ସ୍ୱାମୀ ଲକ୍ଷ୍ମଣାନନ୍ଦଙ୍କ ନାମରେ ନାମିତ ହେବ ଫୁଲବାଣୀ ସରକାରୀ ଭେଷଜ ମହାବିଦ୍ୟାଳୟ, ଜଲେଶପଟ୍ଟା ଆଶ୍ରମ ପାଇଁ ୧୩ କୋଟି ମଞ୍ଜୁର

ଭୁବନେଶ୍ୱର: କନ୍ଧମାଳର ପ୍ରଖ୍ୟାତ ସନ୍ଥ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ସ୍ମୃତିକୁ ଚିରସ୍ମରଣୀୟ କରିବା ପାଇଁ ଓଡ଼ିଶା ସରକାର ବଡ଼ ନିଷ୍ପତ୍ତି ନେଇଛନ୍ତି। ଫୁଲବାଣୀରେ ନବପ୍ରତିଷ୍ଠିତ ସରକାରୀ ଭେଷଜ ମହାବିଦ୍ୟାଳୟ ଓ ଚିକିତ୍ସାଳୟକୁ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ନାମରେ ନାମିତ କରାଯିବ। ଏହା ସହ ଜଲେଶପଟ୍ଟାସ୍ଥିତ ତାଙ୍କ ଆଶ୍ରମ ଓ ସମ୍ପୃକ୍ତ ଶିକ୍ଷାନୁଷ୍ଠାନର ଉନ୍ନତି ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ‘ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସହାୟତା’ (CMSA) ପାଣ୍ଠିରୁ ୧୩ କୋଟି ଟଙ୍କା ମଞ୍ଜୁର କରିଛନ୍ତି।

ମୁଖ୍ୟମନ୍ତ୍ରୀଙ୍କ କହିବା ଅନୁଯାୟୀ, କନ୍ଧମାଳର ଜନଜାତି ସମାଜ ପାଇଁ ସ୍ୱାମୀ ଲକ୍ଷ୍ମଣାନନ୍ଦଙ୍କ ଅବଦାନ ଓ ସେବାକୁ ସମ୍ମାନ ଜଣାଇବା ସହିତ ତାଙ୍କ ଐତିହ୍ୟକୁ ସଂରକ୍ଷିତ ରଖିବା ଉଦ୍ଦେଶ୍ୟରେ ଏହି ପଦକ୍ଷେପ ନିଆଯାଇଛି।

୧୩ କୋଟି ଟଙ୍କାର ଏହି ପ୍ୟାକେଜରେ ୫ କୋଟି ଟଙ୍କା ବ୍ୟୟରେ ୩୦୦ ଆସନ ବିଶିଷ୍ଟ ଛାତ୍ରୀ ନିବାସ ନିର୍ମାଣ କରାଯିବ। ସ୍ୱାମୀଜୀଙ୍କ ଐତିହ୍ୟ ସ୍ଥଳର ସଂରକ୍ଷଣ ପାଇଁ ୩ କୋଟି ଟଙ୍କା ବ୍ୟୟ ହେବ। ସେହିପରି ଜଲେଶପଟ୍ଟା ଆଶ୍ରମ, ଆଶ୍ରମ ସ୍କୁଲ ଓ କନ୍ୟାଶ୍ରମରେ ଜଳ ଯୋଗାଣ ପାଇଁ ୬୦ ଲକ୍ଷ ଟଙ୍କା ବ୍ୟୟରେ ଏକ ମେଗା ରିଭର ଲିଫ୍ଟ ପ୍ରକଳ୍ପ କାର୍ଯ୍ୟକାରୀ କରାଯିବ।

ଏହା ବ୍ୟତୀତ ଶୌଚାଳୟ ନିର୍ମାଣ, ଛାତ୍ରୀ ନିବାସର ସମ୍ପ୍ରସାରଣ, ପ୍ରାଚୀର ନିର୍ମାଣ, ଶ୍ରେଣୀଗୃହ ଏବଂ ହଷ୍ଟେଲ ଭବନର ନବୀକରଣ ସହ ବିଭିନ୍ନ ଭିତ୍ତିଭୂମି ସୁବିଧାର ବିକାଶ ପାଇଁ ମଧ୍ୟ ଏହି ଅର୍ଥରୁ ବ୍ୟବସ୍ଥା କରାଯାଇଛି।

ସରକାରଙ୍କ ଏହି ନିଷ୍ପତ୍ତି ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ସ୍ମୃତିର ସଂରକ୍ଷଣ ସହ କନ୍ଧମାଳ ଅଞ୍ଚଳରେ ଶିକ୍ଷା ଓ ଭିତ୍ତିଭୂମି ବିକାଶକୁ ନୂଆ ଗତି ଦେବ ବୋଲି ଆଶା କରାଯାଉଛି।

