ଭୁବନେଶ୍ୱର: ଓଡ଼ିଶାର କର ଆଦାୟ କ୍ଷେତ୍ରରେ ଆଉ ଏକ ମାଇଲଫଳକ ସ୍ଥାପିତ ହୋଇଛି। ରାଜ୍ୟ GST ସଂଗଠନ ୨୦୨୫-୨୬ ଆର୍ଥିକ ବର୍ଷରେ ପ୍ରଥମ ଥର ପାଇଁ ୧୦ ହଜାର କୋଟି ଟଙ୍କାରୁ ଅଧିକ GST ଆଦାୟ କରି ନୂଆ ରେକର୍ଡ ସୃଷ୍ଟି କରିଛି। ଏହା ରାଜ୍ୟର ଅର୍ଥନୈତିକ ସକ୍ରିୟତା ଏବଂ କର ସଂଗ୍ରହ ବ୍ୟବସ୍ଥାର ଦୃଢ଼ତାକୁ ସ୍ପଷ୍ଟ କରୁଛି।






