ଧର୍ମେନ୍ଦ୍ରଙ୍କ ପଛରେ ପଡ଼ିଛି କିଏ?

ସୁଦାମ ଶେଖର (ପିନ୍ ବାର୍ତ୍ତା): ନିଟ ମାମଲାରେ ଇସ୍ତଫା ଦେବା ପାଇଁ ପୂର୍ବତନ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପରେ ପ୍ରବଳ ଚାପ ପଡିଥିଲା, ସେ ଇସ୍ତଫା ବି ଦେଲେ ଏବଂ ଜେନ ଜି ଆନ୍ଦୋଳନ ଥମିଲା । କିନ୍ତୁ ଓଡ଼ିଶାରେ ସେ ତାଙ୍କ ନିଜ ରାଜ୍ୟକୁ ଆସିଲେ ପୁଣି ବିରୋଧ କରିବା ଏକ ଭିନ୍ନ ବାର୍ତ୍ତା ଦେଉଛି । ଇତିମଧ୍ୟରେ ସେ ଥରେ ଭୁବନେଶ୍ୱର ରେ ଏକ ପୁସ୍ତକ ଉନ୍ମୋଚନ ପାଇଁ ଆସି ବିଜେପି ର ବଡ଼ ସମ୍ବର୍ଦ୍ଧନା ଓ ସ୍ୱାଗତ ଦେଖିଥିଲେ । କିନ୍ତୁ ଗତକାଲି ସେ ପୁଣି ଓଡ଼ିଶା ଆସିବା ପରିପ୍ରେକ୍ଷୀରେ କିଛି ଯୁବଗୋଷ୍ଠୀ ତାଙ୍କୁ ବିରୋଧ କରି ‘ଧର୍ମେନ୍ଦ୍ର ପ୍ରଧାନ ଗୋ ବ୍ୟାକ’ ଲେଖା ପୋଷ୍ଟର ଧରିଥିଲେ । ଖବରରୁ ଯାହା, ବିଜେଡି ଯୁବ ଛାତ୍ର ଗୋଷ୍ଠୀ ଏହା କରିଥିଲେ ମଧ୍ୟ ନେତାମାନେ ସାମ୍ନାକୁ ଆସି ନ ଥିଲେ । ବଡ଼ ଦ୍ୱନ୍ଦ୍ୱ ସୃଷ୍ଟି କରିଥିଲା, ସେମାନଙ୍କ ପୋଷ୍ଟର । ସେଥିରେ କାହା ପ୍ରାୟୋଜିତ ଜଣା ପଡୁ ନ ଥିଲା । ପୋଷ୍ଟର ରଙ୍ଗ ସବୁଜ ବଦଳରେ ଲାଲ ଥିଲା ।

କିନ୍ତୁ ଏ ବାବଦରେ ବିଜେଡିର ମିଡ଼ିଆ ସେଲ WhatsApp ଗ୍ରୁପରେ ଫୋଟୋ, ଭିଡ଼ିଓ ତଥା ପ୍ରେସ ବାର୍ତ୍ତା ବି ଦିଆଗଲା । ବିଜେଡି ଏ ପ୍ରତିବାଦର କ୍ରେଡିଟ ବି ନେଲା ।

କିନ୍ତୁ କିଛି ସମୟ ପରେ ମିଡ଼ିଆ WhatsApp ଗ୍ରୁପ ରୁ ସବୁ କିଛି ଉଡ଼େଇ ଦିଆଗଲା । ଲୁଚିଛି , ଗୋଡ ଦିଟା ଦିଶୁଛି ନ୍ୟାୟରେ ବିଜେଡ଼ିର ଖେଳ ଥିଲା ବୋଲି ବାରି ହୋଇଥିଲା । ଦଳର ପ୍ରବକ୍ତା ନିରପେକ୍ଷ ଦର୍ଶାଇ ଏକ ପୋଷ୍ଟ କଲେ ଓ ଲିଙ୍କ ଗ୍ରୁପରେ ଶେୟାର କରାଗଲା । କିଛି ସମୟ ପରେ ତାହା ବି ଗ୍ରୁପରୁ ଉଡ଼ିଗଲା ।

