ବରୁଣେଇ ପାଇକ ବିଦ୍ରୋହ ସ୍ମାରକୀ ପାଇଁ ମିଳିଛି ୯୦ କୋଟି ଓ ୯ ଏକର ଜମି; ସାଂସଦ ଦିଲ୍ଲୀପ ରାୟଙ୍କ ପ୍ରଶ୍ନରେ କେନ୍ଦ୍ରର ଉତ୍ତର

ଓଡ଼ିଶାର ଗୌରବମୟ ଇତିହାସର ପ୍ରତୀକ ‘ପାଇକ ବିଦ୍ରୋହ’ର ସ୍ମାରକୀ ନିର୍ମାଣ ପାଇଁ କେନ୍ଦ୍ର ସରକାର ୯୦ କୋଟି ଟଙ୍କା ବ୍ୟବସ୍ଥା କରିବା ସହ ବରୁଣେଇ ପାହାଡ଼ ପାଦଦେଶରେ ୯ ଏକର ଜମି ଯୋଗାଇ ଦେଇଛନ୍ତି। ରାଜ୍ୟସଭାରେ ସାଂସଦ ଦିଲ୍ଲୀପ ରାୟଙ୍କ ଏକ ପ୍ରଶ୍ନର ଉତ୍ତରରେ କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ବିଭାଗ ମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାୱତ ଏହି ସୂଚନା ଦେଇଛନ୍ତି।

ମନ୍ତ୍ରୀ କହିଛନ୍ତି ଯେ ପାଇକ ବିଦ୍ରୋହ ସ୍ମାରକୀ ନିର୍ମାଣ ପାଇଁ ପଟ୍ରୋଲ ଓ ପ୍ରାକୃତିକ ଗ୍ୟାସ୍ ମନ୍ତ୍ରାଳୟ ଅଧୀନରେ ଥିବା ଇଣ୍ଡିଆ ଅଏଲ୍‌ ଫାଉଣ୍ଡେସନ୍ ତା’ର ସିଏଚ୍ଆର ପାଣ୍ଠିରୁ ୯୦ କୋଟି ଟଙ୍କା ମଞ୍ଜୁର କରିଛି। ଏହି ପ୍ରକଳ୍ପର ନିର୍ମାଣ ପାଇଁ ୨୦୧୯ ମସିହାରେ ତତ୍କାଳୀନ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଭିଭିପ୍ରସ୍ତର ସ୍ଥାପନ କରିଥିଲେ ।

ଓଡ଼ିଶା ସରକାର ଏହି ପ୍ରକଳ୍ପ ପାଇଁ ବରୁଣେଇ ପାହାଡ଼ ପାଦଦେଶରେ ୯ ଏକର ୬୮୫ ଡିସିମିଲ ଜମି ମାଗଣାରେ ଯୋଗାଇ ଦେଇଛନ୍ତି । କେନ୍ଦ୍ର ସଂସ୍କୃତି ମନ୍ତ୍ରାଳୟ ପକ୍ଷରୁ ଭୁବନେଶ୍ଵରସ୍ଥିତ ଏଏଇ ସଂସ୍ଥା ଏହି ଜମି ଦଖଲକୁ ନେଇଛି। ଏହି ପ୍ରକଳ୍ପ ଲାଗି ଭିରିଭୂମି ବିକାଶ କାମ ୨୦୨୫ ସେପ୍ଟେମ୍ବର ୯ ତାରିଖରେ ମେସର୍ସ ମନୋରମା କନ୍‌ଷ୍ଟ୍ରକ୍ଟନ୍‌କୁ ଦିଆଯାଇଛି। ଏଏଇ ପ୍ରକଳ୍ପ ସ୍ଥଳର ସର୍ଭେ ସହିତ କେଉଁଠି କ’ଣ କାମ ହେବ, କେଉଁ ସ୍ଥାନରେ ଦପ୍ତର ଚାଲିବ ଓ କିପରି କୁଆଡ଼ୁ ପ୍ରକଳ୍ପ ଲାଗି ସାମଗ୍ରୀ ଆସିବ ସେ ସଂକ୍ରାନ୍ତରେ କାମ କରୁଛି । ଇତିମଧ୍ୟରେ ଏଠାରେ ସଡ଼କ ନିର୍ମାଣ ଓ ବିଦ୍ୟୁତ ସଂକ୍ରାନ୍ତୀୟ କେତେକ କାର୍ଯ୍ୟ ସଂପାଦିତ ହୋଇଛି । ଇଣ୍ଡିଆନ୍ ଅଏଲ ଫାଉଣ୍ଡେସନ୍ ଏହି ପ୍ରକଳ୍ପ ନିର୍ମାଣକୁ ତଦାରଖ କରୁଛନ୍ତି।

ଦିଲୀପ ରାୟ ଏକ ବିବୃତିରେ କହିଛନ୍ତି ଯେ ପାଇକ ବିଦ୍ରୋହର ୨୦୦ ବର୍ଷ ପୂର୍ତି ଉତ୍ସବ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ପାଳନ କରିଥିଲେ । ଏହି ଅବସରରେ ବରୁଣେଇ ପାଦଦେଶରେ ଭବ୍ୟ ପାଇକ ସ୍ମାରକ ନିର୍ମାଣ ପାଇଁ ପ୍ରସ୍ତାବ ଉଠିଥିଲା। ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ ଓ ରାମନାଥ କୋବିନ୍ଦ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ପୂର୍ବତନ ରାଜ୍ୟପାଳ ବିଶ୍ଵଭୂଷଣ ହରିଚନ୍ଦନ ପ୍ରମୁଖ ଦିଲ୍ଲୀରୁ ଭୁବନେଶ୍ଵର ପର୍ଯ୍ୟନ୍ତ ଅନୁଷ୍ଠିତ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ଭାରତର ମୁକ୍ତି ସଂଗ୍ରାମର ଗୌରବଗାଥା ସହିତ ପାଇକ ବିଦ୍ରୋହ ଜଡ଼ିତ । ଏ ପରିପ୍ରେକ୍ଷୀରେ ପାଇକ ସ୍ମାରକୀ ପ୍ରକଳ୍ପ ନିର୍ମାଣ କାମ ୭ବର୍ଷ ଧରି ଚାଲିବା ଦୁଃଖଦାୟକ ।

