ତଥାପି ଧର୍ମେନ୍ଦ୍ରଙ୍କ ଇସ୍ତଫା ଦରକାର !

ସୁଦାମ ଶେଖର: କିଛିଦିନ ନିରବ ରହିବା ପରେ ପୁଣି ଚର୍ଚ୍ଚା ଧରିଛି, ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା । ପରିବେଶବିତ ସୋନମ ବାଙ୍ଗଚୁକଙ୍କ ଅନଶନ ଢେର ଦିନରୁ ଚାଲିଛି । ଅନଶନ ଠାରୁ ପ୍ରମୁଖ ବିରୋଧୀ ଦଳ କଂଗ୍ରେସ ନିଜକୁ ବାହାରୁ ଦୁରେଇ ରଖିଥିଲେ ମଧ୍ୟ ଆନ୍ତରିକ ସମର୍ଥନ ରଖିବା ଖବର ଆସୁଛି । କିଛି ଛୋଟ ଛୋଟ ଦଳ ସମର୍ଥନ ଦେବା ଆରମ୍ଭ କରିଛନ୍ତି । ଆମ ପ୍ରଶ୍ନ ହେଲା, ଧର୍ମେନ୍ଦ୍ର ବାବୁ ଇସ୍ତଫା ଦେଇଦେଲେ ସମସ୍ୟା, ମାନେ ପେପର ଲିକ, ସମାଧାନ ହେଇଯିବ କି ? ନା, ବିଲକୁଲ ନୁହଁ। ତେବେ ଅନଶନ କାହିଁକି ?

ସୋମବାର ଠାରୁ ଲୋକସଭା ଅଧିବେଶନ ଆରମ୍ଭ ହେବାକୁ ଯାଉଛି । ସେଠାରେ ଆଲୋଚନା ଜୋରଦାର ହେବା ଉଚିତ । ପରୀକ୍ଷା ପେପର ପୋଡ଼ି ଯୁଗ ଯାଇ ପେପର ଲିକ ଯୁଗ ଆରମ୍ଭ ହେଇଛି । ଯାହା ଗରିବ ପିଲାଙ୍କ ଯେଉଁ ସ୍ୱପ୍ନ ଅଛି, ତାକୁ ଚୁରମାର କରିଦେଉଛି । ଧନୀ ଘରର ପିଲା ଙ୍କ ସ୍ୱପ୍ନ କେବେ ଚୁରମାର ହେବା ଦେଖା ଯାଏ ନାହିଁ । ସେମାନେ ପୈସାବାଲା। ସରକାର ପୁଣି ୟୁଜି ନିଟ ପରୀକ୍ଷା କରି ଏବେ ଫଳାଫଳ ବି ବାହାରି ସାରିଲାଣି । ତଥାପି ଧର୍ମେନ୍ଦ୍ର ବାବୁ ଇସ୍ତଫା ଦିଅନ୍ତୁ ବୋଲି ବିରୋଧୀ ଦଳ ଚାହାନ୍ତି । ମୋଦିଙ୍କ ଇସ୍ତଫା ସେମାନେ ଚାହୁଁ ନାହାନ୍ତି । ଭାବିଲେ, ଅଡ଼ୁଆ ଲାଗୁଛି ।

