ଗୋପବନ୍ଧୁ ସ୍ୱାସ୍ଥ୍ୟ ବୀମା ଯୋଜନା କୁ ନେଇ ତେଜିଲା ବିବାଦ

ପିନ୍ ବାର୍ତ୍ତା: ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ ଭାବେ ଗଣା ହଉଥିବା ସାମ୍ବାଦିକ ସମାଜ ଆଜି ଏକ ଗମ୍ଭୀର ସଙ୍କଟ ଓ ପ୍ରତିକୂଳ ପରିସ୍ଥିତିର ସାମ୍ନା କରୁଛି । ପ୍ରତିକ୍ଷଣେ ନିଜ ଜୀବନକୁ ବାଜି ଲଗାଇ, ଦିନରାତି ଏକ କରି ଜନସାଧାରଣଙ୍କ ସାମ୍ନାରେ ସତ୍ୟକୁ ପରିବେଷଣ କରୁଥିବା ଗଣମାଧ୍ୟମ ପ୍ରତିନିଧିଙ୍କ ସ୍ୱାସ୍ଥ୍ୟ ସୁରକ୍ଷାକୁ ନେଇ ସରକାରଙ୍କ ପକ୍ଷରୁ କରାଯାଉଥିବା ପରିବର୍ତ୍ତନର ପ୍ରୟାସ ଏକ ଅତ୍ୟନ୍ତ ଚିନ୍ତାଜନକ ବିଷୟ ପାଲଟିଛି । ଦୀର୍ଘ ଦିନର ସଂଘର୍ଷ, ଦାବି ଓ କଠୋର ପ୍ରତିବାଦ ପରେ ପୂର୍ବ ସରକାରଙ୍କ ଦ୍ୱାରା ଲାଗୁ ହୋଇଥିବା ‘ଗୋପବନ୍ଧୁ ସାମ୍ବାଦିକ ସ୍ୱାସ୍ଥ୍ୟ ବୀମା ଯୋଜନା’ କେବଳ ଏକ ସାଧାରଣ ବୀମା ନଥିଲା, ବରଂ ଏହା ଥିଲା ରାଜ୍ୟର କାର୍ଯ୍ୟରତ ସାମ୍ବାଦିକମାନଙ୍କ ପାଇଁ ଏକ ସ୍ୱତନ୍ତ୍ର ସାମାଜିକ ମାନ୍ୟତା, ସୁରକ୍ଷା ଓ ସମ୍ମାନର ଅନନ୍ୟ ପ୍ରତୀକ ।

କିନ୍ତୁ ବର୍ତ୍ତମାନର ସରକାରୀ ସ୍ତରରେ ଏହି ସ୍ୱତନ୍ତ୍ର ଯୋଜନାକୁ ସମ୍ପୂର୍ଣ୍ଣ ଭାବେ ଉଚ୍ଛେଦ କରି ଏହାକୁ ‘ଆୟୁଷ୍ମାନ ଭାରତ’ ଯୋଜନାରେ ଅନ୍ତର୍ଭୁକ୍ତ କରିବା ପାଇଁ ଯାହା ଉଦ୍ୟମ ଚାଲିଛି, ତାହା ସାମ୍ବାଦିକ ସମାଜ ମଧ୍ୟରେ ଗଭୀର ଅସନ୍ତୋଷ ସୃଷ୍ଟି କରିଛି । ସ୍ୱାଧୀନ ଓ ମୁକ୍ତ ଭାବେ କାମ କରୁଥିବା ସାମ୍ବାଦିକମାନଙ୍କ ପାଇଁ କେନ୍ଦ୍ରୀୟ ଆୟୁଷ୍ମାନ ଯୋଜନା ଅନେକାଂଶରେ ଅପର୍ଯ୍ୟାପ୍ତ ଅଟେ । ଉଦାହରଣ ସ୍ୱରୂପ, ପୂର୍ବର ଗୋପବନ୍ଧୁ ଯୋଜନାରେ ହିତାଧିକାରୀ କ୍ୟାବିନ୍ ସୁବିଧା, ବଜାରରେ ଉପଲବ୍ଧ ଯେକୌଣସି ଉତ୍ତମ ଔଷଧର ବ୍ୟବସ୍ଥା ଏବଂ ନିଜ ପସନ୍ଦର ତାଲିକାଭୁକ୍ତ ନଥିବା ଚିକିତ୍ସାଳୟରେ ମଧ୍ୟ ଚିକିତ୍ସିତ ହୋଇ ପରେ ଆବଶ୍ୟକ କାଗଜପତ୍ର ଦାଖଲ କରି ଅର୍ଥ ଫେରି ପାଇବାର ସୁବିଧା ପାଉଥିଲେ । ମାତ୍ର ଆୟୁଷ୍ମାନ ଯୋଜନାରେ ଏହି ଗୁରୁତ୍ୱପୂର୍ଣ୍ଣ ସୁବିଧାଗୁଡ଼ିକର ସମ୍ପୂର୍ଣ୍ଣ ଅଭାବ ରହିଛି, ଯାହା ଗୁଣାତ୍ମକ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଏକ ବଡ଼ ପ୍ରତିବନ୍ଧକ ସାଜିବ । ସେହିପରି ବୀମା ରାଶି ମିଳିବାରେ ଡେରି ହେଉଥିବାରୁ ଚିକିତ୍ସାଳୟଗୁଡ଼ିକ ମଧ୍ୟ ଆଇସିୟୁ (ICU) ଭଳି ଜରୁରୀ ସେବା ପ୍ରଦାନ କରିବାରେ ଅଣଦେଖା କରୁଛନ୍ତି ।

