ପୁଣି ହାତଛଡ଼ା ହେଲା କୋରାପୁଟର ଗୌରବ!

ଢେମ୍‌ସାକୁ ବିଶ୍ୱ ଦରବାରରେ ପହଞ୍ଚାଇଲା ଆନ୍ଧ୍ର, ନିଜ ଐତିହ୍ୟକୁ ନେଇ ପୁଣି ନୀରବ ରହିଲା ଓଡ଼ିଶା

ଇତିହାସ ବୋଧହୁଏ ପୁଣି ନିଜକୁ ଦୋହରାଉଛି । ଯେଉଁ ଲୋକନୃତ୍ୟକୁ କୋରାପୁଟର ଆଦିବାସୀ ଜୀବନର ଅବିଚ୍ଛିନ୍ନ ଅଂଶ ବୋଲି ଅନେକ ଗବେଷଣା ଓ ଲୋକପରମ୍ପରା ଦର୍ଶାଉଛି, ସେହି ଢେମ୍‌ସା ଆଜି ବିଶ୍ୱ ମଞ୍ଚରେ ଆନ୍ଧ୍ରପ୍ରଦେଶର ସାଂସ୍କୃତିକ ପରିଚୟ ଭାବେ ଚର୍ଚ୍ଚାରେ । ଭୋଗାପୁରମ ବିମାନବନ୍ଦର ଉଦ୍‌ଘାଟନ ଅବସରରେ ୧୩ ହଜାରରୁ ଅଧିକ ମହିଳାଙ୍କ ଢେମ୍‌ସା ନୃତ୍ୟ ଗିନିଜ୍ ୱାର୍ଲ୍ଡ ରେକର୍ଡ କରିଛି । ସଫଳତା ନିଶ୍ଚିତ ଭାବେ ପ୍ରଶଂସନୀୟ । କିନ୍ତୁ ଏହା ସହ ଓଡ଼ିଶା ପାଇଁ ଏକ ଅସ୍ୱସ୍ଥକର ପ୍ରଶ୍ନ ମଧ୍ୟ ଛାଡ଼ି ଯାଇଛି; ନିଜ ସଂସ୍କୃତିକୁ ବିଶ୍ୱ ସାମ୍ନାରେ ଉପସ୍ଥାପନ କରିବାରେ ଆମେ ବାରମ୍ବାର କାହିଁକି ବିଫଳ ହେଉଛୁ ?

କାର୍ଯ୍ୟକ୍ରମରେ ବ୍ୟବହୃତ ଗୀତ କୋରାପୁଟିଆ ଦେଶିଆ ଓଡ଼ିଆ ଭାଷାର । ନୃତ୍ୟର ମୂଳକୁ ନେଇ ମଧ୍ୟ ଅନେକ ଗବେଷକ କୋରାପୁଟକୁ ଉଲ୍ଲେଖ କରିଛନ୍ତି । ତଥାପି ସମଗ୍ର ଆୟୋଜନର ସରକାରୀ ପ୍ରଚାରରେ ଆନ୍ଧ୍ରପ୍ରଦେଶର ସାଂସ୍କୃତିକ ପରିଚୟକୁ ଆଗରେ ରଖାଯାଇଥିବାରୁ ସୋସିଆଲ ମିଡିଆରେ ଅନେକେ ପ୍ରଶ୍ନ କରିଛନ୍ତି, କୋରାପୁଟର ଐତିହ୍ୟକୁ ଯଥାଯଥ ସ୍ୱୀକୃତି କେଉଁଠି ?

