ବିସ୍ଥାପିତଙ୍କ ପାଇଁ ଲଢ଼ୁଛନ୍ତି ଭକ୍ତ

ବିସ୍ଥାପିତଙ୍କୁ ସେମାନଙ୍କ ନାଯ୍ୟ ଦାବି ଦେବା ପାଇଁ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ଜୋରଦାର ଲଢେଇ ଜାରି ରଖିଛନ୍ତି । ବିସ୍ଥାପିତ ଓ ପ୍ରଭାବିତ ଲୋକଙ୍କୁ ନ୍ୟାୟ ଦେବା ଲକ୍ଷ୍ୟରେ ପ୍ରଦେଶ କଂଗ୍ରେସ ପକ୍ଷରୁ ‘ଗାନ୍ଧୀ ପଥେ ନ୍ୟାୟ ପଦଯାତ୍ରା’ ଅନୁଷ୍ଠିତ ହୋଇଛି । ଜଗତସିଂହପୁର ଜିଲ୍ଲାର ଢିଙ୍କିଆରୁ ଆରମ୍ଭ ହୋଇଥିବା ଏହି ପଦଯାତ୍ରା ଭୁବନେଶ୍ୱର ରେ ଶେଷ ହୋଇଛି । ବିଭିନ୍ନ ଘରୋଇ କମ୍ପାନୀଙ୍କ ଶୋଷଣ ଏବଂ ବିସ୍ଥାପନ ନୀତି ବିରୋଧରେ ଏହି ଆନ୍ଦୋଳନ ହୋଇଥିବା ବେଳେ ପ୍ରବଳ ଗରମ ଓ ଗ୍ରୀଷ୍ମପ୍ରବାହ ସତ୍ତ୍ୱେ ପିସିସି ସଭାପତିଙ୍କ ଏ ପଦଯାତ୍ରା ଜନତାଙ୍କୁ ପ୍ରଭାବିତ କରିବାରେ ସମର୍ଥ ହୋଇଛି ।

କଂଗ୍ରେସର ଅଭିଯୋଗ ଅନୁଯାୟୀ, ଢିଙ୍କିଆ, ନୂଆଗାଁ ଓ ଗଡକୁଜଙ୍ଗ ଅଞ୍ଚଳରେ ପ୍ରାୟ ୨୦ ବର୍ଷ ଧରି ଶିଳ୍ପ ସଂସ୍ଥାମାନଙ୍କ ସ୍ୱାର୍ଥ ପାଇଁ ସରକାର ଓ ଜିଲ୍ଲା ପ୍ରଶାସନ ସାଧାରଣ ଲୋକଙ୍କ ଉପରେ ଅନ୍ୟାୟ ଓ ଜୁଲୁମ କରିଆସୁଛନ୍ତି । ଏହାର ପ୍ରତିବାଦ ସ୍ୱରୂପ ଏହି ପଦଯାତ୍ରା କରାଯାଇଛି । ଢିଙ୍କିଆ ଅଞ୍ଚଳ ଧାନ, ପାନ ଓ ମତ୍ସ୍ୟ ଉତ୍ପାଦନ ପାଇଁ ପରିଚିତ । ଏଠାକାର ଲୋକମାନେ ଜୀବନଜୀବିକା ଓ ଭିଟାମାଟି ପ୍ରତି ଅତ୍ୟନ୍ତ ସମ୍ବେଦନଶୀଳ ଥିବାବେଳେ ୨୦୦୫ ମସିହାରୁ ନିଜ ଜମି ରକ୍ଷା ପାଇଁ ସଂଗ୍ରାମ କରିଆସୁଛନ୍ତି । ଏହି ଆନ୍ଦୋଳନ ସମୟରେ ଚାରିଜଣଙ୍କ ମୃତ୍ୟୁ ଘଟିଥିବା ସହ ହଜାର ହଜାର ଲୋକଙ୍କ ନାମରେ ମାମଲା ରୁଜୁ ହୋଇଛି ।