ଚିନ୍ତାର ବିଷୟ ଯେ, ସରକାର ନିକଟରେ ଅନ୍ୟାନ୍ୟ ପ୍ରମୁଖ ଗୋଷ୍ଠୀ ଯଥା ଶ୍ରୀମନ୍ଦିର ସେବାୟତମାନଙ୍କ ପାଇଁ ପ୍ରାୟ ୧୦ କୋଟି ଟଙ୍କା ବିନିମୟରେ ଏବଂ ବିଧାୟକମାନଙ୍କ ପାଇଁ କୋଡ଼ିଏ ଲକ୍ଷ ଟଙ୍କାର ଉଦାର ସ୍ୱାସ୍ଥ୍ୟ ବୀମା ଯୋଜନା ପ୍ରଚଳନ କରିଛନ୍ତି, ଯେଉଁଥିରେ ପିତାମାତାଙ୍କ ଅନ୍ତର୍ଭୁକ୍ତି ଏବଂ ନନ୍-ମେଡିକାଲ୍ ଆଇଟମ୍ ପେମେଣ୍ଟ ବ୍ୟବସ୍ଥା ମଧ୍ୟ ସାମିଲ ରହିଛି । ଏପରିସ୍ଥଳେ ରାଜ୍ୟର ସ୍ୱାସ୍ଥ୍ୟ ସେବା ଏବଂ ଗଣମାଧ୍ୟମର ମୂଳଦୁଆ ସଜାଡ଼ୁଥିବା ସାମ୍ବାଦିକଙ୍କ କ୍ଷେତ୍ରରେ ସରକାରଙ୍କ ଏପରି କାର୍ପଣ୍ୟତା ଓ ସଙ୍କୁଚିତ ମନୋଭାବ ଅତ୍ୟନ୍ତ ନିନ୍ଦନୀୟ ଅଟେ ।

ଏହି ପରିପ୍ରେକ୍ଷୀରେ ଉତ୍କଳ ସାମ୍ବାଦିକ ସଂଘ ପକ୍ଷରୁ ଗ୍ରହଣ କରାଯାଇଥିବା ପ୍ରତିବାଦ ପନ୍ଥା ସମ୍ପୂର୍ଣ୍ଣ ଯଥାର୍ଥ । ସଂଘର ଦାବି ଅନୁଯାୟୀ, ବୀମା ରାଶିକୁ ୫ ଲକ୍ଷରୁ ୧୦ ଲକ୍ଷକୁ ବୃଦ୍ଧି କରାଯାଉ, ପିତାମାତା ଓ ନିର୍ଭରଶୀଳ ସନ୍ତାନମାନଙ୍କୁ ଏଥିରେ ସାମିଲ କରାଯାଉ ଏବଂ ନନ୍-ମେଡିକାଲ୍ ଆଇଟମ୍ ଖର୍ଚ୍ଚ ବୀମା କମ୍ପାନୀ ସମ୍ପୂର୍ଣ୍ଣ ଭାବେ ବହନ କରୁ । ଯଦି ସରକାର ଏହି ଗୁରୁତ୍ୱପୂର୍ଣ୍ଣ ଦାବିଗୁଡ଼ିକ ପ୍ରତି ଆବଶ୍ୟକ ଦୃଷ୍ଟି ନ ଦିଅନ୍ତି, ତେବେ ରାଜ୍ୟବ୍ୟାପୀ ଏକାଠି ହୋଇ ବ୍ୟାପକ ଆନ୍ଦୋଳନ ତୀବ୍ରତର କରାଯିବ, ଯାହାର ସମସ୍ତ ଦାୟିତ୍ୱ ପ୍ରଶାସନ ଉପରେ ପଡ଼ିବ ବୋଲି ସଂଘର ରାଜ୍ୟ ସଭାପତି ବିଭୂତି ଭୂଷଣ କର ଚେତାବନୀ ଦେଇଛନ୍ତି ।