ଏଥିରେ ମୋଟା ରକମ ଲାଗିଥିବ କି, କେବଳ ଧର୍ମେନ୍ଦ୍ର ଙ୍କୁ ବଦନାମ କରିବା ପାଇଁ ? ପଇସା ଖିଆ ପ୍ରତିବାଦ, ଧର୍ମେନ୍ଦ୍ର ପ୍ରଧାନ ଇସ୍ତଫା ଦେବାପରେ !! ବିଜେଡି ନା ଆଉ କେହି ତାଙ୍କ ପଛରେ ପଡିଛନ୍ତି? ଏଭଳି କିଏ କରୁଛନ୍ତି ? ରାଜ୍ୟ ରାଜନୀତି ରେ ଧର୍ମେନ୍ଦ୍ର ପ୍ରଧାନ ଏଣ୍ଟ୍ରି ନେଲେ କାହା ପାଇଁ ବିଶେଷ କ୍ଷତି ହେଉଛି ? ବିଜେଡି ନା କଂଗ୍ରେସ ନା ଆଉ କେହି, ତାହା ସମୟ କହିବ ।

Related Posts

କ୍ରମାଗତ ବିଜୟ ବିଜେପି ପାଇଁ ଚିନ୍ତାର କାରଣ କାହିଁକି?

ପିନ୍ ବାର୍ତ୍ତା: ସବୁଆଡ଼େ ଦଳୀୟ କ୍ଷମତା ବିସ୍ତାର କରିବାର ଅଧିକ ଲୋଭ ହିଁ ବୋଧହୁଏ ବିଜେପି ପାଇଁ ଏକ ବଡ଼ ଦୁର୍ବଳତା ପାଲଟିଛି । ମୋଦୀ ଓ ଶାହ ବୋଧହୁଏ ଭାବିଥିଲେ ଯେ, ସର୍ବାଧିକ ସଂଖ୍ୟକ ରାଜ୍ୟରେ ବିଜୟ ହାସଲ କଲେ ଭାରତର…

ଦିଲ୍ଲୀରେ ମୋହନ ମାଝୀଙ୍କ ପାୱାର ଶୋ

ସୁଦାମ ଶେଖର (ପିନ୍ ବାର୍ତ୍ତା): ପୂର୍ବତନ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ପରେ ହାଇପ୍ରୋଫାଇଲ ଓଡିଶା ଗସ୍ତ, ରାଜ୍ୟ ରାଜନୀତି ରେ ଏକ ଭୂମିକମ୍ପ ସୃଷ୍ଟି କରିଛି । ଦୁଇ ଡଜନ ରୁ ଅଧିକ ବିଧାୟକ ଓ ମନ୍ତ୍ରୀଙ୍କୁ ଧରି ଧର୍ମେନ୍ଦ୍ର…

Leave a Reply

Your email address will not be published. Required fields are marked *

You Missed

ଅନ୍ଧାରରେ ଓଡ଼ିଶା ସ୍କୁଲ

ଅନ୍ଧାରରେ ଓଡ଼ିଶା ସ୍କୁଲ

‘ସ୍ୱାଧୀନ’ ଲିକୁ ଭରସାରେ ଓଡ଼ିଶା ବିଜେପି

‘ସ୍ୱାଧୀନ’ ଲିକୁ ଭରସାରେ ଓଡ଼ିଶା ବିଜେପି

ମେକାନିକଙ୍କ ସୁରକ୍ଷା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବ୍ରହ୍ମପୁର ସାଂସଦ ପ୍ରଦୀପ ପାଣିଗ୍ରାହୀ

ମେକାନିକଙ୍କ ସୁରକ୍ଷା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବ୍ରହ୍ମପୁର ସାଂସଦ ପ୍ରଦୀପ ପାଣିଗ୍ରାହୀ

ଅଦାଲତରେ ମାମଲା ସତ୍ତ୍ୱେ ବାଲଡାରେ ଡ୍ରୋନ ସର୍ଭେ; ଆଦାନୀ ଟିମ୍‌କୁ ଘେରିଲେ ଗ୍ରାମବାସୀ

ଅଦାଲତରେ ମାମଲା ସତ୍ତ୍ୱେ ବାଲଡାରେ ଡ୍ରୋନ ସର୍ଭେ; ଆଦାନୀ ଟିମ୍‌କୁ ଘେରିଲେ ଗ୍ରାମବାସୀ

“No Works in Odisha”: କଥା ବେଶୀ, କାମ କମ୍; RKD ପାଇଁ କାହିଁକି ଏ ଦରଦ?

“No Works in Odisha”: କଥା ବେଶୀ, କାମ କମ୍; RKD ପାଇଁ କାହିଁକି ଏ ଦରଦ?

ବଣ୍ଡା ଜନଜାତିଙ୍କ ବିକାଶ ପାଇଁ ପ୍ରୟାସ

ବଣ୍ଡା ଜନଜାତିଙ୍କ ବିକାଶ ପାଇଁ ପ୍ରୟାସ