ରାଜ୍ୟରେ ପ୍ରାୟ ୨୦ ଲକ୍ଷ ହିତାଧିକାରୀ ଜମି ପଟ୍ଟା ପାଇବାର ହକଦାର ଥିବାବେଳେ ଏପର୍ଯ୍ୟନ୍ତ ସେମାନେ ସେମାନଙ୍କର ଅଧିକାର ପାଇନାହାନ୍ତି । ସରକାର ଲକ୍ଷ ଲକ୍ଷ ଏକର ଜମି ବିଭିନ୍ନ କମ୍ପାନୀଙ୍କୁ ଦେଉଥିବାବେଳେ ଆଦିବାସୀ ଓ ଅଣଆଦିବାସୀ ଲୋକଙ୍କୁ ସେମାନଙ୍କ ନ୍ୟାୟସଙ୍ଗତ ଅଧିକାରରୁ ବଞ୍ଚିତ କରାଯାଉଛି । ଖଣି ଖାଦାନ ପ୍ରକଳ୍ପ ପାଇଁ ହଜାର ହଜାର ଲୋକଙ୍କୁ ସରକାରୀ କ୍ଷତିପୂରଣ ବିନା ନିଜ ଜଙ୍ଗଲ ଓ ଜମିରୁ ବିସ୍ଥାପିତ କରାଯାଉଛି । ଏହା ଫଳରେ ପ୍ରଭାବିତ ଅଞ୍ଚଳର ଲୋକମାନେ ଜୀବିକା ଓ ମୌଳିକ ଅଧିକାର ହରାଇ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ବେଆଇନ ବିସ୍ଥାପନ, ବୃଦ୍ଧି ପାଉଥିବା ବେକାରୀ ସମସ୍ୟା ଏବଂ ନାରୀ ନିର୍ଯାତନା ବିରୋଧରେ ସଂଗ୍ରାମକୁ ଆହୁରି ଶକ୍ତିଶାଳୀ କରିବା ଆବଶ୍ୟକ ବୋଲି ପିସିସି ସଭାପତି ଭକ୍ତ ଦାସ କହିଛନ୍ତି ।

କଂଗ୍ରେସ ଅଭିଯୋଗ କରିଛି ଯେ, ଗ୍ରାମସଭାର ସମ୍ମତି ବିନା ଜମିକୁ କମ୍ପାନୀ ହାତକୁ ଦେବା ପାଇଁ ଚକ୍ରାନ୍ତ କରାଯାଉଛି, ଯାହା ଗଣତନ୍ତ୍ର ବିରୋଧୀ । ଶିଳ୍ପ ସଂସ୍ଥାମାନଙ୍କ ଦ୍ୱାରା ହେଉଥିବା ଅନ୍ୟାୟ, ଅତ୍ୟାଚାର, ଶୋଷଣ ଓ ପ୍ରଦୂଷଣ ବିରୋଧରେ ଏହି ପଦଯାତ୍ରା ମାଧ୍ୟମରେ ସ୍ୱର ଉତ୍ତୋଳନ କରାଯାଉଛି । ଶିଳ୍ପାୟନକୁ ବିରୋଧ କରାଯାଉନାହିଁ, କିନ୍ତୁ ଶିଳ୍ପ ନାଁରେ ସ୍ଥାନୀୟ ବାସିନ୍ଦାଙ୍କୁ ବିସ୍ଥାପିତ କରି ସେମାନଙ୍କ ସହ ଅନ୍ୟାୟ କରାଯିବାକୁ ବିରୋଧ କରାଯାଉଛି । ବିସ୍ଥାପିତ ଓ ପ୍ରଭାବିତ ଲୋକଙ୍କୁ ନ୍ୟାୟ ଦେବା ଉଦ୍ଦେଶ୍ୟରେ ‘ଗାନ୍ଧୀ ପଥେ ନ୍ୟାୟ ପଦଯାତ୍ରା’ ଆରମ୍ଭ ହୋଇଛି । ରାଜ୍ୟର ପ୍ରାୟ ୧୫ଟି ସ୍ଥାନରୁ ବିସ୍ଥାପିତ ଓ ପ୍ରଭାବିତ ଲୋକ ଆନ୍ଦୋଳନରେ ସାମିଲ ହୋଇଛନ୍ତି ।

ମେ ୬ ତାରିଖରେ ଆରମ୍ଭ ହୋଇଥିବା ‘ଗାନ୍ଧୀ ପଥେ ପଦଯାତ୍ରା’ ମେ ୧୪ ତାରିଖରେ ସମାପ୍ତ ହୋଇଥିବା ସମୟରେ ଭକ୍ତ ଦାସଙ୍କ ନେତୃତ୍ୱରେ ରଣହୁଙ୍କାର ଦିଆଯାଇଛି । ଲଢ଼େଇ ଶେଷ ନୁହେଁ, ଆରମ୍ଭ ବୋଲି କହିଛନ୍ତି ଭକ୍ତ ଦାସ । କଂଗ୍ରେସ ନେତୃତ୍ୱ ନିରୀହ ବିସ୍ଥାପିତଙ୍କ ସହ ଯାଇ ରାଜ୍ୟପାଳଙ୍କୁ ଦେଖା କରିବା ସହ ଦାବିପତ୍ର ପ୍ରଦାନ କରିଛନ୍ତି ଓ ସମସ୍ତ ସମସ୍ୟା ସମ୍ପର୍କରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଛନ୍ତି ।

Related Posts

‘ମୁଁ ଷ୍ଟ୍ରିଟ୍ ଫାଇଟର, ଏସି ରୁମ୍ ଆକ୍ଟିଭିଷ୍ଟ ନୁହେଁ’ : ଜୟରାମ ରମେଶଙ୍କୁ ଧର୍ମେନ୍ଦ୍ର ପ୍ରଧାନଙ୍କ ଜବାବ

