ବନ୍ୟା ବିପନ୍ନଙ୍କ ପାଇଁ କଂଗ୍ରେସର ସହାୟତା

ପିନ୍ ବାର୍ତ୍ତା: ଓଡ଼ିଶାରେ ବର୍ତମାନ ଦେଖାଦେଇଥିବା ଭୟଙ୍କର ବନ୍ୟା ପରିସ୍ଥିତିକୁ ନେଇ ରାଜନୈତିକ ଉତ୍ତାପ ବୃଦ୍ଧି ପାଇଛି । ବନ୍ୟାରେ ସର୍ବସ୍ବାନ୍ତ ହୋଇଥିବା ଲୋକଙ୍କୁ ସାହାଯ୍ୟ କରିବା ମାନବୀୟ ଦାୟିତ୍ୱ ବୋଲି ଦର୍ଶାଇ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି (ଓପିସିସି) ପକ୍ଷରୁ ସଭାପତି ଭକ୍ତ ଦାସ ଙ୍କ ନେତୃତ୍ୱ ରେ ବ୍ୟାପକ ରିଲିଫ୍ ଅଭିଯାନ ଆରମ୍ଭ କରାଯାଇଛି ।

ଯାଜପୁର ଜିଲ୍ଲାର ଦଶରଥପୁର ଏବଂ ଭଦ୍ରକର ବାସୁଦେବପୁର ଭଳି ବନ୍ୟା ପ୍ରଭାବିତ ଅଞ୍ଚଳ ଗସ୍ତ କରିବା ସମୟ ରେ ଓପିସିସି ସଭାପତି ଭକ୍ତ ଚରଣ ଦାସ ରାଜ୍ୟ ସରକାରଙ୍କ ବନ୍ୟା ପରିଚାଳନା ଏବଂ ପ୍ରସ୍ତୁତିକୁ ନେଇ କଡ଼ା ସମାଲୋଚନା କରିଛନ୍ତି । ସେ କହିଛନ୍ତି ଯେ, ଆଗୁଆ ପାଣିପାଗ ସତର୍କସୂଚନା ମିଳିଥିଲେ ମଧ୍ୟ ରାଜ୍ୟ ସରକାର ବନ୍ୟା ମୁକାବିଲା ପାଇଁ କୌଣସି ଠୋସ୍ ପଦକ୍ଷେପ ନେଇନଥିଲେ । ଯାହା ଫଳ ରେ କ୍ଷୟକ୍ଷତି ବହୁତ୍ ହେଇଛି । ନଦୀମୁହାଁଗୁଡ଼ିକ ପଟୁମାଟିରେ ଭର୍ତ୍ତି ହୋଇରହିବା, ଚେକ୍ ଡ୍ୟାମ୍ ଓ ବ୍ୟାରେଜ୍ ନିର୍ମାଣ ନହେବା ଏବଂ ନଦୀବନ୍ଧଗୁଡ଼ିକର ନିମ୍ନମାନର କାମ ଯୋଗୁଁ ବହୁ ସ୍ଥାନରେ ବନ୍ଧ ଭାଙ୍ଗି ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି ବୋଲି ସେ ଅଭିଯୋଗ କରିଛନ୍ତି । ବନ୍ୟାରେ ହଜାର ହଜାର ଲୋକ ଘରଦ୍ୱାର ଭାଙ୍ଗି ଯାଇଛି । ଲୋକେ ନିଜର ସର୍ବସ୍ୱ ହରାଇ ନିରାଶ୍ରୟ ହୋଇପଡ଼ିଥିବାବେଳେ ସେମାନଙ୍କୁ ମିଳୁଥିବା ସରକାରୀ ସହାୟତା ଅତ୍ୟନ୍ତ ଅପର୍ଯ୍ୟାପ୍ତ ବୋଲି ଭକ୍ତ ଦାସ ମତ ଦେଇଛନ୍ତି । କେବଳ ବନ୍ୟା ନୁହେଁ, ଶିକ୍ଷା, ସ୍ୱାସ୍ଥ୍ୟ ଏବଂ ନିର୍ମାଣ କ୍ଷେତ୍ରରେ ମଧ୍ୟ ସରକାର ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି ବୋଲି ସେ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି ।

