ଜଳାଶୟ ପୁନରୁଦ୍ଧାର: ୩ବର୍ଷରେ ଓଡ଼ିଶା କେନ୍ଦ୍ରରୁ ପାଇଛି ୧୮୨୯କୋଟି: କେନ୍ଦ୍ର ଜଳଶକ୍ତି ମନ୍ତ୍ରୀ

ପିନ୍ପୁ ବାର୍ତ୍ତା: ଜଳାଶୟ ପୁନରୁଦ୍ଧାର ପାଇଁ କେନ୍ଦ୍ର ସରକାର ଗତ ୩ ବର୍ଷରେ ଓଡ଼ିଶାକୁ ୧୮୨୯ କୋଟି ୫୬ଲକ୍ଷ ଟଙ୍କାର ଆର୍ଥିକ ସହାୟତା ଦେଇଛନ୍ତି। ରାଜ୍ୟସଭାରେ ସାଂସଦ ଦିଲ୍ଲୀପ ରାୟଙ୍କ ଏକ ପ୍ରଶ୍ନ ଉତ୍ତରରେ କେନ୍ଦ୍ର ଜଳଶକ୍ତି ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ରାଜଭୂଷଣ ଚୌଧୁରୀ ଏହି ସୂଚନା ଦେଇଛନ୍ତି।

କେନ୍ଦ୍ର ସରକାରଙ୍କ ପ୍ରଦତ୍ତ ତଥ୍ୟ ମୁତାବକ ୨୦୧୫-୧୬ ବର୍ଷରେ ପ୍ରଧାନମନ୍ତ୍ରୀ କୃଷି ସିଞ୍ଚାଇ ଯୋଜନା ଆରମ୍ଭ ହୋଇଥିଲା । ଫସଲ ପାଇଁ ଜଳ ଯୋଗାଣ ବ୍ୟବସ୍ଥାକୁ ଉନ୍ନତ କରିବା ସହିତ ଜଳ ସଂରକ୍ଷଣ ଏହି ଯୋଜନାର ଲକ୍ଷ୍ୟ । ଏହି ଯୋଜନା ଅଧୀନରେ ଗଡ଼ିଆ ପୋଖରୀ ସମେତ ଅନ୍ୟାନ୍ୟ ଜଳ ଉତ୍ସଗୁଡ଼ିକର ମରାମତି, ପୁନରୁଦ୍ଧାର ଆଦି କାର୍ଯ୍ୟ କରାଯାଇଥାଏ । ଏଥିଲାଗି ସ୍ବତନ୍ତ୍ର ଭାବେ ‘ହର୍‌ ଖେତ୍ କୋ ପାନି’ କାର୍ଯ୍ୟକ୍ରମ ଚାଲୁଛି । ପ୍ରଧାନମନ୍ତ୍ରୀ କୃଷି ସିଞ୍ଚାଇ ଯୋଜନାରେ ଓଡ଼ିଶାକୁ ୧୬୨,୮୭୫ କୋଟି ଟଙ୍କା ୨୦୨୩-୨୪ରୁ ୨୦୨୫-୨୬ ପର୍ଯ୍ୟନ୍ତ ତିନୋଟି ଆର୍ଥଠିକ ବର୍ଷରେ ମିଳିଛି । ଏଥିରେ ୪୩୩ଟି ଗଡ଼ିଆ ପୋଖରୀ ସମେତ ଅନ୍ୟାନ୍ୟ ଜଳ ଉତ୍ସର ପୁନରୁଦ୍ଧାର କରାଯାଇଛି ।

ସେହିଭଳି ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ନାମରେ ନାମିତ ଅମୃତ ଯୋଜନାରେ ସ‌ହରାଞ୍ଚଳ ଜଳ ଉତ୍ସଗୁଡ଼ିକର ବିକାଶ ପାଇଁ କେନ୍ଦ୍ର ସରକାର ସହାୟତା ପ୍ରଦାନ କରୁଛନ୍ତି । ଅମୃତ ଯୋଜନାରେ ଗତ ୩ବର୍ଷ ଭିତରେ ରାଜ୍ୟର ବିଭିନ୍ନ ସହରରେ ୨୭ଟି ଜଳ ଉତ୍ସର ପୁନରୁଦ୍ଧାର କରାଯାଇଛି ଯେଉଁପାଇଁ କେନ୍ଦ୍ର ସରକାର ୬୨୧.୪୬ କୋଟି ଟଙ୍କା ପ୍ରଦାନ କରିଛନ୍ତି ।