ଏଠାରେ ମୂଳ ପ୍ରଶ୍ନ ଆନ୍ଧ୍ରପ୍ରଦେଶକୁ ନେଇ ନୁହେଁ । ପ୍ରଶ୍ନ ହେଉଛି ଓଡ଼ିଶାର ଉଦାସୀନତାକୁ ନେଇ । ପଡ଼ୋଶୀ ରାଜ୍ୟ ନିଜ ସଂସ୍କୃତିର ପ୍ରଚାର ପାଇଁ ଯୋଜନା କରୁଛି, ବିଶ୍ୱ ରେକର୍ଡ କରୁଛି, ପର୍ଯ୍ୟଟନ ସହ ଯୋଡ଼ୁଛି । ଆଉ ଓଡ଼ିଶା ? ନିଜର ଲୋକନୃତ୍ୟ, ଲୋକଗୀତ ଓ ଆଦିବାସୀ ପରମ୍ପରାକୁ ନେଇ ଏପରି ବଡ଼ ମଞ୍ଚ ସୃଷ୍ଟି କରିବାରେ ବାରମ୍ବାର ପଛରେ ପଡ଼ୁଛି । ଫଳରେ ଅନ୍ୟ ରାଜ୍ୟ ଯେତେବେଳେ ଏହି ପରମ୍ପରାକୁ ବଡ଼ ପରିସରରେ ଉପସ୍ଥାପନ କରେ, ସେତେବେଳେ ଓଡ଼ିଶା ପାଖରେ କେବଳ ପ୍ରତିବାଦ କରିବା ବ୍ୟତୀତ ଆଉ କିଛି ରହେ ନାହିଁ ।

ଏହା ପ୍ରଥମ ଘଟଣା ନୁହେଁ । ରସଗୋଲାକୁ ନେଇ ପଶ୍ଚିମବଙ୍ଗ ସହ ବିବାଦ, ଶ୍ରୀଜଗନ୍ନାଥ ପରମ୍ପରାକୁ ନେଇ ବିଭିନ୍ନ ସମୟରେ ଉଠିଥିବା ତର୍କ, ଓଡ଼ିଶୀ ଐତିହ୍ୟର ଅନ୍ୟାନ୍ୟ ଉପାଦାନକୁ ନେଇ ସମୟ ସମୟରେ ସୃଷ୍ଟି ହୋଇଥିବା ମତଭେଦ, ସବୁ ଘଟଣା ଗୋଟିଏ କଥା କହୁଛି । ଓଡ଼ିଶା ନିଜ ଐତିହ୍ୟର ସୁରକ୍ଷା ଓ ପ୍ରଚାରରେ ଯେତେ ତତ୍ପର ହେବା କଥା, ସେତେ ହୋଇପାରିନାହିଁ ।

Screenshot

ସଂସ୍କୃତି କେବଳ ଭାବନାର ବିଷୟ ନୁହେଁ । ଏହା ପରିଚୟ, ପର୍ଯ୍ୟଟନ, ଅର୍ଥନୀତି ଓ ରାଜ୍ୟର ବ୍ରାଣ୍ଡିଂ ସହ ମଧ୍ୟ ଜଡ଼ିତ । ଯିଏ ନିଜ ସଂସ୍କୃତିକୁ ଭଲଭାବେ ଉପସ୍ଥାପନ କରିପାରେ, ଜାତୀୟ ମଞ୍ଚରେ ସେହି ରାଜ୍ୟର ପରିଚୟ ଅଧିକ ମଜବୁତ ହୁଏ । ଏହି କ୍ଷେତ୍ରରେ ଆନ୍ଧ୍ରପ୍ରଦେଶ ଯୋଜନାବଦ୍ଧ ଭାବେ ଆଗକୁ ବଢ଼ୁଥିବା ବେଳେ, ଓଡ଼ିଶାର ପଦକ୍ଷେପ ସେତେଟା ଦୃଶ୍ୟମାନ ହେଉନାହିଁ ବୋଲି ସଂସ୍କୃତି ମହଲରେ ମତ ପ୍ରକାଶ ପାଉଛି ।

ଢେମ୍‌ସା ବିବାଦ ପୁଣି ଥରେ ଗୋଟିଏ ସତର୍କବାଣୀ ଦେଇଛି । ନିଜର ଐତିହ୍ୟକୁ କେବଳ ପୁସ୍ତକରେ ଲେଖି ରଖିଲେ ହେବ ନାହିଁ । ତାହାକୁ ବିଶ୍ୱ ଦରବାରରେ ପହଞ୍ଚାଇବାକୁ ପଡ଼ିବ। ନଚେତ୍ ଆଗାମୀ ଦିନରେ ଆଉ ଅନେକ ଲୋକପରମ୍ପରାକୁ ନେଇ ସମାନ ପ୍ରଶ୍ନ ଉଠିବ, ଆଉ ଓଡ଼ିଶା ପୁଣି ଥରେ କେବଳ ଦର୍ଶକ ସାଜି ରହିଯିବ ।

Related Posts

ବାବା ରାମଦେବଙ୍କ ନୂଆ ରୂପ; ଜେନ ଜି ଙ୍କୁ ଭୟ ?

