ଏନକାଉଣ୍ଟର ଆହୁରି ଦରକାର

ବର୍ତ୍ତମାନ ଓଡ଼ିଶାରେ ଆଇନ ଶୃଙ୍ଖଳା ପରିସ୍ଥିତି ଏବଂ ଅପରାଧ ନିୟନ୍ତ୍ରଣକୁ ନେଇ ଚର୍ଚ୍ଚା ଜୋର ଧରିଛି । ବିଶେଷ କରି ରାଜ୍ୟରେ ପୋଲିସ ଏନକାଉଣ୍ଟର (Encounter) ମାମଲା ଦେଖିବାକୁ ମିଳୁଛି । ନିକଟରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟରେ ଘଟୁଥିବା ଅପରାଧକୁ ସମ୍ପୂର୍ଣ୍ଣ ରୂପେ ଦମନ କରିବା ପାଇଁ ଏବଂ ଅପରାଧୀଙ୍କ ମନରେ ଆଇନର ଭୟ ସୃଷ୍ଟି କରିବା ପାଇଁ ପୋଲିସ ପ୍ରଶାସନକୁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି । ସରକାରଙ୍କ ପକ୍ଷରୁ ଅପରାଧୀଙ୍କ ବିରୋଧରେ ‘ଜିରୋ ଟଲରାନ୍ସ’ ନୀତି ଆପଣେଇବା ସହ କୁଖ୍ୟାତ ଅପରାଧୀଙ୍କୁ କାବୁ କରିବା ପାଇଁ ଗ୍ରୀନ ସିଗନାଲ ଦିଆଯାଇଛି । ଏହି କ୍ରମରେ ଓଡ଼ିଶା ପୋଲିସ ଦ୍ୱାରା ଅପରାଧୀଙ୍କ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି ।

ରାଜ୍ୟର ବିଭିନ୍ନ ସ୍ଥାନରେ ଗତ କିଛି ଦିନ ହେବ ଏକାଧିକ ଏନକାଉଣ୍ଟର ଘଟଣା ସାମ୍ନାକୁ ଆସିଛି । ଝାରସୁଗୁଡ଼ା , ସମ୍ବଲପୁର ଏବଂ ଗଞ୍ଜାମ ଜିଲ୍ଲାରେ ପୋଲିସ ଓ ଅପରାଧୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଛି । ବିଶେଷ କରି ଗଞ୍ଜାମ ଜିଲ୍ଲାର ବ୍ରହ୍ମପୁର ଅଞ୍ଚଳରେ ଏହି ପ୍ରକ୍ରିୟା ଅଧିକ ସକ୍ରିୟ ଥିବା ଜଣାପଡ଼ିଛି । ବ୍ରହ୍ମପୁର ଲାଞ୍ଜିପଲ୍ଲୀ ଅଞ୍ଚଳ ରେ ୧୨ରୁ ଅଧିକ ମାମଲାରେ ସଂପୃକ୍ତ ଥିବା ଜଣେ ଦୁର୍ଦ୍ଦାନ୍ତ ଅପରାଧୀ ଦୀପୁନା ନାୟକକୁ ପୋଲିସ ଏନକାଉଣ୍ଟର କରି ଗିରଫ କରିଛି । ସେହିପରି ନିକଟରେ ଚର୍ଚ୍ଚିତ ଜମି ବ୍ୟବସାୟୀ ସୁଧୀର ପାତ୍ର ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ରଞ୍ଜନ ମଲ୍ଲିକ ଏବଂ ସରୋଜ ପଣ୍ଡା ଓରଫ ଭିକିକୁ ରତ୍ନପୁର ନିକଟରେ ଏନକାଉଣ୍ଟର କରାଯାଇଛି । ଏହା ସହିତ ଗିରିରୋଡ ମାଡ଼ ମାମଲାର ମୁଖ୍ୟ ଅଭିଯୁକ୍ତ ମୁକେଶ ସାହୁକୁ ମଧ୍ୟ୍ୟ ପୋଲିସ ଗୁଳି ଚଳାଇ କାବୁ କରିଛି ।

