ପୂର୍ବ ଭାରତର କୃଷି ବିକାଶ

ଭୁବନେଶ୍ୱରରେ ଆୟୋଜିତ ‘ପୂର୍ବାଞ୍ଚଳ କ୍ଷେତ୍ରୀୟ କୃଷି ସମ୍ମିଳନୀ–୨୦୨୬’ ପୂର୍ବ ଭାରତର କୃଷି ଓ କୃଷକଙ୍କ ବିକାଶ ପାଇଁ ଏକ ନୂଆ ଦିଗ ଦେଖାଇଛି । ଓଡ଼ିଶା, ବିହାର, ଝାରଖଣ୍ଡ, ଛତିଶଗଡ଼ ଓ ପଶ୍ଚିମବଙ୍ଗ, ଏହି ୫ଟି ରାଜ୍ୟର କୃଷି ବିକାଶ ପାଇଁ ଏକ ସାମୂହିକ ରୋଡମ୍ୟାପ୍ ପ୍ରସ୍ତୁତ ହୋଇଛି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପ୍ରାକୃତିକ ଚାଷକୁ ଆଗାମୀ ଦିନରେ କୃଷିର ମୂଳ ଆଧାର ବୋଲି ବର୍ଣ୍ଣନା କରିଥିଲେ । ଅତ୍ୟଧିକ ରାସାୟନିକ ସାର ଓ କୀଟନାଶକ ବ୍ୟବହାର ଯୋଗୁଁ ମାଟିର ଉର୍ବରତା କ୍ଷୟ ହେଉଥିବା ଉପରେ ସେ ଚିନ୍ତା ପ୍ରକାଶ କରି କହିଥିଲେ ଯେ, କୃଷିକୁ ପୁଣି ପ୍ରକୃତି ସହ ଯୋଡ଼ିବା ସମୟ ଆସିଛି । ଶ୍ରୀଜଗନ୍ନାଥଙ୍କ ମହାପ୍ରସାଦରେ ଓଡ଼ିଶାର ଚାଉଳ ବ୍ୟବହାର ହେଉଥିବା ଉଲ୍ଲେଖ କରି ସେ ଏହାକୁ ରାଜ୍ୟ ପାଇଁ ଗୌରବର ବିଷୟ ବୋଲି କହିଥିଲେ ।

କେନ୍ଦ୍ର କୃଷିମନ୍ତ୍ରୀ ଶିବରାଜ ସିଂ ଚୌହାନ ଓଡ଼ିଶାର କୃଷି ବିକାଶ ଓ ଧାନ କ୍ରୟ ବ୍ୟବସ୍ଥାର ପ୍ରଶଂସା କରି କହିଥିଲେ, ପୂର୍ବ ଭାରତର ଉର୍ବର ଭୂମି, ପ୍ରଚୁର ଜଳସମ୍ପଦ ଓ ଅନୁକୂଳ ଜଳବାୟୁ ଏହି ଅଞ୍ଚଳକୁ ଦେଶର କୃଷି ଶକ୍ତିକେନ୍ଦ୍ରରେ ପରିଣତ କରିପାରିବ । ସେ ପ୍ରତ୍ୟେକ ଚାଷୀଙ୍କୁ ନିଜ ଜମିର ଅତିକମରେ ୨୦ ପ୍ରତିଶତ ଅଞ୍ଚଳରେ ପ୍ରାକୃତିକ ଚାଷ କରିବାକୁ ଆହ୍ୱାନ ଦେଇଥିଲେ । ନକଲି ସାର ଓ କୀଟନାଶକ ବିରୋଧରେ କଠୋର ପଦକ୍ଷେପ ସହ ନୂଆ ‘ପେଷ୍ଟିସାଇଡ୍ ଆକ୍ଟ’ ଆଣିବା ନେଇ ମଧ୍ୟ ସୂଚନା ଦେଇଥିଲେ । ଓଡ଼ିଶା ସରକାରଙ୍କ କୃଷକ କଲ୍ୟାଣକାରୀ ଯୋଜନାଗୁଡ଼ିକ ବିଶେଷ ଆକର୍ଷଣ ହୋଇଥିଲା । ‘ସମୃଦ୍ଧ କୃଷକ ଯୋଜନା’ରେ ପ୍ରତି କ୍ୱିଣ୍ଟାଲ ଧାନ ପିଛା ୩୧୦୦ ଟଙ୍କା ଦରରେ କ୍ରୟ, ‘ସିଏମ କିଷାନ’ ଯୋଜନାରେ ଆର୍ଥିକ ସହାୟତା ଓ ଫସଲ ବୀମାରେ ଚାଷୀଙ୍କ ପ୍ରିମିୟମ ରାଜ୍ୟ ସରକାରଙ୍କ ପକ୍ଷରୁ ବହନ ଭଳି ପଦକ୍ଷେପ ଚାଷୀଙ୍କୁ ଆର୍ଥିକ ଭାବେ ସଶକ୍ତ କରୁଥିବା କୁହାଯାଇଥିଲା ।