ପିନ୍ ବାର୍ତ୍ତା: ସ୍ୱାଧୀନତା ଦିବସ ଅବସରରେ ଯୋଗଗୁରୁ ବାବା ରାମଦେବ ଦେଇଥିବା ଏକ ବିବୃତ୍ତି ଏବେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି । ଦେଶରେ ବ୍ୟାପୁଥିବା ଅରାଜକତା, ବିଦ୍ୟାଳୟମାନଙ୍କରେ ଶିକ୍ଷକ, ବିଦ୍ୟୁତ୍ ଏବଂ ଜଳର ଅଭାବ, ପ୍ରଶ୍ନପତ୍ର ଲିକ ଏବଂ ସରକାରୀ ଚାକିରି…

କେବଳ ଆଦିବାସୀ ଦିବସ ପାଳନରେ ବିକାଶ ସମ୍ଭବ କି?

ପିନ୍ ବାର୍ତ୍ତା: ଓଡ଼ିଶା ସମେତ ସାରା ବିଶ୍ୱରେ ଅଗଷ୍ଟ ୯ ତାରିଖକୁ World Tribal Day ଅବା ବିଶ୍ୱ ଆଦିବାସୀ ଦିବସ ଭାବେ ବଡ଼ ଧୂମଧାମରେ ପାଳନ କରାଯାଇଛି । କିନ୍ତୁ ଏହି ଉତ୍ସବର ଚାକଚକ୍ୟ ଭିତରେ ଓଡ଼ିଶାର ଆଦିବାସୀ ଙ୍କୁ…

Leave a Reply

Your email address will not be published. Required fields are marked *

You Missed

ଅନ୍ଧାରରେ ଓଡ଼ିଶା ସ୍କୁଲ

ଅନ୍ଧାରରେ ଓଡ଼ିଶା ସ୍କୁଲ

‘ସ୍ୱାଧୀନ’ ଲିକୁ ଭରସାରେ ଓଡ଼ିଶା ବିଜେପି

‘ସ୍ୱାଧୀନ’ ଲିକୁ ଭରସାରେ ଓଡ଼ିଶା ବିଜେପି

ମେକାନିକଙ୍କ ସୁରକ୍ଷା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବ୍ରହ୍ମପୁର ସାଂସଦ ପ୍ରଦୀପ ପାଣିଗ୍ରାହୀ

ମେକାନିକଙ୍କ ସୁରକ୍ଷା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବ୍ରହ୍ମପୁର ସାଂସଦ ପ୍ରଦୀପ ପାଣିଗ୍ରାହୀ

ଅଦାଲତରେ ମାମଲା ସତ୍ତ୍ୱେ ବାଲଡାରେ ଡ୍ରୋନ ସର୍ଭେ; ଆଦାନୀ ଟିମ୍‌କୁ ଘେରିଲେ ଗ୍ରାମବାସୀ

ଅଦାଲତରେ ମାମଲା ସତ୍ତ୍ୱେ ବାଲଡାରେ ଡ୍ରୋନ ସର୍ଭେ; ଆଦାନୀ ଟିମ୍‌କୁ ଘେରିଲେ ଗ୍ରାମବାସୀ

“No Works in Odisha”: କଥା ବେଶୀ, କାମ କମ୍; RKD ପାଇଁ କାହିଁକି ଏ ଦରଦ?

“No Works in Odisha”: କଥା ବେଶୀ, କାମ କମ୍; RKD ପାଇଁ କାହିଁକି ଏ ଦରଦ?

ବଣ୍ଡା ଜନଜାତିଙ୍କ ବିକାଶ ପାଇଁ ପ୍ରୟାସ

ବଣ୍ଡା ଜନଜାତିଙ୍କ ବିକାଶ ପାଇଁ ପ୍ରୟାସ