କେବଳ ଗଞ୍ଜାମ ନୁହଁ, ଭୁବନେଶ୍ୱର ରେ ମଧ୍ୟ ଅପରାଧୀ ଙ୍କୁ ମୂଳପୋଛ କରିବା ପାଇଁ ଏନକାଉଣ୍ଟର କରାଯାଉଛି । ନିକଟ ରେ ଇନଫୋଭ୍ୟାଲି ଥାନା ଅଞ୍ଚଳରେ କମିଶନରେଟ ପୋଲିସ ଗଞ୍ଜାମ ଜଗନ୍ନାଥପ୍ରସାଦର କୁଖ୍ୟାତ ଡ୍ରଗ୍ସ ମାଫିଆ ପପୁନ ମାଝୀକୁ ଏନକାଉଣ୍ଟର କରିଛି । ପୋଲିସ ଉପରକୁ ଗୁଳି ଚଳାଇ ଖସିଯିବାକୁ ଚେଷ୍ଟା କରୁଥିବାବେଳେ ଜବାବୀ ହମଲାରେ ସେ ଆହତ ହୋଇଛି ।ପପୁନ ମାଝୀ ଓରଫ ପପୁନ କେବଳ ଜଣେ ସାଧାରଣ ଅପରାଧୀ ନୁହେଁ , ବରଂ ସେ ଓଡ଼ିଶାର ଏକ ବଡ଼ ନାର୍କୋଟିକ୍ସ ବା ମାଦକ ଦ୍ରବ୍ୟ ଚୋରା ଚାଲାଣ ନେଟୱର୍କର ଏକ ପ୍ରମୁଖ ଅଂଶ ଥିଲା । ଏହି କୁଖ୍ୟାତ ଡ୍ରଗ୍ସ ମାଫିଆ ଦୀର୍ଘ ଦିନ ଧରି ପୋଲିସ ଆଖିରେ ଧୂଳି ଦେଇ ରାଜ୍ୟର ବିଭିନ୍ନ ସ୍ଥାନରେ ବେଆଇନ ନିଶା କାରବାର ଚଳାଇ ଆସୁଥିଲା ।

ଅତୀତର ରାଜନୈତିକ ସ୍ଥିତିକୁ ଦେଖିଲେ , ଯେତେବେଳେ ରାଜ୍ୟରେ ବିଜେଡି (BJD) ସରକାର କ୍ଷମତାରେ ଥିଲା , ସେତେବେଳେ ଏନକାଉଣ୍ଟର ଭଳି ଘଟଣା ଏତେ ମାତ୍ରାରେ ଦେଖାଯାଉନଥିଲା । କିନ୍ତୁ ବର୍ତ୍ତମାନ ସମୟରେ ରାଜ୍ୟରେ ଅପରାଧ ହାର ଏବଂ ହିଂସାତ୍ମକ ଘଟଣା ବୃଦ୍ଧି ପାଇଛି , ଯାହା ସାଧାରଣ ଜନତାଙ୍କ ମଧ୍ୟରେ ଚିନ୍ତା ସୃଷ୍ଟି କରିଛି । ବିରୋଧୀ ଦଳ ମଧ୍ୟ ଏହି ବିଗିଡ଼ିଥିବା ଆଇନ ଶୃଙ୍ଖଳା ଏବଂ ଖୋଲାଖୋଲି ଭାବେ ଚାଲିଥିବା ଅପରାଧକୁ ନେଇ ସରକାରଙ୍କକୁ ଘେରିଛନ୍ତି ।

ତେବେ କେବଳ ଏନକାଉଣ୍ଟର କରିବା ଦ୍ୱାରା ଅପରାଧ ସମ୍ପୂର୍ଣ୍ଣ ଶେଷ ହୋଇଯିବ ନାହିଁ । ଏନକାଉଣ୍ଟର କଦାପି ଏକମାତ୍ର କିମ୍ବା ସ୍ଥାୟୀ ସମାଧାନ ହୋଇପାରିବ ନାହିଁ । ଅପରାଧକୁ ସମୂଳେ ନାଶ କରିବା ପାଇଁ ହେଲେ ଅପରାଧୀଙ୍କ ଆର୍ଥିକ ସାମ୍ରାଜ୍ୟ , ସେମାନଙ୍କର ନେଟୱର୍କ ଏବଂ ଅପରାଧର ମୂଳ ଉତ୍ସକୁ ଭାଙ୍ଗିବାକୁ ପଡ଼ିବ । ଅପରାଧୀ ଜନ୍ମ ହେବାର କାରଣକୁ ବୁଝି ତାହାକୁ ଚେରରୁ ଓପାଡ଼ିବା ଆବଶ୍ୟକ । ଆଇନଗତ ପ୍ରକ୍ରିୟାକୁ ଅଧିକ ଦୃଢ଼ କରିବା ସହ ନିୟମିତ ପାଟ୍ରୋଲିଂ ଏବଂ ପ୍ରତିଷେଧକ ମୂଳକ ଗିରଫଦାରୀ ଦ୍ୱାରା ହିଁ ଓଡ଼ିଶାରେ ଏକ ଶାନ୍ତିପୂର୍ଣ୍ଣ ପରିବେଶ ଫେରିଆସିପାରିବ ।

