ରକ୍ତରଞ୍ଜିତ ଭଞ୍ଜ ମାଟି

ପିନ୍ ବାର୍ତ୍ତା: ଓଡ଼ିଶାରେ ଆଇନଶୃଙ୍ଖଳାକୁ ନେଇ ବିରୋଧୀଙ୍କ ଆକ୍ରମଣ ଦିନକୁ ଦିନ ତୀବ୍ର ହେଉଛି । ହାଜତ ମୃତ୍ୟୁ, ହିଂସା, ପୋଲିସ ବର୍ବରତା ଏବଂ ରାଜନୈତିକ ହିଂସାକୁ ନେଇ ରାଜ୍ୟ ସରକାରଙ୍କୁ ଘେରିବାରେ ଲାଗିଛନ୍ତି କଂଗ୍ରେସ ଓ ବିଜେଡି । ବିଶେଷ କରି ଗଞ୍ଜାମ ଜିଲ୍ଲାର କବିସୂର୍ଯ୍ୟନଗର ହାଜତ ମୃତ୍ୟୁ ଘଟଣା ଏବେ ରାଜ୍ୟ ରାଜନୀତିର କେନ୍ଦ୍ରବିନ୍ଦୁ ପାଲଟିଛି । ବିରୋଧୀଙ୍କ ଅଭିଯୋଗ, ବିଜେପି ସରକାରର ଦୁଇ ବର୍ଷ ଶାସନରେ ଅପରାଧ ବୃଦ୍ଧି ପାଇଛି ଏବଂ ସାଧାରଣ ଲୋକେ ଅସୁରକ୍ଷିତ ମାନେ କରୁଛନ୍ତି ।

କଂଗ୍ରେସ ଅଭିଯୋଗ କରିଛି ଯେ, ରାଜ୍ୟରେ ହାଜତ ମୃତ୍ୟୁ ଓ ହିଂସା ଚିନ୍ତାଜନକ ଭାବେ ବଢ଼ିଛି । କବିସୂର୍ଯ୍ୟନଗର, ବାରଙ୍ଗ ଓ ବାଲିଅନ୍ତା ଭଳି ଘଟଣା ଯୋଗୁଁ ରାଜ୍ୟର ଆଇନଶୃଙ୍ଖଳା ବ୍ୟବସ୍ଥା ଭୁଶୁଡି ଯାଇଛି । ପୋଲିସ ଅପରାଧ ନିୟନ୍ତ୍ରଣ କରିବା ପରିବର୍ତ୍ତେ ନିରୀହ ଲୋକଙ୍କ ଉପରେ ଥାର୍ଡ ଡିଗ୍ରି ପ୍ରୟୋଗ କରୁଥିବା ଅଭିଯୋଗ ହୋଇଛି । ଏହି ପ୍ରସଙ୍ଗକୁ ନେଇ ଓଡ଼ିଶା ଜନତା କଂଗ୍ରେସ ଡିଜି ଅଫିସ ଘେରାଉ କରିବା ସହ ଦଳ ପକ୍ଷରୁ କବିସୂର୍ଯ୍ୟନଗର ଘଟଣାର ବିଚାର ବିଭାଗୀୟ ତଦନ୍ତ ଏବଂ ମୃତକଙ୍କ ପରିବାରକୁ ୨ କୋଟି ଟଙ୍କା କ୍ଷତିପୂରଣ ଦେବାକୁ ଦାବି କରାଯାଇଛି ।

