୁ ସମ୍ପୂର୍ଣ୍ଣ ଭିନ୍ନ । ବକେୟା ବିଦ୍ୟୁତ୍‌ ବିଲ୍‌ ପୈଠ ନ ହୋଇପାରିବା କାରଣରୁ…

    ‘ସ୍ୱାଧୀନ’ ଲିକୁ ଭରସାରେ ଓଡ଼ିଶା ବିଜେପି

    ପିନ୍ ବାର୍ତ୍ତା: ଯାଜପୁର ଜିଲ୍ଲା ଧର୍ମଶାଳାର ସ୍ୱାଧୀନ ବିଧାୟକ ହିମାଂଶୁ ଶେଖର ସାହୁ (ଲିକୁ) ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ବିଜେପିର ଜଣେ ସକ୍ରିୟ ନେତା ଭାବେ ଅଞ୍ଚଳରେ ଦଳୀୟ ସଙ୍ଗଠନକୁ ସୁଦୃଢ଼ କରିବାରେ ବଡ଼ ଭୂମିକା ଗ୍ରହଣ କରିଥିଲେ ।…

    Leave a Reply

    Your email address will not be published. Required fields are marked *

    You Missed

    ଅନ୍ଧାରରେ ଓଡ଼ିଶା ସ୍କୁଲ

    ଅନ୍ଧାରରେ ଓଡ଼ିଶା ସ୍କୁଲ

    ‘ସ୍ୱାଧୀନ’ ଲିକୁ ଭରସାରେ ଓଡ଼ିଶା ବିଜେପି

    ‘ସ୍ୱାଧୀନ’ ଲିକୁ ଭରସାରେ ଓଡ଼ିଶା ବିଜେପି

    ମେକାନିକଙ୍କ ସୁରକ୍ଷା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବ୍ରହ୍ମପୁର ସାଂସଦ ପ୍ରଦୀପ ପାଣିଗ୍ରାହୀ

    ମେକାନିକଙ୍କ ସୁରକ୍ଷା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବ୍ରହ୍ମପୁର ସାଂସଦ ପ୍ରଦୀପ ପାଣିଗ୍ରାହୀ

    ଅଦାଲତରେ ମାମଲା ସତ୍ତ୍ୱେ ବାଲଡାରେ ଡ୍ରୋନ ସର୍ଭେ; ଆଦାନୀ ଟିମ୍‌କୁ ଘେରିଲେ ଗ୍ରାମବାସୀ

    ଅଦାଲତରେ ମାମଲା ସତ୍ତ୍ୱେ ବାଲଡାରେ ଡ୍ରୋନ ସର୍ଭେ; ଆଦାନୀ ଟିମ୍‌କୁ ଘେରିଲେ ଗ୍ରାମବାସୀ

    “No Works in Odisha”: କଥା ବେଶୀ, କାମ କମ୍; RKD ପାଇଁ କାହିଁକି ଏ ଦରଦ?

    “No Works in Odisha”: କଥା ବେଶୀ, କାମ କମ୍; RKD ପାଇଁ କାହିଁକି ଏ ଦରଦ?

    ବଣ୍ଡା ଜନଜାତିଙ୍କ ବିକାଶ ପାଇଁ ପ୍ରୟାସ

    ବଣ୍ଡା ଜନଜାତିଙ୍କ ବିକାଶ ପାଇଁ ପ୍ରୟାସ