ଜନ୍ତର ମନ୍ତର ରେ ସୁଯୋଗ ପାଇଲେ ଉଦ୍ଧତ ବାମପନ୍ଥୀ

ସୁଦାମ ଶେଖର (ପିନ୍ ବାର୍ତ୍ତା): ସିଜେପିର ଆନ୍ଦୋଳନ ଅଭିଜିତ ଦୀପକେଙ୍କ ପୂର୍ବ ସୂଚନା ଅନୁଯାୟୀ ଶାନ୍ତି ଶୃଙ୍ଖଳା ସହିତ ଆରମ୍ଭ ହେବା ଆବଶ୍ୟକ ଥିଲା । ମାନ୍ୟବର ପ୍ରଧାନ ବିଚାରପତି ଙ୍କ ଯୁବଗୋଷ୍ଠୀଙ୍କୁ ‘ଅସରପା’ ମନ୍ତବ୍ୟ ଯାହା କିଛି ଯୁବଗୋଷ୍ଠୀ ଙ୍କୁ ଇସୁକାଇଥିଲା । ସେମାନେ ସୁଚିନ୍ତିତ ଭାବେ ସୁଦୂର ଆମେରିକାରୁ କାକ୍ରୋଚ ଜନତା ପାର୍ଟିକୁ ଗଠନ କରି ଭାରତରେ ପ୍ରତିବାଦ ପାଇଁ ସଜବାଜ ହେଲେ । ସରକାର ସବୁ ଜାଣି ବି ଗଣତନ୍ତ୍ରର ସମ୍ମାନ ରକ୍ଷା ପାଇଁ ଦିଲ୍ଲୀର ଜନ୍ତର ମନ୍ତରରେ ଆନ୍ଦୋଳନ ପାଇଁ ଅନୁମତି ଦେଲେ । ସରକାର ଜାଣିଥିଲେ, ଅନୁମତି ନ ଦେଲେ କଣ ପରିସ୍ଥିତି ହେବ। ତେଣୁ ଅନୁମତି ପାଇବା ପରେ ଯାହା ଆଶା କରାଯାଉଥିଲା, ତାହା ସତ ହେଇଯାଇଥିଲା । ବିଭିନ୍ନ ପ୍ରାନ୍ତରୁ ଜେନ ଜି ବା ଯୁବଗୋଷ୍ଠୀ ଦିଲ୍ଲୀରେ ଜମା ହୋଇ ଗଣତନ୍ତ୍ରର ମନ୍ଦିର ପାର୍ଲିଆମେଣ୍ଟ ମଧ୍ୟକୁ ଧସେଇ ପଶିବା ଯୋଜନା କଲେ । ଏପଟେ ଲୋକସଭା ଚାଲିଛି । ବାଧ୍ୟତାମୂଳକ ଭାବେ ସରକାର ବଳ ପ୍ରୟୋଗ କଲେ । ଅବଶ୍ୟ ଏହାକୁ କେବେ ବି ଠିକ ବୋଲି କୁହା ଯାଇପାରିବ ନାହିଁ । ମାତ୍ରାଧିକ ବଳପ୍ରୟୋଗ ସରକାରଙ୍କୁ ମହଙ୍ଗା ପଡ଼ିଲା ଓ ଆନ୍ଦୋଳନ ତୀବ୍ର ଓ ଉଗ୍ର ରୂପ ନେଲା ।