ଗଞ୍ଜାମ ଜିଲ୍ଲା ସୁବୁଳିଆ ଗାଁର ୩୨ ବର୍ଷୀୟ ସୁଶାନ୍ତ ସାହୁ ଶାରୀରିକ ଭାବେ ଦିବ୍ୟାଙ୍ଗ । ସେ ଦିନ ମଜୁରିଆ ଭାବେ କାମ କରୁଥିବା ବେଳେ ପରିବାରର ଏକମାତ୍ର ରୋଜଗାରକ୍ଷମ ବ୍ୟକ୍ତି ଥିଲେ । ଗତ ମେ ୨୫ ତାରିଖରେ ଏକ ପଥର ଫଟା ଘଟଣାରେ ସଂପୃକ୍ତ ଥିବା ସନ୍ଦେହରେ ପୋଲିସ ତାଙ୍କୁ ନିଜ ହେପାଜତକୁ ନେଇଥିଲା । ତେବେ ପରିବାର ଲୋକଙ୍କ ଅଭିଯୋଗ ଅନୁସାରେ, ତାଙ୍କୁ ଥାନା ଭିତରେ ଦୀର୍ଘ ସମୟ ଧରି ଅଟକ ରଖାଯିବା ସହ ଅମାନୁଷିକ ନିର୍ଯାତନା ଦିଆଯାଇଥିଲା । ସୁଶାନ୍ତଙ୍କ ପତ୍ନୀ ଅଭିଯୋଗ କରିଛନ୍ତି ଯେ, ପୋଲିସ ତାଙ୍କ ସ୍ୱାମୀଙ୍କ ଉପରେ ଗରମ ପାଣି ଢାଳିଥିଲା ଏବଂ ନିସ୍ତୁକ ମାଡ଼ ମାରିଥିଲା । ଏହି ନିର୍ଯାତନା ଫଳରେ ତାଙ୍କ ଶରୀରରେ ଫୋଟକା ବାହାରି ଯାଇଥିଲା । ପରେ ବ୍ରହ୍ମପୁର ବଡ଼ ଡାକ୍ତରଖାନାରେ ତାଙ୍କର ମୃତ୍ୟୁ ଘଟିଥିଲା ।

ଏହି ଘଟଣା ପରେ ରାଜ୍ୟ ପୋଲିସ ବିଭାଗ ମାମଲାକୁ ଗୁରୁତର ସହ ନେଇଛି। ପୋଲିସ ମହାନିର୍ଦ୍ଦେଶକ ଯୋଗେଶ ବାହାଦୂର ଖୁରାନିଆ ଏହାର ତଦନ୍ତ ଭାର ହ୍ୟୁମାନ ରାଇଟ୍ସ ପ୍ରୋଟେକ୍ସନ ସେଲ୍‌ (ଏଚଆରପିସି)କୁ ଦେଇଛନ୍ତି । ଘଟଣାର ନିରପେକ୍ଷ ତଦନ୍ତ ଓ ଦୋଷୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ପାଇଁ ସାଧାରଣରେ ଦାବି ଜୋର ଧରିଛି । କେବଳ ହାଜତ ମୃତ୍ୟୁ ନୁହେଁ, ଗଞ୍ଜାମରେ ରାଜନୈତିକ ହିଂସା ମଧ୍ୟ ଚିନ୍ତା ବଢ଼ାଇଛି । ପଞ୍ଚାୟତ ନିର୍ବାଚନକୁ ଆହୁରି ସମୟ ବାକି ଥିବାବେଳେ ରାଜନୈତିକ ଦ୍ୱନ୍ଦ୍ୱ ହିଂସାର ରୂପ ନେବା ଆରମ୍ଭ କରିଛି । ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ କୁଶପୁର ଗାଁରେ ବାଘଳା ସମିତିସଭ୍ୟ ପ୍ରକାଶ ନାହାକଙ୍କ ଉପରେ ସଶସ୍ତ୍ର ଆକ୍ରମଣ ଏହାର ଏକ ଉଦାହରଣ । ଅଭିଯୋଗ ଅନୁସାରେ, ଏକ ଗୋଷ୍ଠୀ ତାଙ୍କ ଘରେ ପଶି ଖଣ୍ଡା, କାତି ଓ ବର୍ଚ୍ଛାରେ ପ୍ରାଣାନ୍ତକ ଆକ୍ରମଣ କରିଥିଲେ ।

ରାଜ୍ୟରେ ଆଇନଶୃଙ୍ଖଳା ବ୍ୟବସ୍ଥା ଭୁଶୁଡ଼ି ପଡ଼ିଛି ଏବଂ ଅପରାଧୀମାନଙ୍କ ମନରୁ ପୋଲିସ ଭୟ ଉଠିଯାଇଛି । ଅନ୍ୟପକ୍ଷରେ ସରକାର ତଦନ୍ତ ଚାଲିଥିବା ଓ ଆବଶ୍ୟକ ପଦକ୍ଷେପ ନିଆଯାଉଥିବା କହୁଛନ୍ତି । ତେବେ କବିସୂର୍ଯ୍ୟନଗର ହାଜତ ମୃତ୍ୟୁ ଏବଂ ଗଞ୍ଜାମରେ ବଢୁଥିବା ହିଂସା ଘଟଣା ରାଜ୍ୟର ଆଇନଶୃଙ୍ଖଳା ପରିସ୍ଥିତି ଚର୍ଚ୍ଚାର ବିଷୟ ହୋଇଛି । ଭଞ୍ଜ ମାଟିରେ ଏଭଳି ପରିସ୍ଥିତି କେବଳ ଜିଲ୍ଲାର ନୁହେଁ, ବରଂ ସମଗ୍ର ରାଜ୍ୟର ଶାସନ ବ୍ୟବସ୍ଥା ଓ ଆଇନଶୃଙ୍ଖଳା ଉପରେ ପ୍ରଶ୍ନ ଉଠାଉଛି ।