Related Posts

ରାଉରକେଲା ବିମାନବନ୍ଦର ବିକାଶରେ କେନ୍ଦ୍ରର ୫୮.୯୬ କୋଟି ଟଙ୍କା ବ୍ୟୟ

ଭୁବନେଶ୍ୱର, ୨୭ ଜୁଲାଇ: ରାଉରକେଲା ବିମାନବନ୍ଦରର ଭିତ୍ତିଭୂମି ସୁଦୃଢ଼ କରିବା ଓ ଯାତ୍ରୀ ସେବାରେ ଉନ୍ନତି ଆଣିବା ପାଇଁ କେନ୍ଦ୍ର ସରକାର ପ୍ରାୟ ୫୮ କୋଟି ୯୬ ଲକ୍ଷ ଟଙ୍କା ବ୍ୟୟ କରିଥିବା ସୂଚନା ମିଳିଛି। ଏହି ବିମାନବନ୍ଦରକୁ କେନ୍ଦ୍ର ସରକାରଙ୍କ…

୨୩ ବର୍ଷ ପରେ ବି ଶେଷ ହୋଇନି ତାଳଚେର–ବିମଳାଗଡ଼ ରେଳ ପ୍ରକଳ୍ପ

ଭୁବନେଶ୍ୱର: ଦୀର୍ଘ ୨୩ ବର୍ଷ ଧରି ଚାଲିଥିବା ତାଳଚେର–ବିମଳାଗଡ଼ ନୂତନ ରେଳପଥ ପ୍ରକଳ୍ପର କାମ ଏବେ ସୁଦ୍ଧା ଶେଷ ହୋଇନାହିଁ। ରାଜ୍ୟସଭାରେ ଏହି ପ୍ରକଳ୍ପ ସମ୍ପର୍କିତ ପ୍ରଶ୍ନର ଉତ୍ତର ଦେଇ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି ଯେ, ଜମି ଅଧିଗ୍ରହଣ, ବନ…

Leave a Reply

Your email address will not be published. Required fields are marked *

You Missed

‘ମୁଁ ଷ୍ଟ୍ରିଟ୍ ଫାଇଟର, ଏସି ରୁମ୍ ଆକ୍ଟିଭିଷ୍ଟ ନୁହେଁ’ : ଜୟରାମ ରମେଶଙ୍କୁ ଧର୍ମେନ୍ଦ୍ର ପ୍ରଧାନଙ୍କ ଜବାବ

‘ମୁଁ ଷ୍ଟ୍ରିଟ୍ ଫାଇଟର, ଏସି ରୁମ୍ ଆକ୍ଟିଭିଷ୍ଟ ନୁହେଁ’ : ଜୟରାମ ରମେଶଙ୍କୁ ଧର୍ମେନ୍ଦ୍ର ପ୍ରଧାନଙ୍କ ଜବାବ

ସ୍ୱାମୀ ଲକ୍ଷ୍ମଣାନନ୍ଦଙ୍କ ନାମରେ ନାମିତ ହେବ ଫୁଲବାଣୀ ସରକାରୀ ଭେଷଜ ମହାବିଦ୍ୟାଳୟ, ଜଲେଶପଟ୍ଟା ଆଶ୍ରମ ପାଇଁ ୧୩ କୋଟି ମଞ୍ଜୁର

ସ୍ୱାମୀ ଲକ୍ଷ୍ମଣାନନ୍ଦଙ୍କ ନାମରେ ନାମିତ ହେବ ଫୁଲବାଣୀ ସରକାରୀ ଭେଷଜ ମହାବିଦ୍ୟାଳୟ, ଜଲେଶପଟ୍ଟା ଆଶ୍ରମ ପାଇଁ ୧୩ କୋଟି ମଞ୍ଜୁର

ରାଉରକେଲା ବିମାନବନ୍ଦର ବିକାଶରେ କେନ୍ଦ୍ରର ୫୮.୯୬ କୋଟି ଟଙ୍କା ବ୍ୟୟ

ରାଉରକେଲା ବିମାନବନ୍ଦର ବିକାଶରେ କେନ୍ଦ୍ରର ୫୮.୯୬ କୋଟି ଟଙ୍କା ବ୍ୟୟ

ଜନ୍ତର ମନ୍ତର ରେ ସୁଯୋଗ ପାଇଲେ ଉଦ୍ଧତ ବାମପନ୍ଥୀ

ଜନ୍ତର ମନ୍ତର ରେ ସୁଯୋଗ ପାଇଲେ ଉଦ୍ଧତ ବାମପନ୍ଥୀ

କାର୍ଗିଲ ସହିଦଙ୍କ ପରିବାରକୁ ୬୭୪ଟି ଚିଠି: ସହିଦଙ୍କ ସ୍ମୃତିରେ ରାଜ୍ୟସଭା ସାଂସଦ ସୁଜିତ କୁମାରଙ୍କ ନିଆରା ପ୍ରୟାସ

କାର୍ଗିଲ ସହିଦଙ୍କ ପରିବାରକୁ ୬୭୪ଟି ଚିଠି: ସହିଦଙ୍କ ସ୍ମୃତିରେ ରାଜ୍ୟସଭା ସାଂସଦ ସୁଜିତ କୁମାରଙ୍କ ନିଆରା ପ୍ରୟାସ

ଧର୍ମେନ୍ଦ୍ରଙ୍କ ଇସ୍ତଫା ନୁହେଁ ବିରୋଧୀଙ୍କ ବିଜୟ !

ଧର୍ମେନ୍ଦ୍ରଙ୍କ ଇସ୍ତଫା ନୁହେଁ ବିରୋଧୀଙ୍କ ବିଜୟ !