ଶ୍ରାବଣରେ ଏମିତି ବି ହୁଏ ?

ସୁଦାମ ଶେଖର (ପିନ୍ ବାର୍ତ୍ତା): ଧାର୍ମିକ ଭାବନା ହିଁ ଭାରତକୁ ଏକଜୁଟ କରି ରଖିଛି । ସବୁବେଳେ କିଛି ନା କିଛି ଉତ୍ସବ ପର୍ବ କୌଣସି ନା କୌଣସି ଜାଗାରେ ଚାଲିଥାଏ । ଏବେ ଶ୍ରାବଣ ମାସରେ ଆମେ ରାଖୀ ପୂର୍ଣ୍ଣିମା ପାଳନ କରିବା । ଉତ୍ତର ଭାରତରେ ବେଶ ଉତ୍ସାହର ସହ କାଉଡି ଯାତ୍ରା ଆରମ୍ଭ ହେଉଛି । ଆମର ଏଠି ବୋଲ ବମ ବୋଲି କହୁଛୁ । କିନ୍ତୁ ଯେଉଁ ଭକ୍ତି ସହ ଜଳ ଯାତ୍ରା ହେବା କଥା ତାହା ହେଉନାହିଁ । ପ୍ରଥମେ କାଉଡ଼ିଆଙ୍କର ଜଳ ଯାତ୍ରା କିଛି ବ୍ୟବସାୟୀ ଙ୍କୁ ବେଶ ମାଲାମାଲ କରିଦିଏ । ପୋଷାକ, କାଉଡ଼ି ଆଦିକୁ ନେଇ ବେପାର । ସତେ ଯେମିତି ଜଳ ଯାତ୍ରା ପାଇଁ ଏହା ଏକ ବାଧ୍ୟତାମୂଳକ ୟୁନିଫର୍ମ ।

ନିଷ୍ଠାପର କାଉଡ଼ିଆଙ୍କୁ ଦେଖିଲେ ନିଜ ମନରେ ବି ଭକ୍ତି ଭାବ ଜାଗ୍ରତ ହେଇଯାଏ । ସବୁ ସୋମବାର ନୁହେଁ, ପୁରା ଶ୍ରାବଣ ମାସରେ ନିରାମିଷ ସାତ୍ତ୍ଵିକ ଭୋଜନ କରି ରହନ୍ତି ମହିଳା ଓ ପୁରୁଷ ମାନେ । କିନ୍ତୁ କିଛି ଲୋକ ଏ ସମୟରେ ବିପୁଳ ପରିମାଣରେ ମାଦକ ଦ୍ରବ୍ୟର ବ୍ୟବସାୟ କରନ୍ତି । କାଉଡ଼ିଆମାନେ ମାଦକ ଦ୍ରବ୍ୟ ସେବନ କରିବା ଦେଖାଯାଉଛି । ଈଶ୍ୱର ଭକ୍ତି ନାମରେ ବିଭିନ୍ନ ଶ୍ରୁତି କଟୁ ଭଜନ ସଙ୍ଗୀତ ବଜାରକୁ ଆସିଯାଏ । ସେ ସଙ୍ଗୀତ ର ତାଳେ ତାଳେ ଡିଜେ ବଜାଇ ରାସ୍ତାରେ ନାଚ କରି କରି କାଉଡ଼ିଆ ମାନେ ଯିବା ଦେଖିବାକୁ ମିଳୁଛି । ରାସ୍ତାରେ ଜାମ ହେବା, ଦୁର୍ଘଟଣା ଘଟିବା, ଓ କିଛି କାଉଡ଼ିଆ ଙ୍କ ଉନ୍ମତ୍ତ କାଣ୍ଡ ବି ଖବରକାଗଜ ରେ ମୁଖ୍ୟ ଖବର ହୋଇ ମଣ୍ଡିତ ହୁଏ । ଭକ୍ତି ଭାବନା କୁଆଡ଼େ ଚାଲିଯାଏ । ଈଶ୍ୱର ଚିନ୍ତନ ଓ ଭକ୍ତି ଭାବ ଏଗୁଡ଼ିକ ଦ୍ୱାରା ହିଁ ସମ୍ଭବ କି ?