ସଂସଦ ଭାରତକୁ ପରିଚାଳନା କରିବା ଏକ ନୀତି ନିୟାମକ ସଦନ । ନୀତି ନିର୍ଦ୍ଧାରଣ କରିବା ପରେ, କାର୍ଯ୍ୟକାରୀ କରିବେ ପ୍ରଶାସନ । ଏବେ ଏ ମାମଲାରେ ସରକାର କଠୋର ହୋଇ କାର୍ଯ୍ୟାନୁଷ୍ଠାନ ନେବା ଖବର ସମସ୍ତେ ଉଣା ଅଧିକେ ଜାଣିଛନ୍ତି । ତା’ ସହିତ କିଛି ନୀତି ପରିବର୍ତ୍ତନ ବି କଲେଣି ସରକାର । ତେବେ ବିରୋଧ ସରକାରକୁ ନା ପ୍ରଶାସନକୁ ? ଭୁତ କାଚରେ ଏମିତି ବହୁତ ବଡ଼ ଭୁତ ଦେଖାଯାଉଛି ଯେ। ବିରୋଧୀ ଦଳ ଓ ନେତା ସେମାନଙ୍କ ଅସ୍ତିତ୍ବ ଜାହିର କରିବା ପାଇଁ ନୁହେଁ କି ? ଯଦି ୟୁଜି ନିଟ ହାଟ ଚାଲିବ, ସରକାର ବି ଫାଇଦା ଉଠେଇବା ଅସମ୍ଭବ ନୁହେଁ । ମାରିନେବେ ମହାପାତ୍ରେ, ଚାହିଁଥିବେ ଜଳକା, ପରି ହେଇ ଯିବନି ତ ?

ଧର୍ମେନ୍ଦ୍ର ବାବୁଙ୍କ ଦେଶ ପ୍ରତି ସେବା ମନୋଭାବକୁ କେହି ବି ତାରିଫ ନ କରି ରହି ପାରିବେ ନାହିଁ । ତାଙ୍କୁ ଅଧିକ ଦାୟିତ୍ୱ ଦିନକୁ ଦିନ ମିଳିବାରେ ଲାଗିଛି , କମିବ ନାଁ ନେଉ ନାହିଁ। ସେ ନିଜେ ନିଜ କାମକୁ ନେଇ ପୂର୍ଣ୍ଣ ଆତ୍ମବିଶ୍ବାସ ଥିବା ପରି ମନେ ହୁଅନ୍ତି । ବିଲକୁଲ ବିଚଳିତ ନୁହଁନ୍ତି । ସମସ୍ତେ ନିଜ ନିଜ ଗୋଟି ଚାଳନା କରୁଥିଲେ ବି ମୋଦିଙ୍କ “କୁଛ ଭି ହୋ ସକତା ହେ” ଅସମ୍ଭବ ନୁହେଁ । ମୋ-ଶା ଙ୍କୁ କେହି ବୁଝିବା ପୂର୍ବରୁ ଦୁହେଁ ଖେଳ କରିଦେବେ। ପାଗ ଭିଡୁ ଭିଡୁ … । ଆଗୁଆ ସୂଚନା ନ ମିଳିଲେ, ଏତେ ଦୃଢ଼ତା କେବେ ଦେଖିବାକୁ ମିଳେନାହିଁ । ଧର୍ମେନ୍ଦ୍ରଙ୍କ ଇସ୍ତଫା ଦାବି କରି ବୋଧହୁଏ ବିରୋଧୀ ମାନେ ମୋଦି ସରକାରକୁ ଚେକ ଦେବାକୁ ଯୋଜନା କରୁଥିବେ ।

ବିରୋଧୀ ଦଳ ଶକ୍ତ ହେବା ଗଣତନ୍ତ୍ରରେ ଶୁଭଙ୍କର । ବିରୋଧୀ ଦଳ ଶକ୍ତିଶାଳୀ ହେବାକୁ ଚେଷ୍ଟା କଲେ ସିନା ହେବ । ସିଷ୍ଟମ ସଂଶୋଧନ ସରକାର ଓ ବିରୋଧୀ ଦଳ ମିଶି କରନ୍ତୁ, ଭଲ ହେବ। ପ୍ରଶାସନ ଠାରୁ କାମ ଆଦାୟ କରନ୍ତୁ, ଭଲ ହେବ। ସେମିତି ହେଲେ, ଜନତା ଜାଣିବେ, ବିରୋଧୀ କିଛି କରୁଛନ୍ତି । କିନ୍ତୁ ଏମାନେ ଦିଲ୍ଲୀରେ ହିରୋ ଗ୍ରାଉଣ୍ଡରେ ଜିରୋ ହେଲେ କଣ ହେବ । କଥା ଏତିକି, ତଥାପି ଧର୍ମେନ୍ଦ୍ର ଇସ୍ତଫା ଦେବେ ….

