ଜଗନ୍ନାଥ ଆନିମେସନ୍ ଫିଲ୍ମକୁ ନେଇ ତେଜୁଛି ବିବାଦ

ପିନ୍ ବାର୍ତ୍ତା: ଆନିମେସନ୍ ଫିଲ୍ମ ‘ମହାପ୍ରଭୁ ଶ୍ରୀ ଜଗନ୍ନାଥ’ର ମୁକ୍ତିଲାଭକୁ ନେଇ ସାରା ରାଜ୍ୟରେ ତୀବ୍ର ବିବାଦ ଏବଂ ଅସନ୍ତୋଷ ପ୍ରକାଶ ପାଇଛି । ଏହି କାଳ୍ପନିକ ଫିଲ୍ମ ଦ୍ୱାରା ଜଗନ୍ନାଥ ସଂସ୍କୃତି, ପରମ୍ପରା ଏବଂ ରୀତିନୀତିକୁ କଦର୍ଥ କରାଯାଉଥିବା ଅଭିଯୋଗ କରି ଜଗନ୍ନାଥ ପ୍ରେମୀ ଓ ବିଭିନ୍ନ ମହଲରୁ ସିନେମା ରିଲିଜ୍ ନକରିବାକୁ ଦାବି ଜୋରଦାର ହେବାରେଲାଗିଛି । ହଲ୍ ମାଲିକ ଓ ବିତରଣ ସଂସ୍ଥାଗୁଡ଼ିକୁ ମଧ୍ୟ ଏହା କେଉଁଠି ପ୍ରଦର୍ଶନ ନକେରିବା ପାଇଁ ଅପିଲ୍ କରାଯାଇଥିବା ବେଳେ ପ୍ରଯୋଜନା ସଂସ୍ଥା ପକ୍ଷରୁ ବିଭିନ୍ନ ସ୍ଥାନରେ ସ୍ପେଶାଲ ସ୍କ୍ରିନିଂ କରାଯାଇଛି । ଘଟଣା ଗମ୍ଭୀର ରୂପ ନେଇ କୋର୍ଟ କଚେରୀ ପର୍ୟ୍ୟନ୍ତ ପହଞ୍ଚିଛି ।

ଏହି ବିବାଦ ମଧ୍ୟରେ ଓଡ଼ିଶା ସରକାରଙ୍କ ଆବେଦନକୁ ଖାରଜ କରି ସୁପ୍ରିମକୋର୍ଟ ସ୍ପଷ୍ଟ କରିଛନ୍ତି ଯେ କେବଳ କିଛି ଲୋକଙ୍କ ସମ୍ବେଦନଶୀଳତାକୁ ଆଧାର କରି ଆମ କଳା ଏବଂ ସଂସ୍କୃତିକୁ ସୀମିତ କରାଯାଇପାରିବ ନାହିଁ, କାରଣ ଆନିମେସନ୍ ହେଉଛି ପିଲାଙ୍କୁ ସଂପୃକ୍ତ କରିବାର ଏକ ସୃଜନଶୀଳ ମାଧ୍ୟମ । ଏଲି ଏନିମେସନ ପ୍ରାଇଭେଟ୍ ଲିମିଟେଡ ସଂସ୍ଥାର ପ୍ରଯୋଜକ ମହାପ୍ରଭୁ ଜଗନ୍ନାଥ ଫିଲ୍ମ ଟି ସମ୍ପୂର୍ଣ୍ଣ କାଳ୍ପନିକ ବୋଲି ମଧ୍ୟ ସ୍ୱୀକାର କରିଛନ୍ତି । ଜଷ୍ଟିସ୍ ବି.ଭି. ନାଗରତ୍ନା ଓ ଜଷ୍ଟିସ୍ ଆର. ମହାଦେବନଙ୍କ ପୀଠ ଫିଲ୍ମକୁ ମୁକ୍ତିଲାଭ ଅନୁମତି ଦେଇଥିବା ନିଜର ପୂର୍ବ ଆଦେଶରେ ହସ୍ତକ୍ଷେପ କରିବାକୁ ମନା କରିଦେଇଛନ୍ତି, ଯଦିଓ ଫିଲ୍ମରେ କୌଣସି ଆପତ୍ତିଜନକ ବିଷୟବସ୍ତୁ ଥିଲେ ନିର୍ମାତା ନିଜ ଅନ୍ତରାତ୍ମା ଅନୁସାରେ ସ୍ୱେଚ୍ଛାରେ ସଂଶୋଧନ କରିପାରିବେ ବୋଲି ମତ ଦେଇଛନ୍ତି ।

