ରାଷ୍ଟ୍ରପତିଙ୍କ ଓଡିଶା ଗସ୍ତର ଏପାଖ ସେପାଖ

ସୁଦାମ ଶେଖର (ପିନ୍ ବାର୍ତ୍ତା): ଓଡ଼ିଶାର ଜଣେ ଆଦିବାସୀ ମହିଳା ଭାରତର ପ୍ରଥମ ନାଗରିକ ରାଷ୍ଟ୍ରପତି ରୂପେ ଅଭିଷିକ୍ତ ହେବା ଓଡିଶାବାସୀଙ୍କ ପାଇଁ କମ ଗୌରବର କଥା ନୁହେଁ । ସାଧାରଣତଃ ଭାରତୀୟ ଗଣତନ୍ତ୍ରରେ ରାଷ୍ଟ୍ରପତି ପଦବୀ ଏକ ରବର ଷ୍ଟାମ୍ପ ବୋଲି କୁହାଯାଏ । କିନ୍ତୁ ବର୍ତ୍ତମାନର ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଅନ୍ୟ ରାଷ୍ଟ୍ରପତି ଙ୍କ ଠାରୁ ଟିକିଏ ଅଲଗା । ସେ ଓଡ଼ିଶାର ଏକ ବନବାସୀ ଝିଅ । ତେଣୁ ତାଙ୍କର ଓଡିଶା ପ୍ରୀତି ଅଧିକ ରହିବା ସ୍ୱାଭାବିକ । ଓଡିଶାର ଆଦିବାସୀ ସଂସ୍କୃତି ତାଙ୍କ ପାଇଁ ବିଶେଷ ଅଟେ । ରାଷ୍ଟ୍ରପତି ବି ଏ ମଧ୍ୟରେ ଅନେକ ଥର ଓଡିଶା ଆସିଛନ୍ତି । କିନ୍ତୁ ଏ ଥରର ଗସ୍ତ କିଛି ସ୍ୱତନ୍ତ୍ର ଥିଲା ।

ତାଙ୍କ ଗସ୍ତ ସୂଚୀ ଅନେକଙ୍କୁ ବାଧ୍ୟ କରିଛି ସମାଲୋଚନା କରିବା ପାଇଁ । ମୁଖ୍ୟତଃ ତାଙ୍କ ରେଳ ଯାତ୍ରା ଦ୍ୱାରା ଅନେକ ଲୋକ ବିଭିନ୍ନ ସମସ୍ୟା ରେ ପଡିଥିବେ । ବନ୍ୟା ସମୟରେ ତାଙ୍କ ପରିଭ୍ରମଣ । କିନ୍ତୁ ଯେହେତୁ ରାଷ୍ଟ୍ରପତି ଓଡ଼ିଶାର, ସେ ଓଡ଼ିଶା ଘନ ଘନ ଆସନ୍ତି । ଓଡ଼ିଶା ପ୍ରତି ତାଙ୍କର ସ୍ୱତନ୍ତ୍ର ଆକର୍ଷଣ, ଓଡ଼ିଆ ସଂସ୍କୃତିରେ ବନବାସୀ ସଂସ୍କୃତି ଆହୁରି ସ୍ୱତନ୍ତ୍ର । ଅତୀତରେ ରାଜାମାନେ ପ୍ରଜାଙ୍କୁ ଅତି ନିକଟରୁ ଦେଖିବା, ତାଙ୍କ ସମସ୍ୟାକୁ ଦେଖି ବୁଝିବା ପାଇଁ ଛଦ୍ମବେଶରେ କିମ୍ବା ଅନ୍ଧାରିବିଜେ କରିବା ନଜିର ରହିଛି । ମହାମହିମ ରାଷ୍ଟ୍ରପତି ଏକ ଅନାମଧେୟ ସ୍ଥାନକୁ ଟ୍ରେନ ଓ କାରରେ ଯିବା ତେଣୁ ସ୍ୱତନ୍ତ୍ର ଚର୍ଚ୍ଚାରେ । ରାଷ୍ଟ୍ରପତିଙ୍କ ଗସ୍ତ କାର୍ଯ୍ୟକ୍ରମ ଢେର କିଛି ମାସ ପୂର୍ବରୁ ସ୍ଥିରୀକୃତ ହୋଇଥାଏ । ତଦନୁସାରେ ବିଭିନ୍ନ ଉନ୍ନୟନ କାର୍ଯ୍ୟ ସରକାର ତ୍ୱରାନ୍ୱିତ କରନ୍ତି । ରାଷ୍ଟ୍ରପତିଙ୍କ ଗସ୍ତ ନାମରେ ଅଂଚଳର ରାସ୍ତାଘାଟ ଆଦି ବେଶ ଚକାଚକ ହେଇପାରିଲା ।