କେନ୍ଦ୍ର ସରକାର ଏହି ବ୍ୟାପାରରେ ହସ୍ତକ୍ଷେପ କରିବା ସଂଗେସଂଗେ ଏହି ପ୍ରକଳ୍ପ ଲାଗି କିଭଳି ଅଧୁକ ଜମି ଓ ଅର୍ଥ ବ୍ୟବସ୍ଥା ହୋଇପାରିବ ଏବଂ ତାହା ବର୍ଷକ ଭିତରେ ଲୋକାର୍ପିତ ହେବ ସେ ଦିଗରେ ଦୃଷ୍ଟି ଦେବାକୁ ସାଂସଦ ଦିଲୀପ ରାୟ ନିବେଦନ କରିଛନ୍ତି ।

Related Posts

ସ୍ୱାମୀ ଲକ୍ଷ୍ମଣାନନ୍ଦଙ୍କ ନାମରେ ନାମିତ ହେବ ଫୁଲବାଣୀ ସରକାରୀ ଭେଷଜ ମହାବିଦ୍ୟାଳୟ, ଜଲେଶପଟ୍ଟା ଆଶ୍ରମ ପାଇଁ ୧୩ କୋଟି ମଞ୍ଜୁର

ଭୁବନେଶ୍ୱର: କନ୍ଧମାଳର ପ୍ରଖ୍ୟାତ ସନ୍ଥ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ସ୍ମୃତିକୁ ଚିରସ୍ମରଣୀୟ କରିବା ପାଇଁ ଓଡ଼ିଶା ସରକାର ବଡ଼ ନିଷ୍ପତ୍ତି ନେଇଛନ୍ତି। ଫୁଲବାଣୀରେ ନବପ୍ରତିଷ୍ଠିତ ସରକାରୀ ଭେଷଜ ମହାବିଦ୍ୟାଳୟ ଓ ଚିକିତ୍ସାଳୟକୁ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ନାମରେ ନାମିତ କରାଯିବ। ଏହା…

ରାଉରକେଲା ବିମାନବନ୍ଦର ବିକାଶରେ କେନ୍ଦ୍ରର ୫୮.୯୬ କୋଟି ଟଙ୍କା ବ୍ୟୟ

ଭୁବନେଶ୍ୱର, ୨୭ ଜୁଲାଇ: ରାଉରକେଲା ବିମାନବନ୍ଦରର ଭିତ୍ତିଭୂମି ସୁଦୃଢ଼ କରିବା ଓ ଯାତ୍ରୀ ସେବାରେ ଉନ୍ନତି ଆଣିବା ପାଇଁ କେନ୍ଦ୍ର ସରକାର ପ୍ରାୟ ୫୮ କୋଟି ୯୬ ଲକ୍ଷ ଟଙ୍କା ବ୍ୟୟ କରିଥିବା ସୂଚନା ମିଳିଛି। ଏହି ବିମାନବନ୍ଦରକୁ କେନ୍ଦ୍ର ସରକାରଙ୍କ…

Leave a Reply

Your email address will not be published. Required fields are marked *

You Missed

ବରୁଣେଇ ପାଇକ ବିଦ୍ରୋହ ସ୍ମାରକୀ ପାଇଁ ମିଳିଛି ୯୦ କୋଟି ଓ ୯ ଏକର ଜମି; ସାଂସଦ ଦିଲ୍ଲୀପ ରାୟଙ୍କ ପ୍ରଶ୍ନରେ କେନ୍ଦ୍ରର ଉତ୍ତର

ବରୁଣେଇ ପାଇକ ବିଦ୍ରୋହ ସ୍ମାରକୀ ପାଇଁ ମିଳିଛି ୯୦ କୋଟି ଓ ୯ ଏକର ଜମି; ସାଂସଦ ଦିଲ୍ଲୀପ ରାୟଙ୍କ ପ୍ରଶ୍ନରେ କେନ୍ଦ୍ରର ଉତ୍ତର

ରଥଯାତ୍ରା ପରର ଆତ୍ମଚିନ୍ତନ

ରଥଯାତ୍ରା ପରର ଆତ୍ମଚିନ୍ତନ

ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାରେ ଓଡିଶାରୁ ଉପକୃତ ହେଉଛନ୍ତି ୩.୨୧ କୋଟିରୁ ଅଧିକ

ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାରେ ଓଡିଶାରୁ ଉପକୃତ ହେଉଛନ୍ତି ୩.୨୧ କୋଟିରୁ ଅଧିକ

‘ମୁଁ ଷ୍ଟ୍ରିଟ୍ ଫାଇଟର, ଏସି ରୁମ୍ ଆକ୍ଟିଭିଷ୍ଟ ନୁହେଁ’ : ଜୟରାମ ରମେଶଙ୍କୁ ଧର୍ମେନ୍ଦ୍ର ପ୍ରଧାନଙ୍କ ଜବାବ