ଅନ୍ୟପକ୍ଷରେ, ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଶ୍ରୀମନ୍ଦିର ପ୍ରଚାର ପ୍ରସାର ଉପସମିତିର ବୈଠକରେ ଛୋଟ ପିଲାଙ୍କ ପାଖରେ ମହାପ୍ରଭୁଙ୍କ ମହିମା ପହଞ୍ଚାଇବା ସ୍ୱାଗତଯୋଗ୍ୟ ହେଲେ ମଧ୍ୟ ତାହା ସନାତନ ଶାସ୍ତ୍ର କିମ୍ବା ପ୍ରତିଷ୍ଠିତ କିମ୍ବଦନ୍ତୀ ଆଧାରରେ ହେବା ଉଚିତ୍ ବୋଲି ମତପ୍ରକାଶ ପାଇଛି । ଏହିଭଳି କାଳ୍ପନିକ କାହଣୀ ପିଲା ଙ୍କୁ ଦେଖେଇବା ଦ୍ବାରା ଜଗନ୍ନାଥ ସଂସ୍କୃତି ବାବଦରେ ଏକ ଭ୍ରାନ୍ତ ଧାରଣା ସେମାନଙ୍କ ମନକୁ ଯିବ ବୋଲି ମତ ରଖିବା ସହ ପ୍ରଯୋଜକ ଏଇଭଳି ଫିଲ୍ମ ରୁ ନିବୃତ୍ତ ରହି,ସ୍କନ୍ଦ ପୁରାଣ ଆଧାରିତ କାହାଣୀ କୁ ନେଇ ଫିଲ୍ମ କରିବାକୁ ଅନୁରୋଧ କରିଛନ୍ତି । ଜଗନ୍ନାଥ ସଂସ୍କୃତି ଗବେଷକ ସୂର୍ଯ୍ୟନାରାୟଣ ରଥଶର୍ମା ଏବଂ ଜଗଦଗୁରୁ ଶଙ୍କରାଚାର୍ଯ୍ୟ ମଧ୍ୟ ଏଭଳି ପ୍ରଦର୍ଶନକୁ ନେଇ କ୍ଷୋଭ ପ୍ରକାଶ କରିଛନ୍ତି । ସିନେମାରେ ମହାପ୍ରଭୁଙ୍କ ସଂସ୍କୃତିକୁ ବିକୃତ କରାଯାଇଥିବା ଅଭିଯୋଗ ହୋଇଥିବାରୁ ଓଡ଼ିଶା ହାଇକୋର୍ଟ ଆଗାମୀ ଆଦେଶ ପର୍ଯ୍ୟନ୍ତ ଏହାର ପ୍ରଦର୍ଶନ ଉପରେ ରୋକ୍ ଲଗାଇଛନ୍ତି ଏବଂ ଏହି ଜନସ୍ୱାର୍ଥ ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ୧୩ ତାରିଖକୁ ଘୁଞ୍ଚାଯାଇଛି ।

Related Posts

ବାବା ରାମଦେବଙ୍କ ନୂଆ ରୂପ; ଜେନ ଜି ଙ୍କୁ ଭୟ ?

ପିନ୍ ବାର୍ତ୍ତା: ସ୍ୱାଧୀନତା ଦିବସ ଅବସରରେ ଯୋଗଗୁରୁ ବାବା ରାମଦେବ ଦେଇଥିବା ଏକ ବିବୃତ୍ତି ଏବେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି । ଦେଶରେ ବ୍ୟାପୁଥିବା ଅରାଜକତା, ବିଦ୍ୟାଳୟମାନଙ୍କରେ ଶିକ୍ଷକ, ବିଦ୍ୟୁତ୍ ଏବଂ ଜଳର ଅଭାବ, ପ୍ରଶ୍ନପତ୍ର ଲିକ ଏବଂ ସରକାରୀ ଚାକିରି…

କେବଳ ଆଦିବାସୀ ଦିବସ ପାଳନରେ ବିକାଶ ସମ୍ଭବ କି?

ପିନ୍ ବାର୍ତ୍ତା: ଓଡ଼ିଶା ସମେତ ସାରା ବିଶ୍ୱରେ ଅଗଷ୍ଟ ୯ ତାରିଖକୁ World Tribal Day ଅବା ବିଶ୍ୱ ଆଦିବାସୀ ଦିବସ ଭାବେ ବଡ଼ ଧୂମଧାମରେ ପାଳନ କରାଯାଇଛି । କିନ୍ତୁ ଏହି ଉତ୍ସବର ଚାକଚକ୍ୟ ଭିତରେ ଓଡ଼ିଶାର ଆଦିବାସୀ ଙ୍କୁ…

Leave a Reply

Your email address will not be published. Required fields are marked *

You Missed

ଅନ୍ଧାରରେ ଓଡ଼ିଶା ସ୍କୁଲ

ଅନ୍ଧାରରେ ଓଡ଼ିଶା ସ୍କୁଲ

‘ସ୍ୱାଧୀନ’ ଲିକୁ ଭରସାରେ ଓଡ଼ିଶା ବିଜେପି

‘ସ୍ୱାଧୀନ’ ଲିକୁ ଭରସାରେ ଓଡ଼ିଶା ବିଜେପି

ମେକାନିକଙ୍କ ସୁରକ୍ଷା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବ୍ରହ୍ମପୁର ସାଂସଦ ପ୍ରଦୀପ ପାଣିଗ୍ରାହୀ

ମେକାନିକଙ୍କ ସୁରକ୍ଷା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବ୍ରହ୍ମପୁର ସାଂସଦ ପ୍ରଦୀପ ପାଣିଗ୍ରାହୀ

ଅଦାଲତରେ ମାମଲା ସତ୍ତ୍ୱେ ବାଲଡାରେ ଡ୍ରୋନ ସର୍ଭେ; ଆଦାନୀ ଟିମ୍‌କୁ ଘେରିଲେ ଗ୍ରାମବାସୀ

ଅଦାଲତରେ ମାମଲା ସତ୍ତ୍ୱେ ବାଲଡାରେ ଡ୍ରୋନ ସର୍ଭେ; ଆଦାନୀ ଟିମ୍‌କୁ ଘେରିଲେ ଗ୍ରାମବାସୀ

“No Works in Odisha”: କଥା ବେଶୀ, କାମ କମ୍; RKD ପାଇଁ କାହିଁକି ଏ ଦରଦ?

“No Works in Odisha”: କଥା ବେଶୀ, କାମ କମ୍; RKD ପାଇଁ କାହିଁକି ଏ ଦରଦ?

ବଣ୍ଡା ଜନଜାତିଙ୍କ ବିକାଶ ପାଇଁ ପ୍ରୟାସ

ବଣ୍ଡା ଜନଜାତିଙ୍କ ବିକାଶ ପାଇଁ ପ୍ରୟାସ