ରଥଯାତ୍ରା ପରର ଆତ୍ମଚିନ୍ତନ

ସୁଦାମ ଶେଖର (ପିନ୍ ବାର୍ତ୍ତା): ବିଶ୍ୱପ୍ରସିଦ୍ଧ ରଥଯାତ୍ରା ସଦ୍ୟ ସମାପ୍ତ ହୋଇଛି । ଆରମ୍ଭରୁ ଅନେକ ବିଭ୍ରାଟ ଦେଖିବାକୁ ମିଳିଛି ସରକାର ଓ ପ୍ରଶାସନର ଜୋରଦାର ପ୍ରସ୍ତୁତି ସତ୍ତ୍ୱେ । ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପୁରୀକୁ ସମଗ୍ର ପୃଥିବୀର ବିଭିନ୍ନ ଦେଶରୁ ଭକ୍ତ ମାନେ ଛୁଟି ଆସନ୍ତି ରଥାରୂଢ ମହାପ୍ରଭୁଙ୍କ ଦର୍ଶନ ଲାଭ କରିବା ପାଇଁ । ରଥ ନିର୍ମାଣ ସମୟରେ ଅବଶିଷ୍ଟ ଚାରି ଫୁଟରୁ କମ୍ କାଠ ପାଇଁ ମହାରଣାମାନଙ୍କ କାମ ବନ୍ଦ ହେବା ଉଚିତ ନ ଥିଲା । ପ୍ରଶାସନର ହସ୍ତକ୍ଷେପ ପରେ ତିନି ରଥ ଅତିସୁନ୍ଦର ଭାବେ ଗଢ଼ା ହେଇଥିଲା । ରଥଯାତ୍ରା ଦିନ ପ୍ରବଳ ବର୍ଷାରେ ମହାପ୍ରଭୁଙ୍କ ଟାହିଆ ପହଣ୍ଡି ସମୟରେ ହିଁ ଗଳି ପଡ଼ିଲା । ବିନା ଟାହିଆରେ ମହାପ୍ରଭୁ ବିଜେ କଲେ । ଭକ୍ତଙ୍କର ବିଷଣ୍ଣ ମୁହଁ ଓ ଅସନ୍ତୋଷ ଦେଖିବାକୁ ମିଳିଥିଲା । ପାଣିପାଗ ପ୍ରତିକୂଳ ଥିବା ଜାଣି ମଧ୍ୟ ବିକଳ୍ପ ଟାହିଆ ବ୍ୟବସ୍ଥା କରାଯିବା ଆବଶ୍ୟକ ଥିଲା । ପ୍ରଶାସନ ତାହା ନ କରି ଏଭଳି ବିନା ଟାହିଆରେ ପୂର୍ବରୁ ବି ପହଣ୍ଡି ବିଜେ ହେଇଛି କହି ଖସିଗଲେ ।

ସରକାରଙ୍କ ଅଭୂତପୂର୍ବ ବ୍ୟବସ୍ତା ସତ୍ତ୍ୱେ ଠେଲା ପେଲା ଦଳାଚକଟା ଦେଖିବାକୁ ମିଳିଥିଲା । ଶହ ଶହ ଲୋକ ଆହତ ହୋଇଥିବା ଖବର ଆସିଲା । ତିନି ଜଣ ଭକ୍ତଙ୍କ ମୃତ୍ୟୁ ଖବର ସମସ୍ତଙ୍କୁ ବ୍ୟଥିତ କରିଥିଲା । ବାହୁଡା ଯାତ୍ରାରେ ସେହିପରି ଜଣେ ଭକ୍ତ ମୃତ୍ୟୁ ବରଣ କଲେ । ସୁନାବେଶ, ଅଧରପଣା ନୀତି ଓ ନିଳାଦ୍ରୀବିଜେ ବି ସରିଲା । କିନ୍ତୁ କର୍ଡନ ଭିତରକୁ କିଛି ଭକ୍ତ ପଶି ଯିବା ଓ ପାସ ବ୍ୟବସ୍ଥା ଜଣେ ଭକ୍ତକୁ ଅଧିକ ମର୍ମାହତ କଲା ।

ସେ ଭକ୍ତର ଭଗବାନ। ଭକ୍ତଙ୍କୁ ଦର୍ଶନ ଦେବାପାଇଁ ବଡ଼ ଦାଣ୍ଡକୁ ଆସନ୍ତି ବର୍ଷକୁ ଥରେ । ମନରେ କେତେ ଆଶା ଆକାଂକ୍ଷା ନେଇ କେତେ ଦୂରରୁ ଆସିଥିବା ଭକ୍ତ ଦର୍ଶନ ପାଇବା ଅପେକ୍ଷା ପାସଧାରୀ ଭକ୍ତ ଦର୍ଶନ ଭଲରେ ଦର୍ଶନ କରିବା ଭକ୍ତଙ୍କ ମଧ୍ୟରେ ପାତରଅନ୍ତର ନୁହେଁ କି ? ଅତିବିଶିଷ୍ଟ ଭକ୍ତ, ଯେଉଁ ମାନଙ୍କୁ ଭି ଭି ଆଇ ପି ଭକ୍ତ ବୋଲି କୁହାଯାଏ, ସେମାନଙ୍କ ଲାଗି ସାଧାରଣ ଭକ୍ତଙ୍କର ଦର୍ଶନରେ ବଡ଼ ବ୍ୟାଘାତ ହେବା ଦେଖିବାକୁ ମିଳିଥିଲା । ଅତିବିଶିଷ୍ଟ ଭକ୍ତମାନେ ସତେ ଯେପରି ରଥଯାତ୍ରା ଉପଭୋଗ କରି ଫେରିଥିବା ବେଳେ, ସାଧାରଣ ଭକ୍ତ ଅନେକ ତିକ୍ତ ଅନୁଭୂତି ନେଇ ଫେରିବା ସାର ହେଲା ।