ସେତେବେଳକୁ ଯୁବକଯୁବତୀମାନେ ଯେଉଁଭଳି ନାରାବାଜି ସହ ହୁଲସ୍ତୁଲ କଲେ, ଏତେ ସଂଖ୍ୟକ ଯୁବଗୋଷ୍ଠୀ, ଜଣାପଡିଲା ଏମାନେ ସିଜେପିର ନୁହଁନ୍ତି । ଏମାନେ ବିଭିନ୍ନ ରାଜନୈତିକ ବିରୋଧୀ ଦଳ ଦ୍ୱାରା ପ୍ରେରିତ ଏବଂ ବାମପନ୍ଥୀ ଯୁବ ଛାତ୍ର ଗୋଷ୍ଠୀର । ନୀତି ଆଦର୍ଶ ସବୁ ଭୁଲିଯାଇ ବିଶୃଙ୍ଖଳିତ ଆଚରଣ ପ୍ରଦର୍ଶନ କଲେ । ମିଡ଼ିଆ ଓ ସୋସିଆଲ ମିଡ଼ିଆ ରେ ସେଗୁଡିକ ପ୍ରସାରଣ ଫଳରେ କୋଟି କୋଟି ଭାରତୀୟ ପ୍ରଭାବିତ ହେଲେ । ଏପରିକି ସେମାନେ ନାମ ନେଇ ଅଶ୍ଲୀଳ ଭାଷାରେ ବଡ଼ ବଡ଼ ନେତାଙ୍କୁ ଗାଳିଗୁଲଜ କରିବା ସହିତ ଅଶ୍ଳୀଳ ଇଙ୍ଗିତ କରିବା ଦେଖିବାକୁ ମିଳିଲା । କିଛି ଆପରାଧିକ ତତ୍ତ୍ୱ ସେ ଭିତରେ ପଶି ଉସୁକାଇବା ବି ଜଣାପଡିଲା । କେବଳ ବାମପନ୍ଥୀ ନୁହନ୍ତି, ଅନ୍ୟମାନେ ବି ସେମାନଙ୍କ ଠାରୁ ପ୍ରେରିତ ହୋଇ ଶାଳୀନତା ହରାଇ ଅତି ଅଭଦ୍ର ଭାଷାର ପ୍ରୟୋଗ କଲେ । ଉଚ୍ଚ ଶିକ୍ଷିତ ଯୁବଗୋଷ୍ଠୀ ଙ୍କ ଏଭଳି ଆଚରଣ ସମସ୍ତଙ୍କୁ ଆଚମ୍ବିତ କରିଛି । ବିଶେଷ କରି କମ ବୟସର ଯୁବତୀମାନେ ଅଧିକ ବିଶୃଙ୍ଖଳିତ ଆଚରଣ କରିବା ବୁଦ୍ଧିଜୀବୀ ମାନଙ୍କୁ ବ୍ୟଥିତ କରିଛି ।

ଛାତ୍ର ଆନ୍ଦୋଳନ କିମ୍ବା ଜନ ଆନ୍ଦୋଳନ ଗଣତନ୍ତ୍ର ପାଇଁ ଶୁଭଙ୍କର । ଏଥିରେ କୌଣସି ଦ୍ଵିମତ ନାହିଁ । କିନ୍ତୁ ଦେଶ ଛାତ୍ର ଛାତ୍ରୀ ମାନଙ୍କଠାରୁ ଶାଳୀନତା ଆଶା କରେ ଯାହା କିଛି ଗୋଷ୍ଠୀ ବୁଝିବାକୁ ଚେଷ୍ଟା କରନ୍ତି ନାହିଁ । ଭାରତୀୟ ନୀତି ଶିକ୍ଷା ଆଚରଣ ସଂସ୍କୃତି ସଂସ୍କାରକୁ ଭୁଲି ଦେଶର ରାଜଧାନୀର ଛାତି ଉପରେ ଏଭଳି ଆଚରଣ ସିଜେପି ଠାରୁ ଆଶା କରୁନଥିଲେ ଭାରତୀୟ ମାନେ । ପରୀକ୍ଷା ସଂସ୍କାର ପାଇଁ ଆନ୍ଦୋଳନ ବିଶୃଙ୍ଖଳିତ ଅଶ୍ଳୀଳ ଆଚରଣରେ ପରିଣତ ହେଇସାରିଥିଲା । ଆନ୍ଦୋଳନ ମୁଖିଆ ମାନେ ବରଂ ଦେଖିବା ସାର ହେଲା ସିନା । କଥାହେଲା, ଭାରତୀୟ ସଂସ୍କୃତି ସଂସ୍କାର ଗଲା କୁଆଡ଼େ ? ବାପା ମା’ ପିଲାଙ୍କୁ କେବଳ ରୋଜଗାର କରିବା ପାଇଁ ପ୍ରେରିତ କରନ୍ତି ନାହିଁ । ସତ ଚରିତ୍ର, ସଂସ୍କାର, ଉଚ୍ଚ ଶିକ୍ଷା ସହ ରୋଜଗାର ପ୍ରତ୍ୟେକ ବାପା ମାଆ ଙ୍କ ସ୍ୱପ୍ନ ଥାଏ, ଯାହା ଜନ୍ତର ମନ୍ତରରେ ଦେଖିବାକୁ ମିଳିଲା ନାହିଁ । ଦେଶବାସୀଙ୍କୁ ଭିନ୍ନ ସନ୍ଦେଶ ଗଲା । ଉଚ୍ଚ ଶିକ୍ଷା କଣ ଏଇଥିପାଇଁ ? ଅନେକ ବାପା ମାଆ ମାନେ ବର୍ତ୍ତମାନ ଚିନ୍ତାରେ । ଆନ୍ଦୋଳନ ନାମରେ ଯୁବଗୋଷ୍ଠୀ ଙ୍କର ଆଚରଣ ବିଶେଷ କରି ଯୁବତୀମାନେ ଓ ବାମପନ୍ଥୀ ବିଚାରର, ଭାରତୀୟ ଯୁବପୀଢ଼ିଙ୍କ ପାଇଁ ଶୁଭଙ୍କର ନୁହେଁ । ଆନ୍ଦୋଳନ ଦାବୀ ପାଇଁ କରନ୍ତୁ, କିନ୍ତୁ ଏଭଳି ଉଦ୍ଧତ ଆଚରଣ ଭାରତୀୟ ସଂସ୍କୃତିର ପରିପନ୍ଥୀ ।