  • Related Posts

    ଅନ୍ଧାରରେ ଓଡ଼ିଶା ସ୍କୁଲ

    ପିନ୍ ବାର୍ତ୍ତା: ରାଜ୍ୟରେ ଶିକ୍ଷା ବ୍ୟବସ୍ଥାର ଆଧୁନିକୀକରଣ, ସ୍ମାର୍ଟ ଶ୍ରେଣୀଗୃହ ଏବଂ ଭିତ୍ତିଭୂମିର ବିକାଶ ନେଇ ବଡ଼ ବଡ଼ ଦାବି କରାଯାଉଥିବା ବେଳେ ବାସ୍ତବ ଚିତ୍ର କିନ୍ତୁ ସମ୍ପୂର୍ଣ୍ଣ ଭିନ୍ନ । ବକେୟା ବିଦ୍ୟୁତ୍‌ ବିଲ୍‌ ପୈଠ ନ ହୋଇପାରିବା କାରଣରୁ…

    ‘ସ୍ୱାଧୀନ’ ଲିକୁ ଭରସାରେ ଓଡ଼ିଶା ବିଜେପି

    ପିନ୍ ବାର୍ତ୍ତା: ଯାଜପୁର ଜିଲ୍ଲା ଧର୍ମଶାଳାର ସ୍ୱାଧୀନ ବିଧାୟକ ହିମାଂଶୁ ଶେଖର ସାହୁ (ଲିକୁ) ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ବିଜେପିର ଜଣେ ସକ୍ରିୟ ନେତା ଭାବେ ଅଞ୍ଚଳରେ ଦଳୀୟ ସଙ୍ଗଠନକୁ ସୁଦୃଢ଼ କରିବାରେ ବଡ଼ ଭୂମିକା ଗ୍ରହଣ କରିଥିଲେ ।…

    Leave a Reply

    Your email address will not be published. Required fields are marked *

    You Missed

    ଅନ୍ଧାରରେ ଓଡ଼ିଶା ସ୍କୁଲ

    ଅନ୍ଧାରରେ ଓଡ଼ିଶା ସ୍କୁଲ

    ‘ସ୍ୱାଧୀନ’ ଲିକୁ ଭରସାରେ ଓଡ଼ିଶା ବିଜେପି

    ‘ସ୍ୱାଧୀନ’ ଲିକୁ ଭରସାରେ ଓଡ଼ିଶା ବିଜେପି

    ମେକାନିକଙ୍କ ସୁରକ୍ଷା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବ୍ରହ୍ମପୁର ସାଂସଦ ପ୍ରଦୀପ ପାଣିଗ୍ରାହୀ

    ମେକାନିକଙ୍କ ସୁରକ୍ଷା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବ୍ରହ୍ମପୁର ସାଂସଦ ପ୍ରଦୀପ ପାଣିଗ୍ରାହୀ

    ଅଦାଲତରେ ମାମଲା ସତ୍ତ୍ୱେ ବାଲଡାରେ ଡ୍ରୋନ ସର୍ଭେ; ଆଦାନୀ ଟିମ୍‌କୁ ଘେରିଲେ ଗ୍ରାମବାସୀ

    ଅଦାଲତରେ ମାମଲା ସତ୍ତ୍ୱେ ବାଲଡାରେ ଡ୍ରୋନ ସର୍ଭେ; ଆଦାନୀ ଟିମ୍‌କୁ ଘେରିଲେ ଗ୍ରାମବାସୀ

    “No Works in Odisha”: କଥା ବେଶୀ, କାମ କମ୍; RKD ପାଇଁ କାହିଁକି ଏ ଦରଦ?

    “No Works in Odisha”: କଥା ବେଶୀ, କାମ କମ୍; RKD ପାଇଁ କାହିଁକି ଏ ଦରଦ?

    ବଣ୍ଡା ଜନଜାତିଙ୍କ ବିକାଶ ପାଇଁ ପ୍ରୟାସ

    ବଣ୍ଡା ଜନଜାତିଙ୍କ ବିକାଶ ପାଇଁ ପ୍ରୟାସ