କୃଷି ଭିତ୍ତିଭୂମିକୁ ମଜବୁତ କରିବା ପାଇଁ ରାଜ୍ୟର ସମସ୍ତ ସବ-ଡିଭିଜନରେ କୋଲ୍ଡ ଷ୍ଟୋରେଜ ସ୍ଥାପନ, କୃଷି ଉଦ୍ୟୋଗକୁ ପ୍ରୋତ୍ସାହନ ଓ କୋରାପୁଟ କଫିର ବ୍ରାଣ୍ଡିଂ ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଇଥିଲା । କୋରାପୁଟ ଓ କଳାହାଣ୍ଡି ସହ ୬ଟି ଜିଲ୍ଲାରେ ବ୍ୟାପକ କଫି ଚାଷ ଯୋଜନା ଓଡ଼ିଶାର କୃଷିକୁ ନୂଆ ପରିଚୟ ଦେବ ବୋଲି ଆଶା କରାଯାଉଛି । ପୂର୍ବ ଭାରତର କୃଷି ଉତ୍ପାଦନ କ୍ଷମତାକୁ ବଢ଼ାଇବା, ପ୍ରାକୃତିକ ଚାଷକୁ ପ୍ରୋତ୍ସାହନ ଦେବା ଓ ଚାଷୀଙ୍କୁ ଆର୍ଥିକ ଭାବେ ଆତ୍ମନିର୍ଭର କରାଇବା ଦିଗରେ ପଦକ୍ଷେପ ନିଆଯାଉଛି । ‘ପୂର୍ବୋଦୟ’ ମିଶନକୁ ସାର୍ଥକ କରିବାରେ ଏହି ସମ୍ମିଳନୀ ଏକ ଐତିହାସିକ ମାଇଲଷ୍ଟୋନ ବୋଲି ମନେ କରାଯାଉଛି ।

Related Posts

‘ମୁଁ ଷ୍ଟ୍ରିଟ୍ ଫାଇଟର, ଏସି ରୁମ୍ ଆକ୍ଟିଭିଷ୍ଟ ନୁହେଁ’ : ଜୟରାମ ରମେଶଙ୍କୁ ଧର୍ମେନ୍ଦ୍ର ପ୍ରଧାନଙ୍କ ଜବାବ

ନୂଆଦିଲ୍ଲୀ: କେନ୍ଦ୍ର ଶିକ୍ଷାମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ସୋମବାର ପ୍ରଥମ ଥର ପାଇଁ ସଂସଦରେ ପହଞ୍ଚିଥିବା ବିଜେପି ସାଂସଦ ଧର୍ମେନ୍ଦ୍ର ପ୍ରଧାନ ଏକ ସଂକ୍ଷିପ୍ତ କିନ୍ତୁ ତୀକ୍ଷ୍ଣ ପ୍ରତିକ୍ରିୟା ଦେଇ ରାଜନୈତିକ ମହଳରେ ଚର୍ଚ୍ଚା ସୃଷ୍ଟି କରିଛନ୍ତି। କଂଗ୍ରେସର ବରିଷ୍ଠ…

ଓଡ଼ିଶାରେ ଅସହ୍ୟ ଗ୍ରୀଷ୍ମ ପ୍ରବାହ, ପ୍ରକୃତିର କୋପ ନା ମାନବକୃତ ଭୁଲ୍?

ଓଡ଼ିଶାରେ ବର୍ତ୍ତମାନ ପ୍ରଚଣ୍ଡ ରୌଦ୍ରତାପ ଓ ଗ୍ରୀଷ୍ମ ପ୍ରବାହ (Heatwave) ଜନଜୀବନକୁ ସମ୍ପୂର୍ଣ୍ଣ ଅସ୍ତବ୍ୟସ୍ତ କରିଦେଇଛି । ପ୍ରତିବର୍ଷ ଗ୍ରୀଷ୍ମଋତୁ ଆସିଲେ ରାଜ୍ୟର ଅଧିକାଂଶ ସହରର ତାପମାତ୍ରା ୪୦ରୁ ୪୫ ଡିଗ୍ରୀ ସେଲସିୟସ୍ ଉପରେ ରହୁଛି ଏବଂ ପଶ୍ଚିମ ଓଡ଼ିଶାର କେତେକ…

Leave a Reply

Your email address will not be published. Required fields are marked *

You Missed

ଅନ୍ଧାରରେ ଓଡ଼ିଶା ସ୍କୁଲ

ଅନ୍ଧାରରେ ଓଡ଼ିଶା ସ୍କୁଲ

‘ସ୍ୱାଧୀନ’ ଲିକୁ ଭରସାରେ ଓଡ଼ିଶା ବିଜେପି

‘ସ୍ୱାଧୀନ’ ଲିକୁ ଭରସାରେ ଓଡ଼ିଶା ବିଜେପି

ମେକାନିକଙ୍କ ସୁରକ୍ଷା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବ୍ରହ୍ମପୁର ସାଂସଦ ପ୍ରଦୀପ ପାଣିଗ୍ରାହୀ

ମେକାନିକଙ୍କ ସୁରକ୍ଷା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବ୍ରହ୍ମପୁର ସାଂସଦ ପ୍ରଦୀପ ପାଣିଗ୍ରାହୀ

ଅଦାଲତରେ ମାମଲା ସତ୍ତ୍ୱେ ବାଲଡାରେ ଡ୍ରୋନ ସର୍ଭେ; ଆଦାନୀ ଟିମ୍‌କୁ ଘେରିଲେ ଗ୍ରାମବାସୀ

ଅଦାଲତରେ ମାମଲା ସତ୍ତ୍ୱେ ବାଲଡାରେ ଡ୍ରୋନ ସର୍ଭେ; ଆଦାନୀ ଟିମ୍‌କୁ ଘେରିଲେ ଗ୍ରାମବାସୀ

“No Works in Odisha”: କଥା ବେଶୀ, କାମ କମ୍; RKD ପାଇଁ କାହିଁକି ଏ ଦରଦ?

“No Works in Odisha”: କଥା ବେଶୀ, କାମ କମ୍; RKD ପାଇଁ କାହିଁକି ଏ ଦରଦ?

ବଣ୍ଡା ଜନଜାତିଙ୍କ ବିକାଶ ପାଇଁ ପ୍ରୟାସ

ବଣ୍ଡା ଜନଜାତିଙ୍କ ବିକାଶ ପାଇଁ ପ୍ରୟାସ