ଦିଲ୍ଲୀପ ରାୟଙ୍କୁ କେନ୍ଦ୍ରମନ୍ତ୍ରୀ ପୁଣି କହିଛନ୍ତି ଯେ ମହାତ୍ମା ଗାନ୍ଧୀ ଜାତୀୟ କର୍ମ ନିଯୁକ୍ତି ଯୋଜନା (ଏମ୍‌ଜି ନରେଗା)ରେ କିନ୍ତୁ ଗତ ୩ବର୍ଷ ଭିତରେ ଓଡ଼ିଶାରେ ବ୍ୟାପକ ଜଳ ଉତ୍ସର ପୁନରୁଦ୍ଧାର କରାଯାଇଛି । ଏଥିପାଇଁ କେନ୍ଦ୍ରରୁ ଓଡ଼ିଶାକୁ ୧୦୪୫ କୋଟି ୨୩ଲକ୍ଷ ଟଙ୍କାର ସହାୟତା ମିଳିଛି, ଯେଉଁଥିରେ ୧୯୧୩୧ଟି ଜଳଉତ୍ସର ପୁନରୁଦ୍ଧାର କରାଯାଇପାରିଛି । ଏହାଛଡ଼ା ବର୍ଷା ଜଳ ସଂରକ୍ଷଣ ପାଇଁ ୨୦୧୯ ମସିହାରେ ଆରମ୍ଭ ହୋଇଥିବା ଜଳଶକ୍ତି ଅଭିଯାନ କାର୍ଯ୍ୟକ୍ରମରେ ମଧ୍ଯ ଓଡ଼ିଶା ବ୍ୟାପକ ସହାୟତା ପାଇଛି, ଯେଉଁଥିରେ ୨୫,୨୫୩ଟି ଜଳ ଉତ୍ସର ପୁନରୁଦ୍ଧାର କାର୍ଯ୍ୟ ଗତ ୩ବର୍ଷ ମଧ୍ୟରେ ହୋଇପାରିଛି ।

ଓଡ଼ିଶାରେ ଭୂତଳ ଜଳ ସ୍ତର ହ୍ରାସ ପାଉଥିବା କାରଣରୁ ଭବିଷ୍ୟତ ପାଇଁ ଏହା ଆହ୍ୱାନ ସୃଷ୍ଟି କରିପାରେ ବୋଲି ସାଂସଦ ଦିଲ୍ଲୀପ ରାୟ ଉଦ୍‌ବେଗର ସହ କହିଛନ୍ତି। ଏଭଳି ଘଟିଲେ କୃଷି କ୍ଷେତ୍ର, ପାନୀୟ ଜଳ ଓ ପଶୁ ପାଳନ କ୍ଷେତ୍ର ପ୍ରତି ଗୁରୁତର ସଙ୍କଟ ସୃଷ୍ଟି ହୋଇପାରେ। ଏହି ସମସ୍ୟାକୁ ଆଖି ଆଗରେ ରଖି ରାଜ୍ୟର ସମସ୍ତ ନଦୀ, ହ୍ରଦ, ଝରଣା, ଗାଡ଼ିଆ, ପୋଖରୀ, ଚୋଆ ଓ ଅନ୍ୟାନ୍ୟ ଜଳ ଉତ୍ସଗୁଡ଼ିକରେ ଯେପରି ବର୍ଷ ତମାମ ଜଳ ଭର୍ତ୍ତି ହୋଇ ରହେ ସେ ଦିଗରେ ଓଡ଼ିଶା ପାଇଁ କେନ୍ଦ୍ର ସରକାର ସ୍ୱତନ୍ତ୍ର ଆର୍ଥିକ ସହାୟତା ଦେବା ଲାଗି ଏକ ବିବୃତିରେ ଦିଲ୍ଲୀପ ରାୟ ଦାବି କରିଛନ୍ତି।

Related Posts

“No Works in Odisha”: କଥା ବେଶୀ, କାମ କମ୍; RKD ପାଇଁ କାହିଁକି ଏ ଦରଦ?