Related Posts

ଅନ୍ଧାରରେ ଓଡ଼ିଶା ସ୍କୁଲ

ପିନ୍ ବାର୍ତ୍ତା: ରାଜ୍ୟରେ ଶିକ୍ଷା ବ୍ୟବସ୍ଥାର ଆଧୁନିକୀକରଣ, ସ୍ମାର୍ଟ ଶ୍ରେଣୀଗୃହ ଏବଂ ଭିତ୍ତିଭୂମିର ବିକାଶ ନେଇ ବଡ଼ ବଡ଼ ଦାବି କରାଯାଉଥିବା ବେଳେ ବାସ୍ତବ ଚିତ୍ର କିନ୍ତୁ ସମ୍ପୂର୍ଣ୍ଣ ଭିନ୍ନ । ବକେୟା ବିଦ୍ୟୁତ୍‌ ବିଲ୍‌ ପୈଠ ନ ହୋଇପାରିବା କାରଣରୁ…

‘ସ୍ୱାଧୀନ’ ଲିକୁ ଭରସାରେ ଓଡ଼ିଶା ବିଜେପି

ପିନ୍ ବାର୍ତ୍ତା: ଯାଜପୁର ଜିଲ୍ଲା ଧର୍ମଶାଳାର ସ୍ୱାଧୀନ ବିଧାୟକ ହିମାଂଶୁ ଶେଖର ସାହୁ (ଲିକୁ) ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ବିଜେପିର ଜଣେ ସକ୍ରିୟ ନେତା ଭାବେ ଅଞ୍ଚଳରେ ଦଳୀୟ ସଙ୍ଗଠନକୁ ସୁଦୃଢ଼ କରିବାରେ ବଡ଼ ଭୂମିକା ଗ୍ରହଣ କରିଥିଲେ ।…

Leave a Reply

Your email address will not be published. Required fields are marked *

You Missed

ଅନ୍ଧାରରେ ଓଡ଼ିଶା ସ୍କୁଲ

ଅନ୍ଧାରରେ ଓଡ଼ିଶା ସ୍କୁଲ

‘ସ୍ୱାଧୀନ’ ଲିକୁ ଭରସାରେ ଓଡ଼ିଶା ବିଜେପି

‘ସ୍ୱାଧୀନ’ ଲିକୁ ଭରସାରେ ଓଡ଼ିଶା ବିଜେପି

ମେକାନିକଙ୍କ ସୁରକ୍ଷା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବ୍ରହ୍ମପୁର ସାଂସଦ ପ୍ରଦୀପ ପାଣିଗ୍ରାହୀ

ମେକାନିକଙ୍କ ସୁରକ୍ଷା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବ୍ରହ୍ମପୁର ସାଂସଦ ପ୍ରଦୀପ ପାଣିଗ୍ରାହୀ

ଅଦାଲତରେ ମାମଲା ସତ୍ତ୍ୱେ ବାଲଡାରେ ଡ୍ରୋନ ସର୍ଭେ; ଆଦାନୀ ଟିମ୍‌କୁ ଘେରିଲେ ଗ୍ରାମବାସୀ

ଅଦାଲତରେ ମାମଲା ସତ୍ତ୍ୱେ ବାଲଡାରେ ଡ୍ରୋନ ସର୍ଭେ; ଆଦାନୀ ଟିମ୍‌କୁ ଘେରିଲେ ଗ୍ରାମବାସୀ

“No Works in Odisha”: କଥା ବେଶୀ, କାମ କମ୍; RKD ପାଇଁ କାହିଁକି ଏ ଦରଦ?

“No Works in Odisha”: କଥା ବେଶୀ, କାମ କମ୍; RKD ପାଇଁ କାହିଁକି ଏ ଦରଦ?

ବଣ୍ଡା ଜନଜାତିଙ୍କ ବିକାଶ ପାଇଁ ପ୍ରୟାସ

ବଣ୍ଡା ଜନଜାତିଙ୍କ ବିକାଶ ପାଇଁ ପ୍ରୟାସ