ନୂଆଦିଲ୍ଲୀ: କେନ୍ଦ୍ର ଶିକ୍ଷାମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ସୋମବାର ପ୍ରଥମ ଥର ପାଇଁ ସଂସଦରେ ପହଞ୍ଚିଥିବା ବିଜେପି ସାଂସଦ ଧର୍ମେନ୍ଦ୍ର ପ୍ରଧାନ ଏକ ସଂକ୍ଷିପ୍ତ କିନ୍ତୁ ତୀକ୍ଷ୍ଣ ପ୍ରତିକ୍ରିୟା ଦେଇ ରାଜନୈତିକ ମହଳରେ ଚର୍ଚ୍ଚା ସୃଷ୍ଟି କରିଛନ୍ତି। କଂଗ୍ରେସର ବରିଷ୍ଠ…

ଓଡ଼ିଶାରେ ଅସହ୍ୟ ଗ୍ରୀଷ୍ମ ପ୍ରବାହ, ପ୍ରକୃତିର କୋପ ନା ମାନବକୃତ ଭୁଲ୍?

ଓଡ଼ିଶାରେ ବର୍ତ୍ତମାନ ପ୍ରଚଣ୍ଡ ରୌଦ୍ରତାପ ଓ ଗ୍ରୀଷ୍ମ ପ୍ରବାହ (Heatwave) ଜନଜୀବନକୁ ସମ୍ପୂର୍ଣ୍ଣ ଅସ୍ତବ୍ୟସ୍ତ କରିଦେଇଛି । ପ୍ରତିବର୍ଷ ଗ୍ରୀଷ୍ମଋତୁ ଆସିଲେ ରାଜ୍ୟର ଅଧିକାଂଶ ସହରର ତାପମାତ୍ରା ୪୦ରୁ ୪୫ ଡିଗ୍ରୀ ସେଲସିୟସ୍ ଉପରେ ରହୁଛି ଏବଂ ପଶ୍ଚିମ ଓଡ଼ିଶାର କେତେକ…

Leave a Reply

Your email address will not be published. Required fields are marked *

You Missed

ରଥଯାତ୍ରା ପରର ଆତ୍ମଚିନ୍ତନ

ରଥଯାତ୍ରା ପରର ଆତ୍ମଚିନ୍ତନ

ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାରେ ଓଡିଶାରୁ ଉପକୃତ ହେଉଛନ୍ତି ୩.୨୧ କୋଟିରୁ ଅଧିକ

ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାରେ ଓଡିଶାରୁ ଉପକୃତ ହେଉଛନ୍ତି ୩.୨୧ କୋଟିରୁ ଅଧିକ

‘ମୁଁ ଷ୍ଟ୍ରିଟ୍ ଫାଇଟର, ଏସି ରୁମ୍ ଆକ୍ଟିଭିଷ୍ଟ ନୁହେଁ’ : ଜୟରାମ ରମେଶଙ୍କୁ ଧର୍ମେନ୍ଦ୍ର ପ୍ରଧାନଙ୍କ ଜବାବ

‘ମୁଁ ଷ୍ଟ୍ରିଟ୍ ଫାଇଟର, ଏସି ରୁମ୍ ଆକ୍ଟିଭିଷ୍ଟ ନୁହେଁ’ : ଜୟରାମ ରମେଶଙ୍କୁ ଧର୍ମେନ୍ଦ୍ର ପ୍ରଧାନଙ୍କ ଜବାବ

ସ୍ୱାମୀ ଲକ୍ଷ୍ମଣାନନ୍ଦଙ୍କ ନାମରେ ନାମିତ ହେବ ଫୁଲବାଣୀ ସରକାରୀ ଭେଷଜ ମହାବିଦ୍ୟାଳୟ, ଜଲେଶପଟ୍ଟା ଆଶ୍ରମ ପାଇଁ ୧୩ କୋଟି ମଞ୍ଜୁର

ସ୍ୱାମୀ ଲକ୍ଷ୍ମଣାନନ୍ଦଙ୍କ ନାମରେ ନାମିତ ହେବ ଫୁଲବାଣୀ ସରକାରୀ ଭେଷଜ ମହାବିଦ୍ୟାଳୟ, ଜଲେଶପଟ୍ଟା ଆଶ୍ରମ ପାଇଁ ୧୩ କୋଟି ମଞ୍ଜୁର

ରାଉରକେଲା ବିମାନବନ୍ଦର ବିକାଶରେ କେନ୍ଦ୍ରର ୫୮.୯୬ କୋଟି ଟଙ୍କା ବ୍ୟୟ

ରାଉରକେଲା ବିମାନବନ୍ଦର ବିକାଶରେ କେନ୍ଦ୍ରର ୫୮.୯୬ କୋଟି ଟଙ୍କା ବ୍ୟୟ

ଜନ୍ତର ମନ୍ତର ରେ ସୁଯୋଗ ପାଇଲେ ଉଦ୍ଧତ ବାମପନ୍ଥୀ

ଜନ୍ତର ମନ୍ତର ରେ ସୁଯୋଗ ପାଇଲେ ଉଦ୍ଧତ ବାମପନ୍ଥୀ