ବନ୍ୟାଜଳରେ ଭାସିଯାଇ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ପରିବାରକୁ ଭେଟି ସମବେଦନା ଜଣାଇବା ସହ କଂଗ୍ରେସ ଦଳ ପକ୍ଷରୁ ତୁରନ୍ତ ଆର୍ଥିକ ସହାୟତା ପ୍ରଦାନ କରାଯାଇଛି । ଜାତି, ଧର୍ମ କିମ୍ବା ସମ୍ପ୍ରଦାୟରୁ ଊର୍ଦ୍ଧ୍ୱରେ ରହି ବିପର୍ଯ୍ୟୟ ସମୟରେ ଲୋକଙ୍କ ସେବା କରିବା କଂଗ୍ରେସର ମୌଳିକ ନୀତି ବୋଲି କହି ସେ କର୍ମୀମାନଙ୍କୁ ପ୍ରଶଂସା କରିଛନ୍ତି । ଚାଷଜମି, ଭଙ୍ଗାଘର ଏବଂ ଗୃହପାଳିତ ପଶୁପକ୍ଷୀଙ୍କ କ୍ଷତିର ତୁରନ୍ତ ଆକଳନ କରାଯାଇ ବନ୍ୟା କ୍ଷତିଗ୍ରସ୍ତଙ୍କୁ ସମସ୍ତ ଜରୁରୀ ସହାୟତା ଏବଂ ପ୍ରଭାବିତ ପରିବାରକୁ ଉପଯୁକ୍ତ କ୍ଷତିପୂରଣ ଦେବାକୁ ଭକ୍ତ ଦାସ ରାଜ୍ୟ ସରକାରଙ୍କୁ ଦୃଢ଼ ଦାବି ଜଣାଇଛନ୍ତି ।

ଏହି ସହାୟତା ଅଭିଯାନର ପ୍ରଥମ ପର୍ଯ୍ୟାୟରେ, ଏଆଇସିସି (AICC) ଓଡ଼ିଶା ଦଳ ର ଦାୟିତ୍ବ ରେ ଥିବା ଲାଲଜୀ ଦେସାଇ ଭଦ୍ରକ ଜିଲ୍ଲାର ବାସୁଦେବପୁର ର ବିଧାୟକ ଏଵଂ ରିଲିଫ୍ କମିଟି ଚେୟାରମେନ ଅଶୋକ ଦାସ ଙ୍କ ସହ ଗସ୍ତ କରି ବନ୍ୟା ପରିସ୍ଥିତି ଅନୁଧ୍ୟାନ କରିଥିଲେ । ଏହି ରିଲିଫ୍ କାର୍ଯ୍ୟକ୍ରମରେ ପୂର୍ବତନ ସାଂସଦ ଅନନ୍ତ ନାରାୟଣ ସେଠୀ, ଜିଲ୍ଲା କଂଗ୍ରେସ କମିଟି ସଭାପତି ନଳିନୀ ମହାନ୍ତି, କଂଗ୍ରେସ ନେତା ଅସିତ ପଟ୍ଟନାୟକ, ଓଡ଼ିଶା ମହିଳା କଂଗ୍ରେସ ସଭାପତି ମୀନାକ୍ଷୀ ବାହିନୀପତି ଏବଂ ସେବା ଦଳ ସଭାପତି ଶୁଭେନ୍ଦୁ ମହାନ୍ତି ପ୍ରମୁଖ ବରିଷ୍ଠ କଂଗ୍ରେସ ନେତା ଉପସ୍ଥିତ ଥିଲେ । ଏହି ଅବସରରେ ନେତାମାନେ ବନ୍ୟାପ୍ରଭାବିତ ପରିବାରଗୁଡ଼ିକୁ ଭେଟି ସେମାନଙ୍କ ସମସ୍ୟା ଓ ଆବଶ୍ୟକତା ସମ୍ପର୍କରେ ଆଲୋଚନା କରିଥିଲେ ଏବଂ ଖୁବ୍ ଶୀଘ୍ର ସାହାର୍ଯ୍ୟ ସହଯୋଗ ଯୋଗାଇ ଦବାକୁ ପ୍ରତିଶ୍ରୁତି ମଧ୍ୟ୍ୟ ଦେଇଥିଲେ ।

Related Posts

“No Works in Odisha”: କଥା ବେଶୀ, କାମ କମ୍; RKD ପାଇଁ କାହିଁକି ଏ ଦରଦ?