ପିନ୍ ବାର୍ତ୍ତା: ଓଡ଼ିଶାବାସୀ ବଦଳ ଚାହୁଁଥିଲେ, ଆଉ ଶାସକ ଦଳ ମଧ୍ୟ ବଦଳିଲା । ସରକାର ପରିବର୍ତ୍ତନ ସହ ବିକାଶର ନୂଆ ନାରା ଶୁଣିବାକୁ ମିଳିଲା ଏବଂ ଅନେକ ନୂତନ ପ୍ରକଳ୍ପର ପ୍ରତିଶ୍ରୁତି ମଧ୍ୟ ଦିଆଗଲା । ମାତ୍ର ବାସ୍ତବତା କିନ୍ତୁ…

ବଣ୍ଡା ଜନଜାତିଙ୍କ ବିକାଶ ପାଇଁ ପ୍ରୟାସ

ପିନ୍ ବାର୍ତ୍ତା: ମାଲକାନଗିରି ଜିଲ୍ଲାରେ ବିକାଶ ଏବଂ ମହିଳା ସଶକ୍ତିକରଣର ଏକ ନୂତନ ଅଧ୍ୟାୟ ଯୋଡ଼ି ହୋଇଛି । ରାଜ୍ୟର ଅନ୍ୟତମ ଆଦିମ ଜନଜାତି (PVTG) ଭାବେ ପରିଚିତ ବଣ୍ଡା ସମ୍ପ୍ରଦାୟର ସାମଗ୍ରିକ ଉନ୍ନତି ପାଇଁ ମୁଦୁଲିପଡ଼ାସ୍ଥିତ ବଣ୍ଡା ଉନ୍ନୟନ ସଂସ୍ଥା…

Leave a Reply

Your email address will not be published. Required fields are marked *

You Missed

“No Works in Odisha”: କଥା ବେଶୀ, କାମ କମ୍; RKD ପାଇଁ କାହିଁକି ଏ ଦରଦ?

“No Works in Odisha”: କଥା ବେଶୀ, କାମ କମ୍; RKD ପାଇଁ କାହିଁକି ଏ ଦରଦ?

ବଣ୍ଡା ଜନଜାତିଙ୍କ ବିକାଶ ପାଇଁ ପ୍ରୟାସ

ବଣ୍ଡା ଜନଜାତିଙ୍କ ବିକାଶ ପାଇଁ ପ୍ରୟାସ

ଲୋକଙ୍କୁ ନିଜର କରି ପାରିଲେନି 

ଲୋକଙ୍କୁ ନିଜର କରି ପାରିଲେନି 

ଉତ୍ସୃଙ୍ଖଳ ଡ୍ରାଇଭରଙ୍କ ଉପରେ କଠୋର ହେଲେ ସରକାର

ଉତ୍ସୃଙ୍ଖଳ ଡ୍ରାଇଭରଙ୍କ ଉପରେ କଠୋର ହେଲେ ସରକାର

ଏମ୍.ଏମ୍.ଡି.ଆର୍. (MMDR) ସଂଶୋଧନ ବିଲ୍ – ଓଡ଼ିଶାର ସ୍ୱାର୍ଥ ପାଇଁ ଲଢ଼େଇ

ଏମ୍.ଏମ୍.ଡି.ଆର୍. (MMDR) ସଂଶୋଧନ ବିଲ୍ – ଓଡ଼ିଶାର ସ୍ୱାର୍ଥ ପାଇଁ ଲଢ଼େଇ

ଜଟିଳ ହେଉଛି ବନ୍ୟା ସମସ୍ୟା

ଜଟିଳ ହେଉଛି ବନ୍ୟା ସମସ୍ୟା