Related Posts

ବାବା ରାମଦେବଙ୍କ ନୂଆ ରୂପ; ଜେନ ଜି ଙ୍କୁ ଭୟ ?

ପିନ୍ ବାର୍ତ୍ତା: ସ୍ୱାଧୀନତା ଦିବସ ଅବସରରେ ଯୋଗଗୁରୁ ବାବା ରାମଦେବ ଦେଇଥିବା ଏକ ବିବୃତ୍ତି ଏବେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି । ଦେଶରେ ବ୍ୟାପୁଥିବା ଅରାଜକତା, ବିଦ୍ୟାଳୟମାନଙ୍କରେ ଶିକ୍ଷକ, ବିଦ୍ୟୁତ୍ ଏବଂ ଜଳର ଅଭାବ, ପ୍ରଶ୍ନପତ୍ର ଲିକ ଏବଂ ସରକାରୀ ଚାକିରି…

କେବଳ ଆଦିବାସୀ ଦିବସ ପାଳନରେ ବିକାଶ ସମ୍ଭବ କି?

ପିନ୍ ବାର୍ତ୍ତା: ଓଡ଼ିଶା ସମେତ ସାରା ବିଶ୍ୱରେ ଅଗଷ୍ଟ ୯ ତାରିଖକୁ World Tribal Day ଅବା ବିଶ୍ୱ ଆଦିବାସୀ ଦିବସ ଭାବେ ବଡ଼ ଧୂମଧାମରେ ପାଳନ କରାଯାଇଛି । କିନ୍ତୁ ଏହି ଉତ୍ସବର ଚାକଚକ୍ୟ ଭିତରେ ଓଡ଼ିଶାର ଆଦିବାସୀ ଙ୍କୁ…

Leave a Reply

Your email address will not be published. Required fields are marked *

You Missed

ଅନ୍ଧାରରେ ଓଡ଼ିଶା ସ୍କୁଲ

ଅନ୍ଧାରରେ ଓଡ଼ିଶା ସ୍କୁଲ

‘ସ୍ୱାଧୀନ’ ଲିକୁ ଭରସାରେ ଓଡ଼ିଶା ବିଜେପି

‘ସ୍ୱାଧୀନ’ ଲିକୁ ଭରସାରେ ଓଡ଼ିଶା ବିଜେପି

ମେକାନିକଙ୍କ ସୁରକ୍ଷା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବ୍ରହ୍ମପୁର ସାଂସଦ ପ୍ରଦୀପ ପାଣିଗ୍ରାହୀ

ମେକାନିକଙ୍କ ସୁରକ୍ଷା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବ୍ରହ୍ମପୁର ସାଂସଦ ପ୍ରଦୀପ ପାଣିଗ୍ରାହୀ

ଅଦାଲତରେ ମାମଲା ସତ୍ତ୍ୱେ ବାଲଡାରେ ଡ୍ରୋନ ସର୍ଭେ; ଆଦାନୀ ଟିମ୍‌କୁ ଘେରିଲେ ଗ୍ରାମବାସୀ

ଅଦାଲତରେ ମାମଲା ସତ୍ତ୍ୱେ ବାଲଡାରେ ଡ୍ରୋନ ସର୍ଭେ; ଆଦାନୀ ଟିମ୍‌କୁ ଘେରିଲେ ଗ୍ରାମବାସୀ

“No Works in Odisha”: କଥା ବେଶୀ, କାମ କମ୍; RKD ପାଇଁ କାହିଁକି ଏ ଦରଦ?

“No Works in Odisha”: କଥା ବେଶୀ, କାମ କମ୍; RKD ପାଇଁ କାହିଁକି ଏ ଦରଦ?

ବଣ୍ଡା ଜନଜାତିଙ୍କ ବିକାଶ ପାଇଁ ପ୍ରୟାସ

ବଣ୍ଡା ଜନଜାତିଙ୍କ ବିକାଶ ପାଇଁ ପ୍ରୟାସ