ଅଣସେବାୟତ ମାନେ ରଥ ଉପରକୁ ଚଢ଼ିଯିବା ଏବଂ ମୁଖ୍ୟପ୍ରଶାସକ ତାଙ୍କୁ ରଥ ଉପରୁ ଧକ୍କାମାରି ବାହାର କରିବା ବେଶ ରୋଚକ ଲାଗୁଥିଲେ ବି ଏତେ କଡ଼ା କଟକଣା ମଧ୍ୟରେ ମଧ୍ୟ ଏମାନେ ସେ ବ୍ୟୁହ ଭେଦକରି ରଥ ଉପରକୁ ଗଲେ କିପରି ? ଏପରି ଅନେକ ଅସମାହିତ ପ୍ରଶ୍ନ ଉଙ୍କି ମାରୁଛି ମନରେ । ତଥାପି ସାଧାରଣ ଭକ୍ତ ଯନ୍ତ୍ରଣା, କଷ୍ଟ ପାଇ ଭକ୍ତି ଭାବ ରେ ଦର୍ଶନ କଲେ ମଧ୍ୟ ସରକାର ଓ ପ୍ରଶାସନ “ସବୁ ତାଙ୍କରି ଲୀଳା । ସବୁ ତାଙ୍କରି ଇଚ୍ଛା” କହି ଖସି ନ ଯାଉ । ଆଗକୁ ଆହୁରି ଅଧିକ ସମସ୍ୟା ବି ଆସିପାରେ ।

ଜୟ ଜଗନ୍ନାଥ 🙏

Related Posts

ବାବା ରାମଦେବଙ୍କ ନୂଆ ରୂପ; ଜେନ ଜି ଙ୍କୁ ଭୟ ?

ପିନ୍ ବାର୍ତ୍ତା: ସ୍ୱାଧୀନତା ଦିବସ ଅବସରରେ ଯୋଗଗୁରୁ ବାବା ରାମଦେବ ଦେଇଥିବା ଏକ ବିବୃତ୍ତି ଏବେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି । ଦେଶରେ ବ୍ୟାପୁଥିବା ଅରାଜକତା, ବିଦ୍ୟାଳୟମାନଙ୍କରେ ଶିକ୍ଷକ, ବିଦ୍ୟୁତ୍ ଏବଂ ଜଳର ଅଭାବ, ପ୍ରଶ୍ନପତ୍ର ଲିକ ଏବଂ ସରକାରୀ ଚାକିରି…

କେବଳ ଆଦିବାସୀ ଦିବସ ପାଳନରେ ବିକାଶ ସମ୍ଭବ କି?

ପିନ୍ ବାର୍ତ୍ତା: ଓଡ଼ିଶା ସମେତ ସାରା ବିଶ୍ୱରେ ଅଗଷ୍ଟ ୯ ତାରିଖକୁ World Tribal Day ଅବା ବିଶ୍ୱ ଆଦିବାସୀ ଦିବସ ଭାବେ ବଡ଼ ଧୂମଧାମରେ ପାଳନ କରାଯାଇଛି । କିନ୍ତୁ ଏହି ଉତ୍ସବର ଚାକଚକ୍ୟ ଭିତରେ ଓଡ଼ିଶାର ଆଦିବାସୀ ଙ୍କୁ…

Leave a Reply

Your email address will not be published. Required fields are marked *

You Missed

ଅନ୍ଧାରରେ ଓଡ଼ିଶା ସ୍କୁଲ

ଅନ୍ଧାରରେ ଓଡ଼ିଶା ସ୍କୁଲ

‘ସ୍ୱାଧୀନ’ ଲିକୁ ଭରସାରେ ଓଡ଼ିଶା ବିଜେପି

‘ସ୍ୱାଧୀନ’ ଲିକୁ ଭରସାରେ ଓଡ଼ିଶା ବିଜେପି

ମେକାନିକଙ୍କ ସୁରକ୍ଷା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବ୍ରହ୍ମପୁର ସାଂସଦ ପ୍ରଦୀପ ପାଣିଗ୍ରାହୀ

ମେକାନିକଙ୍କ ସୁରକ୍ଷା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବ୍ରହ୍ମପୁର ସାଂସଦ ପ୍ରଦୀପ ପାଣିଗ୍ରାହୀ

ଅଦାଲତରେ ମାମଲା ସତ୍ତ୍ୱେ ବାଲଡାରେ ଡ୍ରୋନ ସର୍ଭେ; ଆଦାନୀ ଟିମ୍‌କୁ ଘେରିଲେ ଗ୍ରାମବାସୀ

ଅଦାଲତରେ ମାମଲା ସତ୍ତ୍ୱେ ବାଲଡାରେ ଡ୍ରୋନ ସର୍ଭେ; ଆଦାନୀ ଟିମ୍‌କୁ ଘେରିଲେ ଗ୍ରାମବାସୀ

“No Works in Odisha”: କଥା ବେଶୀ, କାମ କମ୍; RKD ପାଇଁ କାହିଁକି ଏ ଦରଦ?

“No Works in Odisha”: କଥା ବେଶୀ, କାମ କମ୍; RKD ପାଇଁ କାହିଁକି ଏ ଦରଦ?

ବଣ୍ଡା ଜନଜାତିଙ୍କ ବିକାଶ ପାଇଁ ପ୍ରୟାସ

ବଣ୍ଡା ଜନଜାତିଙ୍କ ବିକାଶ ପାଇଁ ପ୍ରୟାସ