  • Related Posts

    ଅନ୍ଧାରରେ ଓଡ଼ିଶା ସ୍କୁଲ

    ପିନ୍ ବାର୍ତ୍ତା: ରାଜ୍ୟରେ ଶିକ୍ଷା ବ୍ୟବସ୍ଥାର ଆଧୁନିକୀକରଣ, ସ୍ମାର୍ଟ ଶ୍ରେଣୀଗୃହ ଏବଂ ଭିତ୍ତିଭୂମିର ବିକାଶ ନେଇ ବଡ଼ ବଡ଼ ଦାବି କରାଯାଉଥିବା ବେଳେ ବାସ୍ତବ ଚିତ୍ର କିନ୍ତୁ ସମ୍ପୂର୍ଣ୍ଣ ଭିନ୍ନ । ବକେୟା ବିଦ୍ୟୁତ୍‌ ବିଲ୍‌ ପୈଠ ନ ହୋଇପାରିବା କାରଣରୁ…

    ‘ସ୍ୱାଧୀନ’ ଲିକୁ ଭରସାରେ ଓଡ଼ିଶା ବିଜେପି

    ପିନ୍ ବାର୍ତ୍ତା: ଯାଜପୁର ଜିଲ୍ଲା ଧର୍ମଶାଳାର ସ୍ୱାଧୀନ ବିଧାୟକ ହିମାଂଶୁ ଶେଖର ସାହୁ (ଲିକୁ) ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ବିଜେପିର ଜଣେ ସକ୍ରିୟ ନେତା ଭାବେ ଅଞ୍ଚଳରେ ଦଳୀୟ ସଙ୍ଗଠନକୁ ସୁଦୃଢ଼ କରିବାରେ ବଡ଼ ଭୂମିକା ଗ୍ରହଣ କରିଥିଲେ ।…

    Leave a Reply

    Your email address will not be published. Required fields are marked *

    You Missed

    ଅନ୍ଧାରରେ ଓଡ଼ିଶା ସ୍କୁଲ

    ଅନ୍ଧାରରେ ଓଡ଼ିଶା ସ୍କୁଲ

    ‘ସ୍ୱାଧୀନ’ ଲିକୁ ଭରସାରେ ଓଡ଼ିଶା ବିଜେପି

    ‘ସ୍ୱାଧୀନ’ ଲିକୁ ଭରସାରେ ଓଡ଼ିଶା ବିଜେପି

    ମେକାନିକଙ୍କ ସୁରକ୍ଷା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବ୍ରହ୍ମପୁର ସାଂସଦ ପ୍ରଦୀପ ପାଣିଗ୍ରାହୀ

    ମେକାନିକଙ୍କ ସୁରକ୍ଷା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବ୍ରହ୍ମପୁର ସାଂସଦ ପ୍ରଦୀପ ପାଣିଗ୍ରାହୀ

    ଅଦାଲତରେ ମାମଲା ସତ୍ତ୍ୱେ ବାଲଡାରେ ଡ୍ରୋନ ସର୍ଭେ; ଆଦାନୀ ଟିମ୍‌କୁ ଘେରିଲେ ଗ୍ରାମବାସୀ

    ଅଦାଲତରେ ମାମଲା ସତ୍ତ୍ୱେ ବାଲଡାରେ ଡ୍ରୋନ ସର୍ଭେ; ଆଦାନୀ ଟିମ୍‌କୁ ଘେରିଲେ ଗ୍ରାମବାସୀ

    “No Works in Odisha”: କଥା ବେଶୀ, କାମ କମ୍; RKD ପାଇଁ କାହିଁକି ଏ ଦରଦ?

    “No Works in Odisha”: କଥା ବେଶୀ, କାମ କମ୍; RKD ପାଇଁ କାହିଁକି ଏ ଦରଦ?

    ବଣ୍ଡା ଜନଜାତିଙ୍କ ବିକାଶ ପାଇଁ ପ୍ରୟାସ

    ବଣ୍ଡା ଜନଜାତିଙ୍କ ବିକାଶ ପାଇଁ ପ୍ରୟାସ