Related Posts

ଅନ୍ଧାରରେ ଓଡ଼ିଶା ସ୍କୁଲ

ପିନ୍ ବାର୍ତ୍ତା: ରାଜ୍ୟରେ ଶିକ୍ଷା ବ୍ୟବସ୍ଥାର ଆଧୁନିକୀକରଣ, ସ୍ମାର୍ଟ ଶ୍ରେଣୀଗୃହ ଏବଂ ଭିତ୍ତିଭୂମିର ବିକାଶ ନେଇ ବଡ଼ ବଡ଼ ଦାବି କରାଯାଉଥିବା ବେଳେ ବାସ୍ତବ ଚିତ୍ର କିନ୍ତୁ ସମ୍ପୂର୍ଣ୍ଣ ଭିନ୍ନ । ବକେୟା ବିଦ୍ୟୁତ୍‌ ବିଲ୍‌ ପୈଠ ନ ହୋଇପାରିବା କାରଣରୁ…

‘ସ୍ୱାଧୀନ’ ଲିକୁ ଭରସାରେ ଓଡ଼ିଶା ବିଜେପି

ପିନ୍ ବାର୍ତ୍ତା: ଯାଜପୁର ଜିଲ୍ଲା ଧର୍ମଶାଳାର ସ୍ୱାଧୀନ ବିଧାୟକ ହିମାଂଶୁ ଶେଖର ସାହୁ (ଲିକୁ) ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ବିଜେପିର ଜଣେ ସକ୍ରିୟ ନେତା ଭାବେ ଅଞ୍ଚଳରେ ଦଳୀୟ ସଙ୍ଗଠନକୁ ସୁଦୃଢ଼ କରିବାରେ ବଡ଼ ଭୂମିକା ଗ୍ରହଣ କରିଥିଲେ ।…

Leave a Reply

Your email address will not be published. Required fields are marked *

You Missed

ଅନ୍ଧାରରେ ଓଡ଼ିଶା ସ୍କୁଲ

ଅନ୍ଧାରରେ ଓଡ଼ିଶା ସ୍କୁଲ

‘ସ୍ୱାଧୀନ’ ଲିକୁ ଭରସାରେ ଓଡ଼ିଶା ବିଜେପି

‘ସ୍ୱାଧୀନ’ ଲିକୁ ଭରସାରେ ଓଡ଼ିଶା ବିଜେପି

ମେକାନିକଙ୍କ ସୁରକ୍ଷା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବ୍ରହ୍ମପୁର ସାଂସଦ ପ୍ରଦୀପ ପାଣିଗ୍ରାହୀ

ମେକାନିକଙ୍କ ସୁରକ୍ଷା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବ୍ରହ୍ମପୁର ସାଂସଦ ପ୍ରଦୀପ ପାଣିଗ୍ରାହୀ

ଅଦାଲତରେ ମାମଲା ସତ୍ତ୍ୱେ ବାଲଡାରେ ଡ୍ରୋନ ସର୍ଭେ; ଆଦାନୀ ଟିମ୍‌କୁ ଘେରିଲେ ଗ୍ରାମବାସୀ

ଅଦାଲତରେ ମାମଲା ସତ୍ତ୍ୱେ ବାଲଡାରେ ଡ୍ରୋନ ସର୍ଭେ; ଆଦାନୀ ଟିମ୍‌କୁ ଘେରିଲେ ଗ୍ରାମବାସୀ

“No Works in Odisha”: କଥା ବେଶୀ, କାମ କମ୍; RKD ପାଇଁ କାହିଁକି ଏ ଦରଦ?

“No Works in Odisha”: କଥା ବେଶୀ, କାମ କମ୍; RKD ପାଇଁ କାହିଁକି ଏ ଦରଦ?

ବଣ୍ଡା ଜନଜାତିଙ୍କ ବିକାଶ ପାଇଁ ପ୍ରୟାସ

ବଣ୍ଡା ଜନଜାତିଙ୍କ ବିକାଶ ପାଇଁ ପ୍ରୟାସ