ଯଦି ରାଷ୍ଟ୍ରପତି ହେଲିକ୍ୟାପ୍ଟର ରେ ଆସି ଚାଲି ଯାଆନ୍ତେ, ସାଧାରଣ ଲୋକ ରାଷ୍ଟ୍ରପତି ଙ୍କୁ ଦେଖିବା ସୁଯୋଗ ପାଆନ୍ତେ ନାହିଁ। ସେହି ଅଞ୍ଚଳ ଛାଡ଼ି ଅନ୍ୟ ଅଞ୍ଚଳ ଗୁଡିକର ମରାମତି ଓ ଉନ୍ନୟନ ବି ହେଇପାରନ୍ତା ନାହିଁ । ସରକାରୀ କର୍ମଚାରୀ ଓ ଅଧିକାରୀ ମାନେ ଅନ୍ୟ ଦିନମାନଙ୍କରେ କୁଆଡ଼େ ନ ଯାଇ କାଗଜପତ୍ର ରେ ସବୁ ଚାଷ କରୁଥିଲେ, ତାହା ରାଷ୍ଟ୍ରପତି ଙ୍କ ଗସ୍ତରେ ହେଲା ନାହିଁ । ଯାହା ସାଧାରଣ ନାଗରିକ ଗଣତନ୍ତ୍ରର ମୂଲ୍ୟକୁ ହୃଦବୋଧ କରିପାରିଲେ । ପର୍ଯ୍ୟଟନ ର ବିକାଶ ହେଇପାରିଲା । ଏହା ପରିଭ୍ରମଣ ନ ଥିଲା । ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ, ମନ୍ତ୍,ରୀ ବିଧାୟକ ଙ୍କୁ ଚଳଚଞ୍ଚଳ କରିଦେଇଥିଲା ରାଷ୍ଟ୍ରପତିଙ୍କ ସୁଦୁରପ୍ରସାରି ତପ୍ତପାଣି ଗସ୍ତ ।

Related Posts

ବାବା ରାମଦେବଙ୍କ ନୂଆ ରୂପ; ଜେନ ଜି ଙ୍କୁ ଭୟ ?

ପିନ୍ ବାର୍ତ୍ତା: ସ୍ୱାଧୀନତା ଦିବସ ଅବସରରେ ଯୋଗଗୁରୁ ବାବା ରାମଦେବ ଦେଇଥିବା ଏକ ବିବୃତ୍ତି ଏବେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି । ଦେଶରେ ବ୍ୟାପୁଥିବା ଅରାଜକତା, ବିଦ୍ୟାଳୟମାନଙ୍କରେ ଶିକ୍ଷକ, ବିଦ୍ୟୁତ୍ ଏବଂ ଜଳର ଅଭାବ, ପ୍ରଶ୍ନପତ୍ର ଲିକ ଏବଂ ସରକାରୀ ଚାକିରି…

କେବଳ ଆଦିବାସୀ ଦିବସ ପାଳନରେ ବିକାଶ ସମ୍ଭବ କି?

ପିନ୍ ବାର୍ତ୍ତା: ଓଡ଼ିଶା ସମେତ ସାରା ବିଶ୍ୱରେ ଅଗଷ୍ଟ ୯ ତାରିଖକୁ World Tribal Day ଅବା ବିଶ୍ୱ ଆଦିବାସୀ ଦିବସ ଭାବେ ବଡ଼ ଧୂମଧାମରେ ପାଳନ କରାଯାଇଛି । କିନ୍ତୁ ଏହି ଉତ୍ସବର ଚାକଚକ୍ୟ ଭିତରେ ଓଡ଼ିଶାର ଆଦିବାସୀ ଙ୍କୁ…

Leave a Reply

Your email address will not be published. Required fields are marked *

You Missed

ଅନ୍ଧାରରେ ଓଡ଼ିଶା ସ୍କୁଲ

ଅନ୍ଧାରରେ ଓଡ଼ିଶା ସ୍କୁଲ

‘ସ୍ୱାଧୀନ’ ଲିକୁ ଭରସାରେ ଓଡ଼ିଶା ବିଜେପି

‘ସ୍ୱାଧୀନ’ ଲିକୁ ଭରସାରେ ଓଡ଼ିଶା ବିଜେପି

ମେକାନିକଙ୍କ ସୁରକ୍ଷା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବ୍ରହ୍ମପୁର ସାଂସଦ ପ୍ରଦୀପ ପାଣିଗ୍ରାହୀ

ମେକାନିକଙ୍କ ସୁରକ୍ଷା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବ୍ରହ୍ମପୁର ସାଂସଦ ପ୍ରଦୀପ ପାଣିଗ୍ରାହୀ

ଅଦାଲତରେ ମାମଲା ସତ୍ତ୍ୱେ ବାଲଡାରେ ଡ୍ରୋନ ସର୍ଭେ; ଆଦାନୀ ଟିମ୍‌କୁ ଘେରିଲେ ଗ୍ରାମବାସୀ

ଅଦାଲତରେ ମାମଲା ସତ୍ତ୍ୱେ ବାଲଡାରେ ଡ୍ରୋନ ସର୍ଭେ; ଆଦାନୀ ଟିମ୍‌କୁ ଘେରିଲେ ଗ୍ରାମବାସୀ

“No Works in Odisha”: କଥା ବେଶୀ, କାମ କମ୍; RKD ପାଇଁ କାହିଁକି ଏ ଦରଦ?

“No Works in Odisha”: କଥା ବେଶୀ, କାମ କମ୍; RKD ପାଇଁ କାହିଁକି ଏ ଦରଦ?

ବଣ୍ଡା ଜନଜାତିଙ୍କ ବିକାଶ ପାଇଁ ପ୍ରୟାସ

ବଣ୍ଡା ଜନଜାତିଙ୍କ ବିକାଶ ପାଇଁ ପ୍ରୟାସ