ପିନ୍ ବାର୍ତ୍ତା: ଓଡ଼ିଶାବାସୀ ବଦଳ ଚାହୁଁଥିଲେ, ଆଉ ଶାସକ ଦଳ ମଧ୍ୟ ବଦଳିଲା । ସରକାର ପରିବର୍ତ୍ତନ ସହ ବିକାଶର ନୂଆ ନାରା ଶୁଣିବାକୁ ମିଳିଲା ଏବଂ ଅନେକ ନୂତନ ପ୍ରକଳ୍ପର ପ୍ରତିଶ୍ରୁତି ମଧ୍ୟ ଦିଆଗଲା । ମାତ୍ର ବାସ୍ତବତା କିନ୍ତୁ…

ବଣ୍ଡା ଜନଜାତିଙ୍କ ବିକାଶ ପାଇଁ ପ୍ରୟାସ

ପିନ୍ ବାର୍ତ୍ତା: ମାଲକାନଗିରି ଜିଲ୍ଲାରେ ବିକାଶ ଏବଂ ମହିଳା ସଶକ୍ତିକରଣର ଏକ ନୂତନ ଅଧ୍ୟାୟ ଯୋଡ଼ି ହୋଇଛି । ରାଜ୍ୟର ଅନ୍ୟତମ ଆଦିମ ଜନଜାତି (PVTG) ଭାବେ ପରିଚିତ ବଣ୍ଡା ସମ୍ପ୍ରଦାୟର ସାମଗ୍ରିକ ଉନ୍ନତି ପାଇଁ ମୁଦୁଲିପଡ଼ାସ୍ଥିତ ବଣ୍ଡା ଉନ୍ନୟନ ସଂସ୍ଥା…

Leave a Reply

Your email address will not be published. Required fields are marked *

You Missed

“No Works in Odisha”: କଥା ବେଶୀ, କାମ କମ୍; RKD ପାଇଁ କାହିଁକି ଏ ଦରଦ?

“No Works in Odisha”: କଥା ବେଶୀ, କାମ କମ୍; RKD ପାଇଁ କାହିଁକି ଏ ଦରଦ?

ବଣ୍ଡା ଜନଜାତିଙ୍କ ବିକାଶ ପାଇଁ ପ୍ରୟାସ

ବଣ୍ଡା ଜନଜାତିଙ୍କ ବିକାଶ ପାଇଁ ପ୍ରୟାସ

ଲୋକଙ୍କୁ ନିଜର କରି ପାରିଲେନି 

ଲୋକଙ୍କୁ ନିଜର କରି ପାରିଲେନି 

ଉତ୍ସୃଙ୍ଖଳ ଡ୍ରାଇଭରଙ୍କ ଉପରେ କଠୋର ହେଲେ ସରକାର

ଉତ୍ସୃଙ୍ଖଳ ଡ୍ରାଇଭରଙ୍କ ଉପରେ କଠୋର ହେଲେ ସରକାର

ଏମ୍.ଏମ୍.ଡି.ଆର୍. (MMDR) ସଂଶୋଧନ ବିଲ୍ – ଓଡ଼ିଶାର ସ୍ୱାର୍ଥ ପାଇଁ ଲଢ଼େଇ

ଏମ୍.ଏମ୍.ଡି.ଆର୍. (MMDR) ସଂଶୋଧନ ବିଲ୍ – ଓଡ଼ିଶାର ସ୍ୱାର୍ଥ ପାଇଁ ଲଢ଼େଇ

ଜଟିଳ ହେଉଛି ବନ୍ୟା ସମସ୍ୟା

ଜଟିଳ ହେଉଛି ବନ୍ୟା ସମସ୍ୟା