ଜୟ ଶିବଶମ୍ଭୁ!

Related Posts

ବାବା ରାମଦେବଙ୍କ ନୂଆ ରୂପ; ଜେନ ଜି ଙ୍କୁ ଭୟ ?

ପିନ୍ ବାର୍ତ୍ତା: ସ୍ୱାଧୀନତା ଦିବସ ଅବସରରେ ଯୋଗଗୁରୁ ବାବା ରାମଦେବ ଦେଇଥିବା ଏକ ବିବୃତ୍ତି ଏବେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି । ଦେଶରେ ବ୍ୟାପୁଥିବା ଅରାଜକତା, ବିଦ୍ୟାଳୟମାନଙ୍କରେ ଶିକ୍ଷକ, ବିଦ୍ୟୁତ୍ ଏବଂ ଜଳର ଅଭାବ, ପ୍ରଶ୍ନପତ୍ର ଲିକ ଏବଂ ସରକାରୀ ଚାକିରି…

କେବଳ ଆଦିବାସୀ ଦିବସ ପାଳନରେ ବିକାଶ ସମ୍ଭବ କି?

ପିନ୍ ବାର୍ତ୍ତା: ଓଡ଼ିଶା ସମେତ ସାରା ବିଶ୍ୱରେ ଅଗଷ୍ଟ ୯ ତାରିଖକୁ World Tribal Day ଅବା ବିଶ୍ୱ ଆଦିବାସୀ ଦିବସ ଭାବେ ବଡ଼ ଧୂମଧାମରେ ପାଳନ କରାଯାଇଛି । କିନ୍ତୁ ଏହି ଉତ୍ସବର ଚାକଚକ୍ୟ ଭିତରେ ଓଡ଼ିଶାର ଆଦିବାସୀ ଙ୍କୁ…

Leave a Reply

Your email address will not be published. Required fields are marked *

You Missed

ଅନ୍ଧାରରେ ଓଡ଼ିଶା ସ୍କୁଲ

ଅନ୍ଧାରରେ ଓଡ଼ିଶା ସ୍କୁଲ

‘ସ୍ୱାଧୀନ’ ଲିକୁ ଭରସାରେ ଓଡ଼ିଶା ବିଜେପି

‘ସ୍ୱାଧୀନ’ ଲିକୁ ଭରସାରେ ଓଡ଼ିଶା ବିଜେପି

ମେକାନିକଙ୍କ ସୁରକ୍ଷା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବ୍ରହ୍ମପୁର ସାଂସଦ ପ୍ରଦୀପ ପାଣିଗ୍ରାହୀ

ମେକାନିକଙ୍କ ସୁରକ୍ଷା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବ୍ରହ୍ମପୁର ସାଂସଦ ପ୍ରଦୀପ ପାଣିଗ୍ରାହୀ

ଅଦାଲତରେ ମାମଲା ସତ୍ତ୍ୱେ ବାଲଡାରେ ଡ୍ରୋନ ସର୍ଭେ; ଆଦାନୀ ଟିମ୍‌କୁ ଘେରିଲେ ଗ୍ରାମବାସୀ

ଅଦାଲତରେ ମାମଲା ସତ୍ତ୍ୱେ ବାଲଡାରେ ଡ୍ରୋନ ସର୍ଭେ; ଆଦାନୀ ଟିମ୍‌କୁ ଘେରିଲେ ଗ୍ରାମବାସୀ

“No Works in Odisha”: କଥା ବେଶୀ, କାମ କମ୍; RKD ପାଇଁ କାହିଁକି ଏ ଦରଦ?

“No Works in Odisha”: କଥା ବେଶୀ, କାମ କମ୍; RKD ପାଇଁ କାହିଁକି ଏ ଦରଦ?

ବଣ୍ଡା ଜନଜାତିଙ୍କ ବିକାଶ ପାଇଁ ପ୍ରୟାସ

ବଣ୍ଡା ଜନଜାତିଙ୍କ ବିକାଶ ପାଇଁ ପ୍ରୟାସ